କଦଳୀ

ଶର୍କରା ଚିହ୍ନ

Sugar Spot

ଅନ୍ୟ

5 mins to read

ସଂକ୍ଷେପରେ

  • ଫଳ ଚୋପାରେ ବାଦାମୀ ଚିହ୍ନ ଦେଖାଯାଏ । ଫଳର ମାଂସ କୋମଳ ଅଟେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

କଦଳୀ ଅମଳ ପରେ ଏହି ଲକ୍ଷଣ ଦେଖାଯାଏ । ପ୍ରାରମ୍ଭରେ , ଛୋଟ କଳା ଚିହ୍ନ କଦଳୀ ଚୋପା ଉପରେ ଦେଖାଯାଏ । ପରେ ଏହା ବୃଦ୍ଧି ପାଏ ।ଫଳ ମାଂସରେ ମଧ୍ୟ ବାଦାମୀ ଚିହ୍ନ ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

କୌଣସି ଜୈବିକ ଉପଚାର ଏଥିପାଇଁ ନାହି ବା ଅବଶ୍ୟାବକତା ନାହି ,ଯେହେତୁ ଫଳ ବିକାଶ ପ୍ରକ୍ରିୟା ପ୍ରାକୃତିକ ଅଟେ ।

ରାସାୟନିକ ନିୟନ୍ତ୍ରଣ

କୌଣସି ଜୈବିକ ଉପଚାର ଏଥିପାଇଁ ନାହି ବା ଅବଶ୍ୟାବକତା ନାହି ,ଯେହେତୁ ଫଳ ବିକାଶ ପ୍ରକ୍ରିୟା ପ୍ରାକୃତିକ ଅଟେ ।

ଏହାର କାରଣ କଣ

କଦଳୀର ପ୍ରାକୃତିକ ପାକଲ ହେବା ପ୍ରକ୍ରିୟା ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ଏମାନେ ଅମଳ ପରେ ମଧ୍ୟ ପାକଲ ପ୍ରକ୍ରିୟା ଚାଲୁ ରହେ । ଏହି ଚିହ୍ନ ସୂଚିତ କରେ ଯେ ମଣ୍ଡଦ ବା ଷ୍ଟାର୍ଚର ଶର୍କରାକୁ ପ୍ରକ୍ରିୟାକରଣ ହୁଏ । ଏହା ସୁଚାଏ ଯେ ଅଧିକ ବାଦାମୀ ଚିହ୍ନ ଥିଲେ ଶର୍କରାର ମାତ୍ରା ମଧ୍ୟ ଅଧିକ ଅଟେ । ପୋଲିଫେନଳ ଅକ୍ସିଡେଜ କିମ୍ବା ଟାଇରୋସିନେଜ ପାଚକ ରସ ଅମ୍ଳଜାନ ସହ ପ୍ରିତିକ୍ରିୟା କରି ଏହି ବାଦାମୀ ଚିହ୍ନ କରିଥାଏ ବୋଲି ଅନୁମାନ କରାଯାଏ । ଏଥିଲିନ ହରମୋନ ବା ଜୀବରସ ଫଳର ଅମ୍ଳ ସହ ପ୍ରତିକ୍ରିୟା କରି ଓ ଏହାକୁ ଭାଙ୍ଗେ ଓ କୋମଳ କରେ । ଫଳକୁ ଆଞ୍ଚୁଡିଲେ ଏହି ପ୍ରକୃତିକ ବାଦାମୀ ଏବଂ କୋମଳ ହେବା ପ୍ରକ୍ରିୟା ସ୍ପଷ୍ଟ ଜଣାପଡେ ।


ସୁରକ୍ଷାତ୍ମକ ଉପାୟ

  • ବାଦାମୀ ପ୍ରକ୍ରିୟା କମ କରିବା ପାଇଁ ଅମଳ କରାଯାଇଥିବା ଫଳକୁ ଅନ୍ଧାର ଏବଂ ଶୁଖିଲା ସ୍ଥାନରେ ରଖନ୍ତୁ । ଏପଲ ଓ ଟମାଟ ଭଳି ଏଥିଲିନ ଉତ୍ପର୍ଣ କରୁଥିବା ଫଳ ମାନଙ୍କ ସହିତ ଏହା ରଖନ୍ତୁ ନାହି। ଏହା ଫ୍ରିଜ ଭଳି ଥଣ୍ଡା ଜାଗାରେ ରଖନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ