ବାଇଗଣ

ହଡ୍ଡା ପୋକ

Epilachna vigintioctopunctata

ପୋକ

5 mins to read

ସଂକ୍ଷେପରେ

  • ପତ୍ରର ଶିରା ମଝିରେ ଖାଇବା ଦ୍ୱାରା କ୍ଷୟକ୍ଷତି ହୋଇଥାଏ.
  • ପତ୍ର ଜାଲି ଜାଲି ହୋଇ ଯାଏ.
  • ଫଳରେ ହାଲକା କଣା ହୋଇ ଯାଏ.
  • ପ୍ରବଳ ପତ୍ରଝଡ଼ା.
  • ବିକାଶ ଅବରୁଦ୍ଧ ହୋଇ ଯାଏ.
  • ବୟସ୍କ ପୋକ ଗୁଡିକ ଅଣ୍ଡାକୃତି, ମଳିନ ନାରଙ୍ଗୀ ରଙ୍ଗର ହୋଇଥାଏ ଯାହାର ପିଠିରେ 28 ଟି କଳା ଚିହ୍ନ ଓ ଛୋଟ ଛୋଟ କୋମଳ ବାଳ ଥାଏ.

ମଧ୍ୟ ଦେଖା ଯାଇପାରେ

8 ଫସଲ ଗୁଡିକ

ବାଇଗଣ

ଲକ୍ଷଣ

ଉଭୟ ଲାର୍ଭା ଓ ବୟସ୍କ ପୋକ ପତ୍ରକୁ ଖାଇ ପ୍ରବଳ କ୍ଷୟକ୍ଷତି କରି ପାରନ୍ତି. ପତ୍ରର ଶିରା ମଝିରେ ଥିବା ସବୁଜ ଟିସୁକୁ ଖାଇବା ହେଲା ପ୍ରଥମ ଲକ୍ଷଣ. ପରେ ସବୁ ସବୁଜ ଟିସୁ ଖାଇ ଖାଇ ପତ୍ରରେ କେବଳ ଶିରାପ୍ରଶିରା ରହିଯାଏ ଯାହା ଜାଲି ସଦୃଶ ଦେଖାଯାଏ. ଏହାକୁ କଙ୍କାଳୀକରଣ (skeletonization) କୁହାଯାଏ. ଫଳରେ ହାଲୁକା କଣା ହୋଇ ଯାଏ. ଚାରା ନଷ୍ଟ ହୋଇଯାଇପାରେ ତଥା ବୟସ୍କ ଗଛର ବିକାଶ ଅବରୁଦ୍ଧ ହୋଇ ଯାଇପାରେ. ଏହି ପୋକ ପ୍ରବଳ ପତ୍ର କ୍ଷୟ କରାଇପାରେ ଯଦ୍ୱାରା ଉତ୍ପାଦନରେ ବହୁତ କ୍ଷତି ହୋଇପାରେ. ଏଥିପାଇଁ ଏହା ବାଇଗଣର ଏକ ଭୟଙ୍କର ଅନିଷ୍ଟକାରୀ ପୋକ.

Recommendations

ଜୈବିକ ନିୟନ୍ତ୍ରଣ

ପିଡିଓବାଇଅସ୍ (Pediobius) ପରିବାରର ପରଜୀବୀ ବିରୁଡି ହଡ୍ଡା ପୋକଙ୍କୁ ନିୟନ୍ତ୍ରଣ କରିପାରିବ. ଏହି ବିରୁଡି ଉପକାରୀ ଲେଡି ବାର୍ଡ଼ ବିଟିଲ କୁ ମଧ୍ୟ ଆକ୍ରମଣ କରିଥାଏ. ସେଥିପାଇଁ ଏହି ବିରୁଡି ବ୍ୟବହାର କଲା ପୂର୍ବରୁ କେଉଁ ପୋକ ଆକ୍ରମଣ କରିଛି ତାହା ଯତ୍ନର ସହ ଚିହ୍ନଟ କରିବାକୁ ପଡିବ. ପତ୍ର ଖିଆ ବିଟିଲ ନିୟନ୍ତ୍ରଣ ପାଇଁ ରୋଗ ସୃଷ୍ଟିକାରୀ କିଛି ଅଣୁଜୀବ ମଧ୍ୟ ସାହାର୍ଯ୍ୟ କରିଥାନ୍ତି. ବାକ୍ଟେରିଆ ବ୍ୟାସିଲସ୍ ଥ୍ୟୁରିନଜିଏନ୍ସିସ୍ (Bacillus Thurengiensis) କିମ୍ବା କବକ ଆସ୍ପର୍ଗିଲସ୍ ଏସ୍ପିପି. (Aspergillus spp.) ଥିବା ଜୈବିକ କୀଟନାଶକ ସ୍ପ୍ରେ କରାଯାଇପାରେ. ଜଡ଼ା ଜାତୀୟ ରିସିନସ୍ କମ୍ୟୁନିସ୍ (Ricinus Communis), କାଲୋଟ୍ରୋପିସ୍ ପ୍ରୋକେରା (Calotropis Procera) ଏବଂ ଡାଟ୍ୟୁରା ଇନ୍ନୋକ୍ସିଆ (Datura Innoxia) ପତ୍ରର ରସ ସ୍ପ୍ରେ କରି ଏହି ପୋକ ନିୟନ୍ତ୍ରଣ କରିହେବ. ପାଉଁଶ ପ୍ରୟୋଗ କରି ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ସଂକ୍ରମଣକୁ କମ କରିହେବ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଯଦି କୀଟନାଶକ ର ଆବଶ୍ୟକ ହୁଏ ତାହେଲେ ଡାଇମେଥୋଏଟ୍ (Dimethoate), ଫେନଭେଲାରାଟେ (Fenvelarate), କ୍ଲୋରୋପାଇରିଫସ୍ (Chloropyriphos), ମାଲାଥିୟନ୍ (Malathion) କୁ ଗଛରେ ସ୍ପ୍ରେ କରାଯାଇପାରେ.

ଏହାର କାରଣ କଣ

ବୟସ୍କ ପୋକ ଅଣ୍ଡାକୃତି, ମଳିନ ନାରଙ୍ଗୀ ରଙ୍ଗର ହୋଇଥାଏ ଯାହାର ପିଠିରେ 28ଟି କଳା ଚିହ୍ନ ଓ ଛୋଟ ଛୋଟ ଵାଳ ଥାଏ. ମାଈ ପୋକ ଅଣ୍ଡାକୃତି ହଳଦିଆ ଅଣ୍ଡା (0.4-1ମିମି) ଛୋଟ ଛୋଟ ଗ୍ରୁପ ରେ ସାଧାରଣତଃ ପତ୍ରର ତଳପଟେ ଦେଇଥାଏ. ପ୍ରାୟ 4 ଦିନ ପରେ ହାଲକା ହଳଦିଆ - ଧଳା ଲାର୍ଭା ବାହାରନ୍ତି ଯାହାର ପିଠିରେ ଗାଢ଼ ରଙ୍ଗର ଫାଳିଆ କଣ୍ଟା ଥାଏ. ଏହି ଲାର୍ଭା 18 ଦିନ ମଧ୍ୟରେ ପ୍ରାୟ 6 ମିମି ଲମ୍ବା ହୋଇଥାଏ ଯାହା ତାପମାନ ଉପରେ ନିର୍ଭର କରେ. ତାପରେ ସେମାନେ ପତ୍ରର ତଳ ପଟକୁ ଯାଇ ପ୍ୟୁପା ହୋଇଥାନ୍ତି. ଅତିରିକ୍ତ 4 ଦିନ ପରେ ନୁଆଁ ପିଢ଼ିର ବୟସ୍କ ପୋକ କୁକୁନ ଭତ୍ତାରୁ ବାହାରିଥାନ୍ତି. ପ୍ରଜନନ ସମୟରେ (ମାର୍ଚ୍ଚ - ଅକ୍ଟୋବର) ଥଣ୍ଡା ତାପମାନ ଜୀବନ ଚକ୍ର ଓ ସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ. ଏହି ପୋକ ଶୀତ ଦିନରେ ମାଟି ଭିତରେ କିମ୍ବା ଶୁଖିଲା ପତ୍ରରେ ବଞ୍ଚିପାରେ.


ସୁରକ୍ଷାତ୍ମକ ଉପାୟ

  • ନିଜ ଜାଗାରେ ଉପଲବ୍ଧ ଥିବା ଶକ୍ତ, ସହନଶୀଳ କିମ୍ବା ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ସଂକ୍ରମିତ ଫସଲ ଜମି ଭିତରେ ବା ପାଖରେ ବାଇଗଣ ଫସଲ ଲଗାନ୍ତୁ ନାହିଁ.
  • ଫସଲ ଚାରିପାଖରୁ ବିକଳ୍ପ ଫସଲ ଯେଉଁଥିରେ ଏହି ପୋକ ଆକ୍ରମଣ କରିଥାଏ ତାକୁ ଲଗାନ୍ତୁ ନାହିଁ, ଯଦି ଲାଗି ଥାଏ ତାହେଲେ ବାହାର କରିଦିଅନ୍ତୁ.
  • ଭଲ ଭାବେ ଜଳସେଚନ କରନ୍ତୁ ଯାହା ଫଳରେ ଆପଣଙ୍କ ଫସଲ ସୁସ୍ଥ ରହିବ ଓ ବଢୁଥିବା ପୋକ ସଂଖ୍ୟା କମ ହେଇପାରିବ.
  • ଲାର୍ଭା ଓ ବୟସ୍କ ପୋକ ତଳି ଘରା କିମ୍ବା ମୁଖ୍ୟ ଫସଲରେ ଦେଖିଲେ ଗୋଟି ଗୋଟି କରି ବାହାର କରି ନଷ୍ଟ କରନ୍ତୁ.
  • ସଂକ୍ରମିତ ଗଛ ତଥା ଅନ୍ୟାନ୍ୟ ଫସଲ ଅବଶେଷ ବାହାର କରି ଜଳାଇ ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ