ଆଳୁ

ଆଳୁର ବିଳମ୍ବ ପତ୍ର ପୋଡା ରୋଗ

Phytophthora infestans

ଫିମ୍ପି

5 mins to read

ସଂକ୍ଷେପରେ

  • ଗାଢ ବାଦାମି ପତ୍ର ଚିହ୍ନ - ଧାରରୁ ଆରମ୍ଭ ହୁଏ । ଚିହ୍ନ ସ୍ବଚ୍ଛ ଘା'ରେ ପରିଣତ ହୁଏ । ଧଳା କବକ ପତ୍ର ତଲପଟେ ଆବରଣ କରେ । ପତ୍ର ଝାଉଂଳେ ଓ ମରିଯାଏ । ଆଳୁ ଉପରେ ଧୂସର - ନୀଳ ଚିହ୍ନ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଗାଢ ବାଦାମି ପତ୍ର ଚିହ୍ନ - ଧାରରୁ ଆରମ୍ଭ ହୁଏ ଆର୍ଦ୍ର ଜଳବାଯୁରେ , ଏହି ଚିହ୍ନ ପାଣିଭିଜା ଦାଗରେ ପରିଣତ ହୁଏ । ଧଳା କବକ ପତ୍ର ତଳପଟେ ଆବରଣ କରେ । ରୋଗ ବଢିବା ସମୟରେ , ପୁରା ପତ୍ର ବିଗଳିତ , ବାଦାମି ମ୍ହୁଏ ଓ ମରିଯାଏ । ସେହିପରି ଦାଗ କାଣ୍ଡ ଓ ଡେମ୍ଫରେ ଦେଖାଯାଏ । ଆଳୁର ଚୋପାରେ ଧୂସର ନୀଳ ରଙ୍ଗର ଚିହ୍ନ ହୁଏ ଓ ଏହାର ମାଂସ ବାଦାମି ହୁଏ ଓ ଖାଇବା ଅନୁପୋଯୋଗୀ ହୁଏ । ସଂକ୍ରମିତ ଜମିର ପଚିବା ପ୍ରକ୍ରିୟା ଏକ ଖରାପ ଗନ୍ଧ ଛାଡେ ।

Recommendations

ଜୈବିକ ନିୟନ୍ତ୍ରଣ

ଶୁଖିଲା ପାଗ ପୂର୍ବରୁ ତମ୍ବା ଥିବା କବକନାଶୀ ପ୍ରୟୋଗ କରନ୍ତୁ । ଜୈବିକ ଆବରଣ ଏଜେଣ୍ଟ ମଧ୍ୟ ସଂକ୍ରମଣର ନିରାକରଣ କରିପାରିବ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ନିର୍ଦ୍ଦିଷ୍ଟ ଭାବରେ ଆର୍ଦ୍ର ଅଞ୍ଚଳରେ ବିଳମ୍ବ ପତ୍ର ପୋଡା ନିୟନ୍ତ୍ରଣ କରିବା ପାଇଁ କବକନାସି ପ୍ରୟୋଗ ଗୁରୁତ୍ବପୂର୍ଣ ଅଟେ । ପୁରା ପତ୍ରକୁ ଆବରଣ କରୁଥିବା ସ୍ପର୍ଶକ କବକନାଶୀ ସଂକ୍ରମଣ ପୂର୍ବରୁ ଫଳପ୍ରସୂ ଅଟେ ଏବଂ କବକରେ ପ୍ରତିରୋଧ ଶକ୍ତି ବଢାଏ ନାହି । ମାଣ୍ଡିପ୍ରୋପାମିଡ ,କ୍ଳୋରୋଥାଲୋନୀଲ ,ଫ୍ଲୁଆଜିନାମ ,କିମ୍ବା ମାଙ୍କୋଜେବ ଥିବା କବକନାଶୀ ନିରାକରଣ ଉପଚାର ଭାବେ ପ୍ରୟୋଗ କରାଯାଇପାରିବ । ଲଗାଇବା ପୂର୍ବରୁ ମାଙ୍କୋଜେବ ସହିତ ବିହନ ଉପଚାର ମଧ୍ୟ କାମ କରେ ।

ଏହାର କାରଣ କଣ

ଏହି କବକ ଏକ ଅବିକଳ୍ପି ପରଜୀବୀ ଅଟେ । ଏହାର ଅର୍ଥ ଏହା ବଞ୍ଚିବା ପାଇଁ ଗଛ ଅବଶେଷ , ଆଳୁ ଓ ବିକଳ୍ପ ପୋଷକ ଆବଶ୍ୟକ କରେ ।ଏହା ଗଛ ମଧ୍ୟକୁ ଘା' କିମ୍ବା କଟା ଦାଗ ଦେଇ ପ୍ରବେଶ କରେ । ବସନ୍ତ ଋତୁରେ କବକ ରେଣୁ ଉଚ୍ଚ ତାପମାତ୍ରାରେ ଅଙ୍କୁରିତ ହୁଏ ଓ ପବନ ଓ ପାଣି ଦ୍ଵାରା ବିସ୍ତାର କରେ । ଥଣ୍ଡା ରାତ୍ରି ( 18 ଡିଗ୍ରୀ Cରୁ ନିମ୍ନ ) , ଗରମ ଦିନ ( 18 ରୁ 22 ଡିଗ୍ରୀ C ) , ଏବଂ ଲଗାତର ଆର୍ଦ୍ର ପରିସ୍ଥିତି ଯଥା ବର୍ଷା ଓ କୁହୁଡି ( 90 % ଆପେକ୍ଷିକ ଆର୍ଦ୍ରତା ) ରେ ଏହି ରୋଗର ମାତ୍ରା ଅଧିକ ହୁଏ । ଏହି ପରିସ୍ଥିତିରେ ବିଳମ୍ବ ପତ୍ର ପୋଡା ରୋଗ ମାରାତ୍ମକ ହୋଇ ପରେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ବିହନ କିମ୍ବା ଅଧିକ ସହନୀୟ ଗଛ ବ୍ୟବହାର କରନ୍ତୁ । ସୁନିଶ୍ଚିତ କରନ୍ତୁ ଯେ , ଜମିରେ ଉତ୍ତମବାୟୁ ଚଳାଚଳ ଓ ମାଟିର ଉତ୍ତମ ନିଷ୍କାସନ ଅଛି । ଜମି ନିରୀକ୍ଷଣ କରନ୍ତୁ ଓ ସଂକ୍ରମିତ ଗଛ ଓ ପାଖ ଗଛ କାଢନ୍ତୁ । ପୋଷକ ନଥିବା ଗଛ ସହ 2 କିମ୍ବା 3 ବର୍ଷ ଫସଲ ପର୍ଯ୍ୟାୟ କରନ୍ତୁ । ଜମି ଓ ଆଖପାଖରେ ସହଯୋଗୀ ଗଛ ନଷ୍ଟ କରନ୍ତୁ । ଅତ୍ୟଧିକ ଯବକ୍ଷାରଜାନ ବ୍ୟବହାର କରନ୍ତୁ ନାହି । ଗଛ ସୁରକ୍ଷାତ୍ମକ ପଦାର୍ଥ ବ୍ୟବହାର କରନ୍ତୁ । ଉତ୍ତମ ବାୟୁ ଚଳାଚଳ ଓ ନିମ୍ନ ତାପମାତ୍ରାରେ ଆଳୁ ରଖନ୍ତୁ । ଅମଳ ପରେ ଆଳୁ ଏବଂ ଗଛ ଅବଶେଷ 2 ଫୁଟ ତଳେ ପୋତି କିମ୍ବା ପଶୁପକ୍ଷୀକୁ ଦେଇ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ