କପା

ସୂତି ଫିମ୍ପି

Pezizomycotina

ଫିମ୍ପି

5 mins to read

ସଂକ୍ଷେପରେ

  • ଗାଢ଼ ଧୂସର ରୁ କଳା ଫିମ୍ପି ଫଳ ଉପରେ, ବେଳେବେଳେ ପତ୍ରରେ, ଡାଙ୍ଗରେ, ସାଧାରଣତଃ ପୋକ ଖାଇଥିବା ଗଛ ଉପରେ ଦେଖାଯାଏ.
  • ପତ୍ର ଗୁଡିକ ମରି ଝଡି ଯାଇପାରେ.

ମଧ୍ୟ ଦେଖା ଯାଇପାରେ

27 ଫସଲ ଗୁଡିକ

କପା

ଲକ୍ଷଣ

ସୂତି ଫିମ୍ପି ସାଧାରଣତଃ ଆମ୍ବ ବା ଅନ୍ୟ ଗଛ ଯାହାକି କୀଟ ଦ୍ୱାରା ଆକ୍ରାନ୍ତ ହୋଇଥାଏ ସେଥିରେ ମିଳିଥାଏ. ଏହି ଫିମ୍ପି ଚିକିଟା ଏବଂ ମିଠା ରସ ଯାହାକି କୀଟ ମାନେ ସାଥୀ କୀଟ ମାନଙ୍କୁ ଆକର୍ଷଣ କରିବା ପାଇଁ ଛାଡ଼ିଥାନ୍ତି ଉପରେ ବଢିଥାଏ. ଏଇ ରସ କୁ ଖାଇ ସୂତି ପ୍ଫିମ୍ପ ଧୀରେ ଧୀରେ ଆକ୍ରମିତ ଗଛ ର ଅଂଶ କୁ ବିଭିନ୍ନ ପ୍ରକାରର କଳା ରଙ୍ଗ କରି ମାଡିଯାଏ. ସୂତି ଫିମ୍ପି ପରଜୀବି ବା ରୋଗ କରୁଥିବା ଫିମ୍ପି ନୁହେଁ. ତେଣୁ ଏମାନେ ନିଜର ବଂଶ ବିସ୍ତାର କରନ୍ତି ନାହିଁ କିମ୍ବା କୌଣସି ରୋଗର ଲକ୍ଷଣ ଦେଖନ୍ତି ନାହିଁ. କିନ୍ତୁ, ଏହି ଫିମ୍ପି ଦ୍ୱାରା ଆଲୋକ ସଂଶ୍ଳେଷଣ ଏବଂ ବାୟୁମଣ୍ଡଳରୁ ଗ୍ୟାସ ଅଦଳ ବଦଳ ରେ ବାଧା ସୃଷ୍ଟି କରିଥାଏ. ବହୁତ ବେଶୀ ରୋଗାକ୍ରାନ୍ତ ପତ୍ର ଗୁଡାକ ମରିଯାଇପାରେ ଯାହାକି ଗଛର ବୃଦ୍ଧି ତଥା ବଂଚିବାରେ ବାଧା ଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଧଳା ମାଛି, ଜଉପୋକ, ପିମ୍ପୁଡି, ଛାରପୋକ ଇତ୍ୟାଦି ର ନିୟନ୍ତ୍ରଣ କରିବା ପାଇଁ ନିମ ତେଲ ମିଶ୍ରଣ କୁ ବ୍ୟବହାର କରନ୍ତୁ ଯାହାକି ଏକ ପ୍ରାକୃତିକ ବ୍ୟାପକ ମିଶ୍ରଣ କୁ ବ୍ୟବହାର କରନ୍ତୁ. ନିମ ତେଲ ଫିମ୍ପିର ବୃଦ୍ଧିକୁ ମଧ୍ୟ ବନ୍ଦ କରିଦିଏ. କୀଟନାଶକ ଗୁଣ ଥିବା କିମ୍ବା ବାସନ ମଜ଼ା ସାବୁନ ( ଗୋଟେ ଚାମଚ 5 ଲିଟର ପାଣିରେ) ଆକ୍ରାନ୍ତ ଜାଗାରେ ସିଞ୍ଚନ କରନ୍ତୁ. ସାବୁନର ମିଶ୍ରଣ ଗଛ ଉପରେ ଲାଗିଗଲା ପରେ, ଖାଲି ପାଣିରେ ଧୋଇ ଦିଅନ୍ତୁ. ଏହା ଫିମ୍ପିକୁ ଧୋଇ ଦେଇଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଅର୍ଗାନାଫୋସଫଟ ପ୍ରକାରର ରାସାୟନିକ କୀଟନାଶକ ଯେମିତିକି ମାଲାଥିଅନ ବ୍ୟବହାର କରି ଆମ୍ବ ଗଛରେ ସୂତି ଫିମ୍ପି ର ପ୍ରବାହକ ପୋକକୁ ନିୟନ୍ତ୍ରଣ କରା ଯାଇ ପାରେ.

ଏହାର କାରଣ କଣ

ଗଛ ରସ ଖାଉଥିବା କୀଟ ଯେମିତିକି ଆମ୍ବ ପତ୍ରଡିଆଂ ପୋକ, ଆମ୍ରିଟୋଡସ୍ ଆଟ୍କିନସୋନି (Amritodus Atkinsoni), ଧଳା ମାଛି, ଜଉ ପୋକ ଏବଂ ଅନ୍ୟ କୀଟପତଙ୍ଗ ସୂତି ରୋଗ କୁ ହେବା ପାଇଁ ସାହାଯ୍ୟ କରିଥାନ୍ତି. ଏହି କୀଟ ମାନେ ଖାଇବା ବେଳେ ମହୂ ଭଳି ରସ ସ୍ରାବ କରିଥାନ୍ତି ଯାହାକି ସୂତି ଫିମ୍ପି ପାଇଁ ଉତ୍ତମ ମାଧ୍ୟମ ହେଇଥାଏ. ଏହି ରସ ପାଖରେ ଥିବା ପତ୍ର ଏବଂ ଅନ୍ୟ ଗଛକୁ ବୋହି ଯାଇ ପରେ ଯାହାକି ସୂତି ଫିମ୍ପିର ବିସ୍ତାରରେ ସାହାଯ୍ୟ କରିଥାଏ. ଗଛର ବିଭିନ୍ନ ଅଂଶ, କୃଷି ଉପକରଣ ଆଉ ପରିବହନ ଗାଡି ରେ ଏହି ଫିମ୍ପିର ରେଣୁ ବଞ୍ଚିଥାଏ. କୀଟପତଙ୍ଗ ମାନେ ମଧ୍ୟ ଏହି ଫିମ୍ପିକୁ ଗଛରୁ ଗଛକୁ ବଢ଼ିବାରେ ସାହାଯ୍ୟ କରିଥାନ୍ତି. ଉଦାହରଣ ସ୍ୱରୂପ ପିମ୍ପୁଡିମାନେ ନିଜର ଲାଭ ପାଇଁ ସୂତି ଫିମ୍ପି କୁ ରକ୍ଷା କରିଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ସୂତି ଫିମ୍ପି ଖରା କିମ୍ବା ଖୋଲା ଜାଗାରେ ଥିବା ଗଛରେ କମ ଦେଖାଯାଇ ଥାଏ.
  • ସେଥିପାଇଁ, ଗଛ ରୁ ଗଛ ମଧ୍ୟରେ ବ୍ୟବଧାନ ଏମିତି ରଖନ୍ତୁ ଯାହା ଦ୍ୱାରା ସେମାନେ ପର୍ୟାପ୍ତ ସୂର୍ଯ୍ୟାଲୋକ ପାଇ ପାରିବେ.
  • ଗଛକୁ ହାନି ପହଞ୍ଚୁଥିବା ଶୋଷକ କୀଟପତଂଗକୁ ନିୟନ୍ତ୍ରଣ କରନ୍ତୁ.
  • ପିମ୍ପୁଡି ମାନେ ଗଛ ପାଖରେ ନ ପହଂଚିବା ପାଇଁ କିଛି ଅବରୋଧ ତିଆରି କରନ୍ତୁ.
  • ପର୍ୟାପ୍ତ ଖାଦ୍ୟସାର ଆଉ ପାଣି ଦେଲେ ଗଛର ପ୍ରାକୃତିକ ପ୍ରତିରୋଧକ ଶକ୍ତି, ଫ୍ଲୋଏମ ଖାଉଥବା କୀଟ ମାନକ ବିରୁଦ୍ଧରେ କାମ କରିପାରିବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ