ଆଳୁ

ଧବଳ ଭୃଙ୍ଗ

Scarabaeidae sp.

ପୋକ

5 mins to read

ସଂକ୍ଷେପରେ

  • ଡାଳପତ୍ର ସବୁ ଝାଉଁଳିଯାଏ ଓ ହଳଦିଆ ହୋଇଯାଏ.
  • ଗଛ ମରିଯାଏ, ମାଟିରୁ ସହଜରେ ଉପାଡି ହୋଇଯାଏ.
  • ଉତ୍ପାଦନ କମ ହୋଇଥାଏ.
  • ବୟସ୍କ ପୋକ ମାନେ ଗାଢ଼ ମାଟିଆ ରଙ୍ଗର ହୋଇଥାଏ, 20 ମିମି ଲମ୍ବା ଏବଂ 8 ମିମି ଓସାରିଆ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ଆଳୁ

ଲକ୍ଷଣ

ଉଭୟ ବୟସ୍କ ଓ ଲାର୍ଭା ଗଛର ମୂଳ ଖାଇ କ୍ଷତି କରିଥାନ୍ତି. ଭୃଙ୍ଗ ଗୁଡିକ ଚେର ଉପରେ କ୍ଷତ କରିଥାନ୍ତି ଯାହା ଫଳରେ ଗଛ ଝାଉଁଳିଯାଏ ଓ ହଳଦିଆ ହୋଇଯାଏ. ଚିନାବାଦାମ ର ଖୋସା ମଧ୍ୟ ସଂକ୍ରମିତ ହୋଇ ନଷ୍ଟ ହୋଇପାରେ. ଅଧିକ ସଂକ୍ରମଣ କ୍ଷେତ୍ରରେ ଗଛ ମରିଯାଏ ଯାହାକୁ ସହଜରେ ଟାଣି ବାହାର କରି ହୁଏ. ଏହି ପୋକ ଦ୍ୱାରା ଆକ୍ରମଣ ସତ୍ତ୍ୱେ ଫସଲରେ ତୁରନ୍ତ କୌଣସି ଲକ୍ଷଣ ଦେଖାଦେଇନଥାଏ. କିନ୍ତୁ ଆଗକୁ ଗଛର ଜୀବନ କାଳ କମ ହୋଇଯାଏ ଏବଂ ଉତ୍ପାଦନ ଲଗାତାର କମ ହୋଇ ଯାଇଥାଏ. ବାର୍ଷିକ ଫସଲ ରେ ହଠାତ ଗଛ ଝାଉଁଳି ଯିବା ପ୍ରଥମ ଲକ୍ଷଣ ହୋଇଥାଏ ଏବଂ ପରେ ଅପରିପକ୍ଵ ସମୟରେ ପତ୍ରଝଡ଼ା ହୋଇଥାଏ. ଜାଗା ଜାଗାରେ ସଂକ୍ରମିତ ଗଛ ହଳଦିଆ ହୋଇ ଝାଉଁଳିଯାଇ ମରିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ସୋଲାନମ ସୁରାଟେନ୍ସ (Solanum surattense) କିମ୍ବା ନିମ ପତ୍ର ଉତ୍ପାଦ ଦ୍ୱାରା ବିହନ ଉପଚାର କରନ୍ତୁ. ସିଜନ ର ଆରମ୍ଭରେ ଉପକାରୀ ସୂତ୍ରଜୀବ ର ଏକ ତରଳ ମିଶ୍ରଣ ହେକ୍ଟର ପ୍ରତି 15 କୋଟି ସୂତ୍ରଜୀବ ସ୍ପ୍ରେ କରନ୍ତୁ. ସୁତ୍ରାଜୀବ ର ଉଦାହରଣ ହେଲା ହେଟେରୋରା଼ହ୍ବଡିଟିସ ସ୍ପେସିସ (Heterorhabditis spp.). NPV ଭୁତାଣୁ କିମ୍ବ ଗ୍ରୀନ ମସକାର୍ଡିନ (green muscardine) ନାମକ କବକ ଉପରେ ଆଧାରିତ ଜୈବିକ କୀଟନାଶକ ଫର୍ମୁଲା ମଧ୍ୟ କାମ କରିଥାଏ. ବିହନକୁ ବୁଣିବା ପୂର୍ବରୁ କିରୋସିନ ରେ ଉପଚାର (1 ଲିଟର ପ୍ରତି 75 କିଗ୍ରା) କରନ୍ତୁ. ବ୍ରାକୋନଇଡ଼ (braconids) ପରିବାର ର ପୋକ, ଡ୍ରାଗନ ଫ୍ଲାଇ, ଟ୍ରାଇକୋଗ୍ରାମାଟିଡ଼ ମାନଙ୍କୁ ସଂରକ୍ଷଣ କରିବା ସୁନିଶ୍ଚିତ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ମାଟିରୁ ବାହାରିଲା ପରେ ବୟସ୍କ ପୋକ ପ୍ରଥମେ ପାଖରେ ଥିବା ଗଛର ଡାଳପତ୍ର ଖାଇଥାଏ. ଏହି ଗଛ ଗୁଡିକରେ ରାତିରେ କୀଟନାଶକ ସ୍ପ୍ରେ କଲେ ଅଣ୍ଡା ଦେବା ପୂର୍ବରୁ ବୟସ୍କ ପୋକ ସଂଖ୍ୟା କମ ହୋଇଯାଇଥାଏ. କ୍ଲୋରୋପାଇରିଫସ (Chloropyriphos) 20%EC, 1125ମିଲି ପ୍ରତି ହେକ୍ଟର ସ୍ପ୍ରେ କରାଯାଇପାରିବ. କ୍ଲୋରୋପାଇରିଫସ ଦ୍ୱାରା (6.5 ମିଲି କ୍ଲୋରୋପାଇରିଫସ ପ୍ରତି କିଲୋଗ୍ରାମ) ବିହନ ଉପଚାର କଲେ ଏହି ପୋକ ଗୁଡିକର ବିକାଶ କୁ ବନ୍ଦ କରିହେବ.

ଏହାର କାରଣ କଣ

ହୋଲୋଟ୍ରିକିଆ (Holotrichia) ଜାତିର ଗୋଟିଏ ଗ୍ରୁପ ର ଧବଳ ଭୃଙ୍ଗ ଦ୍ୱାରା ଏହି ଲକ୍ଷଣ ସବୁ ଦେଖାଦେଇଥାଏ. ବୟସ୍କ ପୋକ ଗୁଡିକ ଗାଢ଼ ବାଦାମୀ ପ୍ରାୟ 20 ମିମି ଲମ୍ବା ଓ 8 ମିମି ଓସାରିଆ ହୋଇଥାନ୍ତି. ବର୍ଷା ହେବାର ତିନି ରୁ ଚାରି ଦିନ ଭିତରେ ସେମାନେ ମାଟିରୁ ବାହାରି ଅଳ୍ପ ଦୁରକୁ ଯାଇ ପାଖରେ ଥିବା ଗଛରେ ଖାଇଥାନ୍ତି. ଖାଇ ସରିଲା ପରେ ପୁଣି ସେମାନେ ମାଟି ଭିତରକୁ ପଶି ଲୁଚି ରହି ଅଣ୍ଡା ଦିଅନ୍ତି. ମାଈ ପୋକ 20-80 ଧଳା ଓ ଗୋଲିଆ ଅଣ୍ଡା 5-8 ସେମି ଗଭୀର ମାଟିରେ ଦେଇଥାଏ. ଲାର୍ଭା ଗୁଡିକ ଧଳା ହଳଦିଆ, ପାରଦର୍ଶୀ ଏବଂ ପ୍ରାୟ 5 ମିମି ଲମ୍ବା. ପୁରା ବଢିଥିବା ଭୃଙ୍ଗ ଗୁଡିକ ତଗଡା ତଥା ଏମାନଙ୍କର ଶକ୍ତିଶାଳୀ ପାଟି ଥାଏ. ଏମାନଙ୍କର ମୁଣ୍ଡ ହଳଦିଆ ଏବଂ ଧଳା ରଙ୍ଗର ଶରୀର ମାଉଁଶିଆ ଏବଂ C ଆକୃତିର ହୋଇଥାଏ. ଏମାନେ ଜୈବିକ ପଦାର୍ଥ କିଛି ସପ୍ତାହ ଖାଇଥାନ୍ତି ଓ ପରେ ଚେର ତଥା ଖୋସା ଉପରେ ଆକ୍ରମଣ କରିଥାନ୍ତି. ବିଭିନ୍ନ ପ୍ରକାରର ଫସଲ ଯଥା ଆଖୁ, ଲଙ୍କା, ମକା, ହରଡ଼ ଓ ବାଜରା ର ମୂଳ ଏହି ଧବଳ ଭୃଙ୍ଗ ଖାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ବଜାରରେ ଉପଲବ୍ଧ ଥିଲେ ପ୍ରତିରୋଧୀ କିସମର ଗଛ ଲଗାନ୍ତୁ। ଗ୍ରବ ଦ୍ୱାରା ଅତ୍ୟଧିକ କ୍ଷୟକ୍ଷତିକୁ ଦୂର କରିବା ପାଇଁ ଶୀଘ୍ର ଗଛ ଲଗାନ୍ତୁ.
  • ଜୋୱାର, ମକା କିମ୍ବା ପିଆଜ ପରି ଜାଲ ଫସଲକୁ ଚିନାବାଦାମ ଗଛ ମଧ୍ୟରେ ଲଗାନ୍ତୁ.
  • ବର୍ଷା ଆରମ୍ଭ ହେଲା ପରେ ଆଲୋକ ଜାଲ ଲଗାଇ ବିଟିଲ ସଂଖ୍ୟା ପ୍ରତି ଦିନ ନିରୀକ୍ଷଣ କରନ୍ତୁ.
  • ସକାଳୁ ସକାଳୁ ଜମିରେ ଥିବା ଧବଳ ଭୃଙ୍ଗ ସବୁ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ.
  • ଇଟାଲୀୟ ରାଇଘାସ କିମ୍ବା ଡାଲିଜାତୀୟ ଗଛର ସବୁଜ ଖତ ବ୍ୟବହାର କରି ଭୃଙ୍ଗ ର ପ୍ରାକୃତିକ ଶତ୍ରୁ ମାନଙ୍କୁ ସଂରକ୍ଷଣ ଦିଅନ୍ତୁ.
  • ପୋଟାସିଅମ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ ଯାହା ଗଛର ମୂଳ ବ୍ୟବସ୍ଥା କୁ ସବଳ କରିବ ତଥା ଭୃଙ୍ଗ ବିରୁଦ୍ଧରେ ସହନଶୀଳତା ବଢାଇବ.
  • ସିଜନ ପୂର୍ବରୁ ଗଭୀର ହଳ କରନ୍ତୁ.
  • ଦୁଇ ବର୍ଷ ପାଇଁ ଜମି ଚାଷ ନକରି ଖାଲି ରଖନ୍ତୁ.
  • ଭୃଙ୍ଗ ଲାଗୁନଥିବା ଫସଲ ସହିତ ଫସଲ ଚକ୍ର ଅବଲମ୍ବନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ