ସିମଳା ଏବଂ ଲଙ୍କା

କ୍ୟାଲସିଅମ ଅଭାବ

Calcium Deficiency

ଅଭାବ

5 mins to read

ସଂକ୍ଷେପରେ

  • ପତ୍ରର ବିଭିନ୍ନ ଜାଗାରେ ସବୁଜହୀନତା ର ଚିହ୍ନ ଦେଖାଯାଏ.
  • କଅଁଳ ପତ୍ର ସବୁ ମଳିନ ଓ କୁଞ୍ଚିତ ହୋଇଥାଏ.
  • କାଣ୍ଡ ଭଲ ଭାବେ ବିକଶିତ ହୋଇ ପାରେ ନାହିଁ.
  • ଗଛ ଝାଉଁଳି ଯାଏ.
  • ଗଛ ଭଲ ଭାବେ ବିକଶିତ ହୋଇ ନଥାଏ.

ମଧ୍ୟ ଦେଖା ଯାଇପାରେ

57 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
କଦଳୀ
More

ସିମଳା ଏବଂ ଲଙ୍କା

ଲକ୍ଷଣ

କ୍ୟାଲସିଅମ ଅଭାବ ବହୁତ ବିରଳ ଏବଂ ମୁଖ୍ୟତଃ ମରୁଡି ସମୟରେ ବାଲିଆ ମାଟିରେ ଦେଖା ଦେଇଥାଏ. ଏହାର ଲକ୍ଷଣ ପ୍ରାରମ୍ଭିକ ଭାବେ ଶୀଘ୍ର ବଢୁଥିବା କାଣ୍ଡ ଏବଂ ପତ୍ର ପରି କୋଷରେ ଦେଖାଦେଇଥାଏ. କଅଁଳ କାଣ୍ଡ ପୁରା ବିକଶିତ ହୋଇ ପାରି ନଥାଏ ଏବଂ କିଛି ଦିନ ପରେ ପତ୍ର ସଂଖ୍ୟା କମ ହୋଇଯାଏ. ପ୍ରଥମେ ନୂଆ କିମ୍ବା ମଝିରେ ଥିବା ପତ୍ର ଧାରରେ ବିଭିନ୍ନ ଜାଗାରେ ବିଛେଇ ହୋଇଥିବା ସବୁଜ ହୀନତା ଦାଗ ଦେଖାଯାଏ. ଯଦି କ୍ୟାଲସିଅମ ଅବହବ କୁ ଦୂର କର ନଯାଏ ସେ ପତ୍ର ସବୁ ତଳ ଆଡକୁ ବା ଉପର ଆଡକୁ କୁଞ୍ଚିତ ହୋଇଯାଏ ଏବଂ ଧାର ସଢି ଯାଇ ଶୁଖି ପଡି ଗଲା ପରି ଦେଖାଯାଏ. ପୁରୁଣା ପତ୍ର ସବୁ ର ସାଧାରଣତଃ କିଛି ହୋଇନଥାଏ. ଏହାର ମୂଳ ଭଲ ଭାବେ ବିକଶିତ ହୋଇ ପାରେ ନାହିଁ ଏବଂ ଗଛ ଝାଉଁଳି ଯାଇ ପାରେ. ଏହାଦ୍ୱାରା ଗଛର ବୃଦ୍ଧି ବି କାମ ହୋଇଥାଏ. ଅତ୍ୟଧିକ କ୍ୟାଲସିଅମ ଅଭାବରେ ଫୁଲ ଝଡି ପାରେ ଏବଂ ନୂଆ ପତ୍ର ବଢିବା ସମୟରେ ଜଳିଯାଏ କିମ୍ବା ମରିଯାଏ. ଫଳ ଛୋଟ ତଥା ଖରାପ ଗୁଣାତ୍ମକ ର ହୋଇଥାଏ. କାକୁଡି, ଲଙ୍କା ଏବଂ ଟମାଟ ରେ ଫଳ ଉପରେ ସଢ଼ି ଯାଏ. ମଞ୍ଜିର ଅଙ୍କୁରଣ କ୍ଷମତା ବି କମିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଛୋଟ ଚାଷୀ ଏବଂ ମାଳି ମାନେ ଅଣ୍ଡା ଖୋଳପାକୁ ଭଲ ଭାବେ ଗୁଣ୍ଡ କରି ଭିନେଗାର ସହ ମିଶାଇ ପ୍ରୟୋଗ କରି ପାରିବେ. ନହେଲେ କ୍ୟାଲସିଅମରେ ଭରପୁର ପଦାର୍ଥ ଯଥା ଶୈବାଳ ଯୁକ୍ତ ଚୁନପଥର, ବାସାଲଟ ଗୁଣ୍ଡ, ଡୋଲୋମାଇଟ, ଜିପସମ ଏବଂ ଚୂନର ମିଶ୍ରଣ ପ୍ରୟୋଗ କରିପାରିବେ. ମାଟିର ଜଳ ଧାରଣ ଶକ୍ତି ବଢାଇବା ପାଇଁ ଜୈବିକ ପଦାର୍ଥ ଯଥା ଖତ ଓ କମ୍ପୋଷ୍ଟ ପ୍ରୟୋଗ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ଚୂନ (କ୍ୟାଲସିୟମ୍ କାର୍ବୋନେଟ୍), ଜିପସମ (କ୍ୟାଲସିୟମ୍ ସଲଫେଟ୍) କିମ୍ବା କ୍ୟାଲସିଅମ ଥିବା ତରଳ ସାର ପ୍ରୟୋଗ କଲେ ଫସଲକୁ କ୍ୟାଲସିଅମ ମିଳିଥାଏ. ଡୋଲୋମାଇଟ କିମ୍ବା ଅଧିକ କ୍ୟାଲସିଅମ ଥିବା ଚୂନ ପ୍ରୟୋଗ କଲେ ଜମିରେ pH ସଂଶୋଧନ କର ଯାଇପାରେ ଓ ଫସଲକୁ କ୍ୟାଲସିଅମ ଦିଆ ଯାଇପାରେ. ଫସଲ ଲଗାଇବାର 2-4 ମାସ ପୂର୍ବରୁ ଚୁନରା ପ୍ରୟୋଗ କରିବା ଦରକାର. ଭଲ କ୍ୟାଲସିଅମ ଶୋଷଣ ପାଇଁ ଜମିରେ ଆବଶ୍ୟକ ଜଳୀୟ ମାତ୍ରା ରହିବା ଦରକାର. ଯଦି pH ଠିକ ଥାଏ, ଜିପସମ ପ୍ରୟୋଗ କରିବା ପରାମର୍ଶନୀୟ ଅଟେ. ଫସଲରେ ଥିବା କ୍ୟାଲସିଅମ ଅଭାବକୁ କ୍ୟାଲସିୟମ୍ ନାଇଟ୍ରେଟ୍ ର ମିଶ୍ରଣ ସ୍ପ୍ରେ କଲେ ଲକ୍ଷଣ କମ ହୋଇଥାଏ. କିନ୍ତୁ ସ୍ପ୍ରେ ସମ୍ପୂର୍ଣ ଭାବରେ ପ୍ରଭାବୀ ନୁହଁ କାରଣ ହେଉଛି ଗଛ ଟିସୁ ମଧ୍ୟରେ କ୍ୟାଲସିଅମର ମନ୍ଥର ଗତି. କ୍ୟାଲସିୟମ୍ କ୍ଲୋରାଇଡ୍ ପ୍ରୟୋଗ କଲାବେଳେ ସତର୍କ ରହିବ ଦରକାର କାରଣ ଏହା 30°C ରୁ ଅଧିକ ତାପମାନରେ ପତ୍ର ପୋଡି ଦେଇପାରେ. କ୍ୟାଲସିଅମ ସ୍ପ୍ରେ ଉଚିତ ଜଳସେଚନ ଏବଂ ଖାଦ୍ୟସାର ନିୟୋଜନ ର ବିକଳ୍ପ ନୁହଁ.

ଏହାର କାରଣ କଣ

ଜମିରେ କ୍ୟାଲସିଅମ ଥାଇପାରେ କିନ୍ତୁ ଏହି ଉପାଦାନ ଗଛକୁ କେତେ ମିଳିଥାଏ ତାହା ଉପରେ ନିର୍ଭର କରି ଏହାର ଅଭାବର ଲକ୍ଷଣ ଦେଖାଦେଇଥାଏ. କ୍ୟାଲସିଅମ ଗଛ ମଧ୍ୟରେ ଚଳ ପ୍ରଚଳ କରି ପାରି ନଥାଏ ଓ ଏହାର ଉପାଦାନ ଗଛକୁ କେତେ ମିଳିଥାଏ ଏଥି ପାଇଁ ଗଛ କେତେ ପାଣି ଟାଣିଥାଏ ତାହା ଉପରେ ନିର୍ଭର କରେ. ଏଥିପାଇଁ ନୂଆ ପତ୍ରରେ ଏହାର ଲକ୍ଷଣ ଦେଖା ଦେବା ଆରମ୍ଭ ହୋଇଥାଏ. ଭାରି ମାଟି ତଥା ଜଳସେଚିତ ଜମି ରେ କ୍ୟାଲସିଅମ ଭଲ ଭାବେ ମିଶି ଥାଏ ଏବଂ ଗଛ ଭିତରକୁ ଯାଇଥାଏ. କିନ୍ତୁ, ବାଲିଆ ମାଟି ଯେଉଁଥିରେ ଖରାପ ଜଳ ରକ୍ଷଣ ଶକ୍ତି ଥାଏ, ସେଥିରେ ଶୀଘ୍ର ମରୁଡି ହୋଇଥାଏ ଏବଂ କ୍ୟାଲସିଅମ ଗଛକୁ କମ ମିଳିଥାଏ. ଜଳସେଚନ ମଧ୍ୟରେ ବହୁତ ଅନ୍ତର ହେଲେ ମାଟି ଶୁଖିଯାଏ ଏବଂ କ୍ୟାଲସିଅମ ଅଭାବର ଲକ୍ଷଣ ଦେଖାଦେଇଥାଏ. ମାଟିରେ କମ pH, ଅଧିକ କ୍ଷାର କିମ୍ବା ଅଧିକ ଏମୋନିଅମ ଥିଲେ ମଧ୍ୟ ସମସ୍ୟା ହୋଇଥାଏ. ଅଧିକ ଆର୍ଦ୍ରତା କିମ୍ବା ଜମିରେ ଅତ୍ୟଧିକ ଜଳ ସେଚନ ମଧ୍ୟ କିଛି ପରିମାଣରେ କ୍ୟାଲସିଅମ ପରିବହନ କୁ ବାଧା ଦେଇଥାଏ. ସାଧାରଣତଃ pH ର ସ୍ତର 7.0 ରୁ 8.5 ଉତ୍ତମ କ୍ୟାଲସିଅମ ଅବଶୋଷଣ ପାଇଁ ଅନୁକୂଳ.


ସୁରକ୍ଷାତ୍ମକ ଉପାୟ

  • ଜମିରୁ କ୍ୟାଲସିଅମ ଟାଣିପାରୁଥବା କିସମର ବିହନ ବାଛି ଲଗାନ୍ତୁ.
  • ଅନୂକୁଳ ସ୍ତରକୁ ଆଣିବାକୁ ଦରକାର ହେଲେ ମାଟି ପରୀକ୍ଷା କରି pH ସ୍ତର ଏବଂ ଚୂନର ମାତ୍ରା ଦେଖନ୍ତୁ ଏବଂ ସଠିକ ଜମିର ଚୟନ କରନ୍ତୁ.
  • ଏମୋନିଅମ ଥିବା ସାର ବ୍ୟବହାର କମ୍ କରନ୍ତୁ କାରଣ ଜମି କ୍ୟାଲସିଅମ ଆବଶ୍ୟକ ପରିମାଣରେ ଗ୍ରହଣ କରି ପାରି ନଥାଏ.
  • ଫଳର ବିକାଶ ହେଲା ସମୟରେ ଯବକ୍ଷାରଜାନ ସାର ଦ୍ୱାରା ଉର୍ବରୀକରଣ କରନ୍ତୁ ନାହିଁ.
  • ଜମିରେ ଫସଲ ପାଖରେ କାମ କଲା ବେଳେ ଗଛର ମୂଳ ଯେମିତି ନଷ୍ଟ ନହୁଏ ଧ୍ୟାନ ଦିଅନ୍ତୁ.
  • ନିୟମିତ ଭାବେ ଜଳସେଚନ କରନ୍ତୁ, କିଣୁ ଅତ୍ୟଧିକ ନୁହଁ.
  • ସବୁଜ ମଲଚ (କୁଟା, ସଢା କାଠଗୁଣ୍ଡ) କିମ୍ବା ପ୍ଲାଷ୍ଟିକ ମଲଚ ବ୍ୟବହାର କଲେ ଜମିରେ ଜଳୀୟ ଅଂଶ ବଜାୟ ରଖି ହେବ.
  • ନିୟମିତ ଭାବେ ଜମି ନିରୀକ୍ଷଣ କରନ୍ତୁ ଏବଂ ସଂକ୍ରମିତ ଫଳ ସବୁ ବାହାର କରି ଦିଅନ୍ତୁ.
  • ଜୈବିକ ପଦାର୍ଥ ଯଥା ଖତ, କମ୍ପୋଷ୍ଟ କିମ୍ବା ଜୈବିକ ମଲଚ ଜମିରେ ପ୍ରୟୋଗ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ