ଆଳୁ

ରୁପେଲି ରୂପୀ

Helminthosporium solani

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ , ରୁପେଲି ଧୂସର ଚିହ୍ନ କିମ୍ବା ଦାଗ ଯାହାକି ବଡ ହୋଇ ଗୋଲାକାର ଧାରଣ କରେ , ସେମାନେ ସାଧାରଣତଃ ଅନିୟମିତ ଆକାରର ଓ ଡଙ୍କର ଅଗରେ ଦେଖାଯାଏ । କ୍ଷତ ଚିହ୍ନ ବାହ୍ୟରୂପରେ ଥାଇ ଭିତର ଟିସୁକୁ କ୍ଷତି କର ନାହି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଲକ୍ଷଣ ସାଧାରଣତଃ ଅମଳ ସମୟରେ ଥାଏ , କିନ୍ତୁ ରୋଗ ଗଚ୍ଛିତ ସମୟରେ ବିକଶିତ ହୁଏ । ଗଚ୍ଛିତ ସମୟରେ ଆଳୁ ରୁପେଲି ଚିହ୍ନ ଦେଖାଏ ଯାହାକି ବଡ ହୋଇ ନିର୍ଦ୍ଦିଷ୍ଟ ବାଦାମି ଧାର ସହିତ ଗୋଲାକାର ହୁଏ । ଏହି ଚିହ୍ନ ପରସ୍ପର ସହିତ ମିଶେ ଏବଂ ବାଦାମି ରଙ୍ଗରେ ପରିଣତ ହୁଏ , ତେଣୁ ଅଧୂଆ ଆଳୁରେ କ୍ଵଚିତ ଦେଖାଯାଏ । ଏହି ଚିହ୍ନ ଆଳୁ କିସମ ଓ ଚୋପା ପ୍ରକାର ଅନୁସାରେ ପରିବର୍ତ୍ତନ ହୁଏ । ସଂକ୍ରମିତ ଆଳୁର ବାହ୍ୟ ଚୋପା ସ୍ତର କୁଞ୍ଚିତ ହୁଏ ଓ ଘଟଣାକ୍ରମେ ଓ ବାହାରି ଯାଏ । ଅନ୍ୟ ଜୀବାଣୁ ସହିତ ଦ୍ଵିତୀୟକ ସଂକ୍ରମଣ ହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରକୃତିକ ଜୈବନାଶୀ ( ହାଇଡ୍ରୋଜେନ ପେରୋକ୍ସାଇଡ ) କିମ୍ବା ଜୈବିକ ପଦାର୍ଥ ( ବେଶିଲସ ସବଟିଲିସ , ଲବଙ୍ଗ ତେଲ 0 ଆଦି ରୁପେଲି ରୂପୀ ସଂକ୍ରମଣର ଶଙ୍କା କମାଇବାରେ ସୀମିତ ବା ଆଦୌ ପ୍ରଭାବ ଦେଖାଏ ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଲଗାଇବା ପୂର୍ବରୁ କିମ୍ବା ଅମଳ ସମୟରେ ବିହନ ଆଳୁକୁ କବକନାଶିର ପ୍ରୟୋଗ ସଂକ୍ରମଣ କମାଏ । ଆଳୁକୁ ଗୁଣ୍ଡ ଆକାରରେ ଥାଇବେଣ୍ଡାଯଲ ପ୍ରୟୋଗ କଲେ ଭଣ୍ଡାର ସମୟରେ କିମ୍ବା ପରବର୍ତ୍ତୀ ଋତୁରେ ରୁପେଲି ରୁପିର ସଂକ୍ରମଣ କମାଏ ।

ଏହାର କାରଣ କଣ

ବିହନ ବାହିତ କବକ ହେଲ୍ମିନ୍ଥୋସ୍ପୋରିଆମ ସୋଲାଣି ଯୋଗୁଁ ରୁପେଲି ରୂପୀ ହୁଏ । ଏହା ଆଳୁରେ ଦୀର୍ଘ ଦିନ ରହିପାରେ ଓ ଚୋପାକୁ ସଂକ୍ରମଣ କରେ । ସଂକ୍ରମଣ ମାଟିରୁ , ସଂକ୍ରମିତ ଆଳୁ ବିହନରୁ କିମ୍ବା ଭଣ୍ଡାର ଘରେ ଥିବା ରେଣୁରୁ ହୁଏ ।ଭଣ୍ଡାର ସମୟରେ 3 ଡିଗ୍ରୀ C ତାପମାତ୍ରା ଏବଂ 90 % ରୁ କମ ଆପେକ୍ଷିକ ଆର୍ଦ୍ରତା ରୋଗ ବିକାଶରେ ବାଧା ଦିଏ । ଭଣ୍ଡାର ସମୟରେ ଘନିଭବନ ( ଉଷ୍ମ ପବନ ଓ ଥଣ୍ଡା ଆଳୁ ଯୋଗୁଁ ) ସୃଷ୍ଟି ଏହି ସମସ୍ୟାକୁ ବଢାଇ ଦେଇପାରେ । ଏପରିକି ଯଦିଓ , ଆଳୁ ତଥାପି ଖାଇବା ଯୋଗ୍ୟ , ଏହାର ବଜାର ଚାହିଦା କମିଯାଏ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛ କିମ୍ବା ପ୍ରାମାଣିକ ସୂତ୍ରରୁ ବିହନ ଆଣନ୍ତୁ । ସହନୀୟ ଆଳୁ କିସମ ଆଣନ୍ତୁ । ବ୍ୟାପକ ଫସଲ ପର୍ଯ୍ୟାୟ କରନ୍ତୁ । ସହଳ ଅମଳ ରୋଗ କମାଇପାରେ । ଅମଳ ପରେ ସହଯୋଗୀ ଗଛ ନିୟନ୍ତ୍ରଣ କରନ୍ତୁ । ଜନ୍ତ୍ର ଉପକରଣ ବିଶୋଧନ ଓ ସଫା କରନ୍ତୁ । ଉତ୍ତମ ବାୟୁ ଚଳଚଳ ସହିତ ଥଣ୍ଡା ଓ ଶୁଖିଲା ପରିସ୍ଥିତିରେ ଆଳୁ ଗଚ୍ଛିତ କରନ୍ତୁ ।ଅମଳ ପରେ ଉତ୍ତମ ପରିଚ୍ଛନ୍ନତା ଓ ତୋଳିବା ପଦ୍ଧତି ଆବଶ୍ୟକ ଅଟେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ