ଆଳୁ

Solanum tuberosum

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
75 - 120 ଦିନ

ପରିଶ୍ରମ
ଉଚ୍ଚ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.2 - 6.4

ତାପମାନ
23°C - 25°C

ଉର୍ବରୀକରଣ
ଉଚ୍ଚ

ଆଳୁ

ଉପକ୍ରମ

ଦକ୍ଷିଣ ଆମେରିକାର ଆଣ୍ଡିଜ ଅଞ୍ଚଳ ହେଉଛି ଆଳୁ ର ମୂଳ ଉତ୍ପତ୍ତି ସ୍ଥଳ। ଗତ 300 ବର୍ଷ ଧରି ଭାରତ ରେ ଚାଷ ହେଉଛି ଏବଂ ଏହା ଭାରତର ଏକ ଅତ୍ୟନ୍ତ ଲୋକପ୍ରିୟ ଫସଲ ହୋଇସାରିଲାଣି। ଏହାର ଖାଦ୍ୟ ଉପଯୋଗୀ କନ୍ଦ ପାଇଁ ଆଳୁ ଚାଷ କରାଯାଏ ଯାହା ଏକ ଅର୍ଥନୈତିକ ଦୃଷ୍ଟିରୁ ଶସ୍ତା ଖାଦ୍ୟ କାରଣ ଆଳୁ ଅଳ୍ପ ମୂଲ୍ଯରେ ମଣିଷକୁ ଶକ୍ତି ଯୋଗାଇ ଥାଏ। ଆଳୁ ରେ ମୂଲ୍ଯବାନ ପୋଷକ ତତ୍ତ୍ଵ ଥାଏ। ଏଥରେ ଅଧିକ ପରିମାଣରେ ଷ୍ଟାର୍ଚ, ଭିଟାମିନ (ବିଶେଷ କରି C ଏବଂ B1) ଏବଂ ଧାତବ ପଦାର୍ଥ ଥାଏ। ଅନେକ ଇଣ୍ଡଷ୍ଟ୍ରି ଯେମିତି କି ଷ୍ଟାର୍ଚ ଏବଂ ଆଲକହଲ ଉତ୍ପାଦନ ପାଇଁ ମଧ୍ୟ ବ୍ଯବହ୍ରୁତ ହୋଇଥାଏ।

ଉପଦେଷ୍ଟା

ଯତ୍ନ

ଯତ୍ନ

ସୁସ୍ଥ ରୋଗମୁକ୍ତ ବିହନ ଆଳୁ ର ବ୍ୟବହାର କରିବା ଏକ ସଫଳ ଆଳୁ ଫସଲ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଗଛର ଭଲ ବୃଦ୍ଧି ପାଇଁ, ଡାଳପତ୍ର ବିକାଶ ପୂର୍ବରୁ (ଗଛ ଲଗାଇବାର ପ୍ରାୟ 4 ସପ୍ତାହ ପରେ) ବାଳୁଙ୍ଗା ବାହାର କରିଦେବା ଉଚିତ। ପ୍ରତି 15-20 ଦିନ ଅନ୍ତରରେ କୋଡା ଖୁସା କରିବା ଦ୍ଵାରା ବାଳୁଙ୍ଗା ର ବିକାଶ କମ ହୋଇଥାଏ ଏବଂ ମାଟି ଫୁସ୍ଫୁସିଆ ହୋଇଥାଏ। ଯେହେତୁ ଆଳୁ ର ଖାଦ୍ୟସାରର ଅବଶ୍ୟକତା ଅଧିକ, ତେଣୁ ଏକ ପ୍ରଜକର ସାର ହିସାବରେ ସବୁଜ ଖତ କୁ ଅନୁମୋଦନ କରାଯାଏ। ଯେହେତୁ, ଆଳୁ ର ଅଗଭୀର ମୁଲତନ୍ତ୍ର ଅଛି, ହାଲୁକା ଜଳସେଚନ ପ୍ରୟୋଗ କରାଯିବା ଆବଶ୍ୟକ। ଅମଳ ପରେ ଆଳୁକୁ 10-15 ଦିନ ଛାଇ ରେ ଶୁଖାଇବା ଆବଶ୍ୟକ ଯାହା ଫଳରେ ଏହାର ଚୋପା ର ଠିକ ହୋଇ ରହେ। ଆଖୁ, ଫେନେଲ, ପିଆଜ, ସୋରିଷ, ଗହମ କିମ୍ବା ଅଳସୀ ସହିତ ଅନ୍ତଃ ଫସଲ ଭାବେ ନିଆଯାଇପାରେ।

ମାଟି

ଲୁଣି ଏବଂ ଖାରି ମାଟିକୁ ଛାଡି ପ୍ରାୟ ସବୁ ପ୍ରକାର ମାଟିରେ ଆଳୁ ଚାଷ କରା ଯାଇପାରେ। ପ୍ରକୃତିକ ଭାବେ ଫୁସ୍ଫୁସିଆ ଏବଂ କନ୍ଦ ବୃଦ୍ଧି ପାଇଁ କମ ପ୍ରତିରୋଧ କରୁଥିବା ମାଟି କୁ ଚୟନ କରାଯିବ ଉଚିତ। ଦୋରସା ଏବଂ ବାଲିଆ ଦୋରସା ମାଟି, ଭରପୁର ଜୈବିକ ପଦାର୍ଥ ଥିବା ଏବଂ ଭଲ ଜଳ ନିଷ୍କାସନ ତଥା ବାୟୁପ୍ରବାହ ହେଉଥିବା ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ ଅଟେ। 5.2 ରୁ 6.4 ମଧ୍ୟରେ pH ରେଞ୍ଜ ଥିବା ମାଟି କୁ ସବୁଠୁ ଭଲ ବୋଲି ନିଆଯାଏ।

ଜଳବାୟୁ

ଆଳୁ ଏକ ନାତିଶୀତୋଷ୍ଣ ଜଳବାୟୁ ଅଞ୍ଚଳର ଫସଲ କିନ୍ତୁ ଏହା ବିଭିନ୍ନ ପ୍ରକାର ଜଳବାୟୁ ରେ ଚାଷ କରାଯାଏ। ଯେଉଁଠାରେ ତାପମାତ୍ରା ମଧ୍ୟମ ଥଣ୍ଡା ଥାଏ କେବଳ ସେହି ଅଞ୍ଚଳରେ ଆଳୁ ଚାଷ ହୋଇଥାଏ। ଗଛର ଅଙ୍ଗୀୟ ବୃଦ୍ଧି 24°C ତାପମାତ୍ରାରେ ସବୁଠାରୁ ଭଲ ହୋଇଥାଏ ଏବଂ କନ୍ଦର ବିକାଶ 20°C ତାପମାତ୍ରା ରେ ଭଲ ହୋଇଥାଏ। ତେଣୁ ଗ୍ରୀଷ୍ମ ଏବଂ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ଅଞ୍ଚଳରର ପାହାଡିଆ ଅଞ୍ଚଳରେ ଖରାଦିନିଆ ଫସଲ ଭାବେ ଚାଷ କରାଯାଇଥାଏ। ଏହି ଫସଲ ସମୁଦ୍ର ପତ୍ତନ ରୁ 3000 ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଚାଷ କରାଯାଇପାରେ।

ସମ୍ଭାବ୍ୟ ରୋଗ

ଆଳୁ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଆଳୁ

Solanum tuberosum

ଆଳୁ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ଦକ୍ଷିଣ ଆମେରିକାର ଆଣ୍ଡିଜ ଅଞ୍ଚଳ ହେଉଛି ଆଳୁ ର ମୂଳ ଉତ୍ପତ୍ତି ସ୍ଥଳ। ଗତ 300 ବର୍ଷ ଧରି ଭାରତ ରେ ଚାଷ ହେଉଛି ଏବଂ ଏହା ଭାରତର ଏକ ଅତ୍ୟନ୍ତ ଲୋକପ୍ରିୟ ଫସଲ ହୋଇସାରିଲାଣି। ଏହାର ଖାଦ୍ୟ ଉପଯୋଗୀ କନ୍ଦ ପାଇଁ ଆଳୁ ଚାଷ କରାଯାଏ ଯାହା ଏକ ଅର୍ଥନୈତିକ ଦୃଷ୍ଟିରୁ ଶସ୍ତା ଖାଦ୍ୟ କାରଣ ଆଳୁ ଅଳ୍ପ ମୂଲ୍ଯରେ ମଣିଷକୁ ଶକ୍ତି ଯୋଗାଇ ଥାଏ। ଆଳୁ ରେ ମୂଲ୍ଯବାନ ପୋଷକ ତତ୍ତ୍ଵ ଥାଏ। ଏଥରେ ଅଧିକ ପରିମାଣରେ ଷ୍ଟାର୍ଚ, ଭିଟାମିନ (ବିଶେଷ କରି C ଏବଂ B1) ଏବଂ ଧାତବ ପଦାର୍ଥ ଥାଏ। ଅନେକ ଇଣ୍ଡଷ୍ଟ୍ରି ଯେମିତି କି ଷ୍ଟାର୍ଚ ଏବଂ ଆଲକହଲ ଉତ୍ପାଦନ ପାଇଁ ମଧ୍ୟ ବ୍ଯବହ୍ରୁତ ହୋଇଥାଏ।

ମହତ୍ୱପୂର୍ଣ୍ଣ ତଥ୍ୟ