Abiotic Sunburn
ଅନ୍ୟ
5 mins to read
ଅଜୈବ ଖରା ପୋଡା ର ଲକ୍ଷଣ ଗଛ, ବୁଦା ରେ ସିଧା ସୂର୍ଯ୍ୟ କିରଣ ଓ ଅତ୍ୟଧିକ ତାପମାନ ଯୋଗୁଁ ହୋଇଥାଏ. ଏହି କାରଣ ସବୁ ଗଛ ଟିସୁରେ ଜଳୀୟ ଅଂଶ କମି ଯାଇ ପ୍ରଥମେ ଯୁବ ଓ କଅଁଳ ପତ୍ର ଝାଉଁଳି ଯାଏ. ଏହି ପତ୍ର ଗୁଡିକ ଧୀରେ ଧୀରେ ମଳିନ ସାଗୁଆ ରଙ୍ଗ ରେ ପରିଣତ ହୋଇଯାଏ ଏବଂ 2-3 ଦିନ ପରେ ପତ୍ରର ଟିପ ରେ ଓ ଧାର ରେ ଦାଗ ଦେଖାଯିବା ଆରମ୍ଭ ହୋଇଯାଇଥାଏ. ଏହି ପୋଡା ଦାଗ ଧୀରେ ଧୀରେ ପତ୍ରର ମଝି ଆଡକୁ ଗତି କରିଥାଏ. ମରୁଡି ଜନିତ ଚାପ ଯୋଗୁଁ କିମ୍ବା ପୋକ ଆକ୍ରମଣ ଯୋଗୁଁ ପତ୍ରଝଡ଼ା ହେଲେ ମଧ୍ୟ ଫଳ ଓ ବକଳାରେ ଖରା ଯୋଗୁଁ ଦାଗ ଦେଖାଦେଇଥାଏ କାରଣ ପତ୍ର ଦ୍ୱାରା ଏଡସବୁ ଆଉ ଘୋଡେଇ ହୋଇନଥାଏ. ବକଳାରେ ଫଟା ଓ ଗର୍ତ୍ତ ଦେଖାଯାଏ ଯାହା ଶେଷରେ ଗଛର ଗଣ୍ଡି ରେ ମଲା ଜାଗା ସୃଷ୍ଟି କରିଥାଏ.
ଧଳା ମାଟି କିମ୍ବା ପାଉଡର ଫୋରମୁଲା କୁ ପତ୍ର ଓ ଗଛ ଉପରେ ସ୍ପ୍ରେ କଲେ ସୂର୍ଯ୍ୟକିରଣକୁ ବାଧା ଦେଇଥାଏ. ଏହା ତାପମାତ୍ରାକୁ ମଧ୍ୟ 5-10°C ପର୍ଯ୍ୟନ୍ତ କମ କରିପାରେ. କ୍ୟାଲ୍ସିଅମ କାର୍ବୋନେଟ କିମ୍ବା ଚୁନପଥର ଗୁଣ୍ଡ ମଧ୍ୟ ଅନୁମୋଦିତ କରାଯାଇଥାଏ. ଗଛ ପାଇଁ କାର୍ଣ୍ଣଉବା ମହମ ଏକ ପ୍ରାକୃତିକ ସନସ୍କ୍ରିନ ଭାବେ କାମ କରିଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ସର୍ବଦା ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ସାର ସହିତ ଆବ୍ସିସିକ ଏସିଡ ମିଶାଇ ପ୍ରୟୋଗ କଲେ ସେଓ ଫସଲରେ ଓ ଅନ୍ୟ ଫସଲରେ ପୋଡି ରୁ କିଛି ମାତ୍ରାରେ ସୁରକ୍ଷା ମିଳିଥାଏ. ତେଣୁ ଏହା ଅନ୍ୟ ଫସଲରେ ମଧ୍ୟ କାମ ଦେଇପାରେ. ରିସର୍ଚ୍ଚ ରୁ ଜଣାଯାଇଛି ଯେ, କେତେକ ଅପାରଦର୍ଶୀ ପଦାର୍ଥ ଯାହା ପତ୍ର ଦ୍ୱାରା ଜଳ ନଷ୍ଟ ହେବା କମ କରିପାରେ ଯେମିତିକି ପଲି-1-P ମେନ୍ଥିନ ମଧ୍ୟ ଭଲ କାମ କରିଥାଏ.
ଅଧିକ ସୂର୍ଯ୍ୟକିରଣ, ଅଧିକ ତାପମାନ ଏବଂ କମ ଆର୍ଦ୍ର ଥିବା ଜାଗାରେ ଖରା ଯୋଗୁଁ ପୋଡ଼ି ଯିବା ଲକ୍ଷଣ ଦେଖାଯିବା ସାଧାରଣ କଥା ଅଟେ. ସମୁଦ୍ର ପତନ ଠାରୁ ଉଚ୍ଚ ସ୍ଥାନରେ UV ରଶ୍ମି ର ମାତ୍ରା ଅଧିକ ହୋଇଥାଏ. ପତ୍ର, ଫଳ ଓ ବକଳାରେ ଲକ୍ଷଣ ଦେଖା ଦେଇଥାଏ. ଖରା ଯୋଗୁଁ ପୋଡିଯିବାର ଲକ୍ଷଣ ଦେଖାଯିବ ଓ ଏହାର ତୀବ୍ରତା ମଧ୍ୟ ଗଛର କିସମ, ଏହାର ବୃଦ୍ଧିର ଅବସ୍ଥା ଏବଂ ମାଟିରେ ଥିବା ଜଳୀୟ ଅଂଶର ପରିମାଣ ଉପରେ ନିର୍ଭର କରେ. ବିଶେଷ କରି ଫଳ ପାଚିବା ସମୟରେ ଯଦି ବାୟୁମଣ୍ଡଳରେ ତାପମାନ ଅଧିକ ଥାଏ ଏବଂ ଖରା ର ଅବଧି ଅଧିକ ଥାଏ ତେବେ ପୋଡା ର ଲକ୍ଷଣ ତୀବ୍ରତର ହୋଇଥାଏ. ପାଣିପାଗର ପରିବର୍ତ୍ତନ ଯେମିତିକି ଥଣ୍ଡା ପାଗରୁ ହଠାତ ଗରମ ଓ ଖରାଟିଆ ପାଗ ହେଲେ କ୍ଷୟକ୍ଷତି ହୋଇଥାଏ.