ଗାଜର

ସୂତ୍ରଜୀବ

Nematoda

ଅନ୍ୟ

5 mins to read

ସଂକ୍ଷେପରେ

  • ଗଛର ବିକାଶ ଅବରୁଦ୍ଧ ହୋଇଯାଏ.
  • ପତ୍ର ହଳଦିଆ ହୋଇଯାଏ, ଝାଉଁଳି ଯାଏ ଓ ବିକୃତ ହୋଇଯାଏ.
  • ମୂଳରେ ଗଣ୍ଠି ଏବଂ କୀଟ ଆକୃତି ସୃଷ୍ଟି ହୁଏ.
  • ମୂଳ ବ୍ୟବସ୍ଥା ଖରାପ ହୋଇଯାଏ.
  • କାଣ୍ଡ ମଧ୍ୟ ସଂକ୍ରମିତ ହୋଇପାରେ.
  • ସୂକ୍ଷ୍ମ ଗୋଲ କୃମି ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

40 ଫସଲ ଗୁଡିକ
ଆପେଲ
ଆପ୍ରିକଟ
କଦଳୀ
ବିନ
More

ଗାଜର

ଲକ୍ଷଣ

ସୂତ୍ରଜୀବ ସଂକ୍ରମଣ ଦ୍ୱାରା ଫସଲରେ ବିଭିନ୍ନ ପ୍ରକାରର କ୍ଷତି ହୋଇଥାଏ ଯାହା ନିର୍ଦ୍ଧିଷ୍ଟ ସୂତ୍ରଜୀବ ପ୍ରଜାତି ଓ ଏମାନଙ୍କର ସଂଖ୍ୟା ଏବଂ ଫସଲର ପ୍ରକାର ଉପରେ ନିର୍ଭର କରେ. କିଛି ସୂତ୍ରଜୀବ ଗଛକୁ ଅଧିକ ମୂଳ ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି ଓ ସେଥିରେ ଗଣ୍ଠି ଏବଂ କୀଟ ଆକୃତି ସୃଷ୍ଟି କରିଥାନ୍ତି. ଅନ୍ୟ କିଛି ସୂତ୍ରଜୀବ ମୂଳରେ ପ୍ରବଳ ଦାଗ ସୃଷ୍ଟି କରି ମୂଳର ଭିତର ଟିସୁକୁ ଖରାପ କରି ଦିଅନ୍ତି. ବହୁତ କ୍ଷେତ୍ରରେ କବକ ଓ ମାଟିରେ ଥିବା ବ୍ୟାକ୍ଟେରିଆ ଦ୍ୱାରା ଏହି ଦାଗ ଗୁଡିକ ଅତିରିକ୍ତ ସଂକ୍ରମଣ ହୋଇଥାଏ. ପାଣି ଓ ଖାଦ୍ୟସାର ଗଛର ବିଭିନ୍ନ ଜାଗାରେ ପହଞ୍ଚି ପରି ନଥାଏ. ସଂକ୍ରମିତ ଗଛ ର ବୃଦ୍ଧି କମ ହୋଇ ଗଛର ବିକାଶ ଅବରୁଦ୍ଧ ହୋଇଯାଏ ଏବଂ ଏହାର ପତ୍ର ରଙ୍ଗହୀନ ହୋଇଯାଏ. ପତ୍ର ବିକୃତକାର ହୋଇଯାଏ ଓ ଝାଉଁଳା ଲକ୍ଷଣ ଦେଖାଯାଏ. ବେଳେବେଳେ କାଣ୍ଡ ମଧ୍ୟ ସଂକ୍ରମିତ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

କିଛି କ୍ଷେତ୍ରରେ ଜୈବିକ ନିୟନ୍ତ୍ରକ କାମ କରିପାରେ. ଧାନ୍ ଫସଲରେ ନେମାଟୋଫୋରା ଯାଇନୋଫିଲା (Nematophora Gynophila) ଏବଂ ଭର୍ଟିସିଲିୟମ୍ କ୍ଲାମାୟିଡୋସ୍ପୋରିୟମ୍ (Verticillium Chlamydosporium) ନାମକ କବକ କିଛି ସୂତ୍ରଜୀବ ନିୟନ୍ତ୍ରଣ କରିଥାଏ. ଗେଣ୍ଡୁ (Tagetes patula) ଏବଂ କାଲେଣ୍ଡୁଲା (Calendula officinalis) ରସ ମାଟିରେ ପ୍ରୟୋଗ କଲେ କିଛି ମାତ୍ରାରେ ଏହି କୃମି ସଂଖ୍ୟା କମ ହୋଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ସୂତ୍ରଜୀବ ପ୍ରକାର ଉପରେ ନିୟନ୍ତ୍ରଣ ପଦ୍ଧତି ନିର୍ଭର କରିଥାଏ. ସୂତ୍ରଜୀବ ନାଶକ (ଡାଜୋମେଟ) ମାଟିରେ ଧୁଆଂ ଦେଲେ ଜନସଂଖ୍ୟା ନିୟନ୍ତ୍ରଣ ହୋଇଥାଏ. କିନ୍ତୁ ଏହା ଅଧିକାଂଶ ଚାଷୀଙ୍କ ପାଇଁ ଆର୍ଥିକ ଲାଭ ଦେଇ ନଥାଏ. କିଛି ସୂତ୍ରଜୀବ ନାଶକ କୁ ଗଛରେ ପତ୍ର ସମୂହ ଉପରେ ସ୍ପ୍ରେ ମଧ୍ୟ କରାଯାଇପାରେ.

ଏହାର କାରଣ କଣ

ସୂତ୍ରଜୀବ ଗୁଡ଼ିକ ସୂକ୍ଷ୍ମ ଗୋଲ କୃମି ଯାହା ଅଧିକତର ମାଟିରେ ରହିଥାନ୍ତି ଓ ପୋଷକ ଗଛର ମୂଳ କୁ ଖାଇଥାନ୍ତି ଓ ସଂକ୍ରମିତ କରିଥାନ୍ତି. ସାଧାରଣତଃ ସୂତ୍ରଜୀବ ଏକ ଉପକାରୀ ଜୀବ କିନ୍ତୁ ସେମାନଙ୍କ ସଂଖ୍ୟା ଅତ୍ୟଧିକ ହୋଇ ନିର୍ଦ୍ଧିଷ୍ଟ ସଂଖ୍ୟା ପାର ହେଲେ ଗଛର କ୍ଷୟକ୍ଷତି କରି ପାରନ୍ତି. ଏହି କୃମିର ଏକ ଛୁଞ୍ଚି ଭଳି ମୁହଁ ଥାଏ ଯାହା ମୂଳ ଏବଂ ଗଛର ଅନ୍ୟାନ୍ୟ ଅଂଶ ଯାହା ମାଟି ତଳେ ଥାଏ ସେଥିରେ କଣା କରିଥାଏ. ବେଳେବେଳେ ପତ୍ର ଓ ଫୁଲ ରେ ମଧ୍ୟ ଆକ୍ରମଣ କରିଥାଏ. ସୂତ୍ରଜୀବ ଗୁଡିକ ବିଭିନ୍ନ ଉପାୟରେ ଖାଇଥାନ୍ତି ଓ ବହୁତ ବର୍ଷ ଧରି ମାଟିରେ ବଞ୍ଚିପାରନ୍ତି. ବିଭିନ୍ନ ଗଛ ରେ ରହି ସେମାନେ ବଂଶ ବିସ୍ତାର କରିଥାନ୍ତି. ସୂତ୍ରଜୀବ ଦ୍ୱାରା ବ୍ୟାକ୍ଟେରିଆ, କବକ ଓ ଭୁତାଣୁଜନିତ ରୋଗ ମଧ୍ୟ ସଂକ୍ରମିତ ହୋଇପାରେ.


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ତାହେଲେ ପ୍ରତିରୋଧି ବା ସଂବେଦନଶୀଳ କିସମ ର ବିହନ ଲଗାନ୍ତୁ.
  • ଗେଣ୍ଡୁ କିମ୍ବା କାଲେଣ୍ଡୁଲା ସହିତ ଅନ୍ତଃ ଫସଲ କିମ୍ବା ଦୁଇଟି ଫସଲ ମଧ୍ୟରେ ଏହି ଫୁଲର କିଛି ଧାଡି ଲଗାଇଲେ ସୂତ୍ରଜୀବ ସଂଖ୍ୟା କମ ହୋଇପାରେ.
  • ସୂତ୍ରଜୀବ ନଷ୍ଟ କରିବା ପାଇଁ ତଳିଘରା କୁ ପ୍ଲାଷ୍ଟିକ ମଲଚ ଦ୍ୱାରା ବହୁତ ସପ୍ତାହ ଘୋଡାଇ ରଖନ୍ତୁ.
  • ଜମି ଚାଷ କରି ମାଟି ଉପରକୁ ରଖିଲେ ସୂର୍ଯ୍ୟ କିରଣ ଦ୍ୱାରା ସୂତ୍ରଜୀବ ମାରିବା ପାଇଁ ସହାୟକ ହୋଇଥାଏ.
  • ଅତ୍ୟଧିକ ସଂକ୍ରମଣରେ କିଛି ମାସ ଜମିକୁ ଖାଲି ରଖନ୍ତୁ.
  • ବିଭିନ୍ନ ପ୍ରକାର ର ଫସଲକୁ ନେଇ ଫସଲ ଚକ୍ର ବହୁତ ବର୍ଷ ପର୍ଯ୍ୟନ୍ତ ପାଳନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ