ଡାଳିମ୍ବ

ଦହିଆ ପୋକ

Pseudococcidae

ପୋକ

5 mins to read

ସଂକ୍ଷେପରେ

  • ତୁଳା ପରି ଧଳା ପୋକ ଦଳବଦ୍ଧ ଭାବେ ଜିନିଷ ପତ୍ର, କାଣ୍ଡ, ଫୁଲ ଏବଂ ଫଳରେ ଦେଖାଯାଏ.
  • ନୂଆ ପତ୍ର ସବୁ ହଳଦିଆ ଆଉ କୁଞ୍ଚିତ ହେଇଯାଏ.
  • ଗଛର ବିକାଶ ଅବରୁଦ୍ଧ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

33 ଫସଲ ଗୁଡିକ

ଡାଳିମ୍ବ

ଲକ୍ଷଣ

ଧଳା ତୁଳା ପରି ମେଞ୍ଚା ମେଞ୍ଚା ଦହିଆ ପୋକ ପତ୍ରର ତଳ ପଟେ, କାଣ୍ଡ, ଫୁଲ ଏବଂ ଫଳରେ ଦେଖାଯାଆନ୍ତି. ଏମାନେ ବହୁତ ସକ୍ରିୟ ଥାଆନ୍ତି. ଯଦିଓ କମ ମାତ୍ରାରେ ଦହିଆ ପୋକ ବହୁତ କାମ କ୍ଷତି କରିଥାଏ, କିନ୍ତୁ ଏହାର ସଂକ୍ରମଣ ଦ୍ୱାରା ପତ୍ର ସବୁ ହଳଦିଆ ଆଉ କୁଞ୍ଚିତ ହେଇଯାଏ, ଗଛ ଛୋଟ ହୁଏ ଏବଂ ଫଳ ଅସମୟରେ ଝଡ଼ିଯାଏ. ପୁରୁଣା ପତ୍ର ରେ ବିକୃତି କମ ହେଇଥାଏ. ଖାଇବା ବେଳେ ପୋକ ଦ୍ୱାରା ନିର୍ଗତ ରସ ଯୋଗୁଁ ଅବସରଵାଦୀ ଜୀବାଣୁ ଏବଂ ଫିମ୍ପି ବଢ଼ିଥାନ୍ତି. ବିଶେଷ କରି ଫଳକୁ ଜୀବାଣୁ ଏବଂ ଫିମ୍ପି ସଂକ୍ରମଣ ହୋଇଥାଏ ଏବଂ ଏହା ଦ୍ୱାରା ବିକୃତ ଏବଂ ପୁରା ମହାମ ପରି ରସରେ ଘୋଡାଇ ହେଇଥାଏ. ଏହି ରସ ଦ୍ୱାରା ପିମ୍ପୁଡି ମଧ୍ୟ ଆକର୍ଷିତ ହୋଇ ଥାଏ ଏବଂ ଅନ୍ୟ ଗଛକୁ ଏହି ସଂକ୍ରମଣରେ ସାହାଯ୍ୟ କରିଥାଏ

Recommendations

ଜୈବିକ ନିୟନ୍ତ୍ରଣ

ଅଳ୍ପ ସଂକ୍ରମଣ ହେବା ଲକ୍ଷଣ ଦେଖାଯିବା ସାଙ୍ଗେ ସାଙ୍ଗେ ତୁଳାରେ ତେଲ କିମ୍ବା ସ୍ପିରିଟ ରେ ବୁଡାଇ ଦହିଆ ପୋକ କଲୋନିି ବାନ୍ଧି ଥିବା ଜାଗାରେ ବୋଳି ଦିଅନ୍ତୁ. ଗରମ ପାଣି, ଅଳ୍ପ ଡିଟରଜେଣ୍ଟ, ପେଟ୍ରୋଲିୟମ ତେଲ କିମ୍ବା କୀଟନାଶକ ଗୁଣ ଥିବା ସାବୁନ ଦ୍ୱାରା ଗଛକୁ ଧୋଇ ପାରିବେ. ଆଖ ପାଖରେ ଥିବା ଗଛକୁ ନିମ ତେଲ କିମ୍ବା ପାଇରେଥ୍ରୀନ୍ (pyrethrins) ପ୍ରୟୋଗ କଲେ ଏହାର ଜନସଂଖ୍ୟା ବଢିବା ବନ୍ଦ ହେଇଥାଏ. ଏହି ପୋକର ପ୍ରାକୃତିକ ଶତ୍ରୁ ମାନେ ହେଲେ ସବୁଜ ଲେଶଉଇଙ୍ଗ, ପରଜୀବୀ ବିରୁଡି, ଉଡୁଥିବା ମାଛି, ଲେଡୀବାର୍ଡ ପୋକ ଏବଂ ଶିକାରୀ ପ୍ରଜାପତି (Spalgis Epius).

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଦହିଆ ପୋକର ବିରୋଧରେ ପ୍ରତିକାର କଷ୍ଟକର ହୋଇଥାଏ କାରଣ ସେମାନେ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ସେମାନଙ୍କର ମହମ ପରିକା ପରସ୍ତ ସେମାନଙ୍କୁ ରକ୍ଷା କରିଥାଏ. ତଥାପି ଇମାଇଦାକ୍ଲୋପ୍ରୀଡ୍ (Imidacloprid), ଆସେଟାମିପ୍ରୀଡ୍ (Acetamiprid) ଏବଂ କ୍ଲୋରୋପାଇରିଫୋସ୍ (Chlorpyrifos) ଗଛର ପତ୍ର ସମୂହ ଉପରେ ସ୍ପ୍ରେ କଲେ ଦହିଆ ପୋକ ନିୟନ୍ତ୍ରଣ ହେଇପାରେ.

ଏହାର କାରଣ କଣ

ଦହିଆ ପୋକର ଆକାର ଅଣ୍ଡାକୃତି ହୋଇଥାଏ ଏବଂ ଏହାର ଡେଣା ନଥାଏ. ଏହି ପୋକ ଉଷ୍ଣ କିମ୍ବା ନାତିଶୀତୋଷ୍ଣ ଜଳବାୟୁ ରେ ଦେଖାଯାଏ. ସେମାନଙ୍କର ଶରୀରରେ ଗୋଟେ ପତଳା ଧଳା ମହମ ପରି ଜିନିଷ ଥାଏ ଯଦ୍ୱାରା ଏହା ତୁଳା ପରିକା ଦେଖାଯାଏ. ସେମାନେ ସେମାନଙ୍କର ଲମ୍ବା ଛୁଞ୍ଚି ପରିକା ଶୁଣ୍ଢ କୁ ଗଛର ଟିସୁରେ ଫୋଡି ରସ ଶୋଷିଥାନ୍ତି. ଖାଇବା ସମୟରେ ପୋକ କିଛି ବିଷାକ୍ତ ପଦାର୍ଥ ଗଛ ଭିତରେ ଛାଡ଼ନ୍ତି ଯାହାର ପ୍ରତିକ୍ରୀୟା ସ୍ୱରୂପ ଏହି ଲକ୍ଷଣ ଦେଖାଦେଇ ଥାଏ. ଏହି ପୋକ ଜମିରେ ମଧ୍ୟ ଅଣ୍ଡା ଦେଇଥାଏ. ଅଣ୍ଡା ଫୁଟିଲା ପରେ ଛୋଟ ବଡ ପୋକ ସବୁ ଘୁସୁରି ପାଖ ଗଛକୁ ଯାଇଥାନ୍ତି. ପବନ, ପିମ୍ପୁଡି, ପଶୁପକ୍ଷୀ ଦ୍ୱାରା କିମ୍ବା ଜମିରେ କାମ କଲାବେଳେ ଏହି ପୋକ ଦୂର ଜାଗାକୁ ମଧ୍ୟ୍ୟ ପହଂଚି ପାରନ୍ତି. ସେମାନେ ବହୁତ ପ୍ରକାରର ଗଛ ଉପରେ ରହି ପାରନ୍ତି ଯେମିତିକି ବାଇଗଣ, କନ୍ଦମୂଳ ତଥା ବିଭିନ୍ନ ଅନାବନା ଘାସ. ଗରମ ଏବଂ ଶୁଖିଲା ପାଗ ଦହିଆ ପୋକର ଜୀବନ ଚକ୍ର କୁ ସୁହାଇଥାଏ ଏବଂ ରୋଗର ମାତ୍ରା ମଧ୍ୟ ଏହି ପାଗରେ ବଢିଥାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ ଆଣିଥିବା ପ୍ରାମାଣିକ ବିହନ ଏବଂ ଚାରା ହିଁ ବ୍ୟବହାର କରନ୍ତୁ.
  • ନିୟମିତ ଭାବେ ପୋକର ଲକ୍ଷଣ ଗୁଡିକ ପାଇଁ ଜମି ନିରୀକ୍ଷଣ କରନ୍ତୁ.
  • ସଂକ୍ରମିତ ଗଛ ଏବଂ ଡାଳପତ୍ର ବାହାର କରି ନଷ୍ଟ କରନ୍ତୁ.
  • ଜମି ଭିତରେ ଓ ଚାରି ପାଖରେ ଅନାବନା ଘାସ ନିୟନ୍ତ୍ରଣ କରନ୍ତୁ.
  • ଏହି ରୋଗକୁ ସୁହାଉଥିବା ଅନ୍ୟ ଫସଲ ଆଖ ପାଖ ଜମିରେ ଲଗାନ୍ତୁ ନାହିଁ.
  • ଜମିରେ କାମ କଲା ବେଳେ ଦହିଆ ପୋକର ବିସ୍ତାର ବନ୍ଦ କରିବା ପାଇଁ ଅତ୍ୟଧିକ ଯତ୍ନ ନେବା ଆବଶ୍ୟକ.
  • ଭଲ ଚାଷ କାମ ସହ ଦହିଆ ପୋକ ଖାଉଥିବା ଅନ୍ୟ ପୋକ ମାନଙ୍କୁ ପ୍ରୋତ୍ସାହନ କରନ୍ତୁ.
  • ସିଜନରେ ଅଧିକ ଜଳସେଚନ କରନ୍ତୁ ନାହିଁ.
  • ସମୟାନୁସାରେ ସନ୍ତୁଳିତ ଖାଦ୍ୟସାର ପ୍ରୟୋଗ କରନ୍ତୁ.
  • ଗଛରେ ଅଠାଳିଆ ପଟ୍ଟା ଲଗାଇ ପିମ୍ପୁଡି ନିୟନ୍ତ୍ରଣ କରନ୍ତୁ.
  • ଜମିରେ କାର୍ଯ୍ୟରେ ଆସୁଥିବା ଉପକରଣ ସବୁ ବିଶୋଧନ କରିବା ନିହତ ଆବଶ୍ୟକ.
  • ଅନ୍ୟ ସହନଶୀଳ ଫସଲ ସହ ଫସଲ ଚକ୍ରୀକରଣ କରିବା ଆବଶ୍ୟକ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ