ଅନ୍ୟ

କଳା କାଣ୍ଡକଟା ପୋକ

Agrotis ipsilon

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଛୋଟ ଅସମ ଆକୃତିର କଣା ଦେଖାଯାଏ.
  • ଏହି ପୋକ କାଣ୍ଡ ଜମି ପାଖରେ କାଟିଦିଏ.
  • ବୃଦ୍ଧି କମିଯାଏ କିମ୍ବା ମରିଯାଏ.
  • ଗଛ ଝାଉଁଳିଯାଏ ଓ ନଇଁ ଯାଏ.
  • ଧୂସର ବାଦାମୀ ଚିହ୍ନ ଥିବା ପ୍ରଜାପତି ଯାହାର ଗାଢ଼ ବାଦାମୀ ରଙ୍ଗର ଆଗ ଡେଣା ଓ ଧଳା ରଙ୍ଗର ପଛ ଡେଣା ଥାଏ.

ମଧ୍ୟ ଦେଖା ଯାଇପାରେ

33 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

କାଣ୍ଡକଟା ପୋକ ଫସଲ ବିଭିନ୍ନ ବିକାଶ ସମୟରେ ବହୁତ ପ୍ରକାର ଫସଲକୁ ଆକ୍ରମଣ କରିଥାଏ. କିନ୍ତୁ, ଏହି ପୋକ ଯୁବ ଗଛ କୁ ପସନ୍ଦ କରେ. ଯଦି ଅଧିକ ସଂଖ୍ୟାରେ ସମ୍ବାଳୁଆ ଅନାବନା ଘାସ ଥିବା ଜମିରେ ଗଜା ହେବା ସମୟରେ ଦେଖାଦେବେ ତାହେଲେ ପ୍ରବଳ କ୍ଷୟକ୍ଷତି ହୋଇଥାଏ. ଯୁବ ସମ୍ବାଳୁଆ ମାଟିକୁ ଲାଗିଥିବା ଅନାବନା ଘାସ କିମ୍ବା ମକା ର ଡାଳପତ୍ର ଖାଇଥାନ୍ତି ଏବଂ କଅଁଳ ପତ୍ରରେ ଅସମ ଆକୃତିର କଣା ସବୁ କରି ଦିଅନ୍ତି. ବୟସ୍କ ସମ୍ବାଳୁଆ ମାଟିରେ ଖୋଳି ଦିନର ଅଲୁଅରୁ ବଞ୍ଚି ରହନ୍ତି ଓ ରାତିରେ ବାହାରି ଗଛ ମୂଳରେ ଖାଇଥାନ୍ତି. ଯୁବ ଗଛ ମାଟି ଭିତରୁକୁ ଟାଣି ନେଇପାରନ୍ତି. ଜମି ପାଖରେ କାଣ୍ଡ ଭୀଷଣ ଭାବେ କାଟି ହୋଇଯାଇଥାଏ ଏବଂ ବଢ଼ୁଥିବା ଟିସୁକୁ ଆଘାତ ହୋଇଥାଏ. ଏହି ପୋକ କାଣ୍ଡ ଭିତରେ ମଧ୍ୟ ଖୋଳି ପଶିପାରନ୍ତି ଯାହା ଫଳରେ ବୟସ୍କ ଗଛ ଝାଉଁଳି ନଇଁ ଯାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

କଟା ପୋକ ର ବହୁତ ପ୍ରାକୃତିକ ଶତ୍ରୁ ଯେମିତିକି ପରଜୀବୀ ବିରୁଡି, ମାଛି ଏବଂ ଝୀଂଟିକା ପରିକା ପରଭକ୍ଷୀ ଅଛନ୍ତି. ବ୍ୟାସିଲସ୍ ଥ୍ୟୁରିନ୍ ଜେନେସିସ୍ (BT), ନ୍ୟୁକ୍ଲିଓପଲିହେଡ୍ରୋସିସ୍ ଭୂତାଣୁ ଏବଂ ବିଉଭେରିଆ ବାସିୟାନା ର ଜୈବିକ କୀଟନାଶକ ଫର୍ମୁଲା କଟା ପୋକ ସଂଖ୍ୟା ନିୟନ୍ତ୍ରଣ କରିଥାଏ. ଅନାବଶ୍ୟକ କୀଟନାଶକ ପ୍ରୟୋଗ ନ କରି ପ୍ରାକୃତିକ ପରଜୀବୀକୁ ପ୍ରଭାବିତ ଭାବେ ପ୍ରୋତ୍ସାହନ ଦେବା ଦରକାର.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. କ୍ଲୋରପିରିଫୋସ୍, ବିଟା-ସାଇପର ମେଥିରିନ୍, ଡେଲ୍ଟାମେଥିରିନ୍, ଲାମ୍ବଡା-ସାଇହାଲୋଥିରିନ୍ ର ମିଶ୍ରଣ ପ୍ରୟୋଗ କରି କଟା ପୋକ ସଂଖ୍ୟା ନିୟନ୍ତ୍ରଣ କରିହେବ. ଫସଲ ଲଗାଇବା ପୂର୍ବରୁ ମଧ୍ୟ କୀଟନାଶକ ବ୍ୟବହାର କର ଯାଇପାରେ କିନ୍ତୁ କେବଳ ଯଦି ଅତ୍ୟଧିକ ପୋକ ହେବାର ସମ୍ଭାବନା ଥାଏ ତାହେଲେ ଏହି ଉପଦେଶ ଦିଆଯାଇଥାଏ.

ଏହାର କାରଣ କଣ

କଳା କାଣ୍ଡକଟା ପୋକ ଏକ ଶକ୍ତିଶାଳୀ ପ୍ରଜାପତି ଯାହାର ଶରୀରରେ ଧୂସର ବାଦାମୀ ରଙ୍ଗର ଚିହ୍ନ ଥାଏ. ସେମାନଙ୍କର ହାଲୁକା ବାଦାମୀ ଏବଂ ଗାଢ଼ ବାଦାମୀ ଆଗ ଡେଣା ଥାଏ ଯାହାର ବାହାରପଟ ଧାରାରେ ଗାଢ଼ ଚିହ୍ନ ଥାଏ. ସେମାନେ ରାତ୍ରୀଚର ଅଟନ୍ତି ଏବଂ ଦିନରେ ମାଟି ଭିତରେ ଲୁଚି ଥାନ୍ତି. ମାଇ ପ୍ରଜାପତି ଅଣ୍ଡିରା ପ୍ରଜାପତି ପରି ଦେଖିବାକୁ କିନ୍ତୁ ରଙ୍ଗ ଟିକେ ଗାଢ଼. ସେମାନେ ମୋତି ପରି ଧଳା (ପରେ ହାଲୁକା ବାଦାମୀ) ଅଣ୍ଡା ଗୋଟିଏ ଗୋଟିଏ କିମ୍ବା ମେଞ୍ଚା ମେଞ୍ଚା କରି ଗଛରେ, ଓଦା ମାଟିରେ କିମ୍ବା ମାଟିର ଫାଟରେ ଦେଇଥାନ୍ତି. ଅଣ୍ଡା ଫୁଟିବା ସମୟ ମୁଖ୍ୟତଃ ତାପମାନ ଉପରେ ନିର୍ଭର କରିଥଏ. 30°C ତାପମାନରେ 3 ଦିନ ମଧ୍ୟରେ ଅଣ୍ଡା ଫୁଟିଥାଏ କିନ୍ତୁ 12°C ତାପମାନରେ ଏହା 24 ଦିନ ପର୍ଯ୍ୟନ୍ତ ନେଇଥାଏ. ନୂଆ ଫଉଠିଥିବା ଲାର୍ଭା ହାଲୁକା ଧୂସର ରଙ୍ଗ, ଚିକ୍କଣ ଓ ତେଲିଆ ଦେଖାଯାଏ ଯାହା 5-10 ମିମି ଲମ୍ବା ଥାଏ. ବୟସ୍କ ଲାର୍ଭା ଗାଢ଼ ବାଦାମୀ ରଙ୍ଗ, 40 ମିମି ପର୍ଯ୍ୟନ୍ତ ଲମ୍ବା ଏବଂ ଏହାର ପିଠିରେ ଦୁଇଟି ହଳଦିଆ ଚିହ୍ନ ଚିହ୍ନ ପଟ୍ଟୀ ଦେଖାଯାଏ. ସେମାନେ ରାତିରେ ଖାଆନ୍ତି ଏବଂ ଦିନରେ କୁଞ୍ଚିତ C ଆକୃତି ଅବସ୍ଥାରେ ଛୋଟ ଅଳ୍ପ ଗଭୀର ଫାଟ ରେ ମାଟି ତଳେ ରହିଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ସଅଳ ଗଛ ଲଗାଇଲେ ପୋକର ଚରମ ଜନସଂଖ୍ୟା ସମୟରୁ ମୁକ୍ତି ମିଳିପାରେ.
  • ଆଗରୁ ଯେଉଁ ଜମିରେ ସୋୟାବିନ ଲାଗିଥାଏ ସେଥିରେ ମକା ଲଗାନ୍ତୁ ନାହିଁ.
  • ଲାର୍ଭାକୁ ମାଟି ଭିତରେ ପୋତିଦେବା ପାଇଁ କିମ୍ବା ସେମାନଙ୍କୁ ଗଛ ଲଗାଇବାର 3-6 ସପ୍ତାହ ପୂର୍ବରୁ ପରଭକ୍ଷୀ ମାନଙ୍କ ପାଇଁ ବାହାରକୁ ଆଣିବା ପାଇଁ ହଳ କରନ୍ତୁ.
  • କାଣ୍ଡକଟା ପୋକ କୁ ଆକର୍ଷିତ କରିବା ପାଇଁ ସୂର୍ଯ୍ୟମୁଖୀ ଗଛ ଜମି ଚାରିପାଖରେ ଲଗାନ୍ତୁ.
  • ଫସଲ ଲଗାଇବା ପୂର୍ବରୁ ଓ ଗଜା ହେବା ପରେ ଜମିଭିତରୁ ଓ ଚାରିପାଖରୁ ଅନାବନା ଘାସ ସଫା କରନ୍ତୁ.
  • ପ୍ରଜାପତି ଧରିବା ତଥା ନିରୀକ୍ଷଣ ପାଇଁ ଆଲୋକ ଓ ଫେରୋମୋନ ଟ୍ରାପ ବ୍ୟବହାର କରନ୍ତୁ.
  • ବାରମ୍ବାର ଚାଷ କରି ପୋକଙ୍କୁ ଆଘାତ କରନ୍ତୁ ଓ ପରଭକ୍ଷୀଙ୍କ ପାଇଁ ଜମି ଉପରକୁ ବାହାର କରନ୍ତୁ.
  • ଅମଳ ପରେ ଗଛର ଅବଶେଷ ଗଭୀର ମାଟିରେ ପୋତି ଦିଅନ୍ତୁ.
  • ଫସଲ ବୁଣିବା ପୂର୍ବରୁ କିଛି ସପ୍ତାହ ଖାଲି ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ