ଉକୁଣିଆ ପୋକ - ଚିନାବାଦାମ

ଚିନାବାଦାମ

ଉକୁଣିଆ ପୋକ

Thysanoptera


ସଂକ୍ଷେପରେ

  • ପତ୍ର ପୃଷ୍ଠ ଉପରେ ଛୋଟ ରୁପା ରଂଗର ଦାଗ ଦେଖା ଯାଇଥାଏ.
  • ପତ୍ର ଗୁଡିିକ ହଳଦିଆ ହୋଇଯାଏ.
  • ପତ୍ର,ଫୁଲ ଓ ଫଳ ବିକୃତ ହୋଇଯାଏ.

ଲକ୍ଷଣ

ଲାର୍ଭା ଏବଂ ବୟସ୍କ ପୋକ ଗଛ ଟିସୁ ଖାଆନ୍ତି ଏବଂ ଛୋଟ ରୂପେଲି ଚକଡା ପତ୍ରର ଉପର ପଟେ ଧାରରେ ସୃଷ୍ଟି କରିଥାନ୍ତି ଯାହାକୁ ରୁପେଲିକରଣ (Silevring) କୁହାଯାଏ. ଏହି ଚକଡା ଫୁଲ ପାଖୁଡ଼ାରେ ମଧ୍ୟ ଦେଖାଦେଇଥାଏ, ଯେଉଁଠାରୁ ରଂଗ ଗାୟବ ହୋଇ ଯାଇଥାଏ. ପତ୍ରର ତଳ ପଟେ ଉକୁଣିଆ ପୋକ ଆଉ ତାର ଲାର୍ଭା ଦଳ ଦଳ ହୋଇ କଳା ଗୋବର ଭଳି ଦାଗ ସହ ରହିଥାନ୍ତି. ସଂକ୍ରମିତ ପତ୍ର ହଳଦିଆ ଦେଖାଯାଏ, ବିକୃତ ତଥା ସଂକୁଚିତ ହୋଇଯାଏ. ଫୁଲ ବିକାଶ ହେବା ସମୟରେ ଏହା ଆକ୍ରମଣ କଲେ ବିକୃତକାର ଛୋଟ ଫୁଲଫଳ ହେଇଥାଏ ଯାହା ଦ୍ୱାରା ଉତ୍ପାଦନ କମ ହୋଇଥାଏ.

ଟ୍ରିଗର

ଉକୁଣିଆ ପୋକ ହଳଦିଆ, କଳା କିମ୍ବା ଗାରଗାରିଆ 1-2 ମିମି ଲମ୍ବା ହେଇଥାଏ. କିଛି ଜାତିର ପୋକ ଦୁଇ ଯୋଡି ଡେଣା ଥାଏ, ଅନ୍ୟ ମାନଙ୍କର ନଥାଏ. ଏହି ପୋକ ଗଛ ଅବଶେଷ ରେ କିମ୍ବା ମାଟିରେ କିମ୍ବା ଅନ୍ୟ ପୋଷକ ଗଛରେ ସୁପ୍ତ ଅବସ୍ଥା ରେ ରହିପାରେ. ଏଇ ପୋକ ବିଭିନ୍ନ ପ୍ରକାରର ଭୁତାଣୁ ବାହକ ଅଟେ. ବିଭିନ୍ନ ପ୍ରକାରର ଫସଲକୁ ଉକୁଣିଆ ପୋକ ସଂକ୍ରମଣ କରିଥାଏ. ଗରମ ଏବଂ ଶୁଖିଲା ପାଗ ବଂଶ ବିସ୍ତାରରେ ସାହାଯ୍ୟ କରିଥାଏ କିନ୍ତୁ ଆର୍ଦ୍ରତା ଏହାକୁ କମ କରିଥାଏ. ବୟସ୍କ ପୋକ ସହଜରେ ପବନ, କପଡ଼ା, କୃଷି ସରଞ୍ଜାମ, ବିଭିନ୍ନ ପାତ୍ର ଯାହାକି ଠିକ୍ ରେ ସଫା ହେଇନଥାଏ ଦ୍ୱାରା ବ୍ୟାପି ଥାଏ.

ଜୈବିକ ନିୟନ୍ତ୍ରଣ

କିଛି ନିର୍ଦ୍ଧିଷ୍ଟ ଉକୁଣିଆ ପୋକ ପାଇଁ କିଛି ଜୈବିକ ନିୟନ୍ତ୍ରଣ ବିକାଶ କରାଯାଇଛି. ପରଭକ୍ଷୀ ଉଈ ଯାହା ଉକୁଣିଆ ପୋକର ଲାର୍ଭା ଏବଂ ପ୍ୟୁପା ଖାଇଥାଏ ତାହା ବଜାରରେ ଉପଲବ୍ଧ ଅଛି. ଯେଉଁ ପୋକ କେବଳ ପତ୍ରକୁ ସଂକ୍ରମଣ କରିଥାନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିମ ତେଲ, ପ୍ରାକୃତିକ ପାଇରେଥ୍ରୀନ୍ (Pyrethrins) ବିଶେଷ କରି ପତ୍ରର ତଳ ପଟେ ପ୍ରୟୋଗ କରନ୍ତୁ. ସ୍ପିନୋସାଡ୍ (Spinosad) ସାଧାରଣତଃ ଯେ କୌଣସି ରାସାୟନିକ କିମ୍ବା ଜୈବିକ କୀଟନାଶକ ଅପେକ୍ଷା ଅଧିକ ପ୍ରଭାବୀ. ଏହା ଏକ ସପ୍ତାହ ପର୍ଯ୍ୟନ୍ତ କାମ କରେ ଏବଂ ଗଛର ଟିସୁରେ ଅଳ୍ପ ଭିତରକୁ ଯାଇଥାଏ. କିନ୍ତୁ ଏହା କିଛି ପ୍ରାକୃତିକ ଶତ୍ରୁ ଯେପରିକି ପରଭକ୍ଷୀ ଉଈ, ସାଇର୍ଫିଡ୍ (Syrphid) ମାଛିର ଲାର୍ଭା ଏବଂ ମହୁମାଛି ପାଇଁ ବିଷାକ୍ତ ହେଇଥାଏ. ଫୁଲ ଲାଗିଲା ସମୟରେ ସ୍ପିନୋସାଡ୍ (Spinosad) ପ୍ରୟୋଗ କରନ୍ତୁ ନାହିଁ. ଫୁଲକୁ ଲାଗିଥିବା ପୋକ ପାଇଁ କିଛି ପରଭକ୍ଷୀ ଉଈ କିମ୍ବା ସବୁଜ ଲେଶଉଇଙ୍ଗ ଲାର୍ଭା ବ୍ୟବହାର କରାଯାଇପାରେ. ରସୁଣ ରସ ସହ କିଛି କୀଟନାଶକ ମିଶାଇ ସ୍ପ୍ରେ କଲେ ଭଲ କାମ କରିଥାଏ. ଅତ୍ୟଧିକ ସୂର୍ଯ୍ୟକିରଣ ପ୍ରତିଫଳନ କରୁଥିବା ମେଟାଲିକ ମଲଚ ବ୍ୟବହାର କଲେ ବହୁତ ଭଲ ଅଟେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଅତ୍ୟଧିକ ବଂଶ ବିସ୍ତାର କ୍ଷମତା ଓ ସେମାନଙ୍କ ଜୀବନ ଚକ୍ର ଯୋଗୁଁ ଉକୁଣିଆ ପୋକ ବିଭିନ୍ନ କୀଟନାଶକ ପ୍ରତି ପ୍ରତିରୋଧକ ଶକ୍ତି ସୃଷ୍ଟି କରି ସାରିଲାଣି. ଫିପ୍ରୋନିଲ୍ (Fipronil) @2 ମିଲି, ଇମିଡାକ୍ଲୋପ୍ରିଡ୍ (Imidacloprid) @ 0.25 ମିଲି କିମ୍ବା ଏସିଟାମିପ୍ରିଡ୍ (Acetamiprid) @ 0.2 ଗ୍ରାମ ର ପ୍ରୟୋଗ କଲେ ପୋକ ନିୟନ୍ତ୍ରଣ ହେଇପାରେ. ଅନେକ କ୍ଷେତ୍ରରେ ଅଧିକ ପ୍ରଭାବୀ କରିବା ପାଇଁ ପାଇପେରୋନିଲ୍ ବୁଟୋକ୍ସାଇଡ୍ (Piperonyl Butoxide) କୁ ମଧ୍ୟ ମିଶାଇ ପ୍ରୟୋଗ କରାଯାଇଥାଏ.

ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମର ବିହନ ଲଗାନ୍ତୁ ଯେଉଁଥିରେ ଉକୁଣିଆ ପୋକ ପାଇଁ କୀଟନାଶକ ଦରକାର ପଡିବ ନାହିଁ.
  • ଉକୁଣିଆ ପୋକର ଆକ୍ରମଣ ଏବଂ ବିସ୍ତାରକୁ କମ କରିବା ପାଇଁ ପ୍ଲାଷ୍ଟିକ କିମ୍ବା ଜୈବିକ ମଲଚ ଧାଡି ରେ ଘୋଡାଇ ରଖନ୍ତୁ.
  • ଅସଂବେଦନଶୀଳ ଗଛକୁ କେବେ ବି ଅନାବନା ଘାସ ପ୍ରବଣ ଜାଗାରେ ଲଗାନ୍ତୁ ନାହିଁ.
  • ଭୁତାଣୁ ଏବଂ ଉକୁଣିଆ ପୋକ ନଥିବା ଚାରା କୁ ଲଗାନ୍ତୁ.
  • ଏହା ଉକୁଣିଆ ପୋକ ନିୟନ୍ତ୍ରଣ କରି ପାରୁଥିବା ଗ୍ରୀନହାଉସ ରେ ମିଳିପାରେ.
  • ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ ଏବଂ ରୋଗ ପୋକର ମାତ୍ରା ଆକଳନ କରି ଉପଯୁକ୍ତ ନିୟନ୍ତ୍ରଣ ପଦ୍ଧତି ନିଅନ୍ତୁ.
  • ବହୁତ ପୋକ ଧରିବା ପାଇଁ ଅଠାଳିଆ ଯନ୍ତା ବଡ ଜାଗାରେ ବ୍ୟବହାର କରନ୍ତୁ.
  • ଭୁତାଣୁ ଦ୍ୱାରା ସଂକ୍ରମିତ ଗଛ କିମ୍ବା ଯେଉଁ ଗଛରେ ଏହି ପୋକ ରହିପାରେ, ତାହା ପାଖରେ ଫସଲ ଲଗାନ୍ତୁ ନାହିଁ.
  • କାଣ୍ଟଛାଟ କଲାବେଳେ କେବଳ ଉପୁରୁ ଉପୁରୁ ଡାଳପତ୍ର ନ କାଟି ଯୋଉଠୁ ଶାଖା ଆରମ୍ଭ ହେଇଥାଏ ସେଇଠୁ କାଟନ୍ତୁ.
  • ଗ୍ରୀନହାଉସ କୁ ବାଷ୍ପ ଦେଇ ବିଶୋଧିତ କରନ୍ତୁ.
  • ସଂକ୍ରମିତ ଗଛକୁ ବାହାର କରିଦିଅନ୍ତୁ ଏବଂ ଗଛର ଅବଶେଷ କୁ ନଷ୍ଟ କରି ଦିଅନ୍ତୁ.
  • ଫସଲ କୁ ଦରକାର ଜଳସେଚନ ଦିଅନ୍ତୁ ଏବଂ ଅତ୍ୟଧିକ ଯବକ୍ଷାରଜାନ ଯୁକ୍ତ ସାର ଦିଅନ୍ତୁ ନାହିଁ.