କଦଳୀ

Musa

ଜଳସେଚନ
ଉଚ୍ଚ

ଚାଷ
ରୁଆ ଯାଇଥିବା

ଅମଳ କରିବା
365 - 456 ଦିନ

ପରିଶ୍ରମ
ଉଚ୍ଚ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
6 - 7.5

ତାପମାନ
4°C - 21°C

ଉର୍ବରୀକରଣ
ଉଚ୍ଚ

କଦଳୀ

ଉପକ୍ରମ

କଦଳୀ ଏକ ଖାଦ୍ଯ ଉପଯୋଗୀ ଫଳ ଯାହା ଜିନସ୍ ମୁସା ର ଅନେକ ପ୍ରକାରର ଫୁଲ ଧରୁଥିବା ବଡ ବଡ ଗଛ। କେତକ କଦଳୀ ରୋଷେଇ କରିବା ପାଇଁ ବ୍ୟବହାର ହୁଏତ କେତେକ ଫଳ / ଡେଜର୍ଟ ହିସାବରେ ବ୍ୟବହାର କରା ଯାଏ। ମୁସା ସ୍ପେସିସ୍ ର ମୂଳ ଉତ୍ପତ୍ତି ସ୍ଥଳ ହେଉଛି ଦକ୍ଷିଣ ପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ। କଦଳୀ ମୂଳତଃ ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ଯାହା ପାଇଁ ଆର୍ଦ୍ର ଖାଲ ଜମି ଭଲ, କିନ୍ତୁ ଏହା ସମୁଦ୍ର ପତ୍ତନ ଠାରୁ 2000 ମିଟର ପର୍ଯ୍ୟନ୍ତ ଉଚ୍ଚ ଅଞ୍ଚଳ ରେ ଚାଷ କରା ଯାଇପାରେ।

ଯତ୍ନ

ଯତ୍ନ

ଉପଯୁକ୍ତ ବୃଦ୍ଧି ପାଇଁ କଦଳୀ କୁ ବହୁତ ଉଷ୍ଣତା ର ଆବଶ୍ୟକତା ରହିଛି। ଯଦି ଆବଶ୍ୟକ ହୁଏ ଫସଲ କୁ ଏକ କୋଠା ପାଖରେ କିମ୍ବା ସିମେଣ୍ଟ ପାଖରେ ଲଗାଇ ଅତିରିକ୍ତ ଉତ୍ତାପ ଯୋଗାଇ ଦିଆ ଯାଇପାରେ। ଯେହେତୁ ଏହି ସ୍ପେସିସ ବହୁତ ପରିମାଣରେ ଜଳ ବ୍ୟବହାର କରିଥାଏ, ନିୟମିତ ଭାବେ ଗରମ ପାଗ ସମୟରେ ଗଭୀର ଜଳସେଚନ ର ଅବଶ୍ୟକତା ରହିଛି। ଫସଲ କେବେ ବି ଶୁଖିଲା ରହିବା ଉଚିତ ନୁହେଁ। ଅନ୍ୟ ପକ୍ଷରେ ବିଶେଷ କରି ଥଣ୍ଡା ପାଗରେ ପାଣି ଜମିଲେ ମୂଳ ସଢା ହୋଇପାରେ। ମଲଚ ର ଏକ ବହଳିଆ ପରସ୍ତ ଆର୍ଦ୍ରତା କୁ ସଂରକ୍ଷିତ ରଖିପାରେ। କଦଳୀ ଗଛ ଗୁଡିକ ବହୁତ ଖାଦ୍ଯ ସାର ଅବଶ୍ୟକ କରିଥାନ୍ତି ଏବଂ ଅଭିବୃଦ୍ଧି ଅବସ୍ଥା ଉପରେ ନିର୍ଭର କରି 0.5 - 2 ପାଉଣ୍ଡର ସନ୍ତୁଳିତ ଖାଦ୍ୟସାର ପ୍ରତି ମାସରେ ଥରେ ବ୍ୟବହାର କରାଯିବା ଅବଶ୍ୟକ। ଏହା ଗଣ୍ଡି ର 4-8 ଫୁଟ ତଳକୁ ପ୍ରୟୋଗ କରାଯିବା ଆବଶ୍ୟକ। ପବନ ଦ୍ଵାରା କ୍ଷତିଗ୍ରସ୍ତ ପାଇଁ ଏହା ସମ୍ବେଦନଶୀଳ ଅଟେ ଏବଂ ସେଥିପାଇଁ ସବୁଠୁ ଭଲ ଦେଖାଯିବା ପାଇଁ ଏବଂ ସବୁଠାରୁ ଅଧିକ ଉତ୍ପାଦନ ପାଇଁ ସୁରକ୍ଷା ର ଆବଶ୍ୟକ ରହିଛି। ପାକଳ ହେଉଥିବା କଦଳୀ ଗଛ ଚାରିପାଖରେ ନୂଆଁ ପିଲ ବାହାରିଥାଏ। ମୁଖ୍ୟ ଗଛକୁ ଏହାର ଅଭିବୃଦ୍ଧି ସମୟରେ ସମସ୍ତ ଶକ୍ତି ଯୋଗାଇଦେବା ପାଇଁ ସେଗୁଡିକୁ କାଟି ବାହାର କରିଦେବା ଆବଶ୍ୟକ। ଯଦି ଗଛ ଗୁଡିକ ଫଳ ଧରିବା ପାଖାପାଖି ହୋଇଥାଏ, ପିଲ ଗୁଡିକୁ (ଅତି କମ ରେ 3 ଫୁଟ ଉଚ୍ଚ) ଚାରା ହିସାବରେ ନୂଆଁ ଚାଷ ପାଇଁ ନିଆଯାଇପାରେ। ମଞ୍ଜି ମଧ୍ୟ ଗଛ ଲଗାଇବା ପାଇଁ ନିଆ ଯାଇପାରେ।

ମାଟି

ଅଧିକାଂଶ ମାଟିରେ କଦଳୀ ଚାଷ ହୁଏ, କିନ୍ତୁ ବଞ୍ଚିବାକୁ ହେଲେ ସେଗୁଡିକ ଉର୍ବର, ଗଭୀର, ଉତ୍ତମ ଜଳ ନିଷ୍କାସିତ ମାଟି ଯାହା ଜଙ୍ଗଲୀ ଦୋରସା, ପାହାଡି ବାଲିଆ, ମଟାଳ ଚୂନ, ଲାଲ ଲାଟେରାଇଟ, ଲାଭା ପାଉଁଶ, ବାଲିଆ ମଟାଳ କିମ୍ବା ଭାରି ମଟାଳ ମଧ୍ୟ ହୋଇପାରେ। କଦଳୀ ଫସଲ 5.5 ରୁ 6.5 pH ମଧ୍ୟରେ ଅମ୍ଳ ମାଟି ପସନ୍ଦ କରେ। ଲୁଣା ମାଟି ପ୍ରତି କଦଳୀ ଫସଲ ସହନଶୀଳ ନୁହେଁ। କଦଳୀ ଗଛର ସଫଳ ବୃଦ୍ଧି ପାଇଁ ମାଟି ର ମୁଖ୍ୟ ଉପାଦାନ ହେଉଛି ଉତ୍ତମ ଜଳ ନିଷ୍କାସନ। ନଦୀ ଉପତ୍ୟକାର ଧୋଇ ହୋଇ ଥିବା ମାଟି କଦଳୀ ବୃଦ୍ଧି ପାଇଁ ଆଦର୍ଶ ଅଟେ।

ଜଳବାୟୁ

କଦଳୀ ଗଛ କୁ ଫୁଲ ଦଣ୍ଡ ସୃଷ୍ଟି କରିବା ପାଇଁ କୁହୁଡି ବିହୀନ 10-15 ମାସ ଏବଂ 15-35 °C ତାପମାନର ଆବଶ୍ୟକ ହୋଇଥାଏ। ଅଧିକାଂଶ କିସମ ର ବୃଦ୍ଧି ବନ୍ଦ ହୋଇଯାଏ ଯେତେବେଳେ ତାପମାନ 53° F (11.5 °C) ତଳକୁ ଖସି ଯାଏ। ଅଭିବୃଦ୍ଧି ମନ୍ଥର ହୋଇଯାଏ ଯେତେବେଳେ ତାପମାନ 80° F (26,5 °C) ରୁ ଅଧିକ ହୋଇଥାଏ ଏବଂ 100° F (38 °C) ତାପମାନ ପହଞ୍ଚିଲା ପରେ ଗଛର ଅଭିବୃଦ୍ଧି ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଏ। ଉଚ୍ଚ ତାପମାନ ଏବଂ ଉଜ୍ଜ୍ଵଳ ସୂର୍ଯ୍ୟାଲୋକ ପତ୍ର ଓ ଫଳକୁ ପୋଡି ଦେଇ ପରେ ଯଦିଓ କଦଳୀ ପୁରା ଖରା ରେ ଭଲ ବଢିଥାଏ। ବରଫ ଜମୁଥିବା ତାପମାନ ପତ୍ରକୁ ମାରି ଦେଇପାରେ। ପବନ ପରତି କଦଳୀ ସଂବେଦନ ଶୀଳ ଏବଂ ଏହା ପବନରେ ଉଡି ଯାଇ ପାରେ।

ସମ୍ଭାବ୍ୟ ରୋଗ

କଦଳୀ

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

କଦଳୀ

Musa

କଦଳୀ

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

କଦଳୀ ଏକ ଖାଦ୍ଯ ଉପଯୋଗୀ ଫଳ ଯାହା ଜିନସ୍ ମୁସା ର ଅନେକ ପ୍ରକାରର ଫୁଲ ଧରୁଥିବା ବଡ ବଡ ଗଛ। କେତକ କଦଳୀ ରୋଷେଇ କରିବା ପାଇଁ ବ୍ୟବହାର ହୁଏତ କେତେକ ଫଳ / ଡେଜର୍ଟ ହିସାବରେ ବ୍ୟବହାର କରା ଯାଏ। ମୁସା ସ୍ପେସିସ୍ ର ମୂଳ ଉତ୍ପତ୍ତି ସ୍ଥଳ ହେଉଛି ଦକ୍ଷିଣ ପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ। କଦଳୀ ମୂଳତଃ ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ଯାହା ପାଇଁ ଆର୍ଦ୍ର ଖାଲ ଜମି ଭଲ, କିନ୍ତୁ ଏହା ସମୁଦ୍ର ପତ୍ତନ ଠାରୁ 2000 ମିଟର ପର୍ଯ୍ୟନ୍ତ ଉଚ୍ଚ ଅଞ୍ଚଳ ରେ ଚାଷ କରା ଯାଇପାରେ।

ମହତ୍ୱପୂର୍ଣ୍ଣ ତଥ୍ୟ