ଜଳ ଅଭାବ - ଅନ୍ୟ

ଅନ୍ୟ

ଜଳ ଅଭାବ

Water Deficiency


ସଂକ୍ଷେପରେ

  • ଜଳ ଅଭାବ ଯୋଗୁଁ ପତ୍ର, କାଣ୍ଡ ଏବଂ ମୂଳ ଛୋଟ ଛୋଟ ହୋଇଥାଏ.
  • ଯଦି ଠିକ ଭାବରେ ଜଳାଭାବ କୁ ପୁରଣ କରାଯାଏ ନାହିଁ ତେବେ ପତ୍ର ହଳଦିଆ ହୋଇ ଝାଉଁଳି ପଡେ ଏବଂ ଝଡିପଡ଼େ.
  • ଗଛର ଉପରି ଭାଗର ପତ୍ର ମରି ଯିବା ଏବଂ ଗଛ ମରିଯିବା ଜଳାଭାବ ର ଅନ୍ୟ ସଂକେତ.

ଲକ୍ଷଣ

ମରୁଡ଼ି ବା ଜଳର ଅଭାବ ଗଛର ଜୈବ ରସାୟନ ପ୍ରକ୍ରିୟା ରେ ବ।ଧ। ସୃଷ୍ଟି କରେ ବେଶେଷତଃ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ. ଯଦି ଲମ୍ବା ସମୟ ପାଇଁ ଜଳକଷ୍ଟ ରହେ ତାହାଲେ ଗଛ ର ପତ୍ର ଛୋଟ ହୋଇଯାଏ, କାଣ୍ଡ ଛୋଟ ହୋଇଯାଏ ଏବଂ ସଙ୍କୁଚିତ ମୂଳ ହୋଇଥାଏ. ଏହାଦ୍ୱାରା ଜଳ ଶୋଷଣ ପୁଣି କମି ଯାଏ, ଏଵଂ ନିୟନ୍ତ୍ରଣ କରାନଗଲେ ପତ୍ର ହଳଦିଆ ହୋଇ ଝାଉଁଳି ପଡେ ଏବଂ ଝଡିପଡ଼େ. ଫଳ ଗୁଡିକ କୁରୁପ ହୋଇଯାଏ ଏବଂ ବଢିବା ବନ୍ଦ ହୋଇଯାଏ. ଗଛଗୁଡିକର ଅବସରବାଦୀ ରୋଗ ଅଣୁ ଏବଂ କୀଟ ମାନଙ୍କ ପ୍ରତି ସହନଶକ୍ତି କମ ହୋଇଯାଏ. ବଢୁଥିବା ଅଗ ଏବଂ ପ୍ରଖର ପତ୍ର ଝଡା ଯୋଗୁଁ ଗଛ ମରିଯାଏ. ଗଛ ବଢିବା ଏବଂ ଫଳ ଫଳିବା ବହୁତ କମିଯାଏ. ଲୁଣା ଚଡକ ର ଲକ୍ଷଣ ସହିତ ସମାନତା ଥିବାରୁ ଦୁଇଟି ଯାକ ସମସ୍ୟା ଦରକାର ପାଣି ବ୍ୟବହାର କରି ସମାଧାନ କରିହେବ.

ଟ୍ରିଗର

ମରୁଡ଼ି ଏବଂ ଲୁଣା ଚଡକ ର ଲକ୍ଷଣ ଗୁଡ଼ିକ ସମାନ. ଶୁଷ୍କ ଏବଂ ଅଳ୍ପ ଶୁଷ୍କ ସ୍ଥାନ ମାନଙ୍କ ର ଫସଲ ଗୁଡିକୁ ଏହି କାରଣ ଯୋଗୁଁ ବହୁତ କ୍ଷତି ପହଞ୍ଚି ଥାଏ. ଲୁଣା ଅଂଶ ଯେମିତିକି NaCl ବା ଖାଇବା ଲୁଣ ର ପାଣି ଅଟକାଇବା ଗୁଣ ଯୋଗୁଁ ଗଛ ର ଜଳ ଶୋଷଣ କ୍ଷମତା କମିଯାଏ. ଜଳ ମିଳିବା କମିଯିବାରୁ ପତ୍ର ର ପବନ ଶୋଷଣ ମଧ୍ୟ କମିଯାଏ. ମରୁଡି ଯୋଗୁଁ ଗଛର ସମସ୍ୟା ପାଇଁ ଗରମ, ଜୋରରେ ପବନ ହେଉଥିବା ପାଗ, କମ ପାଣି ର ଉପଲବ୍ଧତା ଏବଂ ମାଟିର କଠିନତା ବୃଦ୍ଧି ହୋଇଥାଏ ଯାହାକି ମୂଳ ବୃଦ୍ଧି କୁ କମ କରିଥାଏ. ବିଭିନ୍ନ ଗଛଗୁଡିକ ର ମରୁଡ଼ି ଏବଂ ଲୁଣା ପାଇଁ ସହନଶୀଳତା ଭିନ୍ନ ଭିନ୍ନ ହୋଇଥାଏ. ଉଦାହରଣ ସ୍ୱରୂପଏହି ଅବସ୍ଥା କୁ ସହିବା ପାଇଁ କେତେକ ଗଛରେ ଗଭୀର ମୂଳ ରଚନା ଏବଂ ରୂପାନ୍ତରିତ ପତ୍ର ହୋଇଥାଏ.

ଜୈବିକ ନିୟନ୍ତ୍ରଣ

ଗଛର ଆବଶ୍ୟକତା ଅନୁସାରେ ପାଣିଦିଅନ୍ତୁ ଏବଂ ଦେଉଥିବା ପାଣି ର ଲୁଣା ଅଂଶ ପରୀକ୍ଷା କରନ୍ତୁ. ସବୁଠୁ ଭଲ ଉପାୟ ମଧ୍ୟରେ ସୋକର ହୋଜ (soaker hoses) ଏବଂ ଠିବକ ପଦ୍ଧତି ରେ ଜଳସେଚନ କରିବା. ଏହାଦ୍ୱାରା ମୂଳ ପାଖରେ ଅଳ୍ପ ଅଳ୍ପ ପାଣି ଝରାଉଥାଏ ଓ ଉତ୍ତମ ବିତରଣ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ କୁ ମଧ୍ୟ ଧ୍ୟାନ ଦେବା ଦରକାର. ଗଛର ଆବଶ୍ୟକତା ଅନୁସାରେ ପାଣି ଦିଅନ୍ତୁ, ଜଳସେଚନ ସହ ସାର ପ୍ରୟୋଗ କୁ ସମନ୍ବିତ କରି ଭଲ ଭାବରେ ପାଣି ଏବଂ ଖାଦ୍ୟସାର ପାଇବା ବଢ଼ାଇ, ଗଛର ଅମଳ ବଢାଯାଇପାରିବ.

ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିବା ମରୁଡି ସହନ ଶୀଳ କିସମର ବିହନ ଲଗାନ୍ତୁ.
  • ଜୈବିକ କିମ୍ବା ପ୍ଲାଷ୍ଟିକ ମଲଚ ବ୍ୟବହାର କରି ଜମିକୁ ଘୋଡାଇ ରଖନ୍ତୁ ଯାହାଦ୍ଵାରା ମାତୀର ଜଳୀୟ ଅଂଶ ରକ୍ଷା କରାଯାଇପାରିବ.
  • ପ୍ରତିକୁଳ ପରିବେଶ ରେ ଏବଂ ଗଛର ତ୍ୱରିତ ବଢିବା ସମୟରେ ନିୟମିତ ପାଣି ଦିଅନ୍ତୁ.
  • ମରୁଡ଼ି ଆରମ୍ଭ ରେ ସାର ବ୍ୟବହାର କୁ ବର୍ଜନ କରନ୍ତୁ.
  • ଯଦି ସମ୍ଭବ ହୁଏ ତାହାଲେ ଆବଶ୍ୟକ ଜଳସେଚନ ବ୍ୟବସ୍ଥା କରନ୍ତୁ ଯାହାଦ୍ୱାରା ଭଲ ଭାବରେ ପାଣି ମିଳିପାରିବ.
  • ସକାଳୁ ସକାଳୁ ଟାଣ ଖରା ହେବା ଆଗରୁ ଜଳସେଚନ କରନ୍ତୁ ଯଦ୍ୱାରା ବାଷ୍ପିକରଣ କମ ହେବ.