ଟମାଟ

ଟମାଟୋ ପତ୍ର କୋରି ଖିଆ ପୋକ

Tuta Absoluta

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଅନିୟମିତ ଧୂସର ଠାରୁ ଧଳା ପତ୍ର କୋରା ଚିହ୍ନ ଥାଏ , କାଣ୍ଡ ଭିତରେ ଗାଲେରୀ ଓ ବଡ ସୁଡଙ୍ଗ , ସେମାନେ ଫଳରେ ପଶିବା ବା ବାହାରିବା ସ୍ଥାନରେ କଳା ଦାଗ ଥାଏ । 5 ରୁ 7 ମିମି ଲମ୍ବା ରୁପେଲି ବାଦାମୀ ବୟସ୍କ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଫସଲ ଚକ୍ର ସାରା ଆକ୍ରମଣ ହୋଇପାରେ ଏବଂ ଗଛର ଯେ କୌଣସି ଅଂଶକୁ ପ୍ରଭାବିତ କରିପାରେ । ଶୂକମାନେ ଅଗ କଢ , ନୂଆ କୋମଳ ପତ୍ର ଏବଂ ଫୁଲ ପସନ୍ଦ କରନ୍ତି । ପତ୍ରରେ , ଶୂକମାନେ ଅନିୟମିତ, ଧୂସର ଠାରୁ ଧଳା କୋରା ଚିହ୍ନ ଯାହାକି ପରେ ବିଗଳିତ ହୁଏ , ସୃଷ୍ଟି କରନ୍ତି । ଶୂକମାନେ କାଣ୍ଡରେ ଗାଲେରୀ ସୃଷ୍ଟି କରନ୍ତି ଯାହାକି ଗଛର ବୃଦ୍ଧି ଉପରେ ପ୍ରଭାବ ପକାଏ । ଫଳରେ ପଶିବା ବା ବାହାରିବା ସ୍ଥାନରେ କଳା ଦାଗ ଥାଏ । ଏହି ଖୋଲା ସ୍ଥାନ ଦ୍ଵିତୀୟକ ରୋଗକାରୀ ଜୀବାଣୁର ପ୍ରବେଶ ପଥ ହୁଏ ଓ ଫଳ ପଚା ସୃଷ୍ଟି କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଟୁଟା ଆବ୍ସୋଲୁଟା ଖାଉଥିବା କେତେକ ପରଭକ୍ଷୀ ଦେଖାଯାଇଅଛି । ଅନ୍ୟ ପ୍ରଜାତି ମଧ୍ୟରେ ଟ୍ରାଇକୋଗ୍ରାମ୍ମା ପ୍ରେଟିୟସମ ଏବଂ ନେସିଡିୟକୋରିଶ ଟେନୁଇସ ଓ ମାକ୍ରୋଲୋଫାସ ପିଗ୍ମେଉସ ଭଳି ଶୋଷକ କୀଟ ମଧ୍ୟ ଅଟନ୍ତି । କେତେକ କବକ ପ୍ରଜାତି ମେଟାରିଜିଆମ ଅନିସୋପ୍ଳିଏ ଓ ବେଭେରିଆ ବାସିଆନା ଅଣ୍ଡା, ଶୂକ ଏବଂ ବୟସ୍କ କୀଟକୁ ଆକ୍ରମଣ କରେ। ନିମ୍ବ ମଞ୍ଜି ନିର୍ଯ୍ୟାସ କିମ୍ବା ବେଶିଲାସ ଥୁରିଙ୍ଗିଏଂସିସ କିମ୍ବା ସ୍ପିନୋସାଡ ଥିବା କୀଟନାଶକ ମଧ୍ୟ କାମ କରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଶୂକର ରହସ୍ୟାତ୍ମକ ପ୍ରକୃତି , ପୋକର ଉଛ ପ୍ରଜନନ କ୍ଷମତା ଓ ପ୍ରତିରୋଧି ଶକ୍ତିର ସୃଷ୍ଟି ଯୋଗୁଁ, ଟୁଟା ଆବ୍ସୋଲୁଟା ପୋକ ପରିଚାଳନା ପାଇଁ କୀଟନାଶକ କାମ ଦେଇନପାରେ । ପ୍ରତିରୋଧ ଶକ୍ତି ଦୂରେଇବା ପାଇଁ ଇଣ୍ଡୋକ୍ସାକାର୍ବ , ଆବାମେକ୍ଟିନ ,ଆଜାଡିରାଚଟିନ , ଫେନୋକ୍ସିକାର୍ବ +ଲୁଫେନୁରୋନ ଆଦି ବିଭିନ୍ନ ପ୍ରକାର କୀଟନାଶକ ପର୍ଯ୍ୟାୟ ଭାବେ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଟୁଟା ଆବ୍ସୋଲୁଟା ଏକ ଧ୍ଵଂସାତ୍ମକ ଟମାଟୋ ପୋକ ,କାରଣ ଏମାନଙ୍କର ଏକ ବର୍ଷରେ 12 ପିଢୀ ସୃଷ୍ଟି କରିବା ଭଳି ପ୍ରଜନନ କ୍ଷମତା ଥାଏ । ପତ୍ରର ତଳ ପଟେ ବୟସ୍କ ମାଈ ପୋକମାନେ କ୍ଷୀର ରଙ୍ଗର ପ୍ରାୟ 300 ପର୍ଯ୍ୟନ୍ତ ଅଣ୍ଡା ଦିଏ । 26 ରୁ 30 ଡିଗ୍ରୀ C ଓ 60 ରୁ 75 % ଆପେକ୍ଷିକ ଆର୍ଦ୍ରତାରେ ଅଣ୍ଡା ଫୁଟି ଶୂକ ବାହାରେ । ମୁଣ୍ଡରେ ଏକ ନିର୍ଦ୍ଦିଷ୍ଟ କଳା ପଟି ସହିତ ଶୂକମାନେ ଈଷତ ସବୁଜ ଅଟନ୍ତି । ଅନୁକୂଳ ପରିସ୍ଥିତିରେ ( ତାପମାତ୍ରା ଓ ଆର୍ଦ୍ରତା ) ସେମାନଙ୍କର ବିକାଶ ପ୍ରାୟ 20 ଦିନରେ ଶେଷ ହୁଏ । ବଯସ୍କମାନେ ରୁପେଲି ବାଦାମି , 5-7 ମିମି ଲମ୍ବା ଏବଂ ଦିନବେଳେ ପତ୍ର ମଝିରେ ଲୁଚିଥାନ୍ତି । ଟୁଟା ଆବ୍ସୋଲୁଟା ଅଣ୍ଡା , ଶୂକ ଓ ବୟସ୍କ ଅବସ୍ଥାରେ ମାଟିରେ କିମ୍ବା ପତ୍ରରେ ସୁପ୍ତ ଭାବରେ ରହିପାରନ୍ତି


ସୁରକ୍ଷାତ୍ମକ ଉପାୟ

  • ରୋଗ ପୋକ ମୁକ୍ତ ଚାରା ବ୍ୟବହାର କରନ୍ତୁ । ବଯସ୍କମାନଙ୍କୁ ସମୂହ ଧରିବା ପାଇଁ ଫେରୋମୋନ ବା ଅଠା ଜନ୍ତା ବ୍ୟବହାର କରନ୍ତୁ । କ୍ଷତି ହୋଇଥିବା ଗଛ ଓ ଗଛ ଅଂଶ କାଢି ନଷ୍ଟ କରନ୍ତୁ । ଜମିରେ ଓ ଆଖପାଖରେ ବିକଳ୍ପ ପୋଷକ ଗଛ ନିୟନ୍ତ୍ରଣ କରନ୍ତୁ । ମୃତ୍ତିକା ଚାଷ କରନ୍ତୁ ଓ ଏହାକୁ ପ୍ଲାଷ୍ଟିକ ଛାଦିକରଣ ଦ୍ଵାରା ଆବରଣ କରନ୍ତୁ କିମ୍ବା ସୌର ଉପଚାର କରନ୍ତୁ । ଅମଳ ପରେ ସଂକ୍ରମିତ ଗଛ କାଢି ନଷ୍ଟ କରନ୍ତୁ । ପୂର୍ବ ଫସଲରୁ ଆସିବା ବନ୍ଦ କରିବା ପାଇଁ , ଗଛ ଲଗାଇବା ପୂର୍ବରୁ ଅତି କମରେ 6 ସପ୍ତାହ ଅପେକ୍ଷା କରନ୍ତୁ । ବ୍ୟାପକ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ