ଆଳୁ

ଆଳୁ ମପ-ଟପ ଭୂତାଣୁ

PMTV

ଭୁତାଣୁ

5 mins to read

ସଂକ୍ଷେପରେ

  • ଉଜ୍ଜଳ ହଳଦିଆ ଦାଗ ଏବଂ ବଳୟ ଢାଞ୍ଚା ତଳ କିମ୍ବା ମଧ୍ୟ ପତ୍ରରେ ଦେଖାଯାଏ। ଉପର ପତ୍ରରେ ମୋଜାଇକ ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

କାଣ୍ଡରେ ଉଜ୍ଜଳ ହଳଦିଆ ଦାଗ ଏବଂ ବଳୟ କିମ୍ବା ଗାରଗାରିଆ ନିର୍ଦ୍ଧିଷ୍ଟ ଢାଞ୍ଚା ତଳ କିମ୍ବା ମଧ୍ୟ ପତ୍ରରେ ଦେଖାଯାଏ। ବେଳେବେଳେ ନୂଆ ଉପର ପତ୍ରରେ ଫିକା, V- ଆକାରର ପାଣ୍ଡୁର ଢାଞ୍ଚା ସ୍ପଷ୍ଟ ମୋଜାଇକ ସୃଷ୍ଟି କରିଥାଏ। ମପ-ଟପ ଯୋଗୁଁ ଘଞ୍ଚ କିମ୍ବା ବୁଦାଳିଆ ପତ୍ର ସହିତ ପବ ଅତି ଛୋଟ ହୋଇଥାଏ। କେତେକ ଛୋଟ ପତ୍ରର ତରଙ୍ଗାୟିତ କିମ୍ବା ଗୁଡାଇ ହୋଇଥିବା ଧାର ସହିତ ବାଙ୍ଗରା ଓ ବୁଦାଳିଆ ବୃଦ୍ଧି ହୋଇଥାଏ। ଆଳୁ ଉପରେ 1 - 5 ସେମି ବ୍ୟାସର ବଳୟ ଦାଗ ଦେଖାଯାଏ। ଆଳୁ ଶସରେ ମଧ୍ୟ ବିଗଳିତ ଗାର, ଅର୍ଦ୍ଧବଳୟ ଏବଂ ବଳୟ ଦେଖାଯାଇ ପାରେ।

Recommendations

ଜୈବିକ ନିୟନ୍ତ୍ରଣ

ସୂଚକ ଗଛ ବ୍ୟବହାର କରି ମାଟି ଏବଂ ଥୋପ ଗଛ ପଦ୍ଧତିରେ ଭୁତାଣୁର ଉପସ୍ଥିତି ମନିଟର କରି ସହଳ ନିଦାନ କରନ୍ତୁ। ବିଗଳନ ଲକ୍ଷଣ ଦେଖାଉ ନଥିବା ଆଳୁ କିସମ ଲଗାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଉପଲବ୍ଧ ଜୈବିକ ଉପଚାର ଏବଂ ନିରାକରଣାତ୍ମକ ପଦକ୍ଷେପ ସହିତ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ଏହି ରୋଗର ନିୟନ୍ତ୍ରଣ ପାଇଁ କୌଣସି ପରିବେଶୀୟ ନିରାପଦ ରାସାୟନିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ, ଆଳୁ ମପ-ଟପ ଭୂତାଣୁ-ମୁକ୍ତ ଜମିରେ ଭୂତାଣୁ-ମୁକ୍ତ ବିହନ ରୋପଣ କରିବା ହିଁ ହେଉଛି ଏହି ରୋଗର ନିବାରଣ ପାଇଁ ଉପଯୁକ୍ତ ପଦ୍ଧତି।

ଏହାର କାରଣ କଣ

ଆଳୁ ମପ-ଟପ ଭୂତାଣୁ (PMTV) ଦ୍ଵାରା ଏହି କ୍ଷତି ହୋଇଥାଏ, ଯାହାକି ମାଟିରେ କବକ ବାହକର ସୁପ୍ତ ରେଣୁ ମଧ୍ୟରେ ବଞ୍ଚି ରହିଥାଏ। ପାଉଡର ଯାଦୁରା କବକ (ସ୍ପୋଞ୍ଜୋସ୍ପୋରା ସବଟେରେନା) ଏକ ମୃତ୍ତିକା-ବାହିତ କବକ ଯାହାକି ଭୁତାଣୁର କେବଳ ବାହକ ଅଟେ। ମାଟି ପରିବହନ ସମୟରେ ମଧ୍ୟ ଏହି ଭୂତାଣୁ ବିସ୍ତାର କରିପାରେ, ଭଣ୍ଡାରଣ ଓ ଗ୍ରେଡିଙ୍ଗ କରିବା ସମୟରେ ମଧ୍ୟ ସଂକ୍ରମିତ ବିହନ ଗଦାରୁ ଗୁଣ୍ଡ ଉଡି ଆସି ପଡିଲେ ଆଳୁ ସଂକ୍ରମିତ ହୋଇପାରେ। ଥଣ୍ଡା ଓ ଆର୍ଦ୍ର ପାଣିପାଗରେ ଏହି ବାହକ ଓ ଭୂତାଣୁ ଦେଖାଦିଏ। କେତେକେ ସଂବେଦନଶୀଳ କିସମରେ ଏହି ରୋଗର ଆବିର୍ଭାବ କାରଣରୁ ଉତ୍ପାଦନ ଓ ଗୁଣବତ୍ତାରେ ହ୍ରାସ ହେବା ଯୋଗୁଁ ଅମଳ କ୍ଷତି ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଭୂତାଣୁ-ମୁକ୍ତ ଜମିରେ ଭୂତାଣୁ ମୁକ୍ତ ଆଳୁ ଲଗାନ୍ତୁ। ଭୁତାଣୁର ଉପସ୍ଥିତି ଯାଞ୍ଚ କରିବା ପାଇଁ ଜମି ନିୟମିତ ମନିଟର କରନ୍ତୁ। ଜମିରେ ପରିଚ୍ଛନ୍ନତା ରକ୍ଷା କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ