କପା

ପାଉଁଶିଆ ରୋଗ

Erysiphaceae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଉପରେ ହଳଦିଆ ଦାଗ ଦେଖାଯାଏ.
  • ପତ୍ରର ଉପର ପଟେ ଓ ତଳ ପଟେ ଧଳା ଆବରଣ ଦେଖା ଯାଇଥାଏ.ପତ୍ର ଗୁଡିକ ଶୁଖି ଝଡି ପଡେ.
  • ଫସଲର ବିକାଶ ଅବରୁଦ୍ଧ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

34 ଫସଲ ଗୁଡିକ
ଆପେଲ
ଆପ୍ରିକଟ
ବିନ
କଲରା
More

କପା

ଲକ୍ଷଣ

ପ୍ରଥମେ ପତ୍ରର ଉପର ପଟେ ହଳଦିଆ ଦାଗ ଦେଖାଯାଏ. ରୋଗର ପରବର୍ତ୍ତୀ ସମୟରେ ଧଳା ପାଉଁଶିଆ ଦାଗ ଏବଂ ତା ପରେ ଧୂସର ପାଉଁଶିଆ ପାଉଡର ଭଳି ଆବରଣ ପୁରା ପତ୍ର, ଡାଳ ଓ ଫଳ ରେ ବିସ୍ତାରିତ ହେଇଯାଏ. କବକ ଗଛରୁ ଖାଦ୍ୟସାର ଶୋଷି ନିଏ ଏବଂ ପାଉଁଶିଆ ଆବରଣ ତିଆରି କରେ ଯାହା ଆଲୋକ ସଂଶ୍ଳେଷଣ ରେ ବାଧା ଦିଏ, ଯଦ୍ୱାରା ଗଛର ବିକାଶ ଅବରୁଦ୍ଧ ହୋଇଯାଏ. ରୋଗ ବଢିଗଲେ ରୋଗଗ୍ରସ୍ତ ଅଂଶ ଶୁଖିଯାଏ, ପତ୍ର ଝଡ଼ିପଡ଼େ ଏବଂ ଗଛ ମରିଯାଇପାରେ. ଡାଉନି ମାଇଲ୍ଡିଉ (Downy Mildew) ଭଳି ନ ହୋଇ ଏହି ପାଉଡର ଭଳି ଆବରଣକୁ କିଛି ମାତ୍ରାରେ ନିୟନ୍ତ୍ରଣ କରା ଯାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ବଗିଚା ଗୁଡିକ ପାଇଁ, କ୍ଷୀର ଆଉ ପାଣିର ମିଶ୍ରଣ ଗୋଟେ ଗୋଟେ ଦିନ ଛାଡିକି ଜୈବୀକ କବକନାଶକ ହିସାବରେ ପ୍ରୟୋଗ କଲେ ପାଉଁଶିଆ ରୋଗ ନିୟନ୍ତ୍ରଣ ହେଇଥାଏ. ଏହା ଏକ ଉତ୍ତମ ଘରୋଇ ଉପାୟ ଯାହାକି କୁକୁରବିଟ (କାକୁଡି, ଜୁକିନି, କଖାରୁ) ଏବଂ କୋଳି ଭଳି ଫସଲ ଉପରେ ଭଲ ଭାବେ କାମ କରେ. ପାଉଁଶିଆ ରୋଗର ପ୍ରକାର ଓ ପୋଷକ ଫସଲ ଉପରେ ନୀର୍ଭର କରି ବିଭିନ୍ନ ଫସଲ ପାଇଁ ଭିନ୍ନ ହେଇଥାଏ ଏବଂ ଏହି ମିଶ୍ରଣ ସବୁ ଫସଲ ପାଇଁ କାମ ଦେଇ ନପାରେ. ଯଦି ରୋଗ ନିୟନ୍ତ୍ରଣ ନହୁଏ ତେବେ ରସୁଣ କିମ୍ବା ସୋଡ଼ା ର ମିଶ୍ରଣ ବ୍ୟବହାର କର ଯାଇ ପରେ. ବଜ଼ାରରେ ବିଭିନ୍ନ ବ୍ୟବସାୟିକ ଜୈବିକ ଉପାୟ ମଧ୍ୟ ଉପଲବ୍ଧ ଅଛି. ପତ୍ର ଉପରେ ସଲଫର୍, କାଭୋନିଡ୍ ଏସିଡ୍, ନିମ ତେଲ, କୋଆନିନ୍ ବା ଆସ୍କୋର୍ବିସ୍ ଏସିଡ୍ ଉପରେ ଆଧାରିତ ସ୍ପ୍ରେ କଲେ ମାରାତ୍ମକ ସଂକ୍ରମଣକୁ ଦୂରେଇ ହେବ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଦେଖିବାକୁ ଗଲେ ଏତେ ଫସଲ ପାଉଁଶିଆ ରୋଗରେ ଆକ୍ରାନ୍ତ ହେବା ପାଇଁ ସମ୍ବେଦନଶୀଳ ହୋଇଥାଆନ୍ତି ଯେ କୌଣସି ଏକ ପ୍ରତିକାର ସୁପାରିଶ କରିବା କଠିନ ଅଟେ. ତଥାପି ସଲଫର (3g/l), ହେସକୋନାଜୋଲ (Hexaconazole), ଟ୍ରିଫ୍ଲୁମାଇଜୋଲ (triflumizole) କିମ୍ବା ମାଇକ୍ଳବୁଟାନିଲ (Myclobutanil) 2 ml/l ଉପରେ ଆଧାରିତ କବକନାଶକ ପ୍ରୟୋଗ କରିବା ଦ୍ୱାରା କବକର ବଢିବା ନିୟନ୍ତ୍ରଣ କରା ଯାଇପାରେ.

ଏହାର କାରଣ କଣ

ଶୀତ ଋତୁ ବେଳେ ପତ୍ର, କଢ ଏବଂ ଗଛର ଅବଶେଷ ମଧ୍ୟରେ କବକ ର ରେଣୁ ରହି ଯାଇଥାଇପାରେ. ପବନ, ପାଣି ଏବଂ କୀଟ ଦ୍ୱାରା ଏହି ସବୁ ଅଣୁ ପାଖ ଗଛ ରେ ପହଂଚି ଯାଇ ଥାଏ. ପାଉଁଶିଆ ରୋଗ ଏକ କବକ ଯୋଗୁଁ ହୋଇ ଥିଲେ ମଧ୍ୟ ଶୁଖିଲା ପାଗରେ ମଧ୍ୟ ବଢିପାରେ. ଏହା 10-12°C ତାପମାତ୍ରାରେ ବଞ୍ଚିପାରେ ଏବଂ 30°C ତାପମାତ୍ରା ଭଲ ଭାବେ ସୁହାଇ ଥାଏ. ପାଉଁଶିଆ ରୋଗ ଅଳ୍ପ ବର୍ଷା ଏବଂ ସକାଳର କୁହୁଡିର ବଢିପାରେ ଯାହାକି ଡାଉନି ମାଇଲ୍ଡିଉ (Downy Mildew) ପାଇଁ ଭଲ ପାଗ ନୁହଁ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି ବା ସହନଶୀଳ କିସମର ବିହନ ଲଗାନ୍ତୁ.
  • ଗଛ ମଧ୍ୟରେ ଭଲ ବାୟୁ ପ୍ରବାହ ହେବା ପାଇଁ ଉପଯୁକ୍ତ ବ୍ୟବଧାନ ରଖନ୍ତୁ.
  • ରୋଗର ଉପସ୍ଥିତି ଓ ମାତ୍ରା ଜାଣିବା ପାଇଁ ଜମିରେ ଫସଲକୁ ନିୟମିତ ଭାବେ ପରୀକ୍ଷା ନିରୀକ୍ଷା କରନ୍ତୁ.
  • ଦାଗ ଦେଖା ଯାଉ ଯାଉ ଆକ୍ରାନ୍ତ ହୋଇଥିବା ପତ୍ରକୁ ଛିଣ୍ଡାଇ ବାହାର କରିଦିଅନ୍ତୁ.
  • ରୋଗାକ୍ରାନ୍ତ ପତ୍ରକୁ ଛୁଇଁଲା ପରେ ସେଇ ହାତରେ ସୁସ୍ଥ ଗଛକୁ ଛୁଅନ୍ତୁ ନାହିଁ.
  • ଜମିରେ ମୋଟା ଆଚ୍ଛାଦନ (mulch) ରଖିଲେ ଜମିରୁ ପତ୍ରକୁ କବକ ର ପ୍ରସାରଣ କମିଯାଏ.
  • କିଛି କ୍ଷେତ୍ର ରେ କପା ପୂର୍ବରୁ ଅନ୍ୟ ପ୍ରତିରୋଧି ଫସଲ ଲଗାଇଲେ ରୋଗରେ ମାତ୍ରା କମିଯାଏ.
  • ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରନ୍ତୁ.
  • ତାପମାନରେ ଅତ୍ୟଧିକ ପରିବର୍ତନ ହେଲେ ରୋଗ ବଢିଥାଏ.
  • ଅମଳ ପରେ ଶୁଖିଲା ଡାଳ ପତ୍ର ସବୁ ବାହାର କରିଦିଅନ୍ତୁ ଅଥବା ଜମିରେ ଗଭୀର ହଳ କରି ପୋତି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ