ବିରି ଓ ମୁଗ

ଚିନାବାଦାମ କଢମରା ଭୁତାଣୁ

GBNV

ଭୁତାଣୁ

5 mins to read

ସଂକ୍ଷେପରେ

  • ମଲା ଦାଗ ତଥା ଅସମ ଆକୃତିର ଦାଗ ପତ୍ର ଓ ଡ଼େମ୍ଫରେ ଦେଖାଯାଏ.
  • ଗଛ ବାଙ୍ଗରା ହୋଇଯାଏ ଯେଉଁଥିରେ ଗଣ୍ଠିରୁ ଗଣ୍ଠିର ଦୂରତା କମ ହୋଇଯାଏ ଏବଂ ପ୍ରଶାଖା ଛୋଟ ହୋଇଯାଏ.
  • ଅଗ କଢ଼ ମରିଯାଏ ଏବଂ ମଲା ଦାଗ ତଳ ଆଡକୁ ମାଡିଚାଲେ.

ମଧ୍ୟ ଦେଖା ଯାଇପାରେ


ବିରି ଓ ମୁଗ

ଲକ୍ଷଣ

ପ୍ରାଥମିକ ଲକ୍ଷଣ ହିସାବରେ ନୁଆଁ ପତ୍ରରେ ଅଳ୍ପ ରଙ୍ଗ ଛଡା ଚିତ୍ରଵିଚିତ୍ର ଦାଗ ଦେଖାଯାଏ ଯାହା ପରେ ରଙ୍ଗହୀନ ଏବଂ ମଲା ରିଙ୍ଗ ଦାଗ ଏବଂ ରେଖା ଦାଗ ହୋଇଯାଇଥାଏ. ଏହି ମଲା ଦାଗ ପରେ ଡେମ୍ଫ ଆଡକୁ ଗତି କରେ ଏବଂ କାଣ୍ଡରେ ଆଗକୁ ଯାଇ ଅଗ କଢକୁ ସଂକ୍ରମିତ ହୋଇଥାଏ. ଏହା ଫଳରେ ଫୁଲଫଳ ନଷ୍ଟ ହୋଇଥାଏ, ଏଥିପାଇଁ ଏହାର ନାମ କଢମରା ରୋଗ. ସାମାନ୍ୟ ଭାବେ ଅଧିକ ତାପମାନ ଏପରି ପରିସ୍ଥିତି ପାଇଁ ଅନୁକୂଳ. ସଂକ୍ରମିତ ଗଛ ବାଙ୍ଗରା ହୋଇଯାଏ, ସାଧାରଣ ରଙ୍ଗହୀନତା, ବହୁତ ନୁଆଁ ଡାଳ ବାହାରିବା ଏବଂ ନୁଆଁ ପତ୍ର ସବୁ ବିକୃତ ହୋଇଯିବା ଲକ୍ଷଣ ଦେଖାଦେଇଥାଏ. ଚିନାବାଦାମ ଉପରେ ଦାଗ ଦେଖାଯାଏ ଇ ରଙ୍ଗହୀନ ହୋଇଯାଏ ଏବଂ ଏଥିରେ ଛୋଟ ଶୁକୁଡ଼ି ଯାଇଥିବା ମଞ୍ଜି ଥାଏ. ମଞ୍ଜିରେ ଦାଗ ମଧ୍ୟ ଦେଖାଯାଏ. ଫସଲର ସଅଳ ଅବସ୍ଥାରେ ଏହି ରୋଗ ହେଲେ ଉତ୍ପାଦନରେ ହ୍ରାସ ଘଟିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଯଅ ଓ ନଡ଼ିଆ ପତ୍ରର ରସ ବୁଣିବାର 20 ଦିନ ପରେ ସ୍ପ୍ରେ କଲେ ଥ୍ରୀପ ସଂଖ୍ୟା ଭଲ ଭାବେ ନିୟନ୍ତ୍ରଣ କରିହେବ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଭୁତାଣୁ ନିୟନ୍ତ୍ରଣ ପାଇଁ ରାସାୟନିକ ଉପଚାର ସମ୍ଭବ ନୁଁହ. କିନ୍ତୁ, ଥ୍ରୀପ ନିୟନ୍ତ୍ରଣ ପାଇଁ କିଛି ଉପଚାର କରି ହେବ. ଡାଇମେଥୋଏଟ (dimethoate) କିମ୍ବା ଥାଇଆମେଥୋକ୍ସାମ (thiamethoxam) ଫସଲ ବୁଣିବାର 30-35 ଦିନ ପରେ ଏକ ସୁରକ୍ଷାତ୍ମକ ଉପଚାର ଭାବେ ପ୍ରୟୋଗ କଲେ କଢମରା ରୋଗ ଯଥେଷ୍ଟ ପରିମାଣରେ କମିଯାଇଥାଏ. ଇମିଡାକ୍ଲୋପ୍ରିଡ (imidacloprid) @2ମିଲି / କିଗ୍ରା ବିହନ ମାତ୍ରାରେ ବିହନ ଉପଚାର କଲେ ଥ୍ରୀପ୍ ନିୟନ୍ତ୍ରଣ ପ୍ରଭାବୀ ରୂପେ ହୋଇଥାଏ.

ଏହାର କାରଣ କଣ

ଚିନାବାଦାମ କଢମରା ରୋଗ ଏକ ଭୁତାଣୁ ଦ୍ୱାରା ହୋଇଥାଏ. ଫସଲରେ ସଂକ୍ରମଣ ଲାଗି ରହିଥାଏ ଏବଂ ଏହା ପୋକର ଥ୍ରୀପ୍ସ ସ୍ପେସିସ ଉପରେ ନିର୍ଭର କରେ ଯାହା ଗଛର ଟିସୁ ଓ ରସ ଶୋଷି ଖାଏ. ଚିନାବାଦାମ ଫସଲ ନଥିଲେ ଥ୍ରୀପ ଆଖପାଖରେ ଥିବା ବିକଳ୍ପ ପୋଷକ ଫସଲ ଯେମିତି ଦକ୍ଷିଣୀ ଗେଣ୍ଡୁ (Tagetes minuta) ଏବଂ ପାଣିରେ ବଢ଼ୁଥିବା କ୍ଲୋଭର ଘାସ (Trifoleum subterraneum) ରେ ଖାଇ ଭୁତାଣୁ ସଂକ୍ରମଣ କରିଥାନ୍ତି. ତେଣୁ ଥ୍ରୀପ ସଂଖ୍ୟା କମ କରିବା ପାଇଁ ଏହି ଗଛ ସବୁ ବାହାର କରିବା ବିଶେଷ ରୂପରେ ମହତ୍ୱପୂର୍ଣ୍ଣ. ସଘନ ଭାବେ ଫସଲ ଲଗାଇଲେ ମଧ୍ୟ ଚିନାବାଦାମ ଫସଲରେ ଥ୍ରୀପ୍ସ ଆସିବା କମ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଙ୍କ ବଜାରରେ ମିଳେ, ତାହେଲେ ପ୍ରତିରୋଧି କିସମ ର ଫସଲ ଲଗାନ୍ତୁ.
  • ସଅଳ ଗଛ ଲଗାଇଲେ ବାହକ ପୋକ ମାନଙ୍କ ସର୍ବାଧିକ ସଂଖ୍ୟାର ସମୟସୀମା ରୁ ବଞ୍ଚି ହେବ.
  • ଗଛ ସଂଖ୍ୟା ବହୁତ ଅଧିକ କରି ବାହକ ପୋକଙ୍କ ବିକାଶ କୁ ବନ୍ଦ କରି ହେବ.
  • ମକା ଓ ବାଜରା ସହିତ ଅନ୍ତଃ ଫସଲ କଲେ ବାହକ ପୋକଙ୍କ ଚାଲ ପ୍ରଚଳ କୁ ସୀମିତ କରି ହେବ.
  • କଢ ଭୁତାଣୁ ପ୍ରତି ସମ୍ବେଦନଶୀଳ ଫସଲ ଯେମିତିକି ମୁଗ ଓ ବିରି, ଚିନାବାଦାମ ଫସଲ ର ପାଖରେ ଲଗାନ୍ତୁ ନାହିଁ.
  • ଅନାବନା ଘାସ ଏବଂ ପୋଷକ ଫସଲ ଯାହା ବାହକ ପୋକ ମାନଙ୍କୁ ସୁହାଇଥାଏ, ସେସବୁକୁ ବାହାର କରିଦିଅନ୍ତୁ.
  • ପ୍ରଥମ ଲକ୍ଷଣ ଦେଖାଯିବାର 6 ସପ୍ତାହ ପରେ ଫସଲର ସମସ୍ତ ଅବଶେଷ ଜମିରୁ ବାହାର କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ