ଆଳୁ

ଅଲଟେରିନେରିଆ ବାଦାମୀ ଦାଗ

Alternaria alternata

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉଭୟ ପାର୍ଶ୍ବରେ ବାଦାମୀ କଳା ଦାଗ ଦେଖାଯାଏ ଯାହାର ହଳଦିଆ ବଳୟ ଥାଏ.
  • ପରେ ଅସମ କିମ୍ବା ଗୋଲାକାର ପରିଗଳିତ ଯାଇଥିବା ଜାଗା ରେ ପରିଣତ ହୋଇଥାଏ ଏବଂ କିଛି ସମୟରେ ଭଙ୍ଗୁର କାଗଜ ପରି ସଂରଚନା ହୋଇଥାଏ.
  • ନୁଆଁ ଫଳ ଉପରେ ଯାହାର ହଳଦିଆ ବଳୟ ଯୁକ୍ତ ଗାଢ଼ ଦାଗ ଦେଖାଯାଏ ଯାହାଉପରେ ସୋଲ ପରି ଟିସୁ ଦ୍ୱାରା ଘୋଡାଇ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ

ଆଳୁ

ଲକ୍ଷଣ

ପ୍ରଥମେ ନୁଆଁ ପତ୍ରରେ ଅଧିକାଂଶ ସମୟରେ ଧାରର ଛୋଟ ବାଦାମୀ ରୁ କଳା ଦାଗ ଦେଖାଯାଏ ଯାହାର ସ୍ପଷ୍ଟ ହଳଦିଆ ବଳୟ ଥାଏ. ଏହି ଦାଗ ବଢି ଅସମ କିମ୍ବା ଗୋଲାକାର ପରିଗଳିତ ଦାଗ ପତ୍ରର ଅଧିକାଂଶ ଜାଗା ରେ ମାଡ଼ିଥାଏ. ପରିଗଳନ ଏବଂ ରଙ୍ଗହୀନତା ଶିରା କଡେ କଡେ ବ୍ୟାପି ଥାଏ. ଦାଗ ଗୁଡିକ ସପାଟ ଏବଂ ପତ୍ରର ଉଭୟ ପାର୍ଶରେ ଦେଖାଦେଇଥାଏ. ପୁରୁଣା ଦାଗ ଗୁଡିକର ମଝିରେ ଏକ ଭଙ୍ଗୁର କାଗଜ ସଦୃଶ ସଂରଚନା ହୋଇଥାଏ. ଅପରିପକ୍ଵ ଫଳରେ ଅଳ୍ପ ଶୁକୁଡ଼ି ଯାଇଥିବା ହଳଦିଆ ବଳୟ ଯୁକ୍ତ ଗାଢ଼ ଦାଗ ଦେଖାଯାଏ. ପରିପକ୍ଵ ହୋଉଥିବା ଫଳରେ ଦାଗ ଗୁଡିକର ଆକାର ଛୋଟ ଦାଗ ରୁ ବଡ଼ ବ୍ରଣ ପରି ଆକାରର ହୋଇପାରେ. ଫଳ ଚୋପା ସୋଲ ପରି ଟିସୁର ଏକ ପାଚେରୀ ସୃଷ୍ଟି କରିଥାଏ ଯାହା ଫଳ ଉପରୁ ବାହାରିଲା ପରି ଦେଖାଯାଏ. ଯଦି ଏହି ସୋଲ ପରି ଟିସୁ ଝଡ଼ିଯାଏ ତାହେଲେ ଗର୍ତ୍ତ ଓ ବ୍ରଣ ପରିକା ଦାଗ ଦେଖାଯାଏ. ଅପରିପକ୍ଵ ଅବସ୍ଥାରେ ଫଳ ଝାଡ଼ିବା ସାଧାରଣ କଥା.

Recommendations

ଜୈବିକ ନିୟନ୍ତ୍ରଣ

କପର ଅକ୍ସି କ୍ଲୋରାଇଡ ଥିବା ଜୈବିକ ଫିମ୍ପିନାଶକ ଅଲଟେରିନେରିଆ ବାଦାମୀ ଦାଗର ନିୟନ୍ତ୍ରଣ ପାଇଁ ଭଲ କାମ କରିଥାଏ. ଏହି ରୋଗ ନିୟନ୍ତ୍ରଣ ପାଇଁ ଆପଣ ଅନ୍ୟ କିଛି ଉପାୟ ଜାଣିଛନ୍ତି ତାହେଲେ ଆମ ସହ ସଂପର୍କ କରନ୍ତୁ. ଆମେ ଆପଣଙ୍କ ଠାରୁ ଶୁଣିବା ପାଇଁ ଅପେକ୍ଷାରତ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଇପ୍ରୋଡିଓନ (iprodione), କ୍ଲୋରୋଥାଲନିଲ (chlorothalonil) ଏବଂ ଆଜୋକ୍ସିସ୍ଟ୍ରୋବିନ (azoxystrobin) ଥିବା କୀଟନାଶକ ଫର୍ମୁଲା ଅଲଟେରିନେରିଆ ବାଦାମୀ ଦାଗର ଭଲ ନିୟନ୍ତ୍ରଣ କରିଥାଏ. ପ୍ରୋପିକୋନାଜୋଲ (propiconazole) ଏବଂ ଥାଇଓଫାନେଟ ମିଥାଇଲ (thiophanate methyl) ଉପରେ ପରିବେଶିତ କୀଟନାଶକ ମଧ୍ୟ ବହୁତ ପ୍ରଭାବୀ କାମ କରିଥାଏ. ରୋଗର ପ୍ରତିରୋଧକତା ସୃଷ୍ଟି ନ ହେବା ପାଇଁ, ଅନୁମୋଦିତ ମାତ୍ରା ତଥା ଫିମ୍ପିନାଶକ ର ବିଭିନ୍ନ କାମ କରିବା ଉପାୟକୁ ଧ୍ୟାନରେ ରଖି, ଫିମ୍ପିନାଶକର ପ୍ରୟୋଗ କରିବା ଦରକାର.

ଏହାର କାରଣ କଣ

ଅଲଟେରିନେରିଆ ଅଲଟେରିନାଟା ନାମକ ଏକ ଫିମ୍ପି ଯୋଗୁଁ ଏହି ରୋଗ ହୋଇଥାଏ. ଏହି ଫିମ୍ପିର ଅଣୁ ପବନ ଦ୍ୱାରା କିମ୍ବା ପାଣି ଛାଟ ଦ୍ୱାରା ବ୍ୟାପି ଥାଏ. ବର୍ଷା କିମ୍ବା ହଠାତ ଆପେକ୍ଷିକ ଆର୍ଦ୍ରତା ରେ ପରିବର୍ତ୍ତନ ଏହି ଫିମ୍ପିର ଅଣୁ ଡାଳ, ପତ୍ର କିମ୍ବା ଫଳ ଉପରେ ଥିବା ଫିମ୍ପି ରୁ ସୃଷ୍ଟି ଏବଂ ନିର୍ଗତ ହୋଇଥାଏ. ଅଲଟେରିନେରିଆ ବାଦାମୀ ଦାଗ ଅଧିକାଂଶ ସମୟରେ ମନୁଷ୍ୟ ଦ୍ୱାରା ପରିବାହିତ ହୋଇଥିବା ଚାରା ଦ୍ୱାରା କର ଯାଇଥିବା ତୋଟା ରେ ଦେଖାଦେଇଥାଏ. ଯୁବା ପତ୍ରରେ ସଂକ୍ରମଣ ହେବାର 36 ରୁ 48 ଘଣ୍ଟା ମଧ୍ୟରେ ପ୍ରଥମେ ଲକ୍ଷଣ ଦେଖାଦେଇଥାଏ. ପାଖୁଡା ପଡ଼ିବାର 2 ମାସ ପର୍ଯ୍ୟନ୍ତ ଫଳ ଏହି ରୋଗ ପାଇଁ ସମ୍ବେଦନଶୀଳ ଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଏବଂ ସୁସ୍ଥ ବିହନ ବା ଚାରା ବ୍ୟବହାର କରନ୍ତୁ.
  • ଫସଲରେ ଉପଯୁକ୍ତ ଖାଦ୍ୟସାର ପ୍ରୟୋଗ କରନ୍ତୁ ଯାହା ଗଛକୁ ପ୍ରାକୃତିକ ପ୍ରତିରୋଧକ ଶକ୍ତି ଦେବ.
  • କିନ୍ତୁ ଅତ୍ୟଧିକ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ନାହିଁ.
  • ଉତ୍ତମ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ କାରଣ ଜଳାଭାବ ଜନିତ ଚାପ କିମ୍ବା ଅଧିକ ଜଳ ରହିବ ଯୋଗୁଁ ଫଳ ଫାଟି ଯାଇପାରେ.
  • ଉତ୍ତମ ବାୟୁ ପ୍ରବାହ ପାଇଁ ଗଛରୁ ଗଛର ବ୍ୟବଧାନ ଅଧିକ ରଖନ୍ତୁ.
  • ସଂକ୍ରମିତ ଡାଳ କାଟି ଫିମ୍ପିର ଅଣୁ ରହୁଥିବା ଜାଗାକୁ ନଷ୍ଟ କରନ୍ତୁ ଏବଂ ଫଳରେ ସଂକ୍ରମଣ କୁ କମ କରନ୍ତୁ.
  • ପୁରୁଣା ଫଳ ଓ ମରିଯାଇଥିବା ଶାଖା ଜମିରୁ ବାହାର କରିଦିଅନ୍ତୁ.
  • ଫସଲ ଅମଳ ସମୟରେ ଫଳଗୁଡିକର ବିସ୍ତୃତ ଭାବେ ବଛାବଛି ଓ ଗ୍ରେଡିଙ୍ଗ କଲେ ଭଣ୍ଡାରଣ ଓ ପରିବହନ ସମୟରେ ରୋଗର ବିସ୍ତାରକୁ ବନ୍ଦ କରିହେବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ