ଆଳୁର ବିବର୍ଣ୍ଣତା

ଆଳୁ

ଆଳୁର ବିବର୍ଣ୍ଣତା

Anthocyanin pigmentation

ଅନ୍ୟ

ସଂକ୍ଷେପରେ

  • ଆଳୁ ଭିତରେ ଗୋଲାପି ବିବର୍ଣ୍ଣତା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁର ବିବର୍ଣ୍ଣତା

ଆଳୁ

ଲକ୍ଷଣ

ଗୋଲାପୀ କିମ୍ବା ବାଇଗଣୀ ରଙ୍ଗର ବଳୟ ପରି କ୍ଷେତ୍ର କିମ୍ବା ଆଳୁ ଭିତରେ ବ୍ଲଚ୍/ଦାଗ ଦେଖାଯାଏ। ଗୋଲାପୀ ରଙ୍ଗ ଉଜ୍ଜ୍ୱଳତାରେ ଭିନ୍ନ ଭିନ୍ନ ହୋଇପାରେ। ବେଳେବେଳେ ବିବର୍ଣ୍ଣତା ସମ୍ପୂର୍ଣ୍ଣ ରୂପେ ଭିତର ଭାଗରେ ବିସ୍ତାର ହୁଏ। ହଳଦିଆ ଚୋପା ସହିତ କିଛି ପ୍ରକାରର ଆଳୁ ବାହାରେ ମଧ୍ୟ ଗୋଲାପୀ ଦେଖାଇପାରେ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ସମସ୍ୟା କୀଟ ଜନିତ ନୁହେଁ କିମ୍ବା ରୋଗ ଜନିତ ନୁହେଁ; ଜୈବିକ ନିୟନ୍ତ୍ରଣ ଆବଶ୍ୟକ ନୁହେଁ।

ରାସାୟନିକ ନିୟନ୍ତ୍ରଣ

ଏହି ସମସ୍ୟା କୀଟ ଜନିତ ନୁହେଁ କିମ୍ବା ରୋଗ ଜନିତ ନୁହେଁ; ରାସାୟନିକ ନିୟନ୍ତ୍ରଣ ଆବଶ୍ୟକ ନୁହେଁ। ଥରେ ଫସଲରେ ଏହି ଲକ୍ଷଣ ଦେଖାଗଲେ, ଏହା ଦୂର ହୁଏନାହିଁ।

ଏହାର କାରଣ କଣ

ଆଳୁରେ ଗୋଲାପୀ ରଙ୍ଗ ହେବା ଯାହାକି ଆନ୍ଥୋସିୟାନିନ କଣିକା ସୃଷ୍ଟି ଭାବରେ ଜଣାଶୁଣା, ଅନେକ କାରଣରୁ ହୋଇପାରେ। କେତେକ କିସମରେ ଯେତେବେଳେ ଆଳୁ ପତ୍ର ମୋଡା ଜୀବାଣୁ ସଂକ୍ରମିତ ହୋଇଥାଏ ଏହି ଗୋଲାପୀ ରଙ୍ଗ ଦେଖାଯାଏ। ଏହି କଣିକା ପରିବେଶ ପରିସ୍ଥିତି ଦ୍ୱାରା ମଧ୍ୟ ପ୍ରଭାବିତ ହୋଇପାରେ। ଉଦାହରଣ ସ୍ୱରୂପ, ଆଲୋକର ସଂସ୍ପର୍ଶରେ ଆସିବା, ବିଶେଷତଃ ଭୂପୃଷ୍ଠ ନିକଟରେ ଥିବା ଆଳୁ, ଶୀତଳ ରାତି ଏବଂ ଗରମ ଦିନର ଅଦଳ ବଦଳ ହେବା, କିମ୍ବା ଶୁଖିଲା କିମ୍ବା ନାଇଟ୍ରୋଜେନ୍/ ଯବକ୍ଷାରଜାନ ସମୃଦ୍ଧ ମାଟିରେ ବଢିବା।


ସୁରକ୍ଷାତ୍ମକ ଉପାୟ

  • ଆଳୁରେ ଗୋଲାପୀ ରଙ୍ଗର କଣିକା ବିକାଶକୁ କମ୍ କରିବାକୁ, ବଡ଼ ହୁଡା ପ୍ରସ୍ତୁତ କରନ୍ତୁ ଯାହା ଫଳ ମାଂସର ରଙ୍ଗକୁ ସୀମିତ କରିବାରେ ସାହାଯ୍ୟ କରିଥାଏ। ବାରମ୍ବାର ଜଳସେଚନ ନିଶ୍ଚିତ କରନ୍ତୁ କିନ୍ତୁ ଅଧିକ ଜଳସେଚନରୁ ଦୂରେଇ ରୁହନ୍ତୁ। ଅତିରିକ୍ତ ଭାବରେ, ଅମଳ, ସଂରକ୍ଷଣ, ଏବଂ ପ୍ୟାକ୍ କରିବା ଭଳି ଆବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ଆଳୁକୁ ଦିବାଲୋକରୁ ଦୂରରେ ରଖନ୍ତୁ ଏବଂ ଯଥାସମ୍ଭବ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରେ ଏହାର ସଂସ୍ପର୍ଶକୁ ସୀମିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ