ଟମାଟ

ଵଟ୍ରିଟିସ ପତ୍ର ପୋଡା

Botrytis cinerea

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର, ଫଳ ଓ ଛୁଇଁରେ ପାଉଁଶିଆ କବକ ଦେଖାଯାଏ.
  • ଟିସୁରେ ବାଳବାଳୁଆ ପାଉଁଶିଆ ରୁ ବାଦାମୀ ରଙ୍ଗର ଫିମ୍ପିଯୁକ୍ତ ଚକଡା ଦେଖାଯାଏ.
  • ସଂକ୍ରମିତ ଗଛର ଅଂଶ ଝାଉଁଳି ଯାଇ ବାଦାମୀ ରଙ୍ଗରେ ପରିଣତ ହୁଏ ଓ ପଚି ଯାଏ.
  • ଶାଖାରୁ ଗଛ ମାରିବା ଆରମ୍ଭ ହୋଇଯାଏ ଏବଂ କାଠ ଜାତୀୟ ଫସଲରେ ପଚା ଗାତ ସୃଷ୍ଟି ହୋଇପାରେ.

ମଧ୍ୟ ଦେଖା ଯାଇପାରେ

26 ଫସଲ ଗୁଡିକ

ଟମାଟ

ଲକ୍ଷଣ

ପତ୍ର, କାଣ୍ଡ, ଛୁଇଁ କୁମ୍ଭ ଫଳରେ କବକର ପ୍ରବଳ ବୃଦ୍ଧି ହୋଇଥାଏ ଯାହା ଏହି ରୋଗର ବହୁତ ଧ୍ୟାନ ଆକର୍ଷଣ କରୁଥିବା ଲକ୍ଷଣ ଅଟେ. ପ୍ରଥମେ ଅଳ୍ପ ଅଳ୍ପ ତମ୍ବାଳିଆ କିମ୍ବା ବାଦାମୀ ରଙ୍ଗର ପାଣିଭିଜା ଦାଗ ଗଛର ଅଂଶ ଯାହା ମାଟିକୁ ରହିଥାଏ କିମ୍ବା ଯେଉଁଥିରେ କିଛି ଆଘାତ ହୋଇଥାଏ. ଏହି ଟିସୁ ଗୁଡିକରେ ପ୍ରବଳ ଭାବେ ବାଳବାଳୁଆ ପାଉଁଶିଆ ରୁ ବାଦାମୀ ରଙ୍ଗର କବକ ଯୁକ୍ତ ଚକଡା ଦେଖାଯାଏ. ପରେ ଏହି କବକ ନୁଆଁ ହୋଇଥିବା ପାଲା ବି ଛୁଇଁ ଉପରେ ହୁଏ ଯଦ୍ୱାରା ଏହା ଫୁଲିଲା ପରି ଦେଖାଯାଏ. ଅନ୍ୟଥା ଭଣ୍ଡାରଣ ସମୟରେ ଏହି ରୋଗର ଲକ୍ଷଣ ଦେଖାଦେଇଥାଏ. ଉଭୟ କ୍ଷେତ୍ରରେ ଭୀଷଣ କ୍ଷତିର ଆଶଙ୍କା ହୋଇପାରେ. ଉଦ୍ୟାନିକି ଫସଲରେ ମାଟି ସହିତ ଲାଗିଥିବା ପତ୍ର ଓ କାଣ୍ଡ ପଚିଯାଏ ଯଦ୍ୱାରା ସଂପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଏ. ବେଳେବେଳେ ଶାଖା ପ୍ରଶାଖା ଧୀରେ ଧୀରେ ମରିଯାଏ ଓ କାଠ ଜାତୀୟ ଫସଲରେ ସଢ଼ି ଯାଇଥିବା କଣା ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ପ୍ରତିଦ୍ବନ୍ଦୀ କବକ ଟ୍ରାଇକୋଡର୍ମା ହାର୍ଯ଼ିଆନମ୍ ଥିବା ଜୈବିକ ଫିମ୍ପିନାଶକ ପ୍ରୟୋଗ କଲେ ବିଭିନ୍ନ ଫସଲରେ ଲାଗୁଥିବା ଏହି ଧୂସର ଫିମ୍ପିର ରୋଗ ଭଲ ନିୟନ୍ତ୍ରଣ ହୋଇଥାଏ. ଷ୍ଟ୍ରେପ୍ଟୋମାଇସେଶ୍ ଗ୍ରୀସେଓଭିରିଡେସ୍ ଥିବା ଫର୍ମୁଲା ମଧ୍ୟ ଉପଲବ୍ଧ ଅଛି ଯାହା ଲେଟ୍ୟୁସ ଫସଲରେ ପୟୋଗ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ଏହି କବକ ଅମଳ ସମୟ ବେଳକୁ ଗଛରେ ବସ୍ତି ସ୍ଥାପନ କରିଥାଏ ଯଦ୍ୱାରା ରାସାୟନିକ କବକନାଶକ ପ୍ରୟୋଗ କର ନଯାଇ ପରେ କାରଣ ଏହା ଫଳରେ ବିଷାକ୍ତ ଅବଶେଷ ରହିଯାଇପରେ. ପ୍ରାରମ୍ଭିକ ସଂକ୍ରମଣ ହୋଇଥିଲେ, କ୍ଲୋରୋଥାଲୋନିଲ ପତ୍ର ସମୁହ ଉପରେ ସ୍ପ୍ରେ କରି ରୋଗର ବିକାଶକୁ ନିୟନ୍ତ୍ରଣ କରାଯାଇପାରେ. ଫ୍ଲୁଆଯ଼ିନାମ୍ ଏବଂ ଥାଇଓଫାଣ୍ଟେ-ମିଥାଇଲ୍ ଥିବା ଅନ୍ୟ କବକନାଶକ ମଧ୍ୟ କାମ କରିପାରେ. ଅତ୍ୟଧିକ କବକନାଶକ ବ୍ୟବହାର କରିବା ଦ୍ୱାରା ଏହି କବକର ପ୍ରତିରୋଧକ ଶକ୍ତି ବଢିଯିବା ସାଧାରଣତଃ ଦେଖାଦେଇଥାଏ.

ଏହାର କାରଣ କଣ

ମୃତ୍ତିକା ଜନିତ କବକ ବୋଟ୍ରାଇଟିସ୍ ସିନେରିଆ ଦ୍ୱାରା ଏହି ପତ୍ରପୋଡ଼ା ରୋଗ ହୋଇଥାଏ. ଏହା ଗଛର ସବୁ ଅଂଶରେ ବଢିପାରେ ଓ ସଂକ୍ରମଣ କରିପାରେ. ଓଦା ପାଗ, ବାରମ୍ବାର ବର୍ଷା ଏବଂ ଥଣ୍ଡା ତାପମାନ ଏହି ରୋଗ ପାଇଁ ଅନୁକୂଳ ହୋଇଥାଏ. ଏହି କବକର ବିକାଶ, ଜନସଂଖ୍ୟା ବୃଦ୍ଧି ଓ ଗଛରେ ରୋଗର ବୃଦ୍ଧି ପାଇଁ ଉପଯୁକ୍ତ ତାପମାନ ହେଲା 15 to 20°C. ପ୍ରଥମେ ଏହି ରୋଗର ଲକ୍ଷଣ ପତ୍ରରେ କିମ୍ବା ଗଛର ଅନ୍ୟ ଅଂଶ ଯେଉଁଥିରେ କୃଷି କାର୍ଯ୍ୟ ବେଳେ ବା କୁଆପଥର ବା କାକରା ଦ୍ୱାରା ଆଘାତ ହୋଇଥାଏ ସେଥିରେ ଦେଖାଦିଏ. ଗଛର ତଳ ପଟକୁ ଥିବା ପତ୍ରରେ ଏହି ରୋଗର ସଂକ୍ରମଣରେ ଆଶଙ୍କା ଅଧିକ ଥାଏ. ଅତ୍ୟଧିକ ଜଳସେଚନ ଏବଂ ସଘନ ଡାଳପତ୍ର ଯୋଗୁଁ ଏହି ରୋଗର ମାତ୍ରା ବଢିଥାଏ କାରଣ ଏହା ଆର୍ଦ୍ର ଓ ସଘନ ପରିବେଶ ସୃଷ୍ଟି କରିଥାଏ ଯାହା ଏହି କବକର ବିକାଶ ପାଇଁ ଅନୁକୂଳ ଅଟେ.


ସୁରକ୍ଷାତ୍ମକ ଉପାୟ

  • ଜମିରେ ଭଲ ଜଳ ନିଷ୍କାସନ ର ବ୍ୟବସ୍ଥା କରନ୍ତୁ ଏବଂ ସଠିକ ଜଳସେଚନ ସୁନିଶ୍ଚିତ କରନ୍ତୁ.
  • ପ୍ରାମାଣିକ ଓ ସୁସ୍ଥ ବିହନ କିମ୍ବା ତଳି ବ୍ୟବହାର କରନ୍ତୁ.
  • ପ୍ରତିରୋଧି କିମ୍ବା ସହନଶୀଳ କିସମର ବିହନ ବ୍ୟବହାର କରନ୍ତୁ.
  • ଶୀଘ୍ର ଗଛ ଲଗାନ୍ତୁ କିମ୍ବା ଶୀଘ୍ର ପାଚୁଥିବା ଫସଲ ଲଗାନ୍ତୁ.
  • ଗଛରୁ ଗଛ ମଧ୍ୟରେ ଆବଶ୍ୟକ ବ୍ୟବଧାନ ରଖନ୍ତୁ.
  • ଧାଡି ଗୁଡିକର ଦିଗ ଠିକ ଠାକ ରଖନ୍ତୁ ଓ ଗଛ ଯେମିତି ସିଧା ସଳଖ ହୋଇ ରହେ, ତାହା ସୁନିଶ୍ଚିତ କରନ୍ତୁ.
  • ମଲଚ ବ୍ୟବହାର କରି କବକ ର ଜୀବନ ଚକ୍ରରେ ବାଧା ସୃଷ୍ଟି କରନ୍ତୁ ଯାହା ଦ୍ୱାରା ସଂକ୍ରମଣକୁ କମ କରିହେବ.
  • ଜମି ନିରୀକ୍ଷଣ କରି ନଷ୍ଟ ହେଉଥିବା ଗଛର ଅଂଶ ସବୁ ବାହାର କରନ୍ତୁ.
  • ଜମିରେ କାମ କଲାବେଳେ ଗଛକୁ ଯେମିତି ଆଘାତ ନ ହୁଏ ତାହାର ଯତ୍ନ ନିଅନ୍ତୁ.
  • ଫସଲରେ ଆବଶ୍ୟକରୁ ଅଧିକ ସାର ପ୍ରୟୋଗ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ