ତମ୍ବାଖୁ ସମ୍ବାଳୁଆ - ଟମାଟ

ଟମାଟ

ତମ୍ବାଖୁ ସମ୍ବାଳୁଆ

Spodoptera litura


ସଂକ୍ଷେପରେ

  • ପତ୍ରକୁ ଲଗାତାର ଖାଇବା ଦ୍ୱାରା କ୍ଷତି ହୋଇଥାଏ.
  • ପତ୍ର ସବୁ ଝଡିଯାଏ.
  • ପ୍ରଜାପତି ଗୁଡିକର ଧୁସର-ବାଦାମୀ ଦେହ ସହ ଚିତ୍ର ବିଚିତ୍ର ପର ଥାଏ.
  • ପତ୍ର ଧାର ଉପରେ ଗୁଡାଏ ଅଣ୍ଡା ଦେଇ ଥାଆନ୍ତି.

ଲକ୍ଷଣ

ସାଙ୍ଗେ ସାଙ୍ଗେ ଫୁଟିଥିବା ଲାର୍ଭା ସାମୁହିକ ଭାବେ ପତ୍ର ରାମ୍ପି ଖାଇଥାନ୍ତି ଏବଂ ପୁରା ଗଛରେ ପ୍ରଭାବ ପକାଇଥାନ୍ତି. ବଡ ଲାର୍ଭା ସବୁ ବିସ୍ତାରିତ ହୋଇ ଯାନ୍ତି ଏବଂ ରାତିରେ ପତ୍ର ଖାଇଥାନ୍ତି. ଦିନ ରେ ଏମାନେ ସାଧାରଣତଃ ଗଛ ମୂଳ ପାକହରେ ମାଟିରେ ଛୁପି ରହିଥାନ୍ତି. ବାଲିଆ ମାଟିରେ ଲାର୍ଭା ଚିନାବାଦାମ ଖୋସା କିମ୍ବା ମୂଳ ପାଖକୁ ପହଞ୍ଚିପାରେ ଏବଂ କ୍ଷତି କରି ପାରେ. ଲାର୍ଭା ଦ୍ୱାରା ବ୍ୟାପକ ଭାବେ ପତ୍ର ଖାଇବା ଯୋଗୁଁ ଗଛରେ କେବଳ ଡାଙ୍ଗ ଆଉ ଶାଖା ରହିଯାଏ.

ଟ୍ରିଗର

ବୟସ୍କ ପ୍ରଜାପତି ର ଶରୀର ଧୂସରିତ ବାଦାମୀ ରଙ୍ଗ ଏବଂ ଏହାର ଆଗ ଡେଣା ରଙ୍ଗବେରଙ୍ଗ ହୋଇଥାଏ ଯାହାର ଧାରରେ ଧଳା ତରଙ୍ଗିତ ଚିହ୍ନ ଥାଏ. ପଛ ଡେଣା ପାରଦର୍ଶୀ ଧଳା ରଙ୍ଗର ହୋଇଥାଏ ଯାହାର ଧାର ଓ ଶିରରେ ବାଦାମୀ ରଙ୍ଗର ରେଖା ସବୁ ଥାଏ. ମାଇ ପୋକ ଶହ ଶହ ଅଣ୍ଡା ମେଂଚା ମେଂଚା କରି ପତ୍ରର ଉପରି ଭାଗରେ ଦେଇଥାଏ. ଏହି ଅଣ୍ଡା ସୁନେଲି ବାଦାମ ରଙ୍ଗର କାତି ରେ ଘୋଡାଇ ହୋଇଥାଏ. ଅଣ୍ଡା ଫୁଟିଲା ପରେ ଵାଲା ନଥିବା ଇସତ ସବୁଜ ରଙ୍ଗର ଲାର୍ଭା ଅତି ଶୀଘ୍ର ବିସ୍ତାରିତ ହୋଇ ସାମୁହିକ ଭାବେ ପତ୍ର ସବୁ ଖାଇଥାନ୍ତି. ବଡ ଲାର୍ଭା ଗାଢ଼ ସବୁଜ ରୁ ବାଦାମୀ ରଙ୍ଗ ହୋଇଥାନ୍ତି ଯାହାର ପାର୍ଶ୍ୱରେ କଳା ଚିହ୍ନ ଥାଏ. ଏମାନଙ୍କର ପେଟ ଉପରେ କିଛି ଦାଗ ନଥାଏ. ଏହି ଲାର୍ଭାର ଦୁଇ ପାଖରେ ହଳଦିଆ ରଙ୍ଗର ଦୁଇଟି ଲମ୍ବା ପଟ୍ଟି ଥାଏ ଯେଉଁଥିରେ ମଝିରେ ମଝିରେ ତିନିକୋଣିଆ କଲା ଚିହ୍ନ ଦେଖାଯାଏ. ନାରଙ୍ଗୀ ରଙ୍ଗର ପଟ୍ଟି ପିଠିରେ ଥାଏ ଯାହା ଦୁଇ ପାର୍ଶ୍ୱରେ ଥିବା କଳା ଚିହ୍ନ କୁ ଯୋଡ଼ିଥାଏ. ଲାର୍ଭା ରାତିରେ ପତ୍ର ଖାଇଥାଏ ଏବଂ ଦିନରେ ମାଟିରେ ଛୁପି ରହିଥାଏ. ଲାର୍ଭା ଏବଂ ବୟସ୍କ ପୋକ 15- 35°C ତାପମାନରେ ବଂଚିପାରନ୍ତି ଏବଂ ଉପଯୁକ୍ତ ତାପମାନ ହେଲା 25 °C. କମ ଆର୍ଦ୍ରତା ଏବେମ ଅଧିକ କିମ୍ୱା କାମ ତାପମାନ ପ୍ରଜନନ କ୍ଷମତା କୁ କମ କରିଥାଏ ଯାହାଫଳରେ ଜୀବନ ଚକ୍ର ର ସମୟ ବଢି ଯାଇଥାଏ.

ଜୈବିକ ନିୟନ୍ତ୍ରଣ

ପରଜୀବୀ ବିରୁଡି ଜାତୀୟ ପ୍ରଜାତି ଯଥା ଟ୍ରାଇକୋଗ୍ରାମା କାଇଲୋନିସ (Trichogramma Chilonis), ଟେଲିନୋମସ୍ ରେମସ୍ (Telenomus Remus) କିମ୍ବା ଆପାଣ୍ଟେଲସ୍ ଆଫ୍ରିକାନସ୍ (Apanteles Africanus) ଅଣ୍ଡା ଓ ଲାର୍ଭା ଖାଇଥାନ୍ତି. ଜୈବିକ କୀଟନାଶକ ନ୍ୟୁକ୍ଲିୟର୍ ପଲିହେଡ୍ରୋସିସ୍ ଭାଇରସ୍ (Nuclear Polyhedrosis Virus) (NPV) କିମ୍ବା ବ୍ୟାସିଲସ୍ ଥ୍ୟୁରଂଜେନେସିସ୍ (Bacillus Thuringiensis) (BT ) ମଧ୍ୟ ଭଲ କାମ କରିଥାଏ. ଅନ୍ୟ ବିକଳ୍ପ ମଧ୍ୟରେ ପୋକରେ ରୋଗ ସଂକ୍ରମଣ କରୁଥିବା କବକ ନୋମ୍ୟୁରେୟ ରାଇଲେୟ (Nomuraea Rileyi) and ସେରାଟିଆ ମାର୍ସିସେନ୍ସ (Serratia Marcescens) ମଧ୍ୟ ସ୍ପ୍ରେ କରାଯାଇପାରେ. ସନ୍ଧ୍ୟାରେ କୁଣ୍ଡା ଓ ଗୁଡର ମିଶ୍ରଣ ପ୍ରୟୋଗ କରି ପୋକ ସଂଗ୍ରହ କରାଯାଇପାରେ. ନିମ ତେଲ ଏବଂ କରଞ୍ଜ (Pongamia Glabra) ମଞ୍ଜି ର ତେଲ ବ୍ୟବହାର କଲେ ଚିନାବାଦାମ ରେ ଭଲ ଭାବେ ସ୍ପୋଡୋପ୍ଟେରା ଲିଟ୍ୟୁରା (Spodoptera Litura) ର ଲାର୍ଭା ନିୟନ୍ତ୍ରଣ ହୋଇଥାଏ. ଅଣ୍ଡା ନିୟନ୍ତ୍ରଣ ପାଇଁ ଆଯ଼ାଡାଇରାକ୍ଟିନ୍ (Azadirachtin) 1500 ppm @ 5ml/l କିମ୍ବା NSKE 5% ପ୍ରୟୋଗ କରା ଯାଇପାରେ ଯାହା ଦ୍ୱାରା ଅଣ୍ଡା ଫୁଟି ପାରି ନଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. କୀଟନାଶକ ର ବ୍ୟାପକ ପ୍ରୟୋଗ ଦ୍ୱାର ପୋକର ପ୍ରତିରୋଧ କ୍ଷମତା ବଢ଼ାଇ ଥାଏ. ଯୁବା ଲାର୍ଭା କୁ ନିୟନ୍ତ୍ରଣ କରିବା ପାଇଁ କ୍ଲୋରୋପାଇରିଫୋସ୍ (Chlorpyrifos) (2.5 ml/l), ଏମାମେକ୍ଟିନ୍ (Emamectin) (0.5 g/l), ଫ୍ଲୁବେନଡାୟାମାଇଡ୍ (Flubendiamide) (0.5ml/l), କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole) (0.3 ml/l), ଇଣ୍ଡୋକ୍ସାକାର୍ବ (Indoxacarb) and ବାଇଫେନଥ୍ରୀନ୍ (Bifenthrin) ବ୍ୟବହାର କରାଯାଇପାରେ. ବିଷାକ୍ତ ଖାଦ୍ୟ ମିଶ୍ରଣ ଦେଇ ବଡ଼ ଲାର୍ଭା କକୁ ନିୟନ୍ତ୍ରଣ କରାଯାଇପରେ. ଉଦାହରଣ ସ୍ୱରୂପ 5କିଗ୍ରା କୁଣ୍ଡା + 1/2 କିଗ୍ରା ଗୁଡ + 500 ମିଲି କ୍ଲୋରୋପାଇରିଫୋସ୍ (Chlorpyrifos).

ସୁରକ୍ଷାତ୍ମକ ଉପାୟ

  • ବଜ଼ାରରେ ମିଳୁଥିବା ସହନଶୀଳ କିସମର ବିହନ ଲଗାନ୍ତୁ.
  • ଶୀଘ୍ର ଫସଲ ଲଗାନ୍ତୁ ଯାହା ଫଳରେ ସର୍ବାଧିକ ପୋକସଂଖ୍ୟାରୁ ବଂଚି ପାରିବେ.
  • ସିଜନ ମଝିରେ ମରୁଡ଼ିରୁ ବଞ୍ଚିବା ପାଇଁ ନିୟମିତ ଭାବେ ଜଳସେଚନ କରନ୍ତୁ.
  • ଟ୍ରାପ ଫସଲ ଯଥା ସୂର୍ଯ୍ୟମୁଖୀ, ସାରୁ ଏବଂ ଜଡ଼ା କପା ଫସଲ ମଝିରେ ତଥା ଚାରିପଟେ ଲଗାନ୍ତୁ.
  • ପୋକଙ୍କୁ ଦୁରେଇ ରଖୁଥିବା ଗଛ ଯେମିତିକି ତୁଳସୀ ଲଗାନ୍ତୁ.
  • ଫସଲ ମାଂଝିରେ ବିଭିନ୍ନ ଜାଗାରେ ପକ୍ଷୀ ମାନଙ୍କ ପାଇଁ ଖୁଣ୍ଟ ଲଗାନ୍ତୁ.
  • ପ୍ରଜାପତି କୁ ଆକର୍ଷଣ କରିବା ପାଇଁ ଆଲୋକ କିମ୍ବା ଫେରୋମୋନ ଟ୍ରାପ ବ୍ୟବହାର କରନ୍ତୁ.
  • ଜମିରେ ପୋକର ଅଣ୍ଡା, ଲାର୍ଭା ଏବଂ କ୍ଷୟକ୍ଷତି ନିରୀକ୍ଷଣ କରନ୍ତୁ.
  • ଅଣ୍ଡା ଏବଂ ଲାର୍ଭା ମୁଖ୍ୟ ଫସଲ ଏବଂ ଟ୍ରାପ ଫସଲରୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ.
  • ବିହନ ବୁଣିବାର 15-20 ଦିନରେ ଅନାବନା ଘାସ ସଫା କରନ୍ତୁ.
  • ଅନ୍ତଃ ଫସଲ କାମ କଲା ବେଳେ ଗଛର ଯତ୍ନ ନିଅନ୍ତୁ ଯେପରିକି ଗଛ ସବୁ କ୍ଷତବିକ୍ଷତ ନ ହୁଅନ୍ତି.
  • କୃଷି ଯନ୍ତ୍ର ଏବଂ ଉପକରଣ ସବୁ ସଫା ରଖନ୍ତୁ.
  • ଗଭୀର ଚାଷ କରନ୍ତୁ ଯାହା ଫଳରେ ପ୍ରାକୃତିକ ଶିକାରୀ ସ୍ପୋଡୋପ୍ଟେରା (Spodoptera) ର ପ୍ୟୁପା କୁ ଖାଇପାରିବେ ଏବଂ ପାଣିପାଗ ଜନିତ କାରଣ ଯୋଗୁଁ ପ୍ୟୁପା ନଷ୍ଟ ହୋଇଯିବେ.