ଆଳୁ

ଆଳୁ କନ୍ଦା ପ୍ରଜାପତି

Phthorimaea operculella

ପୋକ

5 mins to read

ସଂକ୍ଷେପରେ

  • ଶୂକମାନେ ନୂଆ ପତ୍ର କୋରି ଖାଆନ୍ତି ଏବଂ ଆଳୁ କନ୍ଦା ଭିତରେ ସୁଡଙ୍ଗ କରି ପଶନ୍ତି । ଯେତେବେଳେ ଶୂକ ସୁଡଙ୍ଗ ଛାଡେ , କବକ,ବୀଜାଣୁ ଓ ଅଷ୍ଟପଦୀ ଉକୁଣି ଏହାକୁ ଅକ୍ତିଆର କରେ । କନ୍ଦ ପଚିଯାଏ ଓ ଖରାପ ଗନ୍ଧ ବାହାରେ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଏହି କୀଟ ବିଭିନ୍ନ ପ୍ରକାର ସୋଲାନାସିଆସ ଫସଲ ଖାଏ କିନ୍ତୁ ଆଳୁକୁ ପସନ୍ଦ କରେ । ଶୂକ ଆଳୁ ପତ୍ର , କାଣ୍ଡ, ଡେମ୍ଫ ଓ କନ୍ଦକୁ ଆକ୍ରମଣ କରେ ( ଜମିରେ ବା ଭଣ୍ଡାର ଘରେ ) । ସେମାନେ ପତ୍ରର ଅନ୍ତଃ ଟିସୂ ଖାଆନ୍ତି , ଉପର ସ୍ତର ସ୍ପର୍ଶ ନ କରି , ଓ ସ୍ବଚ୍ଛ ଫୋଟକା ସୃଷ୍ଟି କରନ୍ତି । କାଣ୍ଡ ଦୁର୍ବଳ ହୋଇଯାଏ ବା ଭାଙ୍ଗିଯାଇପାରେ ଓ ଗଛର ମୃତ୍ୟୁ ହୋଇପାରେ । ଶୂକ ଆଳୁ କନ୍ଦାର ଆଖି ଦେଇ ପ୍ରବେଶ କରେ ଓ କ୍ଷୀଣ ଓ ପତଳା ସୁଡଙ୍ଗ ଉପର ପଟେ କିମ୍ବା ମାଂସ ଭିତରେ ଅନିୟମିତ ଗାଲେରୀ କରେ । ପ୍ରବେଶ ପଥରେ ଶୂକର କଚଡା ଦେଖାଯାଏ ଯାହାକି କବକ ଓ ବୀଜାଣୁ ରୋଗ ପାଇଁ ଦ୍ଵାର ଖୋଲା କରେ ।

Recommendations

ଜୈବିକ ନିୟନ୍ତ୍ରଣ

କମଳା ଚୋପାର, ଏବଂ ପିଥୁରାଣ୍ଠସ ଟୋର୍ଟସସ କିମ୍ବା ଇଫିୟନା ସ୍କାବ୍ରା ପ୍ରଜାତିର ନିର୍ଯ୍ୟାସ ପ୍ରଜାପତିର ଜନନ ଶକ୍ତିର ହ୍ରାସ ଘଟାଏ । ବ୍ରାକୋନ ଗେଲେଚିଆ , କୋପିଦୋସୋମା କିଲେରୀ କିମ୍ବା ଟ୍ରାଇକୋଗ୍ରାମା ପ୍ରଜାତିର ବିରୁଡି ବହୁମାତ୍ରାରେ ଏହାର ସଂଖ୍ୟା କମାଏ । ପିମ୍ପୁଡି ଓ ଲେଡି ବାର୍ଡ ଆଦି ପରଭକ୍ଷୀ ଅଟନ୍ତି । ଦାନାଦାର ଭୂତାଣୁ କିମ୍ବା ବେଶିଲାସ ଥୁରିଞ୍ଜେଂସିସ ର ପ୍ରୟୋଗ ଏକ ପକ୍ଷ ଭିତରେ ପ୍ରାୟ 80 % ମରିଯାନ୍ତି । କେତେକ ଦେଶରେ , ଭଣ୍ଡାର ସମୟରେ ଇଉକାଲିପ୍ଟସ କିମ୍ବା ଲାଣ୍ଟାନା ପତ୍ର ଦ୍ଵାରା ଅଖାକୁ ଆବରଣ କଲେ କ୍ଷତି କମେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅର୍ଗାନୋଫାସ୍ଫେଟ ପରିବାରର କୀଟନାଶକ ପତ୍ର ଉପରେ ସିଞ୍ଚନ କରାଯାଇପାରେ । ଶୂକ ଆକ୍ରମଣରୁ ବଞ୍ଚିବା ପାଇଁ ବିହନରେ ପାଇରେଥ୍ରୋଇଦ ବିକର୍ଷକ ଭାବରେ ପ୍ରୟୋଗ କରାଯାଇପାରେ ।

ଏହାର କାରଣ କଣ

ବୟସ୍କ ପ୍ରଜାପତିମାନଙ୍କର ବଡ ଶୃଙ୍ଗିକା ( antennae) ସହିତ ଧୂସର ପ୍ରସାରିତ ଶରୀର ଥାଏ , ବିଛୁରିତ ଗାଢ ଚିହ୍ନ ସହିତସରୁ ବାଦାମି ଆଗ ଡେଣା ଏବଂ ଲମ୍ବା ଝାଲର ସହିତ ଫିକା ଧୂସର ପଛ ଡେଣା ଥାଏ । ଏହା ପ୍ରାୟତଃ ରାତ୍ରିଚର ଏବଂ ଆଲୋକ ଆଡକୁ ଆକର୍ଷିତ ହୁଅନ୍ତି । ପତ୍ର ଉପରେ କିମ୍ବା ଶୁଖିଲା ମାଟିରେ ଖୋଲା ଥିବା ଆଳୁର ଆଖି ଏକକ କିମ୍ବା ଗୁଚ୍ଛ ଆକାରରେ ଅଣ୍ଡା ଦିଆଯାଏ । ଦୀର୍ଘ ସମୟ ଧରି 4 ଡିଗ୍ରୀ C ରୁ ନିମ୍ନ ତାପମାତ୍ରାରେ ରଖିଲେ ଅଣ୍ଡା ଫୁଟେ ନାହି । ଶୂକମାନଙ୍କର ଗାଢ ବାଦାମି ମୁଣ୍ଡ ଫିକା ବାଦାମି ଠାରୁ ଗୋଲାପି ଶରୀର ଥାଏ । ସେମାନେ ଡେମ୍ଫ ,ନୂଆ ଡାଳ କିମ୍ବା ପତ୍ର ଶିରା ଭିତରକୁ କଣା କରି ପଶେ ଓ ଅନିୟମିତ ଗାଲେରୀ ସୃଷ୍ଟି କରେ । ସେମାନଙ୍କ ଜୀବନ ଚକ୍ର ପାଇଁ ଅନୁକୂଳତମ ତାପମାତ୍ରା ହେଉଛି 25 ଡିଗ୍ରୀ C କିନ୍ତୁ 15 ରୁ 40 ଡିଗ୍ରୀ ମଧ୍ୟରେ ସହ୍ୟ କରିପାରନ୍ତି । ଶୁଖିଲା ମାଟିରେ ଫାଟ ଶୂକର ଜୀବନ ପାଇଁ ଅନୁକୂଳ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ ବିହନ କନ୍ଦା ବ୍ୟବହାର କରନ୍ତୁ । ପ୍ରତିରୋଧି କିମ୍ବା ସହନୀୟ କିସମ ପାଇଁ ଚେଷ୍ଟା କରନ୍ତୁ । ବିହନ ଆଳୁ 5 ସେମି କିମ୍ବା ଅଧିକ ଗଭୀରତରେ ଲଗାନ୍ତୁ । ସମାନଙ୍କ ଉପସ୍ଥିତି ନିରୀକ୍ଷଣ କରନ୍ତୁ ଓ ଆଲୋକ କିମ୍ବା ଫେଡ଼ୋମୋନ ଜନ୍ତା ସାହାଯ୍ୟରେ ପ୍ରଜାପତିଙ୍କୁ ସମୂହ ଧରନ୍ତୁ । ଜମିରେ ଓ ଆଖପାଖରେ ଘାସ ଓ ସହଯୋଗୀ ଗଛ ନିୟନ୍ତ୍ରଣ କରନ୍ତୁ । ମାଟି ଫାଟିବା ଦୂରେଇବା ପାଇଁ ଜମିକୁ ନିୟମିତ ଜଳ ଦିଅନ୍ତୁ । ପରିପକ୍ଵତା ଆସିବା ପରେ ଶୀଘ୍ର ଅମଳ କରନ୍ତୁ । ଅନୁପୋଯୋଗୀ ଅଗ୍ରାହ୍ୟ ଆଲୁକୁ ପୋତନ୍ତୁ ବା ନଷ୍ଟ କରନ୍ତୁ । ଆଛାଦ ଓ ଗଛ ଅବଶେଷକୁ ଜମିରୁ ସଫା କରନ୍ତୁ । ଭଣ୍ଡାର ସୁବିଧା ଓ ଅଖା କୀଟ ମୁକ୍ତ ରଖନ୍ତୁ । 7 ରୁ 10 ଡିଗ୍ରୀ ମଧ୍ୟରେ ଆଳୁ ଭଣ୍ଡାର ଜାଗାରେ ରଖନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ