ସହଳ ପୋଡା ରୋଗ - ଆଳୁ

ଆଳୁ

ସହଳ ପୋଡା ରୋଗ

Alternaria solani


ସଂକ୍ଷେପରେ

  • ହଳଦିଆ ଉଜ୍ଜଳ ବଳୟ ଓ ସକେନ୍ଦ୍ରୀ ବୃଦ୍ଧି ସହିତ ଗାଢ ଚିହ୍ନ । ପତ୍ର ଶୁଖିଯାଏ ଓ ପଡିଯାଏ । କାଣ୍ଡ ଓ ଫଳରେ କମ ମାତ୍ରାରେ ଥାଏ ,ଫଳ ପଚିବାକୁ ଆରମ୍ଭ କରେ ଏବଂ ଘଟଣାକ୍ରମେ ପଡିଯାଏ ।.

ଲକ୍ଷଣ

ପୁରଣା ପତ୍ର , କାଣ୍ଡ ଓ ଫଳରେ ସହଳ ପୋଡା ରୋଗର ଲକ୍ଷଣ ଦେଖାଯାଏ । ପତ୍ରରେ ଧୂସର ଠାରୁ ବାଦାମି ରଙ୍ଗର ଚିହ୍ନ ଦେଖାଯାଏ । ଧୀରେ ଧୀରେ ଏହା ଏକ ସ୍ପଷ୍ଟ କେନ୍ଦ୍ର " ଷଣ୍ଢ ଆଖି " ଚାରିପଟେ ସକେନ୍ଦ୍ରୀ ପ୍ରଣାଳୀରେ ବଢେ । ଏହି କ୍ଷତ ଚିହ୍ନ ଚାରିପଟେ ଉଜ୍ଜଳ ହଳଦିଆ ବଳୟ ଘେରି ହୋଇ ରହିଥାଏ । ରୋଗ ବଢିବ ସମୟରେ , ପୁରା ପତ୍ର ପାଣ୍ଡୁର ହୋଇଯାଏ ଓ ପଡିଯାଏ ଏବଂ ଗଛକୁ ପତ୍ରହୀନ କରିଦିଏ । ଯେତେବେଳେ ପତ୍ର ମରିପଡିଯାଏ , ଫଳ ସୌର ଦଗ୍ଧ( sun scald )ପ୍ରବଣ ହୋଇଯାଏ ।ସ୍ପଷ୍ଟ ଚିହ୍ନ ସହିତ ସମାନ ପ୍ରକାରର ଚିହ୍ନ କାଣ୍ଡ ଓ ଫଳ ଉପରେ ଦେଖାଯାଏ । ଫଳର ପଚନ ଓ ପତନ ଦେଖାଯାଏ ।

ଟ୍ରିଗର

ଅନ୍ୟ ସମୟରେ ମାଟିରେ ଥିବା ଫସଲ ଅବଶେଷ କିମ୍ବା ବିକଳ୍ପ ପୋଷକ ଗଛରେ ସୁପ୍ତ ଅବସ୍ଥାରେ ରହୁଥିଡିଗ୍ରୀ ବା ଅଲ୍ଟରନରିଆ ସୋଲାନି କବକ ଯୋଗୁଁ ଏହି ଲକ୍ଷଣ ସୃଷ୍ଟି ହୁଏ । କିଣା ଯାଇଥିବା ବିହନ ବା ଚାରା ମଧ୍ୟ ପୂର୍ବରୁ ସଂକ୍ରମିତ ହୋଇଥାଇପାରେ । ସଂକ୍ରମିତ ମାଟି ସହିତ ଲାଗି ରହିଥିଲେ ତଳ ପତ୍ର ସଂକ୍ରମିତ ହୋଇଯାଏ । ଗରମ ତାପମାତ୍ରା ( 24 - 29C ) ଏବଂ ଉଚ୍ଚ ଆର୍ଦ୍ରତା ( 90% ) ରୋଗ ବଢିବା ପାଇଁ ଅନୁକୂଳ ଅଟେ । ଏକ ଲମ୍ବା ଓଦା ସମୟ ( କିମ୍ବା ଏକାନ୍ତରିକ ଓଦା /ଶୁଖିଲା ପାଗ ) ରେଣୁ ଉତ୍ପାଦନକୁ ତ୍ୱରାନ୍ୱିତ କରେ ଯାହାକି ବର୍ଷା ଛିଟ , ପବନ ଓ ସିଂଚନ ଜଳସେଚନରେବିସ୍ତାର ଲାଭ କରେ । ଓଦା ପାଗରେ କିମ୍ବା ସବୁଜ ଅବସ୍ଥାରେ ଅମଳ କରାଯାଇଥିବା ଆଳୁ ସଂକ୍ରମଣ ପ୍ରବଣ ହୋଇଥାଏ । ପ୍ରବଳ ବର୍ଷାପାତ ସମୟ ପରେ ଏହା ଆକ୍ରମଣ କରେ ଏବଂ ନିର୍ଦ୍ଦିଷ୍ଟ ଭାବରେ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ ମାରାତ୍ମକ ହୋଇପାରେ ।

ଜୈବିକ ନିୟନ୍ତ୍ରଣ

ବେଶିଲସ ସବଟିଲିସ କିମ୍ବା ତାମ୍ର ଭିତ୍ତିକ କବକନାଶୀ ଯାହାକି ଜୈବିକ ରୂପେ ନଥିଭୁକ୍ତ ହୋଇଥିବ ଏହି ରୋଗ ଦମନ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସହଳ ପୋଡା ନିୟନ୍ତ୍ରଣ ପାଇଁ ବଜାରରେ ଅନେକ କବକନାଶୀ ମିଳୁଛି । ଆଯୋକ୍ସିସ୍ତ୍ରୋବିନ , ପାଇରାକ୍ଲୋସ୍ତ୍ରୋବିନ ,ଡିଫେନୋକୋନାଜୋଲ ,ବୋସ୍କାଲିଦ , କ୍ଳୋରୋଥାଲୋନୀଳ , ଫେନାମିଡୋନ , ମାନେବ ,ମାଙ୍କୋଜେବ ,ଟ୍ରାଇଫ୍ଲୋକ୍ସିସ୍ତ୍ରୋବିନ ଏବଂ ଜିରାମ ଥିବା କିମ୍ବା ଏମଙ୍କର ସମ୍ମିଶ୍ରଣ ଥିବା କବକନାଶୀ ବ୍ୟବହାର କରାଯାଇପାରେ । ବିଭିନ୍ନ ପ୍ରକାର ରସାୟନିକ ଯୌଗିକ ପର୍ଯ୍ୟାୟ କ୍ରମେ ଦେବା ସୁପାରିସ କରାଯାଏ । ପାଣିପାଗକୁ ଦୃଷ୍ଟିରେ ରଖି ସମୟ ଅନୁସାରେ ଉପଚାର ଦିଆଯାଏ । ଏହା ପ୍ରୟୋଗ କରିବା ପରେ କେତେଦିନ ପରେ ଅମଳ ନିରାପଦ ଭାବରେ କରାଯାଇପାରିବ ସତରକତର ସହ ତନଖି କରନ୍ତୁ ।

ସୁରକ୍ଷାତ୍ମକ ଉପାୟ

  • ରୋଗକାରୀ ଜୀବାଣୁ ମୁକ୍ତ ପ୍ରାମାଣିକ ବିହନ କିମ୍ବା ଚାରା ବ୍ୟବହାର କରନ୍ତୁ । ରୋଗ ପ୍ରତିରୋଧି କିସମ ଖୋଜନ୍ତୁ । ଉତ୍ତମ ନିଷ୍କାସନ ପାଇଁ ହୁଡାରେ ଲଗାନ୍ତୁ ବା ପ୍ରତିରୋପଣ କରନ୍ତୁ । ମୁଖ୍ୟ ପବନର ଦିଗ ଅନୁସାରେ ଧାଡି କରନ୍ତୁ ଓ ଛାଇ ଜାଗା ବାରଣ କରନ୍ତୁ । ବର୍ଷା ବା ଜଳସେଚନ ପରେ ପତ୍ର ସମୂହ ଶୀଘ୍ର ଶୁଖିବା ପାଇଁ ଗଛ ମଧ୍ୟରେ ଉଚିତ ବ୍ୟବଧାନ ରଖନ୍ତୁ । ଗଛ ମାଟିରେ ନ ଲାଗିବା ପାଇଁ ଛାଦିକରଣ କରନ୍ତୁ । ଓଦା ପାଗରେ ରୋଗ ଲକ୍ଷଣ ଜାଣିବା ପାଇଁ ଜମିକୁ ନିରୀକ୍ଷଣ କରନ୍ତୁ । ମାଟିର ଅତି ନିକଟରେ ଥିବା ତଳ ପତ୍ରକୁ କାଢିନିଅନ୍ତୁ । ଲକ୍ଷଣ ଦେଖାଉଥିବା କାଢନ୍ତୁ ଓ ନଷ୍ଟ କରନ୍ତୁ । ଯଥେଷ୍ଟ ପୋଷଣ ସହିତ ଗଛକୁ ଶକ୍ତ ଓ ବଳିଷ୍ଠ ରଖନ୍ତୁ । ଗଛ ସିଧା ରଖିବା ପାଇଁ ଢିରା ଦିଅନ୍ତୁ । ପତ୍ର ଓଦା କମାଇବା ପାଇଁ ବୁନ୍ଦା ଜଳସେଚନ ପଦ୍ଧତି ଗ୍ରହଣ କରନ୍ତୁ । ସକାଳେ ଗଛରେ ପାଣି ଦିଅନ୍ତୁ , ତେଣୁ ଗଛ ଦିନବେଳେ ଶୁଖିଯାଏ । ଜମିରେ ଓ ଆଖପାଖରେ ସଂବେଦନଶୀଳ ଘାସ ନିୟନ୍ତ୍ରଣ କରନ୍ତୁ । ଗଛ ଓଦା ଥିବା ବେଳେ ଜମିରେ କାମ କରନ୍ତୁ ନାହି । ଅମଳ ପରେ ,ଗଛ ଅବଶେଷ କାଢନ୍ତୁ ଓ ଜାଳି ଦିଅନ୍ତୁ ( କମ୍ପୋଷ୍ଟ କରନ୍ତୁ ନାହି ) । ବିକଳ୍ପ ଭାବରେ , ଗଭୀର ଚାଷ କରି ଅବଶେଷକୁ ମାଟିରେ ପୋତନ୍ତୁ ( 45 ସେମି ରୁ ଅଧିକ ) । ଅସଂବେଦନଶୀଳ ଫସଲ ସହ 2 ରୁ 3 ବର୍ଷ ପାଇଁ ଫସଲ ପର୍ଯ୍ୟାୟ କରନ୍ତୁ । ଆଳୁଗୁଡ଼ିକୁ ଥଣ୍ଡା ତାପମାତ୍ରା ଓ ଉତ୍ତମ ପବନ ଚଳାଚଳ ସ୍ଥାନରେ ରଖନ୍ତୁ ।.