ଖୋଳପା ନଥିବା ଗେଣ୍ଡା - ସିମଳା ଏବଂ ଲଙ୍କା

ସିମଳା ଏବଂ ଲଙ୍କା

ଖୋଳପା ନଥିବା ଗେଣ୍ଡା

Gastropoda


ସଂକ୍ଷେପରେ

  • ଖାଇବାଦ୍ୱାରା ପତ୍ର, କାଣ୍ଡ, ଫୁଲ, ମୂଳ ରେ କ୍ଷତି ହୋଇଥାଏ.
  • ରୂପେଲି ରଙ୍ଗର ଲାଳୁଆ ପଦାର୍ଥ ଗଛରେ ତଥା ମାଟି ଉପରେ ଦେଖାଯାଏ.
  • ଯୁବ ଚାରା କୁ ଏହା ମାରି ଦେଇପାରେ.

ଲକ୍ଷଣ

ଖୋଳପା ନଥିବା ଗେଣ୍ଡା ଏକ ବ୍ୟାପକ ହାନିକାରକ ଜୀବ ଯଦି ପ୍ରବଳ ମାତ୍ରାରେ ସୃଷ୍ଟି ହୁଅନ୍ତି ତାହେଲେ ଫସଲ ରେ ଭୟଙ୍କର କ୍ଷତି ହୋଇପାରେ. ସେମାନେ ଅନିୟମିତ ଭାବେ ଖାଇ ପ୍ରଭାବିତ କରିଥାନ୍ତି ଏବଂ ବହୁତ ସମୟରେ ପତ୍ରରେ ବଡ କଣା କରିଦିଅନ୍ତି. ଏହା କାଣ୍ଡ, ମୂଳ ଓ କନ୍ଦ କୁ ମଧ୍ୟ ଖାଇଥାନ୍ତି. ଗଛର ଡାଳପତ୍ର ଓ ମାଟି ଉପରେ ରୂପେଲି ଲାଳୁଆ ପଦାର୍ଥ ରୁ ଜାଣି ହୁଏ ଯେ ଏହି ଗେଣ୍ଡା ଆକ୍ରମଣ କରିଛି. ମୁଖ୍ୟତଃ ଆର୍ଦ୍ର ପାଗ ରେ ଏମାନେ ଦେଖା ଜାଣି ଏବଂ ବିଶେଷ କରି ଯୁବ କଅଁଳ ଗଛ ସବୁ ଖାଇଥାନ୍ତି. ଏମାନେ କଅଁଳ ଚାରକୁ ପୁରା ଖାଇ ନଷ୍ଟ କରି ଦେଇପାରନ୍ତି.

ଟ୍ରିଗର

ଗେଣ୍ଡା ଗଳିତ ଜୈବିକ ପଦାର୍ଥ ତଥା ବିଭିନ୍ନ ଫସଲରେ ପତ୍ର, ମୂଳ ଏବଂ କନ୍ଦ ଖାଇଥାଏ. ଏହି ଖୋଳପା ନଥିବା ଗେଣ୍ଡା ମାଟି ତଳେ ବିଭିନ୍ନ ଫାଟ ଓ ସୁଡଙ୍ଗ ରେ ରହିଥାନ୍ତି. ଏହି ଫାଟ ଓ ସୁଡ଼ଙ୍ଗ ସବୁ ବିଭିନ୍ନ ପୋକ କିମ୍ବା ଗଛ ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏମାନେ ମାଟି ଉପରକୁ କେବଳ ପ୍ରଜନନ ପାଇଁ ଆସିଥାନ୍ତି. ଆଳୁର ଚୋପାରେ ସାମାନ୍ୟ ଆଘାତ ଏବଂ ଆଳୁ ଭିତରେ ଗଭୀର କଣା କରି ଖାଇଥାନ୍ତି ଯାହାଫଳରେ ଉତ୍ପାଦନରେ ବିଶେଷ କ୍ଷତି ହୋଇଥାଏ. ଏହି ଜୀବ ଓଦା ପାଗରେ ବଞ୍ଚିଥାଏ ସେଥିପାଇଁ ବର୍ଷା ପରେ କିମ୍ବା କାକର ରାତି ପରେ ସଂକ୍ରମଣ ହୋଇଥାଏ. ଅଧିକାଂଶ ଜାତିର ଗେଣ୍ଡା ଅଳ୍ପ ଶୀତ ସମ୍ଭାଳି ପାରନ୍ତି ଏବଂ ବସନ୍ତ ଋତୁ ଆସିଲେ ପୁଣି ସକ୍ରିୟ ହୋଇଥାନ୍ତି.

ଜୈବିକ ନିୟନ୍ତ୍ରଣ

ଉତ୍ତମ ଜମି ପରିଚାଳନା ବ୍ୟବସ୍ଥା କରି ଜଙ୍ଗଲୀ ମୂଷା, ପକ୍ଷୀ, ବେଙ୍ଗ, ବ୍ଲାଇଣ୍ଡ ୱାର୍ମ, ଜମି ବିଟିଲ ପରିକା ଶିକାରୀ ଜୀବଜନ୍ତୁଙ୍କୁ ପ୍ରୋତ୍ସାହନ ଦେବା ଦରକାର. ଫେରିକ ଫସଫେଟ ଯୁକ୍ତ ଗୁଳା ମଧ୍ୟ ବ୍ୟବହାର କରାଯାଇପାରେଏବଂ ଏହି ପଦ୍ଧତି ଜୈବିକ ଚାଷ ପାଇଁ ଅନୁମୋଦିତ ହୋଇଅଛି.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଏହି ଗେଣ୍ଡା ର ବିବିଧତା ତଥା ଜୀବନ କାଳ ଏମିତିଯେ ସାଧାରଣତଃ କୌଣସି ରାସାୟନିକ ନିୟନ୍ତ୍ରଣ ପଦ୍ଧତି କାମ କରେ ନାହିଁ. ମେଟାଲଡିହାଇଡ଼ ଯୁକ୍ତ ଗୁଳା ଵ୍ୟଵହାର କରି ଏହି ଗେଣ୍ଡାଙ୍କୁ ସେମାନଙ୍କର ଗାତ ଭିତରୁ ଆକର୍ଷିତ କରି ବାହାର କରି ହେବ. ବର୍ଷା ପରେ ଏହାକୁ ବିଛେଇ ଦିଅନ୍ତୁ ଯେତେବେ‌ଳେ ଖୋଳପା ନଥିବା ଗେଣ୍ଡା ସକ୍ରୀୟ ରହି ଥାଆନ୍ତି.

ସୁରକ୍ଷାତ୍ମକ ଉପାୟ

  • ମଧ୍ୟମରୁ ଅଧିକ ପ୍ରତିରୋଧି କିସମର ବିହନ ଚୟନ କରନ୍ତୁ.
  • କଫି ଗୁଣ୍ଡ ଫସଲର ପାଖରେ ପକାଇଲେ ଏହି ଗେଣ୍ଡା କୁ ଵିକର୍ଷଣ କରା ଯାଇପାରେ.
  • ଭାରି ମାଟି ରେ ଗଛ ଲଗାନ୍ତୁ ନାହିଁ ଯେହେତୁ ଏହି ଗେଣ୍ଡା ପାଇଁ ଅନୁକୂଳ ପରିବେଶ ଯୋଗାଇଥାଏ.
  • ଶୀଘ୍ର ଅମଳ ହେଉଥିବା କିସମ ବ୍ୟବହାର କରାଇବା କିମ୍ବା ଶୀଘ୍ର ଗଛ ଲଗାନ୍ତୁ.
  • ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ହାତରେ ଏହି ଗେଣ୍ଡା ସବୁ ବାହାର କରିଦିଅନ୍ତୁ.
  • ଫସଲ ଚାରି ପାଖରେ ଜାଲ କିମ୍ବା ବାଡ଼ ଲଗାନ୍ତୁ.
  • ଓଦା ବସ୍ତା କିମ୍ବା ପଚିଯାଇଥିବା କାଠ ର ବୋର୍ଡ ପରି ଯନ୍ତା ବ୍ୟବହାର କରନ୍ତୁ ଯାହା ଘାତକ ନୁହେଁ.
  • ଅତ୍ୟଧିକ ଜଳସେଚନ କରନ୍ତୁ ନାହିଁ.
  • ଗେଣ୍ଡା ଖାଉଥିବା ଶିକାରୀ ଜୀବଜନ୍ତୁଙ୍କୁ ପ୍ରୋତ୍ସାହନ ଦିଅନ୍ତୁ.
  • ଫସଲ ଯେତେ ଶୀଘ୍ର ହେବ ଅମଳ କରି ନିଅନ୍ତୁ.
  • ଜମିକୁ ଥରେ କିମ୍ବା ଦୁଇଥର ଚାଷ କରନ୍ତୁ ଯାହା ଫଳରେ ମାଟିରେ ଥିବା ଗେଣ୍ଡା ବାହାରକୁ ଆସିଯିବେ ଓ ଶିକାରୀ ଜୀବଜନ୍ତୁ ସେମାଙ୍କୁ ନଷ୍ଟ କରିଦେବେ.