ପତ୍ରବିନ୍ଧା ମାଛି - ତରଭୁଜ

ତରଭୁଜ

ପତ୍ରବିନ୍ଧା ମାଛି

Agromyzidae


ସଂକ୍ଷେପରେ

  • ପତ୍ରର ଶିରା ପ୍ରଶିରାରେ ସୁଡଂଗ ଭଳି ଧୂସର ଗାର ଦେଖାଯାଏ.
  • ସୁଡଂଗ ପତ୍ରର ଶିରା ପ୍ରଶିରା ଦ୍ୱାରା ବ୍ୟାଧିତ ହୁଏ.
  • ପତ୍ର ଗୁଡିକ ସମୟ ଆଗରୁ ଝଡି ଯାଆନ୍ତି.

ଲକ୍ଷଣ

ଯେତେବେଳେ ମାଛିର ଲାର୍ଭା ପତ୍ର ଖାଏ, ସେତେବେଳେ ପତ୍ର ଧାରର ଦୁଇ ପଟରେ ଅସମ ଭାବେ ଅଙ୍କାବଙ୍କା ଧୂସର ଗାର ଦେଖାଯାଏ. ଏହି ଗାର ସବୁ ସାଧାରଣତଃ ପତ୍ରର ଶିରା ପ୍ରଶିରା ଦ୍ୱାରା ସୀମିତ ଥାଏ ଏବଂ ଏଥିରେ କଳା କଳା ମଳ ଥାଏ. ପୁରା ପତ୍ରକୁ ମଧ୍ୟ ଏହି ଗାରସବୁ ଘୋଡାଇ ରଖିପାରେ. ସଂକ୍ରମିତ ପତ୍ର ଅସମୟରେ ଝଡି ଯାଇପାରେ. ଏହାଦ୍ୱାରା ଉତ୍ପାଦନ କମ ହୋଇପାରେ ତଥା ଫଳ ବାହାରକୁ ଦେଖାଗଲେ ସୂର୍ଯ୍ୟ କିରଣରେ ପୋଡ଼ିଯାଇପାରେ.

ଟ୍ରିଗର

ବିଶ୍ୱରେ Agromyzidae ପରିବାରର ହଜାର ହଜାର ପ୍ରକାରର ମାଛି ଅଛନ୍ତି ଏବଂ ଏମାନଙ୍କ ଦ୍ୱାରା ଏହି ଲକ୍ଷଣ ସୃଷ୍ଟି ହେଇଥାଏ. ବସନ୍ତ ଋତୁରେ ମାଈ ମାଛି ସାଧାରଣତଃ ପତ୍ରର ଧାରରେ ଥିବା ପତ୍ର କୋଷକୁ ଛିଦ୍ର କରି ଅଣ୍ଡା ଦେଇଥାନ୍ତି. ଲାର୍ଭା ପତ୍ରର ଉଭୟ ତଳ ଓ ଉପର ପାର୍ଶ୍ୱକୁ ଖାଇଥାଏ. ଏହାଦ୍ୱାରା ବଡ ଧଳା ଅଙ୍କାବଙ୍କା ସୁଡ଼ଙ୍ଗ ସୃଷ୍ଟି ହେଇଥାଏ ଯାହା ପଛରେ ଏମାନଂକ ଖାଇବା ଦ୍ୱାରା କଳା ରଂଗର ମଳ ପରି ଦ୍ରବ୍ୟ ଛାଡି ଯାଆନ୍ତି. ଯେତେବେଳେ ଲାର୍ଭା ବଡ ହେଇଯାଏ ପତ୍ରରେ ଏକ କଣା କରି ତଳେ ପଡ଼ିଯାଏ. ଏଠାରେ ଲାର୍ଭା ପ୍ୟୁପା ରେ ପରିଣତ ହେଇଥାଏ. ଗଛ ପାଖରେ ଥିବା ଡାଳପତ୍ର ଓ ଅବଶେଷ ଏହପାଇଁ ଅନ୍ୟ ଏକ ବସା. ଏହି ପତ୍ରବିନ୍ଧା ମାଛି ହଳଦିଆ ରଙ୍ଗ ପ୍ରତି ଆକର୍ଷିତ ହେଇଥାଏ.

ଜୈବିକ ନିୟନ୍ତ୍ରଣ

ଅଳ୍ପ ସଂକ୍ରମଣ ସୌନ୍ଦର୍ଯ୍ୟ ଛଡା ବେଶୀ କିଛି କ୍ଷତି କରି ନଥାଏ ଏବଂ ଉତ୍ପାଦକତାରେ କୌଣସି ବାଧା ଆସେନି. ପରଜୀବୀ ବିରୁଡି ପତ୍ରବିନ୍ଧା ମାଛିର ଲାର୍ଭା କୁ ନଷ୍ଟ କରିଦେଇଥାଏ ଏବଂ ଏହା ବଜାରରେ ଉପଲବ୍ଧ. ଲେଡୀବାର୍ଡ ମଧ୍ୟ ଏହି ପତ୍ରବିନ୍ଧା ମାଛିକୁ ଖାଇଥାଏ. ନିମ ମଞ୍ଜି ରସ (NSKE 5%), ନିମ ତେଲ (15000 ppm) 5ମିଲି ପ୍ରତି ଲିଟର ପାଣି କିମ୍ବା ସ୍ପିନୋସାଡ୍ ର ବୟସ୍କ ମାଛି ମାନଙ୍କୁ ଖାଇବାରୁ ବଂଚିତ କରିଥାଏ ଏବଂ ଅଣ୍ଡା ଦେବା କମ ହେଇଥାଏ. ଏହି ସବୁ ଔଷଧ ପ୍ରାକୃତିକ ଶତ୍ରୁ ତଥା ପରାଗଣ ରେ ସାହାଯ୍ୟ କରୁଥବା କୀଟ ମାନକ ଉପରେ କମ ପ୍ରଭାବ ପକାଇଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଜୈବୀକ ଫସଫେଟ୍ (Organophosphates), କାର୍ବାମେଟ୍ସ (Carbamates) ଏବଂ ପାଇରେଥ୍ରୋଏଡ୍ସ (Pyrethroids) ପ୍ରକାରର ନାନା ସକ୍ଷମ କୀଟନାଶକ ବୟସ୍କ ମାଛିକୁ ଅଣ୍ଡା ଦବାରୁ ବଂଚିତ କରିଥାନ୍ତି କିନ୍ତୁ ଲାର୍ଭା ଏଥିରେ ମାରନ୍ତି ନହିଁ. କିନ୍ତୁ, ଏହି କୀଟନାଶକ ଦ୍ୱାରା ମାଛିର ପ୍ରାକୃତିକ ଶତ୍ରୁ ମରିଯାଇପାରନ୍ତି ଏବଂ କିଛି ପରିସ୍ଥିତିରେ ଏହାଦ୍ୱାରା ମାଛିର ପ୍ରତିରୋଧକ ଶକ୍ତି ସୃଷ୍ଟି ହେଇଥାଏ, ଯାହା ଫଳରେ କି ଏମାନଂକ ଜନସଂଖ୍ୟା ବଢି ଚାଲେ. ଆବାମେକ୍ଟିନ୍ (Abamectin), ବାଇଫେନ୍ଥ୍ରୀନ୍ (Bifenthrin), ମେଥୋଯ଼ାଇଫେନୋଜାଇଡ୍ (Methoxyfenozide), କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole) କିମ୍ବା ସ୍ପିନେଟୋରାମ (Spinetoram) କୁ ଅଦଳ ବଦଳ କରି ବ୍ୟବହାର କଲେ ପ୍ରତିରୋଧକ ଶକ୍ତି କରିବା ଦୂର କରାଯାଇପାରେ.

ସୁରକ୍ଷାତ୍ମକ ଉପାୟ

  • ପତ୍ରବିନ୍ଧା ମାଛିର ଅଣ୍ଡା ନଥିବା ବିହନ ଲଗାନ୍ତୁ.
  • କୁଞ୍ଚକୁଞ୍ଚିଆ ପତ୍ର ଥିବା କିସମର ଫସଲ ଲଗାନ୍ତୁ କାରଣ ଏଥିରେ ଏହା ମାଛି କମ ଲାଗିବା ପାଇଁ କମ୍ ସଂବେଦନଶୀଳ.
  • ଅନ୍ୟ ଗଛ ଯେଉଁଥିରେ ଏହି ମାଛି ବଢିପାରେ ତାକୁ ଜମିରେ ଲଗାନ୍ତୁ ନାହିଁ.
  • ହଳଦିଆ ରଙ୍ଗର ଅଠାଳିଆ ଜାଲ କିମ୍ବା ହଳଦିଆ ରଙ୍ଗର କୁଣ୍ଡରେ ପାଣି ରଖି ମାଛିକୁ ଧରି ହବ.
  • ସଂକ୍ରମିତ ପତ୍ର ଏବଂ ଗଛକୁ ହାତରେ ବାହାର କରି ଦିଅନ୍ତୁ.
  • ପାଖରେ କିଛି ଧାଡି ଫୁଲ ଗଛ ଲଗାଇଲେ ମାଛି ମୁଖ୍ୟ ଫସଲକୁ କମ ଆସିବେ.
  • ଜମିର ଆଖ ପାଖ ରେ ଥିବା ଅନାବନା ଘାସ ତଥା ନିଜେ ନିଜେ ଉଠୁଥିବା ଗଛକୁ ବାହାର କରିଦିଅନ୍ତୁ.
  • ଗଛମୂଳକୁ ଘୋଡାଇ ରଖିଲେ ମାଟିରେ ମାଛିର ବଂଶ ବିସ୍ତାର କମି ଯାଇଥାଏ.
  • ବହୁତ ଜାତିର କୀଟ ମାରୁଥିବା ରାସାୟନିକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ କାରଣ, ଏହା ମାଛିର ପ୍ରାକୃତିକ ଶତ୍ରୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ.
  • ଗଭୀର ହଳ କଲେ ମାଛି ଜମି ଉପରୁ ଆସିଥାଏ ଏବଂ ପ୍ରାକୃତିକ ଶତ୍ରୁ ଏମାନଙ୍କୁ ନଷ୍ଟ କରି ଦେଇପାରନ୍ତି.
  • ଫସଲ ଉତ୍ପାଦନ ପରେ ଅବଶେଷ ଡାଳପତ୍ର ସବୁ କୁ ପୋଡି ଦିଅନ୍ତୁ.
  • ଫସଲ ଚକ୍ର ରେ ପ୍ରତିରୋଧି ଫସଲକୁ ସାମିଲ କରନ୍ତୁ.