ସିମଳା ଏବଂ ଲଙ୍କା

ଆଲଫାଲଫା ମୋଜାଇକ ଭୂତାଣୁ

AMV

ଭୁତାଣୁ

5 mins to read

ସଂକ୍ଷେପରେ

  • ଉଜ୍ଜଳ ହଳଦିଆ ଚିତ୍ର ବିଚିତ୍ର ଏବଂ ମୋଜାଇକ ଦାଗ ପତ୍ରରେ ଦେଖାଯାଏ। ବ୍ରୋଞ୍ଜ ବିବର୍ଣ୍ଣତା ଦେଖାଯାଏ। ଫଳରେ ବିଗଳିତ ବଳୟ ଓ ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ଉଜ୍ଜଳ ହଳଦିଆ ଚିତ୍ରିତ କିମ୍ବା ମୋଜାଇକ ଦାଗ ପତ୍ରରେ ବିକଶିତ ହୋଇଥାଏ ଯାହାକି ପରେ ବ୍ରୋଞ୍ଜ ବିବର୍ଣ୍ଣତା ସୃଷ୍ଟି କରିଥାଏ। ଫଳ ଉପରେ ବିଗଳିତ ବଳୟ ଏବଂ ଦାଗ ବିକଶିତ ହୋଇଥାଏ। ପରିବାହୀ ଟିସୂ, ଚେରର ପରିବାହୀ ଟିସୂ ସହିତ ବିଗଳିତ ହୋଇଥାଏ ଓ ଗଛର ମୃତ୍ୟୁ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଜଉପୋକ-ବାହିତ ସଂକ୍ରମଣର ଆବିର୍ଭାବ ଏବଂ ମାତ୍ରା କମାଇବା ପାଇଁ ଏହାକୁ ବିସ୍ତାର କରୁଥିବା ଆଫିଡ ବା ଜଉପୋକକୁ ବିକର୍ଷଣ କରିବା ପାଇଁ ରୌପ୍ୟ-ପ୍ରତିଫଳିତ ଛାଦି ବ୍ୟବହାର କରନ୍ତୁ। ଜଉପୋକ ଆସିବା ଓ ଭୂତାଣୁ ସଂକ୍ରମଣ ହ୍ରାସ କରିବା ପାଇଁ ବୁଣିବା ବା ପ୍ରତିରୋପଣ ପୂର୍ବରୁ ଜମିରେ ପ୍ରତିଫଳିତ ପଲିଥିନ ଛାଦି ସ୍ଥାପନ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଉପଲବ୍ଧ ଜୈବିକ ଉପଚାର ଏବଂ ନିରାକରଣ ପଦକ୍ଷେପ ସହିତ ଏକ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ସାଂପ୍ରତିକ କୌଣସି ଫଳପ୍ରସୂ ରାସାୟନିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ। ଆଫିଡ ବା ଜଉପୋକ ବାହକ ନିୟନ୍ତ୍ରଣ ପାଇଁ ବ୍ୟବହୃତ ହେଉଥିବା କୀଟନାଶକ ଫଳପ୍ରସୂ ନୁହେଁ।

ଏହାର କାରଣ କଣ

ସଂକ୍ରମିତ ବିହନ କିମ୍ବା ପୋଷକ ଗଛରେ ଥିବା ବିହନ-ବାହିତ ଭୂତାଣୁ ଦ୍ଵାରା ଏହି କ୍ଷତି ହୋଇଥାଏ। ଆଫିଡ ବା ଜଉ ପୋକ ଯେତେବେଳେ ଏହି ଭୂତାଣୁକୁ ସଂକ୍ରମିତ ଗଛର ମଞ୍ଜିରୁ ସୁସ୍ଥ ଗଛକୁ ଯାଇଥାଏ, ଦ୍ଵିତୀୟକ ବିସ୍ତାର ହୋଇଥାଏ ଯାହା ଅବିରତ ଭାବେ ହୋଇ ନଥାଏ। ଥରେ ଆଫିଡ ଭୂତାଣୁ ଧାରଣ କରିଲେ, ଏହା କେବଳ ଅଳ୍ପ ଅବଧି ପାଇଁ ବିସ୍ତାର କରିବାକୁ ସାମର୍ଥ୍ୟ ରଖିଥାଏ ଏବଂ ଏହି ବିସ୍ତାର ଦ୍ରୁତ ଓ ସ୍ଥାନୀୟ ଭାବେ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ବିହନ ବ୍ୟବହାର କରନ୍ତୁ ଏବଂ ଉପଯୁକ୍ତ ବିହନ ହାରରେ ସହଳ ବୁଣନ୍ତୁ। ସଂକ୍ରମିତ ଅଲଫାଲଫା ଜମି ପାଖରେ ଟମାଟୋ ଲଗାଇବା ଏଡାନ୍ତୁ। ଟମାଟୋ ଜମି ପାଖରେ, ଆଲଫାଲଫା ଥିବା କୀଟ ଆକର୍ଷକ ଗଛ ଲଗାନ୍ତୁ ନାହି। ଉପଯୁକ୍ତ ଭାବରେ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ