ଟମାଟ ଚିତ୍ରିତ ଝାଉଁଳା ଭୁତାଣୁ - ଆଳୁ

ଆଳୁ

ଟମାଟ ଚିତ୍ରିତ ଝାଉଁଳା ଭୁତାଣୁ

TSWV


ସଂକ୍ଷେପରେ

  • ପତ୍ରରେ ଗାଢ଼ ବାଦାମୀ ଦାଗ ଦେଖାଯାଏ ଯାହା ପରେ ପରେ ବଡ ଚକଡା ହୋଇଯାଏ.
  • ଗଛ ବାଙ୍ଗରା ହୋଇଯାଏ.
  • ପାଚି ନଥିବା ଫଳରେ ହାଲୁକା ସବୁଜ ରଙ୍ଗର ବଳଯ ଦେଖାଯାଏ.
  • ବାଦାମୀ ବଳୟ ଏବଂ ଦାଗ ପାଚିଲା ଫଳରେ ଦେଖାଯାଏ.
  • କେବେକେବେ ଫଳ ବିକୃତାକାର ହୋଇଯାଏ.

ଲକ୍ଷଣ

ପତ୍ର, ଡେମ୍ଫ, କାଣ୍ଡ ଏବଂ ଫଳ ରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ. ଏହା ଫସଲର ପ୍ରକାର ଓ ପରିବେଶ ଉପରେ ନିର୍ଭର କରେ. ଏହି ରୋଗ ର ବିସ୍ତାର ଏକ ଉପରୁ ତଳ ପର୍ଯ୍ୟନ୍ତ (top-to-bottom) ପାଟର୍ନ ରେ ହୋଇଥାଏ. ନୁଆଁ ପତ୍ର ରେ ଛୋଟ ଗାଢ଼ ବାଦାମୀ ଦାଗ ଦେଖାଯାଏ ଯାହା ଧୀରେ ଧୀରେ ବଢି ଥାଏ ଏବଂ ବେଳେବେଳେ କୈନ୍ଦ୍ରିକ ବଳୟ ସୃଷ୍ଟି କରି ଥାଏ. ଏଗୁଡିକ ଯେତେବେଳେ ମିଶିଯାନ୍ତି ସେତେବେଳେ ପତ୍ର ଉପରେ ବଡ ଚକଡା ଦେଖାଯାଇଥାଏ ଏବଂ ଶେଷରେ ସଂକ୍ରମିତ ଟିସୁ ମରି ଯାଏ. ଗାଢ଼ ବାଦାମୀ ରେଖା ମଧ୍ୟ କାଣ୍ଡ ଓ ଡ଼େମ୍ଫରେ ଦେଖାଯାଏ. ବଢୁଥିବା ଅଗର ଅନ୍ତର୍ଭେଦି ଟିସୁ ମରିଯିବା ଯୋଗୁଁ ଭୀଷଣ ରୂପେ ପ୍ରଭାବିତ ହୋଇଥାଏ. ଗଛ ବାଙ୍ଗରା ହୋଇଯାଏ କିମ୍ବା ଗୋଟିଏ ପାର୍ଶ୍ୱରେ ହିଁ ବୃଦ୍ଧି ଦେଖାଯାଏ. ସାଙ୍ଘାତିକ ଭାବେ ସଂକ୍ରମିତ ଗଛରେ ପାଚି ନଥିବା ଟମାଟ ରେ ଚିତ୍ରିତ, ଫିକା ସବୁଜ ରିଙ୍ଗ ଯାହାର ମଝି ଭାଗ ଉଠାଣିଆ ଥାଏ ତାହା ଦେଖାଯାଏ. ପାଚିଲା ଲାଲ ଫଳରେ ସ୍ପଷ୍ଟ ବାଦାମୀ ରିଙ୍ଗ ଦାଗ ସହିତ ରଙ୍ଗହୀନ ଦାଗ ଏବଂ ଫୁଲିଥିବା ଦାଗ ଦେକହାଯାଏ. ଏଥିପାଇଁ ଏହି ସବୁ ଫଳ ବଜାର ପାଇଁ ଅନୁପଯୋଗୀ ହୋଇଥାଏ.

ଟ୍ରିଗର

ଟମାଟ ଚିତ୍ରିତ ଝାଉଁଳା ଭୁତାଣୁ (TSWV) ବିଭିନ୍ନ ଜାତିର ଥ୍ରୀପ ଦ୍ୱାରା ପ୍ରସାରିତ ହୋଇଥାଏ. ଏହି ଥ୍ରୀପ ଗୁଡିକ ମଧ୍ୟରେ ପାଶ୍ଚତୀୟ ଫୁଲ ଥ୍ରୀପ (Frankliniella occidentalis), ପିଆଜ ଥ୍ରୀପ (Thrips tabaci) ଏବଂ ଲଙ୍କା ଥ୍ରୀପ (Scirtothrips dorsalis) ଅନ୍ୟତମ. TSWV ଥ୍ରୀପ ଭିତରେ ମଧ୍ୟ ସକ୍ରିୟ ଥାଏ ଏବଂ ଅନବରତ ସଂକ୍ରମିତ ହୋଇପାରେ. ଥ୍ରୀପ ର ଶୁକ ଏହି ଭୁତାଣୁ କୁ ସଂକ୍ରମିତ ଗଛରେ ଖାଇବା ସମୟରେ ଗ୍ରହଣ କରିଥାଏ ଓ ଜୀବନର ବାକି ସମୟରେ ଏହାକୁ ବିସ୍ତାର କରିଥାଏ. କିନ୍ତୁ, TSWV ସଂକ୍ରମିତ ମାଈ ଥ୍ରୀପ ରୁ ଅଣ୍ଡାକୁ ସଂକ୍ରମିତ ହୋଇ ନଥାଏ. ଏହି ଭୁତାଣୁର ବହୁତ ରେଞ୍ଜ ର ପୋଷକ ଫସଲ ଅଛନ୍ତି ଯଥା: ଟମାଟ, ଲଙ୍କା, ଆଳୁ, ଧୁଆଁପତ୍ର, ଲେଟ୍ୟୁସ ଏବଂ ଆହୁରି ଅନେକ ଫସଲ.

ଜୈବିକ ନିୟନ୍ତ୍ରଣ

କିଛି ପରଭକ୍ଷୀ ମାଇଟ ଥ୍ରୀପ ର ଲାର୍ଭା ବା ଶୂକ କିମ୍ବା ପ୍ୟୁପା ଖାଇଥାନ୍ତି ଏବଂ ଏହିଁ ମାଇଟ ବ୍ୟବସାୟିକ ରୂପେ ଉପଲବ୍ଧ ଅଛି. ଯେଉଁ ଥ୍ରୀପ କେବଳ ପତ୍ରକୁ ଆକ୍ରମଣ କରେ କିନ୍ତୁ ଫଳକୁ ଆକ୍ରମଣ କରେ ନାହିଁ, ସେମାନଙ୍କ ପାଇଁ ନିମ ତେଲ କିମ୍ବା ସ୍ଟିନୋସାଡ ବିଶେଷ କରି ପତ୍ରର ତଳପଟେ ପ୍ରୟୋଗ ପାଇଁ ଚେଷ୍ଟା କରନ୍ତୁ. ସ୍ଟିନୋସାଡ ବହୁତ ପ୍ରଭାବୀ କିନ୍ତୁ କିଛି ପ୍ରାକୃତିକ ଶତ୍ରୁ ମାନଙ୍କ (ଉଦାହରଣ: ପରଭକ୍ଷୀ ମାଇଟ, ସିରଫିଡ଼ ମାଛିର ଲାର୍ଭା, ମହୁମାଛି) ପାଇଁ ବିଷାକ୍ତ ହୋଇପାରେ. ଫୁଲରେ ଆକ୍ରମଣ କରୁଥିବା ଥରିପ ପାଇଁ କିଛି ପରଭକ୍ଷୀ ମାଇଟ କିମ୍ବା ସବୁଜ ଲେସଉଇଙ୍ଗର ଲାର୍ଭା ବ୍ୟବହାର କରାଯାଇପାରେ. ରସୁଣ ରସ ସହିତ କିଛି କୀଟନାଶକ ମିଶ୍ରଣ କରି ପ୍ରୟୋଗ କଲେ ଭଲେ କାମ କରିପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଅଧିକ ପ୍ରଜନନ ମାତ୍ରା ଏବଂ ଜୀବନ ଚକ୍ର ଯୋଗୁଁ ଥ୍ରୀପ ସବୁ ବିଭିନ୍ନ ପ୍ରକାରର କୀଟନାଶକ ପ୍ରତି ପ୍ରତିରୋଧକ ଶକ୍ତି ବିକାଶ କରି ସାରିଲେଣି. ପ୍ରଭାବଶାଳୀ ସ୍ପର୍ଶ କୀଟନାଶକ ମଧ୍ୟରେ ଆଜାଦିରାକ୍ଟିନ (azadirachtin) କିମ୍ବା ପାଇରାଥ୍ରଏଡ ଅଛି ଓ ଏହା ସହ ପିପେରୋନିଲ ବ୍ୟୁଟକ୍ସାଇଡ (piperonyl butoxide) ମିଶାଇ ଏହାର ପ୍ରଭାବ କୁ ବଢାଯାଇପାରେ.

ସୁରକ୍ଷାତ୍ମକ ଉପାୟ

  • ଥ୍ରୀପ ଓ TSWV ର ଉପଯୁକ୍ତ ପରିଚାଳନା ହେଉଥିବା ନର୍ସରୀରୁ ଚାରା ସଂଗ୍ରହ କରି ଲଗାନ୍ତୁ.
  • ବିକଳ୍ପ ପୋଷକ ଫସଲ କିମ୍ବା ସଂକ୍ରମିତ ଫସଲ ପାଖରେ ଗଛ ଲଗାନ୍ତୁ ନାହିଁ.
  • ଥ୍ରୀପର ଉପସ୍ଥିତି ପାଇଁ ଚାରାକୁ ଭଲ ଭାବେ ନିରୀକ୍ଷଣ କରି ନିଅନ୍ତୁ.
  • ପ୍ରତିରୋଧି କିସମର ଟମାଟ ଲଗାନ୍ତୁ କାରଣ ସେଥିରେ ଭୁତାଣୁ ସଂକ୍ରମଣ କରୁଥିବା ବାହକ ଥ୍ରୀପ ନିୟନ୍ତ୍ରଣ ପାଇଁ କୀଟନାଶକର ପ୍ରୟୋଗ ଦରକାର ହୁଏ ନାହିଁ.
  • ବଡ ଜାଗାରେ ଅଠାଳିଆ ଟ୍ରାପ ବ୍ୟବହାର କରି ବହୁ ସଂଖ୍ୟାରେ ଥ୍ରୀପ ଧରନ୍ତୁ.
  • ଜମି ଓ ଏହାର ଚାରିପାଖରେ ଥିବା ଅନାବନା ଘାସ ନିୟନ୍ତ୍ରଣ କରନ୍ତୁ.
  • ସଂକ୍ରମିତ ଗଛ ଏବଂ ଫସଲର ଅବଶେଷ ବାହାର କରି ନଷ୍ଟ କରି ଦିଅନ୍ତୁ.
  • ଫସଲକୁ ଭଲ ଭାବେ ଜଳସେଚିତ କରି ରଖନ୍ତୁ ଏବଂ ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ ରୁ ବଞ୍ଚିତ ରୁହନ୍ତୁ.
  • ଗ୍ରୀନହାଉସ ବା ସବୁଜ ଘରକୁ ବାଷ୍ପ ଦ୍ୱାରା ଦୁଇଟି ଫସଲ ମଧ୍ୟରେ ବିଶୋଧନ କରନ୍ତୁ.
  • ଅଧିକ ପ୍ରତିଫଳନ କରୁଥିବା UV ମଲଚ (ଧାତୁ ମଲଚ) ବ୍ୟବହାର କରି ଥ୍ରୀପ ମାନଙ୍କୁ ଦୁରେଇ ରଖନ୍ତୁ.