କଦଳୀ

କଦଳୀର ଯାଦୁରା ପ୍ରଜାପତି ବା ମଥ

Nacoleia octasema

ପୋକ

5 mins to read

ସଂକ୍ଷେପରେ

  • ହାଲୁକା ଭାବରେ ଖାନ୍ତି। କଳା ଚିହ୍ନ , ଜେଲି ଭଳି ପଦାର୍ଥ ଥାଏ । ବୟସ୍କ ପ୍ରଜାପତି ଫିକା ବାଦାମୀ ଠୁ ହଳଦିଆ ବାଦାମୀ , ଡେଣାରେ କଳା ଚିହ୍ନ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

କଦଳୀ ଯାଦୁରା ପ୍ରଜାପତିରୁ ଏହି କ୍ଷତ ଶୂକ ଯୋଗୁଁ ହୋଇଥାଏ ଏବଂ ଫଳ ମଧ୍ୟରେ ସୀମିତ ରହେ ।ଉପପର୍ଣ ବା bract ଦ୍ଵାରା ସୁରକ୍ଷିତ ଥିବା ଫଳ କାନଧିକୁ ଆକ୍ରମଣ କରିବାରେ ଏହି ଶୂକ ମନ ଦିଏ । ବାହାରିବ ପରେ ସେମାନେ ଫୁଲ ପେନ୍ଥା, ଫଳ ଚୋପା ଖାଇବା ଆରମ୍ଭ କରନ୍ତି ଏବଂ ହାଲୁକା ଭାବେ କ୍ଷତି କରନ୍ତି । ଫଳରେ ଏହା ଉପରେ ଚିହ୍ନ ସୃଷ୍ଟି ହୁଏ ଓ ପରେ କଳା ରଙ୍ଗରେ ପରିଣତ ହୁଏ । ସମୟ କ୍ରମେ, ଉପପର୍ଣ ଉଠିବାକୁ ଆରମ୍ଭ କରେ ଓ ପଡିଯାଏ । ଶୁକମାନେ ତଳକୁ ଘୋଡିହୋଇଥିବା ଫୁଲପେନ୍ଥାକୁ ଆସନ୍ତି ଓ ଖାନ୍ତି । ଯଦି ଅନ୍ୟ କିଛି ବିକଳ୍ପ ନାହି ,ଶୁକମାନେ କାନ୍ଧିର ମୂଳରେ ରହନ୍ତି ଓ ଅଣ୍ଡିରା ଫୁଲପେନ୍ଥା କିମ୍ବା ପରିପକ୍ଵ ଫଳ ଖାଆନ୍ତି । ଏହି ସ୍ଥାନରେ ପ୍ରାୟ ସ୍ଵଛ ଜେଲି ଭଳି ପଦାର୍ଥ ଯାହାକି ଯାଦୁରା ପ୍ରଜାପତି ଖାଇବା ସହିତ ଜଡିତ , ଥାଏ । ଫଳରେ ଯାଦୁରା ଭଳି ଦୃଶ୍ୟ ଏହାକୁ ବଜାର ଅନୁପୋଯୋଗୀ କରାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ପୋକ ପାଇଁ ସେମିତି କୌଣସି ପରଜୀବୀ ବା ପରଭକ୍ଷୀ ଚିହ୍ନିତ କରାଯାଇପାରିନାହି । କେତେକ ବିରୁଡି ,ପରଜୀବୀ,ବୁଡିଆଣୀ ,ଏବଂ ଅନ୍ୟ ସାଧାରଣ ପରଭକ୍ଷୀ ଅଳ୍ପ ମାତ୍ରାରେ ପ୍ରାକୃତିକ ନିୟନ୍ତ୍ରଣ କରନ୍ତି । ଟେଟ୍ରାମୋରିଆମ ବାଇ କାରିନତମ ପିମ୍ପୁଡି ଯିଏ ସାଧାରଣତଃ ଗଛ ବା କାନ୍ଧିରେ ଥାଏ କଦଳୀ ଯାଦୁର ପ୍ରଜାପତିର କିଛି ନିୟନ୍ତ୍ରଣ ଦିଏ । ସ୍ପିନୋସାଦ , କବକ ବିଉଭାରିଆ ବାସିଆନ କିମ୍ବା ମେଟାରିଜିଆମ ଆନିସୋପ୍ଳିଏ କିମ୍ବା ବୀଜାଣୁ ବେଶିଲସ ଥୁରିଜିଏନସିସ ଜୈବ ଜୀବନାଶକ କାମ ଦେଇପାରେ ।

ରାସାୟନିକ ନିୟନ୍ତ୍ରଣ

ଜୈବିକ ଉପଚାର ସହିତ ,ସର୍ବଦା, ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସକ୍ରିୟ ସୁତରକୁ ଭିତ୍ତି କରି କ୍ଳୋରୋପାଇରିଫୋସ , ବିଫେନ୍ଥ୍ରିନ ଏବଂ ବେଣ୍ଡିୟକାର୍ବ ଆଦି କାନ୍ଧି ଇଞ୍ଜେକ୍ସନ ପାଇଁ ସୁପାରିସ କରାଯାଏ । କାନ୍ଧିଟି ଗଛରେ ଠିକ ସିଧା ଥିବାବେଳେ ନିୟନ୍ତ୍ରଣ କରିବା ଉଚିତ । 20 ରୁ 40 ମିଲି ଲଘୁ କୀଟନାଶକ ଉପଯୁକ୍ତ ମାତ୍ରାରେ ଉପର ଆଡୁ ଏକ ତୃତୀଯାଂଶ ସ୍ପିଏର ଲମ୍ବରେ ଇଞ୍ଜେକ୍ସନ ଦିଆଯାଏ । ଏହାଠାରୁ ଉପରେ ବା ତଳେ ଇଞ୍ଜେକ୍ସନ ଦେଲେ ଗଚ୍ଚ୍କୁ କ୍ଷତି କରିପାରେ କିମ୍ବା କାମ କରେନାହିଁ।

ଏହାର କାରଣ କଣ

ନାକୋଳିଆ ଅକ୍ଟାସେମା ନାମକ ଯଦୁରା ପ୍ରଜାପତି ଯୋଗୁଁ ଏହି କ୍ଷତି ହୋଇଥାଏ । ବଯସ୍କମାନେ ଫିକା ସବୁଜରଙ୍ଗର ଓ କଳା ଚିହ୍ନ ସହ ହଳଦିଆ ବାଦାମୀ ଡେଣା ଥାଏ । ଏହି ସ୍ୱଳ୍ପ ଜୀବୀ ପ୍ରଜାପତି ( 4 -5 ଦିନ ) ର ଗୋଧୂଳି ସକ୍ରିୟ ଅଭ୍ୟାସ ଅଛି ଓ ସହଳ ସନ୍ଧ୍ୟାରେ ଅଣ୍ଡିରା ଓ ମାଈ ମିଶନ୍ତି । ଦିନବେଳେ ସେମାନେ ପୁରୁଣା ପତ୍ର ତଳେ ଲୁଚି ରହନ୍ତି । ମାଈ ମାନେ ବାହାରୁଥିବା କାନ୍ଧି,କିମ୍ବା ପାଖ ପାତ୍ର ବା ଉପପତ୍ରରେ ଅଣ୍ଡା ଦିଅନ୍ତି । ଅଣ୍ଡା ଫୁଟିବା ପରେ, ଶୂକ କାନ୍ଧି ଆଡକୁ ଯାଏ ଓ ଖାଇବା ଆରମ୍ଭ କରେ । ଅଣ୍ଡା ଫୁଟିବା ଠାରୁ ଅଣ୍ଡା ଦେବା ଜୀବନ ଚକ୍ର ସମୟ ହେଉଛି 28 ଦିନ। ଆର୍ଦ୍ର ଏବଂ ଉଷୁମ ପରିସ୍ଥିତି ଯାଦୁରା ପ୍ରଜାପଟିକୁ ଅନୁକୂଳ କରେ ଏବଂ ଓଦା ପାଗରେ ଅଧିକ କ୍ଷତି କରେ । ଥଣ୍ଡା ଓ ଶୁଖିଲା ଶୀତ ଦିନ ଏହି ପ୍ରଜାପତି ଠାରୁ ମୁକ୍ତ ରହନ୍ତି ଯେ ପର୍ଯ୍ୟନ୍ତ ଅଦିନିଆ ବର୍ଷା ହୋଇନଥାଏ । ଗବେଷଣାରୁ ଯାନଯାଇଛି ଯେ ବୟସ୍କ ମାନେ ବିନା ପ୍ରଜନନ ପ୍ରକ୍ରିୟାରେ ନିମ୍ନ ଆର୍ଦ୍ରତା ଓ ଶୁଖିଲା ପାଗରେ ଅଣ୍ଡା ଦିଅନ୍ତି । ଏହା କଦଳୀର ଅଧିକ ଅର୍ଥନୈତିକ କ୍ଷତି କରୁଥିବା ପୋକ ମାନଙ୍କ ମଧ୍ୟରେ ଅନ୍ୟତମ ଓ 100 % କ୍ଷତି କରିପାରେ ଯଦି ନିୟନ୍ତ୍ରଣ କରାଯାଏ ନହିଁ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିସମ ବାଛନ୍ତୁ , ଯଦି ମିଳେ । ନୂଆ କାନ୍ଧିକୁ କ୍ଷତ ବା ଶୂକର ଉପସ୍ଥିତି ଜାଣିବା ପାଇଁ ନିରୀକ୍ଷଣ କରନ୍ତୁ । କାନ୍ଧି ଡେମ୍ଫର ମୂଳକୁ ସ୍ଵତନ୍ତ୍ର ଦୃଷ୍ଟି ଦିଅନ୍ତୁ ଏବଂ ସ୍ଵଛ ଜେଲି ଭଳି ପଦାର୍ଥର ଉପସ୍ଥିତି ପାଇଁ ନିରୀକ୍ଷଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ