ଆଳୁ

ଆଳୁ Y ଭୂତାଣୁ

PVY

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ଅଗରୁ ଆରମ୍ଭ କରି ହଳଦିଆ ଠାରୁ ଗାଢ ସବୁଜ ମୋଜାଇକ ଛିଟ ପତ୍ର ଉପରେ ଥାଏ । ପତ୍ର ଓ ଡାଳ ଉପରେ କଳା ବିଗଳିତ ଚିହ୍ନ ଓ ଗାର ଥାଏ । ରୁଗୁଡିଆ ବୃଦ୍ଧି ହୁଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ଆଳୁ
ତମାଖୁ

ଆଳୁ

ଲକ୍ଷଣ

କିସମ, ଗଛର ବୟସ , ଏବଂ ପାରିପାର୍ଶ୍ଵିକ ପରିସ୍ଥିତି ଅନୁସାରେ ସଂକ୍ରମଣର ଲକ୍ଷଣ ବଦଳିପାରେ । ପତ୍ର ଅଗଠରୁ ଆରମ୍ଭ କରି ।ହଳଦିଆ ଠାରୁ ଗାଢ ସବୁଜ ମୋଜାଇକ ଛିଟ ପତ୍ର ଉପରେ ଦେଖାଯାଏ , ଏବଂ ଏହାକୁ ବିକୃତ ଓ ଚିତ୍ରିତ କରିଦିଏ ।ପତ୍ର ଶିରା ଓ ଡାଳରେ ବାଦାମି ଠାରୁ କଳା ଗାର ଓ ମୃତ ଟିସୂର ଗୋଲ ଚିହ୍ନ ଦେଖାଯାଏ । ଏହାପରେ କଢ ଓ ଫୁଲ ହୁଏ ନାହି । ସଂକ୍ରମିତ ଗଛରେ ଆଳୁ ଛୋଟ ହୁଏ ଏବଂ ଚୋପା ଉପରେ ବିଗଳିତ କିମ୍ବା ମୃତ ବଳୟ ଦେଖାଯାଏ । ସମ୍ପୂର୍ଣ ଗଛର ବୃଦ୍ଧି ବାଧା ପାଏ ଓ ଅମଳ କମେ ।

Recommendations

ଜୈବିକ ନିୟନ୍ତ୍ରଣ

ଖଣିଜ ତେଲର ସାପ୍ତାହିକ ପ୍ରୟୋଗ ଭୂତାଣୁ ବିସ୍ତାର କମାଇପାରେ । ଏହା ଜଉପୋକ ଦ୍ଵାରା ଭୂତାଣୁ ଗ୍ରହଣ କମାଇଦେଇପାରେ ଏବଂ ସେମାନଙ୍କ ଖାଇବା ଅଭ୍ୟାସ ବଦଳାଇପାରେ ଓ ଗଛକୁ କମ ସଂକ୍ରମଣ ପ୍ରବଣ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ଜନିତ ରୋଗର ରାସାଯନିକ ନିୟନ୍ତ୍ରଣ ନାହି । ଯାହାହେଲେବି , ଜଉପୋକ ସଂଖ୍ୟା କମାଇବା ପାଇଁ କୀଟନାଶକ ପ୍ରୟୋଗ କରାଯାଇପାରେ ।

ଏହାର କାରଣ କଣ

ଏହି ଭୂତାଣୁ ଅଧିକ ସଂକ୍ରାମକ ଅଟେ । ଟମାଟୋ , ଆଳୁ ଓ ଲଙ୍କା ଭଳି ସୋଲାନାସିଆସ ପରିବାରର ଫସଲକୁ ଏହା ସଂକ୍ରମଣ କରେ । ଏହି ରୋଗ ଡେଣା ଥିବା ଜଉପୋକ , ସଂକ୍ରମିତ ଗଛ ଅଂଶ ଓ ପ୍ରଦୂଷିତ ଉପକରଣ ଦ୍ଵାରା ବିସ୍ତାର ଲାଭ କରେ ।


ସୁରକ୍ଷାତ୍ମକ ଉପାୟ

  • କେବଳ ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ । ସହନୀୟ କିମ୍ବା ପ୍ରତିରୋଧି କିସମ ବାଛନ୍ତୁ । ଜମି ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ସବୁ ସଂକ୍ରମିତ ଅଂଶକୁ କାଢନ୍ତୁ ଓ ନଷ୍ଟ କରନ୍ତୁ ।ରୋଗ ପ୍ରବଣ ପୋଷକ ପାଖରେ ଆଳୁ ଲଗାନ୍ତୁ ନାହି । ଜମିରେ ଓ ଜମି ଚାରିପଟେ ପୂର୍ବ ଫସଲରୁ ରହିଥିବା ଅବାଞ୍ଛିତ ଆଳୁ ଗଛର ଅଂଶ କିମ୍ବା ଘାସ କାଢନ୍ତୁ । ଗଛକୁ ଆଘାତ ଦିଅନ୍ତୁ ନାହି । ଉପକରଣ ବିଶୋଧନ କରନ୍ତୁ । ଫସଲ ପରେ ଭୂତାଣୁ ରହୁଥିବା ଉତ୍ସ ଯଥା ଉଦାହରଣ ସ୍ୱରୂପ ଆଳୁର କଟା ଅଂଶ ଆଦି ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ