ଆଳୁ

ଆଳୁ ଏସ ଭୂତାଣୁ

PVS

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ବିକୃତ ଓ ବ୍ରୋଞ୍ଜ ରଙ୍ଗର ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ପୋଷକ ଗଛ, ପାରିପାର୍ଶ୍ଵିକ ପରିସ୍ଥିତି ଭଳି କେତେକ କାରକ ଅନୁସାରେ ଭୁତାଣୁର ଲକ୍ଷଣର ବଦଳେ । ଅଧିକାଂଶ କିସମରେ , ଭୂତାଣୁ ସଂକ୍ରମଣ ଲକ୍ଷଣହୀନ ହୁଏ । କିଛି କିସମ ଯେତେବେଳେ ବୃଦ୍ଧିର ସହଳ ଅବସ୍ଥାରେ ସଂକ୍ରମିତ ହୁଅନ୍ତି ପତ୍ର ଉପରେ ଶିରାର ସାମାନ୍ୟ ଗାଢ ହେବା , ଖଦଡ ପତ୍ର , ଅଧିକ ମୁକ୍ତ ବୃଦ୍ଧି , ମାଛ ଭଳି ଚିତ୍ରିତ , ବ୍ରୋଞ୍ଜ ରଙ୍ଗ କିମ୍ବା ଛୋଟ ବିଗଳିତ ( କଳା ) ଚିହ୍ନ ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜଉପୋକର କିଛି ପରଭକ୍ଷୀ ଅଛନ୍ତି ଏବଂ ଏମାନଙ୍କୁ ଉତାମ ଚାଷ ପଦ୍ଧତି ସାହାଯ୍ୟରେ ଉତ୍ସାହିତ କରାଯାଇପାରିବ। ପତ୍ର ଉପରେ ପାଣି ଓ କିଛି ବୁନ୍ଦା ଡିଟରଜେନ୍ଟର ଏକ ମୃଦୁ ଦ୍ରବଣର ସିଞ୍ଚନ ଜଉ ପୋକ ଦୂର କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦିଓ , ଏହ ଇ ଭୂତାଣୁ ସିଧାସଳଖ ରାସାୟନିକ ଭାବେ ନିୟନ୍ତ୍ରଣ କରାଯାଇପାରିବ ନାହି , ଏମାନଙ୍କ ବାହକ , ମୁଖ୍ୟତଃ ଜଉପୋକ କିଛି ପରିମାଣରେ ନିୟନ୍ତ୍ରଣ କରି ପାରିବା । ଜଉପୋକ ଓ ସେମାନଙ୍କ ସମ୍ଭାବ୍ୟ ନିୟନ୍ତ୍ରଣ ଗୁଡିକ ଜାଣନ୍ତୁ । ଜଉପୋକ ପାଇଁ କାବକାନଶୀ ଆମର ତାଲିକାରେ ଅଛି।

ଏହାର କାରଣ କଣ

ଆଳୁ ଏସ ଭୂତାଣୁ ( ଯାହାକି carlavirus ) ଯୋଗୁଁ ଏହି କ୍ଷତି ହୁଏ । ଏହା ସାଧାରଣତଃ ଜଉପୋକ ଦ୍ଵାରା ଅସ୍ଥାୟୀ ଭାବେ ପରିବାହିତ ହୁଏ । ଏହା ମଧ୍ୟ ଜନ୍ତ୍ର ଓ ଉପକରଣ ଦ୍ଵାରା ବିସ୍ତାର ହୁଏ ଏବଂ ଜମିରେ ଚାଲିଲା ବେଳେ ଗଛକୁ ଆଘାତ ଦିଏ । ଏହା ପରିବହନ ପାଇଁ ଜଉପୋକ ସବୁଠାରୁ ନିପୁଣ ମାଧ୍ୟମ ଅଟେ । ଗଛ ଋତୁର ବିଳମ୍ବ ସମୟରେ ପିଭିଏସ ପ୍ରତି ପ୍ରତିରୋଧି ହୁଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ପ୍ରାମାଣିକ ପ୍ରତିରୋଧି କିସମ ବ୍ୟବହାର ସୁନିଶ୍ଚିତ କରନ୍ତୁ । ତଳିଘେରା ବାହକ କୀଟ ମୁକ୍ତ ରଖନ୍ତୁ । ଜମି ଭିତରେ ଉପକରଣ ଦ୍ଵାରା ବିସ୍ତାର ବନ୍ଦ କରିବା ପାଇଁ ଉତ୍ତମ ପରିଚ୍ଛନ୍ନତା ରଖନ୍ତୁ । ସଂକ୍ରମିତ ଗଛ ଓ ଅନ୍ୟ ପୋଷକ ଗଛ ( ଘାସ ) କାଢନ୍ତୁ ଓ ନଷ୍ଟ କରନ୍ତୁ । ସନ୍ଦେହ ଲାଗୁଥିବା ଆଳୁ ସାମଗ୍ରୀ ଅନ୍ୟ କ୍ଷେତକୁ ନିଅନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ