ଧଳା ମାଛି - ବିନ

ବିନ

ଧଳା ମାଛି

Aleyrodidae


ସଂକ୍ଷେପରେ

  • ପତ୍ର ଉପରେ ହଳଦିଆ ଦାଗ ସୃଷ୍ଟି ହୋଇଥାଏ.
  • ଗାଢ କଳା ରଂଗର ଗୁଣ୍ଡ ଭଳି ଢଳେଇ ସୃଷ୍ଟି ହେବା ଦେଖାଯାଏ.ପତ୍ର ବିକୃତ ହୋଇଯାଏ- ମୋଡି ହୋଇଯାଏ ଓ କପ୍ ଭଳି ହୋଇଯାଏ.
  • ବିକାଶ ଅବରୁଦ୍ଧ ହୋଇଯାଏ.
  • ଛୋଟ ଧଳାରୁ ହଳଦିଆ ପୋକ ଦେଖାଯାଏ.

ଲକ୍ଷଣ

ଖୋଲା ଜାଗା ଏବଂ ଗ୍ରୀନହାଉସ ରେ ବିଭିନ୍ନ ଫସଲ ପ୍ରଜାତିରେ ଧଳାମାଛି ଏକ ସାଧାରଣ ପୋକ ଅଟେ. ଉଭୟ ବୟସ୍କ ଏବଂ ଛୋଟ ମାଛି ଗଛର ରସ ଶୋଷଣ କରି ପତ୍ର, କାଣ୍ଡ ଏବଂ ଫଳ ମଧ୍ୟରେ ରସ ଛାଡି ଦିଅନ୍ତି. ଏହି ସଂକ୍ରମିତ କୋଷ ଗୁଡିକରେ ରଙ୍ଗହୀନ ଦାଗ ଏବଂ କଲା ପଚା ଦାଗ ସୃଷ୍ଟି ହୋଇଥାଏ. ଅତ୍ୟଧିକ ସଂକ୍ରମଣରେ ଏହି ଦାଗ ସବୁ ମିଶି ଶିରା ପାଖରେ ଥିବା ଜାଗା ଛାଡି ଦାଗ ଗୁଡିକ ପରସ୍ପର ସହ ମିଶି ପତ୍ର ସାରା ବ୍ୟାପି ଥାଏ. ପରବର୍ତୀ ସମୟରେ ଆକ୍ରାନ୍ତ ପତ୍ର ସବୁ ବିକୃତ ହୋଇଯାଆନ୍ତି. ଏହି ପତ୍ର ମୋଚା ମୋଚି ହୋଇ କପ ର ଆକାର ନେଇଥାଏ. କିଛି ଢାଲମାଛି ଭୁତାଣୁ ସଂକ୍ରମଣ କରିଥାନ୍ତି. ଉଦାହରଣ ହେଲା, ଟମାଟ ର ପତ୍ର ମୋଚା ଭୁତାଣୁ, କସଭା ର ଧୂସର ଦାଗ ଭୁତାଣୁ.

ଟ୍ରିଗର

ଧଳା ମାଛି 0.8 -1 ମିମି ଲମ୍ବା ଏବଂ ଏହାର ଶରୀର ଓ ଉଭୟ ଡେଣା ଧଳା ରୁ ହଳଦିଆ ମହମ ପରି ପାଉଡର ରସ ଦ୍ୱାରା ଆଚ୍ଛାଦିତ ଥାଏ. ପ୍ରାୟତଃ ପତ୍ରର ତଳ ପଟେ ଏହି ପୋକ ସବୁ ଦେଖାଯାଆନ୍ତି. କିଛି ବାଧା ସୃଷ୍ଟି ହେଲେ ବାହାରକୁ ବାହାରି ଉଡନ୍ତି ଯାହାକି ଏକ ମେଘ ପରି ଦେଖାଯାଏ. ଏହି ପୋକ ଗରମ ଏବଂ ଶୁଖିଲା ପାଗରେ ସେଥିପାଇଁ ଏମାନେ ସାଧାରଣତଃ ବାହାରେ ଥିବା ଫସଲ ପାଇଁ ସମସ୍ୟା ନୁହନ୍ତି. ଏହା ପତ୍ରର ତଳ ପଟେ ଅଣ୍ଡା ଦେଇଥାଏ. ଅଣ୍ଡାରୁ ଫୁଟିଥିବା ଛୁଆ ମାଛି ର ରଙ୍ଗ ହଳଦିଆ ରୁ ଧଳା କିମ୍ବା ଇଷତ୍ ସବୁଜ ରଙ୍ଗର ହୋଇଥାଏ ଏବଂ ଏହାର ଆକାର ଅଣ୍ଡାକୃତି ଓ ସମତଳ ହୋଇଥାଏ. ବୟସ୍କ ଧଳାମାଛି କୌଣସି ଗଛ ନଖାଇ କିଛି ଦିନରୁ ଅଧିକ ରହି ପରେ ନାହିଁ. ଏଥି ପାଇଁ ଘାସ ନିୟନ୍ତ୍ରଣ ଏକ ମୁଖ୍ୟ ପଦ୍ଧତି ଅଟେ ଯାହାଦ୍ୱାରା ଧଳା ମାଛି ସଂଖ୍ୟା କୁ କମ କରି ହେବ.

ଜୈବିକ ନିୟନ୍ତ୍ରଣ

ବିଭିନ୍ନ ପ୍ରଜାତି ର ଧଳା ମାଛି ଓ ଫସଲ ପାଇଁ ଭିନ୍ନ ଭିନ୍ନ ପ୍ରକାର ଜୈବିକ ପଦ୍ଧତି ନେବା ଆବଶ୍ୟକ. ପ୍ରାକୃତିକ କୀଟନାଶକ ଯଥା ମିଠା ଆପେଲ ତେଲ (Annona Squamosa), ପାଇରେଥ୍ରୀନ୍ (Pyrethrins), କୀଟନାଶକ ଗୁଣ ଥିବା ସାବୁନ, ନିମ ମଞ୍ଜି ରସ (ନଷକେ 5%), ନିମ (5 /ମିଲି ପ୍ରତି ଲିଟର ପାଣି) ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ. ପରଜୀବୀ ବିରୁଡି ଏଂକାର୍ସିୟା ଫୋର୍ମୋସା (Encarsia Formosa), ଇରେକଟ୍ମୋସେରସ୍ ଏରେମାଇକସ୍ (Eretmocerus Eremicus), ସାଧାରଣ ସବୁଜ ଲେଶଉଇଙ୍ଗ କ୍ରାଇସୋପର୍ଲା କାର୍ନେଆ (Chrysoperla Carnea) କିମ୍ବା ଗୋବରପୋକ ଡେଲ୍ଫାସ୍ଟସ୍ ଏସ୍ପିପି (Delphastus spp.) କୁ ମଧ୍ୟ ସୁପାରିଶ କରାଯାଇଥାଏ. ଅନ୍ୟ ପ୍ରାକୃତିକ ଶତ୍ରୁ ମଧ୍ୟରେ ଶିକାରୀ ମାଇଟ, ସୂତ୍ରଜୀବ, ସବୁଜ ଲେଶଉଇଙ୍ଗ, ଲେଡୀବାର୍ଡ, ଛୋଟ ଡାକୁ ପୋକ, ବଡ-ଆଖିଆ ପୋକ ଏବଂ ଡାମସେଲ୍ ପୋକ. ଧଳା ପୋକରେ ରୋଗ କରୁଥିବା କବକଗୁଡିକ ହେଲା ବିଏଉଭେରିଆ ବ୍ୟାସିଆନା (Beauveria Bassiana), ଆଇସାରିଆ ଫ୍ୟୁମୋସୋରୋସିଏ (Isaria Fumosorosea), ଭର୍ଟିସିଲିୟମ୍ ଲେକାନ୍ନି (Verticillium Lecanii) ଏବଂ ପେଇସିଲୋମାଇସେସ୍ ଫ୍ୟୁମୋସୋରୋସିଅସ୍ (Paecilomyces Fumosoroseus).

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଧଳା ମାଛି ଅତି ଶୀଘ୍ର ସମସ୍ତ କୀଟନାଶକ ପାଇଁ ପ୍ରତିରୋଧକ ଶକ୍ତି ବିକାଶ କରି ଥାଏ. ସେଥିପାଇଁ ବିଭିନ୍ନ କୀଟନାଶକ ଅଦଳ ବଦଳ କରି ପ୍ରୟୋଗ କରିବା ଦରକାର. ବାଇଫେନ୍ଥ୍ରିନ୍ (Bifenthrin), ବ୍ୟୁପ୍ରୋଫେଯ଼ିନ୍ (Buprofezin), ଫେନୋଯ଼ାଇକାର୍ବ (Fenoxycarb), ଆଯ଼ାଡାଇରାକ୍ଟିନ୍ (Azadirachtin), ଡେଲ୍ଟାମେଥ୍ରୀନ୍ (Deltamethrin), ଲାମ୍ବଡା-ସାଇହେଲୋଥ୍ରୀନ୍ (Lambda-Cyhalothrin), ସାଇପରମେଥ୍ରୀନ୍ (Cypermethrin), ପାଇରେଥ୍ରୋଏଡ୍ସ ପାଇମେଟ୍ରୋଯ଼ିନ୍ (Pyrethroids Pymetrozine) କିମ୍ବା ସ୍ପାଇରୋମେସିଫେନ୍ (Spiromesifen) କିମ୍ବା ଏମାନଙ୍କର ମିଶ୍ରଣ ପ୍ରୟୋଗ କଲେ ଧଳା ମାଛି ନିୟନ୍ତ୍ରଣ ହୋଇପାରେ. କିନ୍ତୁ ମାନେ ରଖନ୍ତୁ ଯେ ପ୍ରତିବନ୍ଧକ ଉପାୟ ଅବଲମ୍ବନ କଲେ ଧଳା ମାଛି ସଂଖ୍ୟା ବିପଦ ସଂକେତ ରୁ କମ କରି ହେବ.

ସୁରକ୍ଷାତ୍ମକ ଉପାୟ

  • ଅନ୍ତଃ ଫସଲ ଲଗାନ୍ତୁ, ରୋଗ ସହନଶୀଳ କିସମ ବିହନ ଲଗାନ୍ତୁ.
  • ଅନ୍ୟ ଫସଲ ଯାହା ମାଛିକୁ ଆକର୍ଷଣ ବା ଵିକର୍ଷଣ କରେ ଲଗାଇଲେ ମୂଳ ଫସଲରେ ସଂକ୍ରମଣ କମ ହେବ.
  • ଏହି ଫସଲ ଗୁଡିକ ହେଲା ନାସ୍ଟୁର୍ସିୟମ୍ସ (Nasturtiums), ଯିନ୍ନିୟାସ୍ (Zinnias), ହମିଂ ବର୍ଡ ଘାସ (Hummingbird Bush), ସପୁରୀ ଘାସ, ମହୁମାଛି ମଲମ (Bee Balm).
  • ପଡୋଶୀ ମାନଙ୍କ ସହ ପରାମର୍ଶ ନେଇ ଠିକ ସମୟରେ ଫସଲ ଲଗାନ୍ତୁ ଯେମିତିକି ବେଶୀ ଡେରି କିମ୍ବା ଅତି ଶୀଘ୍ର ନ ହୁଏ.
  • ଅଧିକ ସଂଖ୍ୟାରେ ଗଛ ଲଗାନ୍ତୁ.
  • ନୂଆ ଚାରା ରେ ଧଳା ମାଛି ର ସଂକେତ ଦେଖିବା ପାଇଁ ନୀରିକ୍ଷଣ କରନ୍ତୁ.
  • ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରିବା ସୁନିଶ୍ଚିତ କରନ୍ତୁ.
  • ବ୍ୟାପକ ପ୍ରଭାବୀ କୀଟନାଶକ ବ୍ୟବହାର କରନ୍ତୁ ନାହିଁ କାରଣ ତାହା ଉପକାରୀ କୀଟ କୁ ମଧ୍ୟ ନଷ୍ଟ କରି ଦେଇପାରେ.
  • ଅଣ୍ଡା ଏବଂ ଲାର୍ଭା ଦ୍ୱାରା ଆକ୍ରାନ୍ତ ପତ୍ର ଗୁଡିକୁ ବାହାର କରିଦିଅନ୍ତୁ.
  • ଦିନରେ ସଂକ୍ରମଣର ପ୍ରଥମ ସମୟରେ ଅଠାଳିଆ ଟ୍ରାପ ଜମିରେ ରଖି ବହୁ ସଂଖ୍ୟାରେ ମାଛି ଧରନ୍ତୁ.
  • ଅନାବନା ଘାସ ତଥା ଅନ୍ୟ ଗଛ ଯେଉଁଥିରେ ଏହି ମାଛି ରହନ୍ତି, ତାହା ନିୟନ୍ତ୍ରଣ କରନ୍ତୁ.
  • ଜମିରୁ ଗଛର ଅବଶେଷ ସବୁ ବାହାର କରି ନଷ୍ଟ କରିଦିଅନ୍ତୁ.
  • ଗରମ ଦିନରେ କିଛି ଦିନ ପାଇଁ ଜମି ଖାଲି ରଖନ୍ତୁ.
  • ଗ୍ରୀନହାଉସରେ ପ୍ଲାଷ୍ଟିକର ପତଳା ଘୋଡଣି ଯାହା UV ରଶ୍ମୀକୁ ଶୋଷି ନେଇଥାଏ ବ୍ୟବହାର କଲେ ସଂକ୍ରମଣ କମ ହୋଇପାରେ.