ଅନ୍ୟ

ତାର ପୋକ

Elateridae

ପୋକ

5 mins to read

ସଂକ୍ଷେପରେ

  • ବୁଣିବା ତୁରନ୍ତ ପରେ ପରେ ମଲା ଚାରା ଏବଂ ଫମ୍ପା ବିହନ ଦେଖାଯାଏ.
  • ପରବର୍ତ୍ତୀ ସମୟରେ ଗଛ ଝାଉଁଳି ଯାଏ ଏବଂ ମୂଳ ସହିତ ଲାଗି ରହି ମଧ୍ୟ କଟିକାଟି ଯାଇଥାଏ.
  • ଜମିରେ ବହୁତ କମ ଗଛ ଥିବା କିମ୍ବା ପୁରା ଖାଲି ଜାଗା ବିଭିନ୍ନ ଚକଡା଼ରେ ଦେଖାଯାଏ.
  • ଅଧିକାଂଶ କ୍ଷତି ବସନ୍ତ ଆରମ୍ଭରେ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ତାର ପୋକ ମାଟି ତଳେ ଅଙ୍କୁରଣ ହେଉଥିବା ବିହନ, ମୂଳ ଏବଂ ନୁଆଁ ଚାରା କୁ ଖାଇ ଗଛକୁ ସିଧାସଳଖ କିମ୍ବା ଆଘାତ ଦେଇ ମାରି ଥାଏ. ଏହି କ୍ଷତ ଗୁଡିକ ଅବସରଵାଦୀ ଅଣୁଜୀବ ମାନଙ୍କ ପାଇଁ ଉପଯୁକ୍ତ ପ୍ରବେଶ ପଥ ହୋଇଥାଏ ଯାହା ଲକ୍ଷଣଗୁଡିକୁ ଆହୁରି ଖରାପ କରିଥାଏ. ମଲା ଚାରା ଏବଂ ଫମ୍ପା ବିହନ ଦେଖାଯିବା ହେଉଛି ଏହି ପୋକ ସଂକ୍ରମଣର ସ୍ପଷ୍ଟ ସଙ୍କେତ. ଫସଲ ବୃଦ୍ଧିର ଆଗ ଅବସ୍ଥାରେ ଯୁବ ଗଛଗୁଡ଼ିକ ଝାଉଁଳି ଯାଇ ରଙ୍ଗ ଛାଡ଼ିଯିବାର ସଙ୍କେତ ଦେଇଥାନ୍ତି. ମଝି ପତ୍ର ଗୁଡିକ ରେ ଖାଇବା ଯୋଗୁଁ କ୍ଷତ ଦେଖାଯାଇପାରେ କିମ୍ବା ମରିଯାଇପାରନ୍ତି କିନ୍ତୁ ବାହାର ପତ୍ର ଗୁଡିକ ସବୁଜ ରହିଥାଏ. କାଣ୍ଡ କାଟିକାଟି ଯାଇଥାଏ ଯଦିଓ ଏହା ମୂଳ ସହିତ ଲାଗି ରହିଥାଏ. ଜମିରେ ବହୁତ କମ ସଂଖ୍ୟାରେ ଗଛ ଥିବା ଚକଡା ଚକଡା ଜାଗା ଦେଖାଯାଏ ଏବଂ କେତେକ ଚକଡା଼ରେ ଆଦୌ ଗଛ ନଥାଏ. ବସନ୍ତ ଋତୁର ପ୍ରଥମ ସମୟରେ ଅଧିକାଂଶ କ୍ଷତି ହୋଇଥାଏ. ଆଳୁ ଫସଲରେ ତାର ପୋକ ବସନ୍ତ ଋତୁରେ ଆଳୁ ମଞ୍ଜି ଭିତରେ ଏବଂ ହେମନ୍ତ ଋତୁରେ ବିକଶିତ ହେଉଥିବା ଆଳୁ ରେ ସୁଡ଼ଙ୍ଗ କରି ପାରନ୍ତି.

Recommendations

ଜୈବିକ ନିୟନ୍ତ୍ରଣ

କିଛି ଗ୍ରାଉଣ୍ଡ ବିଟିଲ ଏବଂ ରୋଭ ବିଟିଲ ତାରପୋକ କୁ ଖାଇଥାନ୍ତି. ସ୍ଟିଲେଟୋ ମାଛି (ଥେରେଭିଡା - Therevidae) ମଧ୍ୟ ତାରପୋକର ଶିକାରୀ ପୋକ ଅଟେ. କିଛି ସୂତ୍ରଜୀବ ସ୍ପେସିସ ମଧ୍ୟ ତାରପୋକକୁ ଖାଇଥାନ୍ତି. ଫିମ୍ପି ମେଟାରହିଜିୟମ୍ ଆନିସୋପ୍ଲିଆ (Metarhizium anisopliae) ତାର ପୋକକୁ ସଂକ୍ରମଣ କରି ମାରିଥାଏ ବୋଲି ଜଣାପଡେ. ଏହି ଫିମ୍ପିର ଏକ ଗୁଣ୍ଡ ଫର୍ମୁଲା କୁ ତାରପୋକ ର ଏକ ସମ୍ଭାବିତ ନିୟନ୍ତ୍ରଣ ଉପାୟ ବିଷୟରେ ନିର୍ଣ୍ଣୟ କରିବା ପାଇଁ ପରୀକ୍ଷା ଚାଲିଛି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ତାରପୋକରୁ ସୁରକ୍ଷା ପାଇବା ପାଇଁ ଗଛ ଲାହଗାଇବା ପୂର୍ବରୁ କିମ୍ବା ଗଛ ଲଗାଇବା ସମୟରେ ଉପଚାର ଆବଶ୍ୟକ. କୀଟନାଶକ ଦ୍ୱାରା ବିହନ ଉପଚାର କରି କିଛି ମାତ୍ରାରେ ଏହି ପୋକ ସଂଖ୍ୟା ନିୟନ୍ତ୍ରଣ କର ଯାଇପାରେ. ଆପଣଙ୍କ ଦେଶରେ ଏହି ସବୁ କୀଟନାଶକ ବ୍ୟବହାର ପାଇଁ ଥିବା ପ୍ରତିବନ୍ଧ ବିଷୟରେ ସତର୍କ ରୁହନ୍ତୁ.

ଏହାର କାରଣ କଣ

କ୍ଲିକ ବିଟିଲ ର ଏକ ସମୂହ, ଏଲାଟେରୀଡା (Elateridae) ର ଅପରିପକ୍ଵ ଅବସ୍ଥାରେ ଥିବା ଲାର୍ଭା ଦ୍ୱାରା ଲକ୍ଷଣ ଗୁଡିକ ଦେଖାଦେଇଥାଏ. ତାରପୋକ ପ୍ରାୟ 2 ସେମି ଲମ୍ବା ହୋଇପାରେ ଏବଂ ଏହାର ପତଳା ସିଲିଣ୍ଡର ପରି ଶରୀର ଥାଏ ଯାହା ଧଳା, ହଳଦିଆ କିମ୍ବା ତମ୍ବା ରଙ୍ଗର ହୋଇଥାଏ. ମାଈ ପୋକ ଖରା ଦିନରେ ଶହ ଶହ ଅଣ୍ଡା ମାଟି କଣିକାରେ ଦେଇଥାଏ. ଫୁସଫୁସିଆ ଏବଂ ବାଲିଆ ମାଟି ଏମାନଙ୍କ ବିସ୍ତାର ପାଇଁ ସହାୟକ ହୋଇଥାଏ. ଲାର୍ଭାଗୁଡିକ ପରିପକ୍ଵ ହେବା ପୂର୍ବରୁ 2-3 ବର୍ଷ ପର୍ଯ୍ୟନ୍ତ ଭୂମିଗତ ଗଛ ଅଂଶ, ଗଜା ହେଉଥିବା ବିହନ କିମ୍ବା ନୁଆଁ ଚାରା ଖାଇଥାନ୍ତି. ଏହାଦ୍ୱାରା ଗଛସଂଖ୍ୟା ର ୱାଘନତା କମ ହୋଇଯାଏ ଏବଂ ଉତ୍ପାଦନ କମ ହୋଇଥାଏ. ଗହମ ସହିତ ମକା, ଘାସ ଏବଂ କିଛି ପାରିବ (ଆଳୁ, ଗାଜର, ପିଆଜ) କୁ ମଧ୍ୟ ଏମାନେ ଆକ୍ରମଣ କରିଥାନ୍ତି. ଗଛ ଲାଗିଲା ପରେ ସାଧାରଣତଃ ଫସଲ କ୍ଷତି ଜଣ ପଡିଥାଏ, ଯେତେବେଳେ କୌଣସି ପ୍ରଭାବୀ ପଦକ୍ଷେପ ନେବା ପାଇଁ ବହୁତ ବିଳମ୍ବ ହୋଇ ଯାଇଥାଏ. ଏଥିପାଇଁ ଗଛ ଲଗାଇବା ପୂର୍ବରୁ, ତାରପୋକ ର ନିରକ୍ଷଣ କରିବା ନିହାତି ଆବଶ୍ୟକ.


ସୁରକ୍ଷାତ୍ମକ ଉପାୟ

  • କାମ ସମ୍ବେଦନଶୀଳ କିସମ ଲଗାନ୍ତୁ.
  • ଫସଲ ଲଗାଇବା ପୂର୍ବରୁ ଜମିକୁ ନିୟମିତ ଭାବେ ପୁରାପୁରି ନିରୀକ୍ଷଣ କରନ୍ତୁ କାରଣ ଏହି ପୋକ ରୁ ରକ୍ଷା ପାଇବା ପାଇଁ ଏହା ଆବଶ୍ୟକ.
  • ଯନ୍ତା ରେ କିଛି ଖାଦ୍ୟ ଲଗାଇ କିମ୍ବା ଅଠାଳିଆ ବଲ ବ୍ୟବହାର କରି ତାର ସାମ୍ବାଳୁଆ କୁ ଧରନ୍ତୁ ଏବଂ ସେମାନଙ୍କ ସଂଖ୍ୟା ନିରୀକ୍ଷଣ କରନ୍ତୁ.
  • ଯେଉଁ ଜମିରେ ତାର ପୋକ ମାନଙ୍କ ସଂକ୍ରମଣ ର ଆଶଙ୍କା ଅଧିକ ଥାଏ ସେଥିରେ ଆଳୁ ଚାଷ କରିବାରୁ ବିରତ ରୁହନ୍ତୁ.
  • ଶୀଘ୍ର ଅଙ୍କୁରଣ ପାଇଁ ଗରମ ଓ ଓଦା ମାଟିରେ ବିହନ ବୁଣନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ