Cicadellidae
ପୋକ
ଏହି ପୋକ ଦ୍ୱାରା କ୍ଷୟକ୍ଷତି ମରୁଡି ଓ ଖାଦ୍ୟସାର ଅଭାବ ଜନିତ ଚାପର ଲକ୍ଷଣ ସଦୃଶ ହୋଇଥାଏ. ପତ୍ରର ତଳ ପଟେ ପତ୍ରଡିଆଁ ପୋକ ଖାଇଥାଏ. ସାଧାରଣତଃ ଖାଇବା ବିନ୍ଦୁର ଚାରିପାଖରେ ରଙ୍ଗହୀନ ଜାଗା ବିକଶିତ ହୋଇଥାଏ ଏବଂ ପତ୍ର ଧାର ରୁ ଅଳ୍ପ ମୋଡି ହୋଇଯାଇଥାଏ. ଏହା ହେଲା ଏହି ପୋକ ସଂକ୍ରମଣର ପ୍ରଥମ ଲକ୍ଷଣ ଏବଂ ଏହାକୁ ''ହପରବର୍ନ'' କୁହାଯାଏ. ପରେ, ଏହି ରଙ୍ଗହୀନ ଦାଗ ପତ୍ରର ଅନ୍ୟ ଜାଗାକୁ ବଢି ବଢି ଚାଲେ. ପତ୍ର ପୁରା ତଳ ପଟକୁ ମୋଡି ହୋଇଯାଇ ଶେଷରେ ଝଡ଼ିଯାଏ. ଏହା ଗଛର ବୃଦ୍ଧି କମ କରିଥାଏ ଓ ଫଳ ଉତ୍ପାଦନ ମଧ୍ୟ କମ ହୋଇପାରେ.
ଆନାଗ୍ରସ୍ ଆଟୋମସ୍ ପରି ପରଜୀବି ପ୍ରଜାତିର ପୋକ କୁ ଜୈବିକ ନିୟନ୍ତ୍ରଣ ହିସାବରେ ପ୍ରୟୋଗ କରନ୍ତୁ.. ଉପକାରୀ ପୋକ ଯଥା ଲେଡି ବଗ ଓ ଲେସଉଇଙ୍ଗ ଉଭୟ ଅଣ୍ଡା ଓ ଲାର୍ଭା ଅବସ୍ଥାର ପତ୍ରଡିଆଁ ପୋକଙ୍କୁ ପ୍ରବଳ ଭାବେ ଖାଇଥାନ୍ତି. ମେଟାରିଃଯ଼ିୟମ୍ ଆନିସୋପ୍ଲିଏ, ବିଉଏଭେରିଆ ବ୍ୟାସିୟାନା, ପେଇସାଇଲୋମାଇସେସ୍ ଫୁମୋସୋରୋସିୟସ୍ ଏବଂ ଭର୍ଟିସିଲିୟମ୍ ଲେକାନି କବକ ଯୁକ୍ତ ଜୈବିକ କୀଟନାଶକ ବ୍ୟବହାର କରି ଗୁରୁତର ସଂକ୍ରମଣ କୁ ନିୟନ୍ତ୍ରଣ କରାଯାଇପାରେ. କୀଟନାଶକ ଗୁଣ ଥିବା ସାବୁନ ମଧ୍ୟ ବ୍ୟବହାର କରାଯାଇପାରେ. ସ୍ଟିନୋସଡ 0.35 ମିଲି ପ୍ରତି ଲିଟର ପ୍ରୟୋଗ କରାଯାଇପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. କୀଟନାଶକ ଯେପରିକି କ୍ଲୋରୋପାଇରିଫୋସ୍ (2.5 ମି.ଲି ପ୍ରତି ଲି), ଫିପ୍ରୋନିଲ୍ କିମ୍ବା ଫ୍ଲୋନିକାମିଡ୍ ଦ୍ୱାରା ବିହନ ଉପଚାର କଲେ ପତ୍ରଡିଆଁ ପୋକର ନିୟନ୍ତ୍ରଣ ଭଲ ହୋଇଥାଏ. ଜମିରେ ପ୍ରୟୋଗ କଲେ ସେଥିରେ ଥିବା ପୋକ ମରିଯାଆନ୍ତି ଓ ମୂଳରେ ଆକ୍ରମଣରୁ ମୁକ୍ତି ମିଳିଥାଏ ଏବଂ ଗଛକୁ ଆକ୍ରମଣରୁ ମଧ୍ୟ ବଞ୍ଚାଇଥାଏ. ଗଛ ଲଗାଇବାର 30, 45, 60 ଦିନ ପରେ ପ୍ରତୀକରତ୍ମକ ଉପଚାର କରାଯାଇପାରେ. କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ + ଲାମ୍ବଡା-ସାଇହାଲୋଥ୍ରୀନ୍ @ 0.5 ମି.ଲି ପ୍ରତି ଲି, ଲାମ୍ବଡା-ସାଇହାଲୋଥ୍ରୀନ୍ @ 1ମି.ଲି କିମ୍ବା ସାଇପରମେଥ୍ରୀନ୍ @1ମି.ଲି ପ୍ରତି ଲିଟର ପାଣିରେ ମିଶାଇ 1-2 ଥର ଫସଲର ଶେଷ ପର୍ଯ୍ୟାୟରେ ପ୍ରୟୋଗ କରାଯାଇପାରେ.
ବିଭିନ୍ନ ପ୍ରକାର ର ଆମରାସ୍କା ପତ୍ରଡିଆଁ ପୋକ ଦ୍ୱାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ. ଏମାନେ ମୁଖ୍ୟତଃ ଗ୍ରୀନହାଉସ ରେ ଲାଗୁଥିବା ପୋକ ଏବଂ ଅଳ୍ପ ସଂଖ୍ୟାରେ ମଧ୍ୟ କ୍ଷତି କରିପାରନ୍ତି. ବୟସ୍କ ପତ୍ରଡିଆଁ ପୋକ ଗୁଡି଼କ ସବୁଜ ରଙ୍ଗର, 3-4 ମିମି ଲମ୍ବା ଏବଂ ଏମାନେ ଶୀତଦିନରେ ଚିର ସବୁଜ ଗଛରେ ବଞ୍ଚିଥାନ୍ତି. ମାଈ ପୋକ ପତ୍ରର ତଳପଟେ ଶିରା ରେ ଅଣ୍ଡା ଦେଇଥାଏ. ଏକ ରୁ ଚାରି ସପ୍ତାହ ମଧ୍ୟରେ ଅଣ୍ଡା ଫୁଟିଥାଏ. ଲାର୍ଭା ଓ ବୟସ୍କ ପୋକ ଗଛର ଟିସୁ ଶୋଷଣ କରି କ୍ଷତି ଘଟାଇଥାନ୍ତି. ଶୋଷଣ କଲା ବେଳେ ପୋକ ମାନେ ଏକ ବିଷାକ୍ତ ପଦାର୍ଥ ଛାଡ଼ିଥାନ୍ତି ଯାହା ଗଛର ପରିବାହକ ଟିସୁକୁ ବନ୍ଦ କରିପାରେ. ସେଥିପାଇଁ ଏହାର ଲକ୍ଷଣ ଜଳ ଓ ଅନ୍ୟାନ୍ୟ ଖାଦ୍ୟସାର ଜନିତ ଅଭାବର ଲକ୍ଷଣ ପରି ଦେଖାଯାଏ.