ଆଳୁ

ଆଳୁ ଭୃଙ୍ଗ ବା ବିଟଲ

Leptinotarsa decemlineata

ପୋକ

5 mins to read

ସଂକ୍ଷେପରେ

  • ଶୂକ କଳା ଚିହ୍ନ ସହିତ କମଳା ଠାରୁ ଲାଲ ରଙ୍ଗର , ସମ୍ପୂର୍ଣ ବୃଦ୍ଧିରେ 1/2 ଇଞ୍ଚ ଲମ୍ବା ହୁଏ । ଉଭୟ ଶୂକ ଓ ବୟସ୍କ ପତ୍ର ଧାର ଏବଂ ଗଛର ସମ୍ପୂର୍ଣ ପତ୍ର ଖାଇଦିଅନ୍ତି ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଏହି ଭୃଙ୍ଗର ବୟସ୍କ ଓ ଶୂକମାନେ ପତ୍ରର ଧାର ଖାଇଡିଆନ୍ତି ଓ ଗଛକୁ ଘଟଣାକ୍ରମେ ପତ୍ରହୀନ କରିଦିଅନ୍ତି । ବେଳେବେଳେ କଳା ମଳ ଦେଖାଯାଏ । ଏହି ପୋକମାନଙ୍କ ପାଇଁ ଖୋଲା ଥିବା ଆଳୁ କନ୍ଦା ମଧ୍ୟ ଏମାନଙ୍କ ଦ୍ଵାରା ଖିଆଯାଏ । ବଯସ୍କମାନେ ହଳଦିଆ କମଳା ଏବଂ ଅଣ୍ଡାକାର ଆକାରର ହୋଇଥାନ୍ତି । ସବୁଠାରୁ ମୁଖ୍ୟ ବୈଶିଷ୍ଟ୍ୟ ହେଲା ସେମାନଙ୍କ ଧଳା ବାଦାମି ପିଠି ଉପରେ 10 ଟି କଳା ପଟି ଥାଏ । ମୁଣ୍ଡର ଏକ ତ୍ରିକୋଣାକାର କଳା ଚିହ୍ନ ଏବଂ ବକ୍ଷ ଦେଶରେ ଅନିୟମିତ ଗାଢ ଦାଗ ଥାଏ । ଅନ୍ୟ ପକ୍ଷରେ ଭୃଙ୍ଗ ଭଳି ଚେହେରା , ଲାଲ ଚମଡା , ଏବଂ 2 ଧାଡି କଳା ଚିହ୍ନ( ଉଭୟ ପଟରେ ) ଆଦି ଦ୍ଵାରା ଶୂକ ଜଣାପଡେ ।

Recommendations

ଜୈବିକ ନିୟନ୍ତ୍ରଣ

ବୀଜାଣୁ କୀଟନାଶକ ସ୍ପିନୋସାଦ ଭିତ୍ତିକ ଉପଚାର ପ୍ରୟୋଗ କରନ୍ତୁ । ଶୂକର କେତେକ ଅବସ୍ଥାରେ ବେଶୀଲସ ଥୁରିଞ୍ଜେଂସିସ ବୀଜାଣୁ ଫଳପ୍ରସୂ ଅଟେ । ଦୁର୍ଗନ୍ଧଯୁକ୍ତ ଭୃଙ୍ଗ ପେରିଲାସ ବାଇୟକୁଲାଟସ ଏବଂ ସୂତ୍ରଜୀବ ପ୍ରିଷ୍ଟିୟଙ୍କଶ ଇଉନିଫର୍ମିସ ମଧ୍ୟ ଏହି ଭୃଙ୍ଗକୁ ଖାଏ । ପରଜୀବୀ ବିରୁଡି ଏଡୋଭମ ପୁଟଲେରୀ ଏବଂ ମାଛି ମାଇୟଫୋରସ ଡୋରିଫୋରେ ମଧ୍ୟ ଏହି କୀଟ ନିନ୍ତ୍ରଣରେ ସାହାଯ୍ୟ କରିପାରେ । ଅନେକ ଗୁଡିଏ ବିକଳ୍ପୀ ଜୈବିକ ଉପଚାର ସମ୍ଭବ ଅଟେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ପୋକ ପାଇଁ କୀଟନାଶକ ସାଧାରଣତଃ ଦିଆଯାଏ କିନ୍ତୁ ପୋକ ଜୀବନ ଚକ୍ର ଯୋଗୁଁ ପ୍ରତିରୋଧି ଶକ୍ତି ବୃଦ୍ଧି ପାଏ । ସଂଖ୍ୟା ନ୍ମିୟନ୍ତ୍ରଣ ପାଇଁ କେଉଁ ଦ୍ରବଣ ବ୍ୟବହାର କରାଯାଇଛି ଦେଖନ୍ତୁ ।

ଏହାର କାରଣ କଣ

ବୟସ୍କ ଆଳୁ ଭୃଙ୍ଗ ସୂର୍ଯ୍ୟ ଠାରୁ ରକ୍ଷା ପାଇ ଗଭୀର ମାଟିରେ ଫସଲ ପରବର୍ତ୍ତୀ ସମୟରେ ସୁପ୍ତ ଅବସ୍ଥାରେ ଥାଏ । ବସନ୍ତ ଋତୁରେ ସେମାନେ କୋଷାରୁ ବାହାରନ୍ତି ଓ ନୂଆ ଗଛକୁ ଖାଇବା ଆରମ୍ଭ କରନ୍ତି । ମାଈ ମାନେ ପତ୍ରର ତଳପଟେ 20 ରୁ 60 ଟି ଲେଖାଏଁ କମଳା ,ଲମ୍ବାଳିଆ ,ଅଣ୍ଡାକାର ଅଣ୍ଡା ଦିଅନ୍ତି । ଫୁଟିବା ସମୟରେ । ଶୂକ ଲଗାତର ଭାବେ ପତ୍ର ଖାଇବା ଆରମ୍ଭ କରନ୍ତି । ସେମାନଙ୍କ ବୃଦ୍ଧିର ଶେଷରେ , ସେମାନେ ପତ୍ରରୁ ପଡିଯାନ୍ତି ଓ ମାଟି ଭିତରକୁ ଖୋଲି ଯାନ୍ତି ଯେଉଁଠାରେ ସେମାନେ ଗୋଲାକାର କୋଟରୀ କରନ୍ତି ଓ ହଳଦିଆ କୋଷାରେ ପରିଣତ ହୁଅନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ସହନୀୟ କିସମ ବ୍ୟବହାର କରନ୍ତୁ । ଶୂକର ଉଛ ସଂଖ୍ୟା ଏଡାଇବା ପାଇଁ ସହଳ ଲଗାନ୍ତୁ ।ନିରୀକ୍ଷଣ ଓ ଭୃଙ୍ଗ ସମୂହକୁ ଧରିବା ପାଇଁ ହଳଦିଆ ଅଠା ଜନ୍ତା ବ୍ୟବହାର କରନ୍ତୁ । 45 % ଗଡାଣିଆ କିମ୍ବା ପ୍ଲାଷ୍ଟିକ /ଜୈବ ଆଚ୍ଛାଦ ବ୍ୟବହାର କରନ୍ତୁ । ନିରୀକ୍ଷଣ କରନ୍ତୁ , ପୋକକୁ ହାତରେ ଧରି ବ ଗଛକୁ ହଲାଇ ଏହାକୁ କାଢନ୍ତୁ । ଆଳୁ ଗଛରୁ ବିକର୍ଷଣ କରିବା ପାଇଁ ସହ ଫସଲ କରନ୍ତୁ । ଉପକାରୀ ପୋକ ଯଥା ଲେଡି ବଗ , ଝାଲର ଡେଣା ଏବଂ କଣ୍ଟକିତ ସୈନ୍ୟ ଭଳି ପୋକର ସଂଖ୍ୟା ବଢନ୍ତୁ । ପୋଷକ ନଥିବା ଗଛ ସହ ପର୍ଯ୍ୟାୟ କରନ୍ତୁ । ଅମଳ ପରେ ଚାଷ କରନ୍ତୁ ଓ ଜମିରୁ ଅବଶେଷ କାଢନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ