ଆଳୁ

କଳା ରୂପୀ

Rhizoctonia solani

ଫିମ୍ପି

5 mins to read

ସଂକ୍ଷେପରେ

  • କଠିନ, ବହଳିଆ କଳା ଚିହ୍ନ ( ରୂପୀ ) ଆଳୁ ଉପରେ ଥାଏ । ଉପର ଚେର ଓ ନୂଆ ଡାଳରେ କବକବୃଦ୍ଧି ସହିତ ବାଦାମି ,ଖାଲୁଆ ପେଚ ବା ଚିହ୍ନ ଥାଏ । ପତ୍ରର ଝାଉଂଲା , ଶୁଷ୍କତା ଓ ବିବର୍ଣତା ଦେଖାଦିଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଅନିୟମିତ ଆକାରର ବହଳିଆ କଳା ଚିହ୍ନ ( ରୂପୀ ) ଆଳୁ ଉପରେ ଦେଖାଯାଏ । ଏହି କଳା ଚିହ୍ନ ସହଜରେ ଘଷି ବା କୋରି କଢାଯାଇପାରେ ।ଯବକାଚ ବ୍ୟବହାର କରି ଚିହ୍ନ ଚାରିପଟେ ଧଳା କବକ ଥିବାର ଦେଖାଯାଇପାରେ । ନୂଆ ଡାଳ ଓ କାଣ୍ଡରେ ଯାଦୁରା ରୋଗର ସାମଞ୍ଜସ୍ୟ ଏହି ଲକ୍ଷଣରେ ଦେଖାଯାଏ । ଚେରରେ ବାଦାମି ,ଖାଲୁଆ ପେଚ ,ବେଳେବେଳେ ଧଳା କବକ ଦ୍ଵାରା ଘେରିରହିଥିବା ଦେଖାଯାଏ । ଯଦି ପଚିବା କାଣ୍ଡକୁ ଘେରିହୁଏ ଏବଂ ଜଳ ଓ ପୋଷକ ପରିବହନ ବନ୍ଦ କରେ , ପତ୍ର ବିବର୍ଣ ହୁଏ ଓ ଝାଊଂଳି ଶୁଖିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ କାବକାନଶୀ ଟ୍ରାଇକୋଡେର୍ମା ହେର୍ଜାନିଅମ କିମ୍ବା ରୋଗ ଶ୍ରୀଉସତି ନକରିବା ରାଜୋକ୍ଟିନିଆ ପ୍ରଜାତି ସିଆରରେ ପ୍ରୟୋଗ କରନ୍ତୁ । ଏହା ଜମିରେ ଓ ସଂକ୍ରମିତ ଆଳୁରେ କଳା ରୂପୀ କମାଇଥାଏ ।ସିଆରରେ ଗାଈ ଗୋରୁ ଖତ କିମ୍ବା ସବୁଜ ସୋରିଷ ଅବଶେଷର ଜୈବ ଧୂପର ପ୍ରୟୋଗ ଏହା କମାଇବାର ଅନ୍ୟ ଏକ ସମ୍ଭାବନା ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଫ୍ଲୁଅଡିକ୍ସିନିଲ କିମ୍ବା ଥାଇୟଫିନେଟ - ମିଥାଇଲ ଏବଂ ମାଙ୍କୋଜେବର ମିଶ୍ରଣ ସହିତ ବିହା ଉପଚାର କଳା ରୂପୀ ସମେତ ଅନେକଗୁଡିଏ କବକ ଜନିତ ରୋଗ ବିସ୍ତାର କମାଇବାରେ ଅଧିକ ଫଳପ୍ରସୂ ଅଟେ । ଲଗାଇବା ସମୟରେ ସିଆରରେ ଫ୍ଲୁଟୋନୀଲ କିମ୍ବା ଆଯୋକ୍ସିସ୍ତ୍ରୋବିନ ସହିତ ଉପଚାର ମଧ୍ୟ ରୋଗ ବଢିବାରେ ନିୟନ୍ତ୍ରଣ କରେ ।

ଏହାର କାରଣ କଣ

ରାଇଜୋକ୍ଟିନିଆ ସୋଲାନି କବକ ଦ୍ଵାରା କଳା ରୂପୀ ରୋଗ ହୁଏ । 5 ରୁ 25 ଡିଗ୍ରୀ C ତାପମାତ୍ରା ମଧ୍ୟରେ ଏହି କବକ ମାଟିରେ ବହୁତ ଦିନ ବଞ୍ଚେ , ଏପରିକି ଆଳୁର ଅନୁପସ୍ଥିତିରେ । ସଂକ୍ରମଣ ମାଟିରୁ କିମ୍ବା ସଂକ୍ରମିତ ବିହନ ସାମଗ୍ରୀରୁ ହୁଏ । ପ୍ରକୃତରେ ଏହି କବକ ପଚିବାର କାରଣ ନୁହେ , କିନ୍ତୁ ସଂକ୍ରମିତ ଆଳୁ ବିହନ ବଂଶ ବିସ୍ତାର ପାଇଁ ବ୍ୟବହାର କରନ୍ତୁ ନାହି । ଥଣ୍ଡା ଓ ଓଦା ପାଗ ଦ୍ଵାରା ସଂକ୍ରମଣ ମାତ୍ରା ବୃଦ୍ଧି ପାଏ । ଗଛ ବୃଦ୍ଧିର ପ୍ରାଥମିକ ଅବସ୍ଥାରେ ଉଷ୍ମ ତାପମାତ୍ରା ରୋଗର ପ୍ରଭାବ ପକାଏ । କଳା ରୂପୀ ଏବଂ କାଣ୍ଡ ଯାଦୁରା ହାଲୁକା , ବାଲିଆ ମାଟିରେ ସାଧାରଣତଃ ଅଧିକ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ବା ସୁସ୍ଥ ଗଛରୁ ବିହନ ସାମଗ୍ରୀ ଆଣନ୍ତୁ । ଋତୁର ପ୍ରାରମ୍ଭିକ ସମୟରେ ଲଗାନ୍ତୁ ନାହି । ଉଷୁମ ମାଟିରେ ବିହନ ଲଗାନ୍ତୁ ( 8 ଡିଗ୍ରୀ C ରୁ ଅଧିକ ) । ମାଟିରୁ ଶୀଘ୍ର ଗଜା ବାହାରିବା ପାଇଁ ଅଗଭୀର ସିଆର ବ୍ୟବହାର କରନ୍ତୁ । ଫସଲ ପର୍ଯ୍ୟାୟ କରନ୍ତୁ । ଅମଳ ପରେ ପୋଷକ ନଥିବା ଗଛ ଅବଶେଷ ମାଟିରେ ଛାଡିଦିଅନ୍ତୁ । ଗଛକୁ ଯଥେଷ୍ଟ ଜଳ , ମୁଖ୍ୟତଃ ଶୁଖିଲା ଋତୁରେ ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ