ଟମାଟ

ଗ୍ଲାଇଫୋସେଟ ଆଘାତ

Herbicide Shikimic acid pathway inhibitors

ଅନ୍ୟ

5 mins to read

ସଂକ୍ଷେପରେ

  • ରୁଗୁଡିଆ, ପାଣ୍ଡୁର ଏବଂ ତାପରେ ବିଗଳିତ ପତ୍ର ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ


ଟମାଟ

ଲକ୍ଷଣ

ସହଳ ଲକ୍ଷଣ ଭାବରେ ନୂଆ ପତ୍ରର ମୂଳରେ ଧବଳ/ହଳଦିଆ ବର୍ଣ୍ଣହୀନତା ଦେଖାଯାଏ। ପତ୍ର ବାଦାମି ଧାର ସହିତ ଯାଦୁରା ଓ ଛୋଟ ଦେଖାଯାଏ ଏବଂ ଉପର ଆଡକୁ କପ ଭଳି ହୋଇଥାଏ। ଫୁଲ ସଂଖ୍ୟା କମିଥାଏ, ଯାହା ଫଳରେ ଅମଳ କ୍ଷତି ହୋଇଥାଏ। ଫଳ ବିକୃତ ହୋଇଥାଏ ଏବଂ ଗାଢ ବାଦାମି ବର୍ଣ୍ଣ ସହିତ ଛୋଟ ହୋଇଥାଏ। ସାଂଘାତିକ କ୍ଷେତ୍ରରେ, ଗଛର ଅଗରେ ବିଗଳନ ଆରମ୍ଭ ହୁଏ ଓ ଏହା ତଳ ଆଡକୁ ଆସିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ନାହିଁ

ରାସାୟନିକ ନିୟନ୍ତ୍ରଣ

ନାହିଁ

ଏହାର କାରଣ କଣ

ଗ୍ଲାଇଫୋସେଟ ଭଳି ଅଚୟନିତ ତୃଣନାଶକର ଅସମତୁଲ ବ୍ୟବହାର ଯୋଗୁଁ ଏହି କ୍ଷତି ହୋଇଥାଏ। ଏହା କୃଷକ ଦ୍ଵାରା ପ୍ରୟୋଗ କରିବା ବେଳେ ଛିଟା ମାରି, ପଡୋଶୀ ଠାରୁ କିମ୍ବା ଗ୍ଲାଇଫୋସେଟ ଅବଶେଷ ଥିବା ସ୍ପ୍ରେୟର ବ୍ୟବହାର କରିବା ଦ୍ଵାରା ଅନ୍ୟ ଗଛକୁ ପ୍ରଭାବିତ କରିପାରେ। ଏହି ତୃଣନାଶକ ପତ୍ରରେ ପ୍ରୟୋଗ କରାଯାଏ ଏବଂ ସମୁର୍ଣ୍ଣ ଗଛରେ ପରିବାହିତ ହୋଇଥାଏ। ନୂତନ ବୃଦ୍ଧିରେ ଆବଶ୍ୟକ ହେଉଥିବା ଏମିନୋ ଏସିଡ ଉତ୍ପନ୍ନ କରିବା ପାଇଁ ଦରକାରୀ ରାସାୟନିକ ପଦାର୍ଥ ସହିତ ପ୍ରତିକ୍ରିୟା କରି ଗଛକୁ ମାରି ଦିଏ। ଛିଟ, ସ୍ପ୍ରେୟର ପ୍ରଦୂଷଣ ମାଟିରେ ଅବଶେଷ, ବାଷ୍ପନ, ଭୁଲବଶତଃ ପ୍ରୟୋଗ ଆଦି ଦ୍ଵାରା ମଧ୍ୟ ଏହା ଅନ୍ୟ ଗଛ ପାଖକୁ ସଞ୍ଚାଳିତ ହୋଇଥାଏ। ଏହାର ସଂସ୍ପର୍ଶ ପରିମାଣ, ପାରିପାର୍ଶ୍ଵିକ ପରିସ୍ଥିତି, ପ୍ରଭାବିତ କିସମ ଓ ବୃଦ୍ଧି ଅବସ୍ଥା ଭଳି କାରକ ଉପରେ ଏହା ଯୋଗୁଁ କ୍ଷତିର ମାତ୍ରା ନିର୍ଭର କରିଥାଏ। କ୍ଷତି ବହୁଳ ମାତ୍ରାରେ ହୋଇପାରେ ଏବଂ ଅନେକ ସମୟରେ ମୂଲ୍ୟବାନ ଗଛ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇପାରେ।


ସୁରକ୍ଷାତ୍ମକ ଉପାୟ

  • ଉତ୍ତମ ସ୍ୱାସ୍ଥ୍ୟ ତ୍ୱରାନ୍ୱିତ କରିବା ପାଇଁ ଗଛରେ ପାଣି ଓ ସାର ପ୍ରୟୋଗ କରନ୍ତୁ। ଅନୁମୋଦିତ ସାର ଉପଯୁକ୍ତ ହାରରେ ପ୍ରୟୋଗ କରିବା ବ୍ୟତୀତ ସବୁ ରାସାୟନିକ ପଦାର୍ଥର ଲେବେଲରେ ଲେଖା ଯାଇଥିବା ନିର୍ଦ୍ଦେଶ ପଢନ୍ତୁ ଓ ପାଳନ କରନ୍ତୁ। ସିଞ୍ଚନ ଯନ୍ତ୍ରର ସଠିକ ବ୍ୟବହାର କରନ୍ତୁ ଏବଂ ଗଛ ଚାରିପାଖରେ ତୃଣନାଶକ ପ୍ରୟୋଗ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଥଣ୍ଡା ଓ ଆର୍ଦ୍ର ପାଣିପାଗ ଅବସ୍ଥାରେ ସିଞ୍ଚନ ବାରଣ କରନ୍ତୁ, ଯେହେତୁ ଏହି ସମୟରେ ତୃଣନାଶକ ଧୀରେ ଧୀରେ କାର୍ଯ୍ୟ କରିଥାଏ। ପବନର ବେଗ କମ ଥିବାବେଳେ ତୃଣନାଶକ ପ୍ରୟୋଗ କରନ୍ତୁ ଏବଂ କମ ବେଗରେ ପବନ ବହୁଥିବା ଦିଗରେ ପ୍ରୟୋଗ କରନ୍ତୁ। ତୃଣନାଶକ ପ୍ରୟୋଗ କରାଯାଉଥିବା ସ୍ପ୍ରେୟରରେ କୀଟନାଶକ କିମ୍ବା କବକନାଶୀ ପ୍ରୟୋଗ ବାରଣ କରନ୍ତୁ। ସାଧାରଣତଃ, ଥରେ ଲକ୍ଷଣ ଦେଖାଗଲେ, ଏହାକୁ ପୁନର୍ବାର ଫେରାଇ ଅଣା ଯାଇ ପାରିବା ପାଇଁ ସମୟ ଚାଲିଯାଇଥାଏ। କିନ୍ତୁ, ଯଦି ଲକ୍ଷଣ ସାଂଘାତିକ ହୋଇନାହିଁ, ଗଛ ମରେ ନାହିଁ, ନୂତନ ବୃଦ୍ଧି ସାଧାରଣ ହୋଇପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ