ଅନ୍ୟ

ସେପ୍ଟୋରିଆ ପତ୍ର ଚିହ୍ନ

Septoria lycopersici

ଫିମ୍ପି

5 mins to read

ସଂକ୍ଷେପରେ

  • ପୁରୁଣା ପତ୍ରର ତଳପଟେ ଗାଢ ବାଦାମି ଧାର ସହିତ ଛୋଟ ଧୂସର ଗୋଲାକାର ଚିହ୍ନ ଥାଏ । ଏମାନଙ୍କର କେନ୍ଦ୍ରରେ କଳା ବିନ୍ଦୁ ଥାଏ । ପତ୍ର ସାମାନ୍ୟ ହଳଦିଆରେ ପରିଣତ ହୁଏ , ଝାଊଂଳେ ଓ ଝଡିଯାଏ । କାଣ୍ଡ ଓ ଫୁଲ ମଧ୍ୟ ପ୍ରଭାବିତ ହୁଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଗଛର ପୁରୁଣା ଅଂଶରୁ ନୂଆ ଅଂଶ , ତଳୁ ଉପର ଆଡକୁ ଲକ୍ଷଣ ବିସ୍ତାର କରେ ।ଗାଢ ବାଦାମି ଧାର ସହିତ ଛୋଟ ପାଣିଭିଜା ଧୂସର ଗୋଲାକାର ଚିହ୍ନ ପୁରୁଣା ପତ୍ରର ତଳପଟେ ଥାଏ ।ରୋଗର ବିଳମ୍ବ ଅବସ୍ଥାରେ ଚିହ୍ନ ଗୁଡିକ ବଡ ହୁଅନ୍ତି ଓ ପରସ୍ପର ସହିତ ମିଶନ୍ତି , ଏବଂ ଏହାର କେନ୍ଦ୍ରରେ କଳା ବିନ୍ଦୁ ଥାଏ । ଏହିପରି ଲକ୍ଷଣ କାଣ୍ଡ , ଫୁଲ ଓ ବେଳେବେଳେ ଫଳରେ ଦେଖାଯାଏ । ବହୁଳ ଭାବରେ ସଂକ୍ରମିତ ପତ୍ର ସାମାନ୍ୟ ହଳଦିଆ ରଙ୍ଗରେ ପରିଣତ ହୁଏ , ଝାଊଂଳେ ଓ ଝଡିଯାଏ । ଏହି ପତ୍ରଝଡା ସୌର ଦଗ୍ଧ ( sunscalding ) ସୃଷ୍ଟି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ବୋର୍ଡକ୍ସ ମିଶ୍ରଣ , କପର ହାଇଡ୍ରୋକ୍ସାଇଡ , କପର ସଲ୍ଫେଟ କିମ୍ବା କପର ଅକ୍ସିକ୍ଲୋରାଇଡ ସଲ୍ଫେଟ ଭଳି ତମ୍ବା ଥିବା କବକନାଶୀ ଏହି ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିପାରେ । ବିଳମ୍ବ ଋତୁ ପର୍ଯ୍ୟନ୍ତ 7 ରୁ 10 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ ।କବକନାଶୀ ନାମପଟି ( label )ରେ ଦିଆଯାଇଥିବା ଅମଳ କଟକଣା ମାନନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମାନେବ, ମାଙ୍କୋଜେବ, କ୍ଳୋରୋଥାଲୋନୀଲ ଥିବା କବକନାଶୀ ଏହି ସେପ୍ଟୋରିଆ ପତ୍ର ଚିହ୍ନ ରୋଗ ଫଳପ୍ରସୂ ଭାବରେ ନିୟନ୍ତ୍ରଣ କରିପାରେ । ଏହି ଋତୁ ସାରା , ମୁଖ୍ୟତଃ ଫୁଲ ଓ ଫଳ ଧରିବା ସମୟରେ 7 ରୁ 10 ଦିନ ଅନ୍ତରରେ ଏହା ପ୍ରୟୋଗ କରନ୍ତୁ । କବକନାଶୀ ନାମପଟି ( label )ରେ ଦିଆଯାଇଥିବା ଅମଳ କଟକଣା ମାନନ୍ତୁ ।

ଏହାର କାରଣ କଣ

ସେପ୍ଟୋରିଆ ଲାଇକୋପର୍ସିସୀ କବକ ଯୋଗୁଁ ପୁଥିବୀ ସାରା ଏହି ସେପ୍ଟୋରିଆ ପତ୍ର ଚିହ୍ନ ରୋଗ ହୁଏ । ଏହି କବକ କେବଳ ଆଳୁ ଓ ଟମାଟୋର ପରିବାରର ଗଛକୁ ସଂକ୍ରମିତ କରେ । 15 ରୁ 27 ଡିଗ୍ରୀ C ରେ ଏହି କବକର ବୃଦ୍ଧି ହୁଏ ଓ ଅତି ଉତ୍ତମ ବୃଦ୍ଧି 25 ଡିଗ୍ରୀ C ରେ ହୁଏ। ଉପରେ ଥିବା ଜଳ , ବର୍ଷା ଛିଟ ତୋଳାଳୀର ହାତ ଓ ପୋଷାକ , ବିଟଲ ବା ଭୃଙ୍ଗ ଏବଂ ଚାଷ ଉପକରଣ ଦ୍ଵାରା ରେଣୁ ବିସ୍ତାର କରେ । ଏହି ଫସଲ ପରେ ଏହି କବକ ମାଟିରେ କିମ୍ବା ଅବଶେଷରେ ସୋଲାନାସିଆସ ଘାସରେ ସୁପ୍ତ ଅବସ୍ଥାରେ ରହେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରାମାଣିକ ରୋଗମୁକ୍ତ ବିହନ ଆଣନ୍ତୁ । ପ୍ରତିରୋଧି କିସମ ଲଗାନ୍ତୁ । ମାଟିରୁ ଜୀବାଣୁ ସଂକ୍ରମଣ ଦୂରେଇବା ପାଇଁ ଜୈବିକ କିମ୍ବା ପ୍ଲାଷ୍ଟିକ ଛାଦିକରଣ କରନ୍ତୁ । ସଂକ୍ରମିତ ପତ୍ର କାଢିନିଅନ୍ତୁ ଓ ନଷ୍ଟ କରନ୍ତୁ । ବାୟୁ ଚଳାଚଳ ଉନ୍ନତି କରାନ୍ତୁ ଓ ଢିରା ଦେଇ ଗଛ ସିଧା ରଖନ୍ତୁ । ସୁନିଶ୍ଚିତ କରନ୍ତୁ ଯେ ଉତ୍ପାଦନ ଅଞ୍ଚଳ ରୋଗ ପ୍ରବଣ ଘାସ ମୁକ୍ତ ଅଛି । ସିଞ୍ଚନ ଜଳସେଚନ କିମ୍ବା ମୁଣ୍ଡ ଉପର ଜଳସେଚନ ବ୍ୟବହାର କରନ୍ତୁ ନାହି । ଜମିରେ କାମ କରିବା ପରେ ଉପକରଣ ଓ ଯନ୍ତ୍ରପାତି ସଫା ରଖନ୍ତୁ । ଅମଳ ପରେ ଗଛ ଅବଶେଷକୁ ଗଭୀର ମାଟିରେ ପୋତନ୍ତୁ । ବିକଳ୍ପ ଭାବରେ , ସେମାନଙ୍କୁ କାଢନ୍ତୁ ଓ ନଷ୍ଟ କରନ୍ତୁ । ପୋଷକ ନଥିବା ଗଛ ସହ କିଛି ବର୍ଷ ପାଇଁ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ