ଆଳୁ

ଆଳୁ ଏକ୍ସ ଭୂତାଣୁ

PVX

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଫିକା ସବୁଜ ମୋଜାଇକ ଛିଟ , ଛୋଟ ବାଦାମି ବିନ୍ଦୁର ଚିତ୍ରିତ ଦାଗ , ଅନ୍ୟ ଭୂତାଣୁ ଦ୍ଵାରା ସହ-ସଂକ୍ରମଣ ଏହାକୁ ଆହୁରି ଖରାପ କରିପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଲକ୍ଷଣର ମାତ୍ରା ଗଛ କିସମ ,ବୃଦ୍ଧି ଅବସ୍ଥା ,ଭୂତାଣୁ ପ୍ରକାର ଏବଂ ପରିପାର୍ଶ୍ଵିକ ଅବସ୍ଥା ଉପରେ ନିର୍ଭର କରେ । ଅସ୍ପଷ୍ଟ ଅନ୍ତଃ ମଧ୍ୟବର୍ତ୍ତୀ ପାଣ୍ଡୁରତା ଠାରୁ ଅତ୍ୟଧିକ କୁଞ୍ଚିତ ପତ୍ର, ବିଗଳିତ ପତ୍ର ଅଗ , ରୁଗୁଡିଆ ଏବଂ ଗଛର ମୃତ୍ୟୁ ସହିତ ଫିକା ସବୁଜ ମୋଜାଇକ ଛିଟ ମଧ୍ୟରେ ଏହି ଲକ୍ଷଣ ଦେଖାଯାଏ । କେତେକ କ୍ଷେତ୍ରରେ , ଛୋଟ ବାଦାମି ଚିହ୍ନର ଚିତ୍ରବିଚିତ୍ର ଦାଗ ଦେଖାଯାଏ ।ଅନ୍ୟ ଭୂତାଣୁ ଦ୍ଵାରା ସହ-ସଂକ୍ରମଣ ଏହାକୁ ଆହୁରି ଖରାପ କରିପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଆମେ ଦୁଖିତ ଯେ , ପିଭିଏକ୍ସ ପାଇଁ କୌଣସି ବିକଳ୍ପ ଉପଚାର ଆମ ପାଖରେ ନାହି ।ଦୟାକରି, ଯଦି ଆପଣ ଏ ବିଷୟରେ କିଛି ଜାଣିଛନ୍ତି, ଆମକୁ ଜଣାନ୍ତୁ । ଆପଣଙ୍କ ଠାରୁ ଶୁଣିବା ଆଶା କରୁଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୁତାଣୁର ରାସାଯନିକ ନିୟନ୍ତ୍ରଣ ସମ୍ଭବ ନାହି ।

ଏହାର କାରଣ କଣ

ଏହି ଭୂତାଣୁ ପ୍ରାୟତଃ ସୋଲାନାସିଆସ ଫସଲ ଯଥା ବାଇଗଣ , ଆଳୁ , ଧୂଆଁପତ୍ର ,ଲଙ୍କା ଓ ବିଭିନ୍ନ ଘାସକୁ ସଂକ୍ରମଣ କରେ । ସଂକ୍ରମିତ ଗଛ ସହ ପ୍ରତ୍ୟେକ୍ଷ ସ୍ପର୍ଶ, କିମ୍ବା ଭୂତାଣୁ ଥିବା ଯନ୍ତ୍ରପାତି , କ୍ଷତି କାରକ ଚାଷ ପଦ୍ଧତି କିମ୍ବା ଝିଣ୍ଟିକା ( ମେଲାନୋପ୍ଲସ ଡିଫେରେନ୍ସିଆଳିଶ କିମ୍ବା ତେତିଗୋନିଆ ବିରିଡିସିମା ) ଯୋଗୁଁ ଏହି ଭୂତାଣୁ ପରିବାହିତ ହୁଏ । 16 ରୁ 22 ଡିଗ୍ରୀ C ମଧ୍ୟରେ ଏହି ଲକ୍ଷଣ ବିକଶିତ ହୁଏ । ଉଚ୍ଚ ତାପମାତ୍ରାରେ , ଲକ୍ଷଣ , ବେଳେବେଳେ , ଦବିରହିଥାଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଭୂତାଣୁ ମୁକ୍ତ ବିହନ ବ୍ୟବହାର କରନ୍ତୁ । PVX ପ୍ରତିରୋଧି ଆଳୁ କିସମ ଲଗାନ୍ତୁ । ଟମାଟୋ ଏବଂ ଆଳୁ ପାଖାପାଖି ଲଗାନ୍ତୁ ନାହି । ଫସଲ ନିରୀକ୍ଷଣ କରନ୍ତୁ ଓ ସଂକ୍ରମଣ ସନ୍ଦେହ ଥିବା ଗଛକୁ କାଢି ଦିଅନ୍ତୁ । ଯାନ୍ତ୍ରିକ ଉପଚାର ଜନିତ ଆଘାତ ଦିଅନ୍ତୁ ନାହି । ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ । ଯଦି ଗୋଟିଏ ଭୂତାଣୁ ପ୍ରବଣ ଫସଲ ପରେ ଆଉ ଗୋଟିଏ ଭୂତାଣୁ ପ୍ରବଣ ଫସଲରେ କାମ କରୁଛନ୍ତି , ପୋଷାକ ବଦଳାନ୍ତୁ ଓ ସାବୁନ ଏବଂ ପାଣି ଦ୍ଵାରା ଭଲଭାବରେ ଧୁଅନ୍ତୁ । ଉପକରଣ ଓ ଯନ୍ତ୍ରପାତି ବିଶୋଧନ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ