ହେଲିକୋଭେର୍ପା ସଁବାଳୁଆ - ଭେଣ୍ଡି

ଭେଣ୍ଡି

ହେଲିକୋଭେର୍ପା ସଁବାଳୁଆ

Helicoverpa armigera


ସଂକ୍ଷେପରେ

  • ହେଲିକୋଭେର୍ପା ସଁବାଳୁଆ ଫୁଲ, ଫଳ, ବକରା ଏବଂ କେତେକାଂଶରେ ପତ୍ର ଖାଇ ସେଥିରେ କଣା ସୃଷ୍ଟି କରିଥାଏ ଏବଂ ମଳତ୍ୟାଗ ମଧ୍ୟ କରିଥାଏ.
  • ମଞ୍ଜି ସବୁ ପୁରା ଖାଇ ନଷ୍ଟ କରି ଦେଇପାରନ୍ତି.
  • ଅନ୍ୟ ଜୀବାଣୁ ଆକ୍ରମଣ ଦ୍ୱାରା ମଧ୍ୟ ଗଛର ଟିସୁ ଏବଂ ଫଳ ପଚି ଯାଏ.

ଲକ୍ଷଣ

ମେଞ୍ଚା ମେଞ୍ଚା ଧଳା ରୁ ବାଦାମି ରଙ୍ଗର ଅଣ୍ଡା ଗଛର ଉପର ଭାଗରେ ଥିବା ଫୁଲଫଳ ଏବଂ କଅଁଳ ପତ୍ରରେ ଦେଖାଯାଆନ୍ତି. ଲାର୍ଭା ଯେକୌଣସି ଗଛ ଟିସୁକୁ ଖାଇବା ଦେଖାଦେଇଥଏ, କିନ୍ତୁ ଅଧିକାଂଶ ସମୟରେ ଫୁଲ, ଫଳ, ବକରା ଉପରେ ଆକ୍ରମଣ କରିଥାଏ. ଯୁବା ସଁବାଳୁଆ ପତ୍ର, ବଢୁଥିବା ଅଂଶ କିମ୍ବା ଫୁଲ ଫଳ କୁ ରାମ୍ପିଥାଏ ଏବଂ ଏହାଦ୍ୱାରା ଅଧିକ କ୍ଷତି ହୋଇ ନଥାଏ. କିନ୍ତୁ ବୟସ୍କ ସଂବାଳୁଆ ଫୁଲ ଫଳରେ କଣା କରି ଭିତରୁ ଖାଇଥାଏ. ଏହାଦ୍ୱାରା ମଞ୍ଜି ନଷ୍ଟ ହୋଇଯାଏ ଏବଂ ଏହାର ଗୁଣାତ୍ମକ ମୂଲ୍ୟ କମ ହୋଇଯାଇଥାଏ ଯଦ୍ୱାରା ବଜ଼ାର ପାଇଁ ଅନୁପଯୁକ୍ତ ହୁଏ. ଏହି କଣା ରେ ପୋକ ଛାଡିଥିବା ମଳ ଥାଏ. ଏହି ସବୁ ଆଘାତ ଜାଗାରେ ଅନ୍ୟ ଜୀବାଣୁ ଆକ୍ରମଣ କରନ୍ତି ଯାହା ଫଳରେ ଏହା ପଚିଯାଏ. ଏଚ୍.ଆର୍ମିଗେରା (H. armigera) କୃଷି ପାଇଁ ଏକ ଅତ୍ୟନ୍ତ ଅନିଷ୍ଟକାରୀ ପୋକ ଅଟେ.

ଟ୍ରିଗର

ବିଭିନ୍ନ ଫସଲରେ ଦେଖାଯାଉଥିବା ଏକ ସାଧାରଣ ଅନିଷ୍ଟକାରୀ ପୋକ ହେଲିକୋଭର୍ପା ଆର୍ମିଗେରା (Helicoverpa Armigera) ପ୍ରଜାତିର ସଂବାଳୁଆ ଦ୍ୱାରା କ୍ଷତି ହୋଇଥାଏ. ଏହାର ପ୍ରଜାପତି ଇସତ ବାଦାମୀ ରଙ୍ଗର ଥାଏ. ଏହାର ଡେଣା 3-4 ସେଣ୍ଟିମିଟର ଓସାରିଆ ଥାଏ. ସେମାନଙ୍କର ସାଧାରଣତଃ ହଳଦିଆରୁ ନାରଙ୍ଗୀ କିମ୍ବା ବାଦାମୀ ରଙ୍ଗର ଆଗ ଡେଣା ରେ ଗାଢ଼ ରଙ୍ଗର ଚିହ୍ନ ଥାଏ. ପଛ ଡେଣା ଧଳା ଏବଂ ଏଥିରେ ଗାଢ଼ ଶିରା ଥାଏ. ଏହାର ପଛ ଧାରରେ ଲମ୍ବାଳିଆ ଚିହ୍ନ ଥାଏ. ମାଇଁ ପ୍ରଜାପତି ଗୋଲାକାର ଧଳା ରଙ୍ଗର ଅଣ୍ଡା ଗୋଟିକିଆ କିମ୍ବା ଅଧିକ ସଂଖ୍ୟାରେ ଫୁଲ କିମ୍ବା ଗଛର ଉପର ଭାଗରେ ଥିବା ପତ୍ରରେ ଦେଇଥାଏ. ସଁବାଳୁଆର ରଙ୍ଗ ଅଲିଭ ସବୁଜ ରୁ ଗାଢ଼ ଲାଲ ବାଦାମୀ ବୟସାନୁସାରେ ହୋଇଥାଏ. ଏହାର ଶରୀର ରେ ଛୋଟ କଳା ରଙ୍ଗର ଚିହ୍ନ ଥାଏ ଏବଂ ଏମାନଙ୍କର ମୁଣ୍ଡ ଗାଢ଼ ରଙ୍ଗର ହୋଇ ଥାଏ. ପରବର୍ତୀ ସମୟରେ ଏମାନଙ୍କର ପିଠି ଓ ଦୁଇ ପାଖରେ ଲାଇନ ତଥା ପଟ୍ଟୀ ସୃଷ୍ଟି ହୋଇଥାଏ. ଯେତେବେଳେ ବୟସ୍କ ହୋଇଯାନ୍ତି ସଁବାଳୁଆ ମାଟି ଭିତରେ ପ୍ୟୁପା ହୋଇ ରହିଥାଏ. ଏମାନଙ୍କର ସଂଖ୍ୟ ସାଧାରଣତଃ ଫୁଲଫଳ ଧରିବା ସମୟରେ ସର୍ବାଧିକ ହୋଇଥାଏ ଏବଂ ଏହାଦ୍ୱାରା ଉତ୍ପାଦକତା ରେ ଭୀଷଣ କ୍ଷତି ହୋଇଥାଏ.

ଜୈବିକ ନିୟନ୍ତ୍ରଣ

ଫୁଲ ଆରମ୍ଭ ସମୟରେ ଅଣ୍ଡାର ନିୟନ୍ତ୍ରଣ ପାଇଁ ଟ୍ରାଇକୋଗ୍ରାମା ପ୍ରଜାତିର ବିରୁଡି (T. Chilonis or T. Brasiliensis) ର ପ୍ରୟୋଗ କରାଯାଇପାରେ. ମାଇକ୍ରୋପ୍ଲାଇଟିସ୍ (Microplitis), ହେଟେରୋପେଲ୍ମା (Heteropelma) ଓ ନେଟେଲିଆ (Netelia) ପ୍ରଜାତିର ବିରୁଡି ଲାର୍ଭାକୁ ସଂକ୍ରମିତ କରି ଦିଅନ୍ତି. ଶିକାରୀ ପୋକ (Big-Eyed Bug, Glossy Shield Bug ଏବଂ Spined Predatory Shield Bug), ପିମ୍ପୁଡି, ବୁଢିଆଣୀ, earwigs ଏବଂ ମାଛି କୁ ବଢିବାକୁ ଦିଅନ୍ତୁ କାରଣ ଏମାନେ ଲାର୍ଭାକୁ ଆକ୍ରମଣ କରନ୍ତି. ଲାର୍ଭା ନିୟନ୍ତ୍ରଣ କରିବା ପାଇଁ ଜୈବିକ କୀଟନାଶକ ଯଥା ସ୍ଟିନୋସାଡ଼ (Spinosad), NPV, ମେଟାରିଃଯ଼ିୟମ୍ ଆନିସୋପ୍ଲିଏ (Metarhizium Anisopliae), ବିୟୁଭେରିଆ ବ୍ୟାସିୟାନା (Beauveria Bassiana) କିମ୍ବା ବ୍ୟାସିଲସ୍ ଥୁରିଂଜିଏନସିସ୍ (Bacillus Thuringiensis) (BT) ପ୍ରୟୋଗ କରନ୍ତୁ. ଉଦ୍ଭିଦକ ପଦାର୍ଥ ଯଥା ନିମ ତେଲ, ନିମ ମଞ୍ଜି ରସ (NSKE 5%), ଲଙ୍କା କିମ୍ବା ରସୁଣ ମଧ୍ୟ କଢ ହେବା ସମୟରେ ପତ୍ର ସମୂହ ଉପରେ ସ୍ପ୍ରେ କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଏହି ପୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ କୀଟନାଶକ ବ୍ୟବହାର କରିବା ଦରକାର ଯାହା ଉପକାରୀ ପୋକ ମାନଙ୍କୁ ବାଧା ଦେବେ ନାହିଁ. ଅଣ୍ଡା ଓ ଲାର୍ଭା କୁ ନିରୀକ୍ଷଣ କରିବା ଅତ୍ୟନ୍ତ ଆବଶ୍ୟକ କାରଣ ସଂବାଳୁଆ କୀଟନାଶକ ପ୍ରତି ଶୀଘ୍ର ଶୀଘ୍ର ସହନଶୀଳ ହୋଇଯାନ୍ତି. କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole),କ୍ଲୋରୋପାଇରିଫୋସ୍ (Chlorpyrifos), ସାଇପରମେଥ୍ରିନ୍ (Cypermethrin), ଆଲ୍ଫା- ଓ ଯ଼େଲ୍ଟା-ସାଇପରମେଥ୍ରିନ୍ (Alpha- and Zeta-Cypermethrin), ଏମାମେକ୍ଟିନ୍ ବେନଯ଼ୋଏଟ୍ (Emamectin Benzoate), ଏସ୍ଫେନଭାଲେରେଟ୍ (Esfenvalerate), ଫ୍ଲୁବେନଡାଇଆମାଇଡ୍ (Flubendiamide), ମେଥୋମାଇଲ୍ (Methomyl) କିମ୍ବା ଇଣ୍ଡୋକ୍ସାକାର୍ବ (Indoxacarb) ଉପରେ ଆଧାରିତ ପ୍ରୟୋଗ (2.5 ମିଲି ପ୍ରତି ଲିଟର) କରା ଯାଇପାରେ. ପ୍ରଥମ ସ୍ପ୍ରେ ଫୁଲ ଆସିବା ସମୟରେ କରନ୍ତୁ ଏବଂ ପରେ 10-15 ଦିନ ଅନ୍ତରରେ ପୁଣି ସ୍ପ୍ରେ କରନ୍ତୁ. କମ ମୂଲ୍ୟର ଫସଲରେ ରାସାୟନିକ ନିୟନ୍ତ୍ରଣ ମହାଙ୍ଗା ପଡିପାରେ.

ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ ତାହାଲେ ପ୍ରତିରୋଧି ଏବଂ ସହନଶୀଳ କିସମର ବିହନ ଲଗାନ୍ତୁ.
  • ଶୀଘ୍ର ଗଛ ଲଗାଇଲେ ଏହି ପୋକର ଚରମ ଜନସଂଖ୍ୟାରୁ ବଂଚିତ ହୋଇପାରିବେ.
  • ଏହି ପୋକର ଜୀବନ ଚକ୍ର ରେ ବାଧା ସୃଷ୍ଟି କରାଇବା ପାଇଁ ଫସଲ ଚାରିପାଖରେ କିଛି ଜାଗା ଖାଲି ରଖନ୍ତୁ.
  • ପକ୍ଷୀ ବସିବା ପାଇଁ ଖୁଣ୍ଟ ଜମି ମଧ୍ୟରେ ପୋତିଲେ ସେମାନେ ସଂବାଳୁଆ ସବୁ ଖାଇ ନେବେ.
  • ଗେଂଡୁ ଫୁଲ ( Tacitus Erecta) ଗଛ ଜାଲ ଫସଲ ରୂପେ ପ୍ରତି 5-6 ଧାଡି ପରେ ବ୍ୟବହାର କରନ୍ତୁ.
  • ଆଲୋକ କିମ୍ବା ଫେରମୋନ ଜାଲ ବ୍ୟବହାର କରି ଏହାର ପ୍ରଜାପତି ଗୁଡିକୁ ଧରନ୍ତୁ.
  • ଭଲ ଜଳ ନିଷ୍କାସନ ର ବ୍ୟବସ୍ଥା କରି ଜଳସେଚନ କରନ୍ତୁ ଏବଂ ଜଳ ଅଭାବ ଜନିତ ଚାପରୁ ଦୂର ରଖନ୍ତୁ.
  • ପତ୍ର, ଫଳ, ବକରା ସବୁ ରେ ଅଣ୍ଡା ଥିବା ନିରୀକ୍ଷଣ କରନ୍ତୁ.
  • ଲାର୍ଭା ଏବଂ ଅଣ୍ଡା ଥିବା ପତ୍ର ସବୁ ହାତରେ ବାହାର କରି ଦିଅନ୍ତୁ.
  • ଜମିରେ ଏବଂ ଆଖ ପାଖରେ ଅନାବନା ଘାସ ସବୁ ବାହାର କରି ଦିଅନ୍ତୁ.
  • ଅମଳ ପରେ ଅବଶେଷ ଡାଳପତ୍ର ସବୁ ନଷ୍ଟ କରିଦିଅନ୍ତୁ.
  • ସଂକ୍ରମିତ ଗଛ ସବୁ ବାହାର କରିଦିଅନ୍ତୁ.
  • ଗଭୀର ଭାବେ ହଳ କଲେ ମାଟିରେ ଥିବା ପ୍ୟୁପା ବାହାରକୁ ଆସିଯିବ ଯାହାକୁ ପ୍ରାକୃତିକ ଶିକାରୀମାନେ ଖାଇଯିବେ ଏବଂ ଖରାରେ ବି ନଷ୍ଟ ହୋଇଯିବେ.
  • ଗୋଟିଏ ହିଁ ଫସଲ ବାରମ୍ବାର ଲଗାନ୍ତୁ ନାହିଁ.
  • ଉପକାରୀ ଫସଲ ସହ ଅନ୍ତଃ ଫସଲର ଚକ୍ରୀକରଣ କରନ୍ତୁ.