ତମାଖୁ

କାକୁଡି ରେ ଭଅଁର ପୋକ

Diabrotica spp.

ପୋକ

5 mins to read

ସଂକ୍ଷେପରେ

  • ମୂଳ ଓ କାଣ୍ଡରେ ଖାଇବା ଯୋଗୁଁ କ୍ଷତ ହୋଇଥାଏ.
  • କାଣ୍ଡର ଦୁର୍ବଳ ହୋଇଥାଏ ଯାହା ଫଳରେ ଗଛ ନଇଁ ପଡେ.
  • ହଳଦିଆ-ସବୁଜ ରଙ୍ଗର ଭଅଁର ପୋକ ଦେଖା ଯାଇ ଥାଏ ଯାହାର ପିଠିରେ ହୁଏତ କଳା ପଟ୍ଟୀ କିମ୍ବା ଦାଗ ଦେଖା ଯାଏ.

ମଧ୍ୟ ଦେଖା ଯାଇପାରେ

16 ଫସଲ ଗୁଡିକ

ତମାଖୁ

ଲକ୍ଷଣ

ବୟସ୍କ ଭଅଁର ପୋକ ମୁଖ୍ୟତଃ ପତ୍ର ସମୂହ ଓ ଫୁଲ ଖାଇଥାନ୍ତି ଯାହାଫଳରେ ପରାଗଣ ଏବଂ ଫଳ/ଦାନା ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ. ଲାର୍ଭା ମୂଳର ବାଳ, ମୂଳ ଓ କାଣ୍ଡ ଖାଇଥାନ୍ତି ଯାହା ଗଛର ମାଟିରୁ ଜଳ ଓ ଖାଦ୍ୟସାର ଶୋଷଣ କ୍ଷମତାକୁ କମ କରିଦେଇଥାଏ. ମୂଳର ଅଗକୁ ଗଛର ଆଧାର ଯାଏଁ ଖାଇ ଥାନ୍ତି ଯଦ୍ୱାରା ଗଛର ବାଦାମୀ ଏବଂ ସୁଡ଼ଙ୍ଗ ହେଲା ପରି ଦେଖାଯାଏ. ମରୁଡି ଓ ଖାଦ୍ୟସାର ଅଭାବ ଜନିତ ଲକ୍ଷଣ ପରି ଏହି ପୋକର ଖାଇବା ଲକ୍ଷଣ ଦେଖାଦେଇଥାଏ. ପରେ ପରେ, ଗଛର ବିକାଶ ବେଳେ କାଣ୍ଡ ଦୁର୍ବଳ ହୋଇଯାଏ ଯାହା ଦ୍ୱାରା ଗଛ ନଇଁ ପଡେ. ଏଥିପାଇଁ ଫସଲ ଅମଳ କଷ୍ଟକର ହୋଇଥାଏ. ଲାର୍ଭା ଦ୍ୱାରା କ୍ଷତ ଅନ୍ୟ ଅବସରଵାଦୀ ବର୍ଣହୀନତା ଜୀବାଣୁ ମାନଙ୍କୁ ସହାୟକ ହୋଇଥାଏ. କେତେକ ଜାତିର ଡାଇଆବ୍ରୋଟିକେ ମକା ମଟଲ ଭୁତାଣୁ ତଥା ଝାଉଁଳା କରୁଥିବା ବ୍ୟାକ୍ଟେରିଆ ର ବାହକ ଅଟନ୍ତି. ଏହା ଦ୍ୱାରା ଉତ୍ପାଦନ ର ଅଧିକ ହ୍ରାସ ଘଟିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ବହୁତ ପ୍ରଜାତିର ସୂତ୍ରଜୀବ, ପରାଭକ୍ଷୀ ପୋକ ଏବଂ ପରଜୀବୀ ମାଛି ଓ ବିରୁଡି ପ୍ରୟୋଗ କରି ଏହି ଭଅଁର ପୋକ ସଂଖ୍ୟା ନିୟନ୍ତ୍ରଣ କରି ହେବ. ଉଦାହରଣ ସ୍ୱରୂପ ଯେତେବେଳେ ଭଅଁର ପୋକ ସଂଖ୍ୟା କମ ଥାଏ ସେତେବେଳେ ଟକିନୀଡ଼ ମାଛି ସେଲାଟୋରିଆ ଡାଇଆବ୍ରୋଟିକେ କୁ ଫସଲରେ ଛାଡି ପୋକ ସଂଖ୍ୟା ନିୟନ୍ତ୍ରଣ କର ଯାଇପାରେ. ବିଉଭେରିଆ ବ୍ୟାସିଆନା ଏବଂ ମେଟାରିଃଯ଼ିୟମ୍ ଏନିସୋପ୍ଲିଏ ନାମକ କବକ ଗୁଡିକ ମଧ୍ୟ ଡାଇଆବ୍ରୋଟିକେ ର କିଛି ପ୍ରଜାତିକୁ ଆକ୍ରମଣ କରିଥାନ୍ତି.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ସାଧାରଣତଃ କୀଟନାଶକ ପ୍ରୟୋଗ କରି ଏହି ଭଅଁର ପୋକ ସଂଖ୍ୟା ନିୟନ୍ତ୍ରଣ କରା ଯାଇଥାଏ. ଅତ୍ୟଧୀକ ଭଅଁର ପୋକ ଥିଲେ ଏସେଟାମିପ୍ରିଡ୍ କିମ୍ବା ଫେଣ୍ଡ୍ରୋପାଥରିନ୍ ର ଫର୍ମୁଲା ପ୍ରୟୋଗ କରି ପୋକ ସଂଖ୍ୟା ନିୟନ୍ତ୍ରଣ କରା ଯାଇ ପାରେ. କିନ୍ତୁ ପର୍ଯ୍ୟାବରଣ କୁ ଧ୍ୟାନ ଦେବା ଦରକାର. ଜମିରେ ପାଇରାଥ୍ରଇଡ ରାସାୟନ ପ୍ରୟୋଗ କରି ପୋକ ନିୟନ୍ତ୍ରଣ ମଧ୍ୟ କରା ଯାଇ ପାରେ.

ଏହାର କାରଣ କଣ

ଡାଇଆବ୍ରୋଟିକେ ଜାତିର ପୋକ ବିଭିନ୍ନ ପ୍ରକାର ମହତ୍ୱପୂର୍ଣ୍ଣ ଫସଲରେ ଆକ୍ରମଣ କରିଥାନ୍ତି. ଏହି ଫସଲ ମଧ୍ୟରେ ମକା ଓ ସାଧାରଣ ବିନ ମଧ୍ୟ ସାମିଲ. କାକୁଡି ଭଅଁର ପୋକ ଗୁଡିକ ସାଧାରଣତଃ ହଳଦିଆ ସବୁଜ ରଙ୍ଗର ଏବଂ ଦୁଇଟି ଗ୍ରୁପ ରେ ବିଭକ୍ତ କରାଯାଇପାରେ. ପ୍ରଥମ ଗ୍ରୁପ ର ପୋକରେ ତିନୋଟି କଳା ପଟ୍ଟି ପିଠିରେ ଥାଏ କିନ୍ତୁ ଦ୍ଵିତୀୟ ଗ୍ରୁପରେ ବାରଟି କଳା ଚିହ୍ନ ଥାଏ. ବୟସ୍କ ଭଅଁର ପୋକ ଶୀତଋତୁରେ ଆଖପାଖ ପରିବେଶରେ ନିଷ୍କ୍ରିୟ ଭାବେ ବଞ୍ଚିପାରେ ଓ ବସନ୍ତ ଋତୁର ମଧ୍ୟ ଭାଗରେ ସକ୍ରିୟ ହୋଇଥାଏ ଯେତେବେଳେ ତାପମାନ ବଢିବା ଆରମ୍ଭ ହୋଇଥାଏ. ମାଈ ପୋକ ଗଛ ପାଖରେ ଥିବ ଜମିର ଫାଟ ରେ ଅଣ୍ଡା ଗୁଚ୍ଛ ଗୁଚ୍ଛ ଭାବେ ଅଣ୍ଡା ଦେଇଥାଏ. ଲାର୍ଭା ପ୍ରଥମେ ମୂଳ ଖାଇଥାଏ ଓ ପରେ କାଣ୍ଡ ମଧ୍ୟ ଖାଇଥାଏ. ବୟସ୍କ ପୋକ ପତ୍ର, ପରାଗରେଣୁ ଓ ଫୁଲ ଖାଇଥାଏ. ଅଣ୍ଡାରୁ ବୟସ୍କ ହେବ ପାଇଁ ପୋକଙ୍କୁ ପ୍ରାୟ ଏକ ମାସ ଲାଗେ ଯାହା ପରିବେଶ ଉପରେ ନିର୍ଭର କରେ. ଯେତେବେଳେ ତାପମାନ ବଢି ବଢି ଚାଲେ ବିକାଶର ସମୟ ବଢିଥାଏ. କାକୁଡି ଭଅଁର ପୋକ ପାଇଁ ଓଦା ଜାଗା ଯେଉଁଥିରେ ଭଲ ପାଣି ମିଳେ ଅନୁକୂଳ ପରିବେଶ ଯୋଗାଇଥାଏ. ଗରମ ପାଗ ଏହି ପୋକ ପାଇଁ ଭଲ ନୁହଁ.


ସୁରକ୍ଷାତ୍ମକ ଉପାୟ

  • ଡେରିରେ ଗଛ ଲଗାଇଲେ ଫସଲରେ ସର୍ବାଧିକ କ୍ଷତି ରୁ ବଞ୍ଚି ହେଇ ପାରିବ.
  • ଅନ୍ୟ ଗଛ ଯଥା ତରଭୁଜ, କଖାରୁ ଏବଂ ବିନ ର ପାଖରେ ନିଜର କାକୁଡି ଫସଲ ଲଗାନ୍ତୁ ନାହିଁ.
  • ମଲଚ ବ୍ୟବହାର କରି ମାଟିକୁ ଘୋଡାଇ ରଖନ୍ତୁ ଯଦ୍ୱାରା ଭଅଁର ପୋକ ର ଜୀବନ ଚକ୍ରରେ ବାଧା ସୃଷ୍ଟି କରି ହେବ.
  • କାଓଲିନ ମାଟି ର ଏକ ସୁରକ୍ଷା ପରସ୍ତ ଦେଲେ ଭଅଁର ପୋକ ମାନଙ୍କୁ ଦୁରେଇ ହେବ.
  • ଜାଲ ବ୍ୟବହାର କରି ପୋକ ନିରୀକ୍ଷଣ କରନ୍ତୁ ଓ ପୋକ ସମୂହ ଭାବେ ଧରନ୍ତୁ.
  • ଅମଳ ପରେ ଫସଲ ଅବଶେଷକୁ କାଢି ନିଅନ୍ତୁ ଓ ଜଳେଇ ଦିଅନ୍ତୁ.
  • ଯେଉଁ ଫସଲରେ ଏହି ପୋକ ସଂକ୍ରମଣ ହୁଏ ନାହିଁ ତାହା ସହ ଫସଲ ଚକ୍ର ଅବଲମ୍ବନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ