ସିମଳା ଏବଂ ଲଙ୍କା

ଫ୍ଲି ବିଟିଲ

Chrysomelidae

ପୋକ

5 mins to read

ସଂକ୍ଷେପରେ

  • ପୋକ ଖାଇବା ଦ୍ୱାରା କ୍ଷତି ତଥା ପତ୍ର ହଳଦିଆ ପଡ଼ିଯାଏ.
  • ଗୁଳି ମାରିଲା ପରି କଣା.
  • ଛୋଟ କଳା ଏବଂ ଚମକିଲା କିମ୍ବା ମେଟାଲିକ ଏପରି ଦେଖାଯାଉଥିବା ବିଟିଲ.

ମଧ୍ୟ ଦେଖା ଯାଇପାରେ

22 ଫସଲ ଗୁଡିକ

ସିମଳା ଏବଂ ଲଙ୍କା

ଲକ୍ଷଣ

ବୟସ୍କ ପୋକ ପତ୍ର ଖାଇଥାଏ. ଏହାଦ୍ୱାରା ପତ୍ର ଉପରେ 1-2 ମିମି ର ଗୁଳି ଲାଗିଲା ପରି କଣା ବିଭିନ୍ନ ଯାଗାରେ ଦେଖାଦେଇଥାଏ ଏବଂ ଛୋଟ ଚୋବେଇଥିବା ଗାତ ଦେଖାଦେଇଥାଏ ଯାହାକି ପତ୍ର ଧାର ପରକୁ ଖାଇ ନଥାଏ. କ୍ଷତିଗ୍ରସ୍ତ ପତ୍ରର ଚାରିପାଖରେ ଅଳ୍ପ ହଳଦିଆ ମଧ୍ୟ ହୋଇପାରେ. ବିଭିନ୍ନ ଗଭୀରର ସଂକୀର୍ଣ୍ଣ, ସିଧା ସୁଡ଼ଙ୍ଗ ମୂଳରେ ଦେଖାଦେଇଥାଏ. ମୂଳର ଉପରି ପୃଷ୍ଠରେ ଭାଗରେ କ୍ଷତ ହିସାବରେ ଛୋଟ ଛୋଟ ଘା ଉଠିଥିବା ପରି ମଧ୍ୟ ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଲେସଉଇଙ୍ଗର ଲାର୍ଭା (Chrysopa spp.), ବୟସ୍କ ଡାମସେଲ ପୋକ (Nabis spp.) ଏବଂ କିଛି ପରଜୀବୀ ବିରୁଡି ଫ୍ଲି ବିଟିଲ କୁ ନଷ୍ଟ କରି ଦିଅନ୍ତି ଓ ବୟସ୍କ ଫ୍ଲି ବିଟିଲକୁ ମାରି ଦିଅନ୍ତି. କିଛି ସୂତ୍ର ଜୀବ ମଧ୍ୟ ଏହି ପୋକର ଲାର୍ଭାକୁ ମାଟିରେ ମରିଥାନ୍ତି. କବକର ଜୀବାଣୁ, କୀଟନାଶକ ଗୁଣ ଥିବା ସାବୁନ କିମ୍ବା ବ୍ୟାକ୍ଟେରିଆ ଥିବା କୀଟନାଶକ ସ୍ଟିନୋସାଡ଼ ବ୍ୟବହାର କରି ଏହି ବିଟିଲ ସଂଖ୍ୟା କମ କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ବିଟିଲର ସଂବେଦନଶୀଳ ସମୟ ଯେତେବେଳେ ସେମାନେ ପତ୍ରରେ ଦେଖାଯାନ୍ତି ସେତେବେଳେ କୀଟନାଶକ ବ୍ୟବହାର କରିବା ଦରକାର. କ୍ଲୋରୋପାଇରିଫସ ଏବଂ ମାଲାଥିଅନ ଥିବା ଫର୍ମୁଲା ପ୍ରୟୋଗ କଲେ ବିଟିଲ ସଂଖ୍ୟା କମ କରିବାରେ ଭଲ କାମ କରିଥାଏ.

ଏହାର କାରଣ କଣ

ଫ୍ଲି ବିଟିଲ ର ବିଭିନ୍ନ ଜାତିର ପୋକ ବିଭିନ୍ନ ପ୍ରକାର ଫସଲରେ ଦେଖା ଦେଇଥାନ୍ତି. ଅଧିକାଂଶ ବୟସ୍କ ବିଟିଲ ଗୁଡିକ ଛୋଟ(4ମିମି), ଗାଢ଼ ରଙ୍ଗ ଓ ବେଳେବେଳେ ଚମକିଲା ବା ମେଟାଲିକ ପରି ଦେଖାଯାନ୍ତି. ସେମାନଙ୍କ ଅଣ୍ଡାକୃତି ଶରୀରର ପଛ ଗୋଡ ଦୁଇଟା ଲମ୍ବା ଥାଏ ଯାହା ଡେଇଁବା ରେ ସାହାଯ୍ୟ କରିଥାଏ. ଏହାର ଲାର୍ଭା ମାଟିରେ ରହେ ଓ ମୂଳ ଖାଇଥାଏ. ବୟସ୍କ ପୋକ ଯୁବ ଗଛ ଖାଇଥାନ୍ତି. ଅଧିକାଂଶ ଫ୍ଲାଇ ବିଟିଲ ଗଛ ଅବଶେଷରେ, ଜମିରେ କିମ୍ବା ଅନାବନା ଗଛରେ ନିଷ୍କ୍ରିୟତା ସମୟ ବିତାଇଥାନ୍ତି. ପୁଣି ବସନ୍ତରେ ସକ୍ରିୟ ହୋଇଥାନ୍ତି. ଏକ ବର୍ଷରେ 1-4 ପୀଢ଼ି ପର୍ଯ୍ୟନ୍ତ ବଢି଼ଥାନ୍ତି ଯାହା ପାଣିପାଗ ଓ ପୋକର ପ୍ରକାର ଉପରେ ନିର୍ଭର କରିଥାଏ. ଫ୍ଲାଇ ବିଟିଲ ପାଇଁ ଗରମ ଓ ଶୁଖିଲା ପାଗ ଅନୁକୂଳ.


ସୁରକ୍ଷାତ୍ମକ ଉପାୟ

  • ଗଛ ଲଗାଇବା ର ସମୟ କୁ ପରିବର୍ତ୍ତନ କରି (ଶୀଘ୍ର କିମ୍ୱା ଡେରିରେ) ଅତ୍ୟଧିକ ପୋକ ଜନ ସଂଖ୍ୟାକୁ ଦୁରେଇ ହେବ.
  • ଜାଲ ଫସଲ ଯାହା ଏହି ବିଟିଲ କୁ ଆକର୍ଷଣ କରିଥାଏ ଲଗାନ୍ତୁ.
  • ଏପରି ଗଛ ଯାହା ଏହି ପୋକଙ୍କୁ ଦୁରେଇ ରଖେ ତାହା ଲଗାନ୍ତୁ.
  • ଜୈବିକ ମଲଚ ବ୍ୟବହାର କଲେ ଏହା ଅଣ୍ଡା ଦେବା ପ୍ରକ୍ରିୟା ଏବଂ ଲାର୍ଭା ଅବସ୍ଥାରେ ବାଧା ସୃଷ୍ଟି କରିଥାଏ.
  • ବିଶେଷ ରୂପରେ ବସନ୍ତ ଋତୁରେ ଜମିରେ ଫସଲ ନିରୀକ୍ଷଣ କରନ୍ତୁ.
  • ସନ୍ତୁଳିତ ଖାଦ୍ୟ ସାର ପରିଚାଳନା କରି ଆବଶ୍ୟକ ଖାଦ୍ୟସାର ଫସଲକୁ ଯୋଗାଇ ଦିଅନ୍ତୁ.
  • ନିୟମିତ ଭାବେ ଉଚିତ ଜଳସେଚନ କରନ୍ତୁ.
  • ପୋକ ଲାଗୁଥିବା ଅନ୍ୟ ଫସଲ ତଥା ଅନାବନା ଘାସ କୁ ଜମିରୁ ବାହାର କରିଦିଅନ୍ତୁ.
  • ଗଛ ଅବଶେଷକୁ ଜମିରେ ପୋତି ନଷ୍ଟ କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ