ଆପଣଙ୍କୁ ଭଲ ବ୍ରାଉଜିଙ୍ଗ ଅନୁଭୂତିଦେବା ପାଇଁ ଏହି ୱେବ୍ସାଇଟ କୁକି ବ୍ୟବହାର କରେ. Learn more.
ଆପଣଙ୍କୁ ଭଲ ବ୍ରାଉଜିଙ୍ଗ ଅନୁଭୂତିଦେବା ପାଇଁ ଏହି ୱେବ୍ସାଇଟ କୁକି ବ୍ୟବହାର କରେ. Learn more.
Nitrogen Deficiency
ପ୍ରଥମେ ପୁରୁଣା ପତ୍ରରେ ଯବକ୍ଷାରଜାନ ଅଭାବର ଲକ୍ଷଣ ଦେଖାଦେଇଥାଏ ଓ ପରେ ନୂଆ କଅଁଳ ପତ୍ର ରେ ଦେଖାଯାଏ. ଅଳ୍ପ ଅଭାବରେ, ପୁରୁଣା ପତ୍ର ଇସତ ସବୁଜ ରଙ୍ଗର ହୋଇଯାଇଥାଏ. ଯଦି ସଂଶୋଧନ କରା ନଯାଏ, କିଛି ସମୟ ପରେ ବ୍ୟାପକ ରଂଗାହୀନତା ସେହି ପାତ୍ରସବୁରେ ଦେଖାଦେଇଥାଏ ଯେଉଁଥିରେ ଇସତ ଲାଲ ରଙ୍ଗର ଡେମ୍ଫ ଓ ଶିରା ପ୍ରଶିରା ଦେଖାଯାଏ. ଡ଼େମ୍ଫର ବିଶ୍ଲେଷଣ କରି ଯବକ୍ଷାରଜାନ ଅଭାବ କେବେଠାରୁ ଆରମ୍ଭ ହେଇଚି ଜଣାପଡେ. ଅଭାବ ବଢି ବଢି ଚାଲିଲେ, ଏହି ପତ୍ର ସବୁ ଶେଷରେ ହଳଦିଆ ଧଳା ରଙ୍ଗର ହୋଇଥାଏ ଏବଂ କୁଞ୍ଚିତ କିମ୍ବା ବିକୃତ ଭାବେ ବଢିଥାଏ. କଅଁଳ ପତ୍ର ଇସତ ସବୁଜ ହିଁ ରହିଥାଏ କିନ୍ତୁ ଏହା ବହୁତ ଛୋଟ ଛୋଟ ହୋଇଯାଏ. ଗଛର ଶାଖା ପ୍ରଶାଖା କମ ହୋଇଯିବ ଯୋଗୁଁ ଏହା ବହୁତ ପତଳା ଦେଖାଯାଏ ଯଦିଓ ଗଛର ଉଚ୍ଚତା ଠିକ ଠାକ ଥାଏ. ଏହି ଗଛସବୁ ପାଣିର ଅଭାବଜନିତ ଚାପ ସହି ପାରନ୍ତି ନାହିଁ ଏବଂ ଝାଉଁଳି ଯିବା ସାଧାରଣ କଥା. ଅସମୟରେ ଗଛ ମରିଯାଏ କିମ୍ବା ପତ୍ର ଝଡ଼ିଯାଏ ଯାହାଦ୍ୱାରା ଉତ୍ପାଦନ ବହୁତ କମ ହୋଇଥାଏ. ଯବକ୍ଷାରଯୁକ୍ତ ସାର ପ୍ରୟୋଗ କିଛି ଦିନ ପରେ ଗଛ ଠିକ ଠାକ ହୋଇଯିବାର ଦେଖା ଯାଇଥାଏ.
ଗଛର ପରିପକ୍ୱନ ସମୟରେ ଅଧିକ ସ୍ତରର ଯବକ୍ଷାରଜାନ ର ଆବଶ୍ୟକତା ପଡିଥାଏ. ଅନୁକୂଳ ପାଣି ପାଗ ସମୟରେ ତୀବ୍ର ବୃଦ୍ଧି କରୁଥିବା ଫସଲ କୁ ଆବଶ୍ୟକ ଯବକ୍ଷାରଜାନ ଦେବା ମହତ୍ଵପୁର୍ଣ ଯାହା ସର୍ବାଧିକ ବୃଦ୍ଧି ଓ ଉତ୍ପାଦନ କ୍ଷମତା ପାଇବା ପାଇଁ ସାହାଯ୍ୟ କରିଥାଏ. ବାଲିଆ ମାଟି ଏବଂ ଉତ୍ତମ ନିଷ୍କାସନ ଥିବା ମାଟି ଯେଉଁଥିରେ ଜୈବିକ ପଦାର୍ଥ କମ ଥାଏ ଓ ଖାଦ୍ୟସାର ବୋହି ଯିବାର ସମ୍ଭାବନା ଅଧିକ ଥାଏ ରେ ଯବକ୍ଷାରଜାନ ର ଅଭାବ ଦେଖାଦେଇଥାଏ. ବାରମ୍ବାର ବର୍ଷା, ଅତ୍ୟଧିକ ଜଳସେଚନ ଯୋଗୁଁ ଯବକ୍ଷାରଜାନ ବୋହି ଯିବାର ସମ୍ଭାବନା ଥାଏ ଏବଂ ଏହା ଅଭାବ ଜନିତ ଲକ୍ଷଣ ଦେଖାଇଥାଏ. ମରୁଡି ଚାପ ଜଳ ଓ ଖାଦ୍ୟସାର ର ଅବଶୋଷଣ ରେ ବାଧା ଦେଇଥାଏ ଯାହା ଅସନ୍ତୁଳିତ ଖାଦ୍ୟସାର ଯୋଗାଇଥାଏ. ଶେଷରେ ଯବକ୍ଷାରଜାନ ର ଉପଲବ୍ଧତା ପାଇଁ ମାଟିର pH ର ମଧ୍ୟ ଭୂମିକା ରହିଛି. କମ ଓ ଅଧିକ pH ନକାରାତ୍ମକ ଭାବେ ଯବକ୍ଷାରଜାନ ଅବଶୋଷଣ ରେ ପ୍ରଭାବ ପକାଇଥାଏ.
ଜମିରେ ଅଧିକ ସ୍ତରରେ ଜୈବିକ ପଦାର୍ଥ ରହିଲେ ମାଟିର ସଂରଚନା ତଥା ଜଳ ଓ ଖାଦ୍ୟସାର ରକ୍ଷଣ କରିବା କ୍ଷମତା ଭଲ ହୋଇଥାଏ. ଗୋବର ଖତ, କମ୍ପୋଷ୍ଟ, ପଙ୍କ କିମ୍ବା ନେଟଲ ମିଶ୍ରଣ, ଗୁଆନୋ, ଶିଙ୍ଗ ଖାଦ୍ୟ ତଥା ନାଇଟ୍ରୋଲାଇମ ପ୍ରୟୋଗ କରାଯାଇ ମାଟିରେ ଜୈବୀକ ପଦାର୍ଥ ପରିମାଣ ବଢା ଯାଇପାରିବ. ନେଟଲ ମିଶ୍ରଣ କୁ ପତ୍ର ଉପରେ ସିଧାସଳଖ ସ୍ପ୍ରେ ମଧ୍ୟ କରାଯାଇପାରେ.
ୟୁରିଆ, ଆମୋନିଅମ କିମ୍ବା ନାଇଟ୍ରେଟ ସାର ପ୍ରୟୋଗ କରି ଯବକ୍ଷାରଯାନର ଅଭାବ କୁ ସଂଶୋଧନ କରାଯାଇପାରେ. ଯବକ୍ଷାରଯାନ ମୁଖ୍ୟତଃ ମୂଳ ସାର ହିସାବରେ ପ୍ରୟୋଗ କରାଯାଇଥାଏ ଯେଉଁଥିରେ ଫସଫରସ ଓ ପୋଟାସ ମଧ୍ୟ ଅନୁମୋଦିତ ଅନୁପାତରେ ଥାଏ (ଯାହାକୁ N-P-K ଆଧାରର ଅନୁପାତ କୁହାଯାଏ). ବିଭିନ୍ନ ସାର ବଜାରରେ ମିଳେ ଏବଂ ଭାଗ ଭାଗ କରି ଯବକ୍ଷାରଜାନ ପ୍ରୟୋଗ କରିବା ଦରକାର. ମାଟିର ପ୍ରକାର ଓ ଫସଲ ବୃଦ୍ଧି ସମୟ ଅନୁସାରେ ପ୍ରୟୋଗ କରିବା ପାଇଁ ସାର ର ପ୍ରକାର ନିର୍ଭର କରିଥାଏ.