ଫସଫରସ ଅଭାବ - ଜୋଆର

ଜୋଆର

ଫସଫରସ ଅଭାବ

Phosphorus Deficiency


ସଂକ୍ଷେପରେ

  • ପତ୍ର ଧାରରୁ ଆରମ୍ଭ କରି ବାଇଗଣୀ ରଂଗର ଦେଖା ଯାଇଥାଏ.
  • ପତ୍ର କୁଂଚିତ ହୋଇଯାଏ.
  • ଗଛର ବିକାଶ ଅବରୁଦ୍ଧ ହୋଇଯାଏ.

ଲକ୍ଷଣ

ଫସଲର ସମସ୍ତ ଅବସ୍ଥାରେ ଫସଫରସ ଅଭାବର ଲକ୍ଷଣ ଦେଖାଦେଇପାରେ କିନ୍ତୁ ଛୋଟ ନୂଆ ଗଛରେ ବେଶୀ ଦେଖା ଯାଇଥାଏ. ଅନ୍ୟ ଖାଦ୍ୟସାର ଅଭାବରେ ଲକ୍ଷଣ ଭଲ ଭାବେ ଦେଖାଯାଏ, କିନ୍ତୁ ଫସଫରସ ଅଭାବ କ୍ଷେତ୍ରରେ ସ୍ପଷ୍ଟ ଲକ୍ଷଣ ଦେଖିବାକୁ ମିଳି ନଥାଏ ଓ ଚିହ୍ନିବାରେ ଅସୁବିଧା ହୋଇଥାଏ. ଅଳ୍ପ କ୍ଷେତ୍ରରେ ଏହି ଅବ୍ୟବସ୍ଥା ରେ ଗଛର ବିକାଶ ଅବରୁଦ୍ଧ ହୋଇ ଯିବାର ସମ୍ଭାବନା ଥାଏ କିନ୍ତୁ ପତ୍ର ଉପରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ. ଅଧିକ ଅଭାବ କ୍ଷେତ୍ରରେ କାଣ୍ଡ ଆଉ ନାଡ଼ ରେ ଗାଢ଼ ସବୁଜ ରୁ ବାଇଗଣୀ ରଙ୍ଗର ହୋଇଯାଏ. ପୁରୁଣା ପତ୍ରର ତଳ ପଟେ ବାଇଗଣୀ ରଙ୍ଗର ଚିହ୍ନ ମଧ୍ୟ ଦେଖାଯାଏ. ଏହା ପ୍ରଥମେ ପତ୍ରର ଧାରରୁ ଆରମ୍ଭ ହୋଇ ପରେ ପୁରା ପତ୍ରରେ ମାଡ଼ିଥାଏ. ଏହି ପତ୍ରସବୁ ଚମଡା ପରି ହୋଇଯାଏ ଏବଂ ପରେ ଏହାର ଶିର ପ୍ରଶିରା ଧୂସର ରଙ୍ଗର ଜାଲ ପରି ଦେଖାଦିଏ. କେତେକ କ୍ଷେତ୍ରରେ ଫସଫରସ ଅଭାବରେ ପତ୍ରର ଅଗ ଜଳିଗଲା ପରି ହୋଇଯାଏ ଏବଂ ବର୍ଣହୀନ ଦାଗ ସହ ରଙ୍ଗହୀନ ତଥା ପୋଡିଗଲା ପରି ଚକଡା ସବୁ ପତ୍ର ଧାରରେ ଦେଖାଯାଏ. ଫଳ ଫୁଲ ଉତ୍ପାଦନ ହୋଇଥାଏ କିନ୍ତୁ ଉତ୍ପାଦନ କମ ହୋଇଥାଏ.

ଟ୍ରିଗର

ବିଭିନ୍ନ ଫସଲର ସମ୍ବେଦନଶୀଳତା ର ଭିନ୍ନତା ଉପରେ ନୀର୍ଭର କରି ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ. ଫସଫରସ ଅଣୁ ମାଟିରେ ଥିବା ପାଣିରେ ମିଶ୍ରିତ ହେଲେ ଗଛର ମୂଳ ଏହାକୁ ଟାଣିଥାଏ. ଚୂନ ଅଧିକ ଥିବା ଚୂନ ଜମିରେ ଫସଫରସ କମ ରହିପାରେ. ବହୁତ ସମୟରେ ଯେହେତୁ ଫସଫରସ ମାଟି ସାଙ୍ଗରେ ମିଶି ରହିଥାଏ ଏହାକୁ ଗଛ ଟାଣି ନେଇ ପରେ ନାହିଁ ଓ ଏହାର ଉପଲବ୍ଧତା ଫସଲ ପାଇଁ ସୀମିତ ରହିଥାଏ. ଉଭୟ କ୍ଷାରୀୟ ଏବଂ ଅମ୍ଳ ମାଟିରେ ଫସଫରସ ର ଉପଲବ୍ଧତା କମ ହୋଇଥାଏ. କମ ଜୈବିକ ଅଂଶ ଥିବା କିମ୍ବା ଲୌହ ଅଧିକ ଥିବା ମାଟି ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ. ଥଣ୍ଡା ପାଗ ଯୋଗୁଁ ମୂଳର ବିକାଶ ଠିକ ଠାକ ହୋଇ ନଥାଏ ଓ ଏହା ଯୋଗୁଁ ଏହି ଅବ୍ୟବସ୍ଥା ସୃଷ୍ଠି ହୋଇଥାଏ. ମରୁଡି ଅବସ୍ଥା ଏବଂ କିଛି ରୋଗ ଦ୍ୱାରା ଗଛକୁ ଜଳ ଓ ଖାଦ୍ୟସାର ପ୍ରବାହ କମ ହୋଇଥାଏ ଏବଂ ଏହାଦ୍ୱାରା ଅଭାବର ଲକ୍ଷଣ ଦେଖା ଦେଇଥାଏ. ମାଟିରେ ଉତ୍ତମ ଜଳୀୟ ଅଂଶ ଥିଲେ ଫସଫରସ ପ୍ରବାହ ବଢି ଯାଇ ଥାଏ ଏବଂ ଉତ୍ପାଦନ ବି ଭଲଭାବେ ବଢି ଯାଏ.

ଜୈବିକ ନିୟନ୍ତ୍ରଣ

ଗୋବର ଖତ ଏବଂ ଅନ୍ୟ ଜୈବିକ ପଦାର୍ଥ ଯଥା ଜୈବିକ ମଲଚ, କମ୍ପୋଷ୍ଟ ଏବଂ ଅନ୍ୟ ଜୈବ ଖତ କିମ୍ବା ଏମାନଙ୍କର ମିଶ୍ରଣ ପ୍ରୟୋଗ କଲେ ମାଟିରେ ଫସଫରସ ର ମାତ୍ରା ବଢ଼ାଇ ଯାଇ ପରେ. ଫସଲ ଉତ୍ପାଦନ ପରେ ବଂଚିଥିବା ଡାଳପତ୍ର ଅବଶେଷ କୁ ମାଟିରେ ମିଶାଇଦେଲେ ମାଟିର ସଂରଚନା ଭଲ ହୋଇଥାଏ ଏବଂ ଫସଫରସ ଉପଲବ୍ଧତା ଭଲ ହୋଇ ଥାଏ. ଜୈବିକ ପଦାର୍ଥ ମାଟିରେ ସଢ଼ି ନିୟମିତ ଭାବେ ଗଛକୁ ମିଳିଲା ପରି ସନ୍ତୁଳିତ ଫସଫରସ ଯୋଗାଇ ଦେଇ ଥାଏ.

ରାସାୟନିକ ନିୟନ୍ତ୍ରଣ

ଫସଫରସ ଅଭାବକୁ ସହଜରେ ସଂଶୋଧନ କରିବା ପାଇଁ ବିଭିନ୍ନ ପ୍ରକାରର ଶସ୍ତା ପଦ୍ଧତି ଉପଲବ୍ଧ ଅଛି. ଫସଫରସ୍ କୁ ଫସଲ ଉପରେ ଫସଫେଟ୍ ରୂୂପରେ ଯବକ୍ଷାରଯାନ ଓ ପୋଟାସିୟମ୍ ସହ ମିଶାଇ ପ୍ରୟୋଗ କରା ଯାଇଥାଏ (ଯାହାକି ସାରରେ N-P-K ରୁପରେ ଉପଲବ୍ଧ ଥାଏ). ମାଟି ପରୀକ୍ଷା କରି କେତେ ପରିମାଣରେ ବିଭିନ୍ନ ଉପାଦାନ ଦରକାର ସେହିଁ ହିସାବରେ ସାରର ମିଶ୍ରଣ ଏବଂ ପରିମାଣ ନିର୍ଧାରଣ କର ଯାଇ ପାରେ. ଏହା ମାଟିର ପ୍ରକାର, ଫସଲ ଏବଂ କିସମ ର ପ୍ରକାର ଏବଂ ମାଟିରେ ଯବକ୍ଷାରଜାନ ର ମାତ୍ରା ଉପରେ ନିର୍ଭର କରେ. ସାଧାରଣତଃ ଫସଫରସ ଏବଂ ପୋଟାଶ ଗଛ ଲଗାଇବାର ବା ବିହନ ବୁଣିବାର କିଛି ସପ୍ତାହ ପୂର୍ବରୁ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ. କିନ୍ତୁ, ଯବକ୍ଷାରଜାନ ଭାଗ ଭାଗ କରି ଫସଲର ବିଭିନ୍ନ ସମୟରେ ପ୍ରୟୋଗ କରା ଯାଇଥାଏ.

ସୁରକ୍ଷାତ୍ମକ ଉପାୟ

  • ଜମିରୁ ଫସଫରସ ଭଲଭାବେ ଟାଣିପାରୁଥିବା କିସମର ବିହନ ଲଗାନ୍ତୁ.
  • ସନ୍ତୁଳିତ ତଥା ସମର୍ଥ ଖାଦ୍ୟସାର ପ୍ରୟୋଗ ସୁନିଶ୍ଚିତ କରନ୍ତୁ.
  • ଫସଲ ଅମଳ ପରେ ଡାଳପତ୍ର ଅବଶେଷ ସବୁକୁ ମାଟିରେ ମିଶାଇ ଦିଅନ୍ତୁ.
  • ମାଟିରେ ଖାଦ୍ୟସାରର ସନ୍ତୁଳନ ବଜାୟ ରଖିବା ପାଇଁ ରାସାୟନିକ ଏବଂ ଜୈବିକ ସାର ର ସମନ୍ବିତ ଉପାୟରେ ପରିଚାଳନା କରନ୍ତୁ.
  • ସଠିକ pH ସ୍ତର ରଖିବା ପାଇଁ ମାଟିରେ ଚୂନ ଆବଶ୍ୟକ ପରିମାଣରେ ମିଶାନ୍ତୁ.