କଦଳୀ

କଦଳୀର କାକୁଡି ଛିଟ ଭୂତାଣୁ

CMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଫିକା ଓ ଘନ ସବୁଜ ଛିଟ ପର୍ଯ୍ୟାୟ ଭାବରେ ଦେଖାଯାଏ । ସଂକ୍ରମିତ ଫଳ ଛୋଟ ହୋଇଯାଏ ଓ ଏଥିରେ ପାଣ୍ଡୁର ବା ବିଗଳିତ ଗାର ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଗଛର ଯେ କୌଣସି ଅବସ୍ଥାରେ ଏହି ସଂକ୍ରମଣ ଦେଖାଯାଏ ଏବଂ ମୁଖ୍ୟତଃ ପତ୍ରରେ ଦେଖାଯାଏ । ପ୍ରାରମ୍ଭିକ ଲକ୍ଷଣ ହେଲା ଶିରାର ସମାନ୍ତରାଳ ଭାବେ ଅବିରତ ବା ଅନବରତ ଛିଟ ଭଳି ଚିହ୍ନ । ପତ୍ରଗୁଡ଼ିକ ପଟୀ ସଦୃଶ ଦେଖାଯାଆନ୍ତି । ସମୟ ଅନୁସାରେ ପତ୍ର ଭଲ ଭାବରେ ବିକଶିତ ହୋଇପାରେ ନାହି ଓ ପତ୍ର ଧାର ଅନିୟମିତ ଭାବେ ବଙ୍କା ହୁଏ ଏବଂ ବିଗଳିତ ଚିହ୍ନ ଦେଖାଯାଏ । ନୂଆ ପତ୍ରଗୁଡ଼ିକର ଆକାର କମିଯାଏ । ପତ୍ର ଉପରେ ପଚା ସ୍ଥାନ ଦେଖାଯାଏ ଓ ମିଥ୍ୟା ସ୍ତମ୍ଭ ( pseudostem) ରେ ବିସ୍ତାର ଲାଭ କରେ । ପୁରୁଣା ପତ୍ରରେ ବିଗଳିତ ଚିହ୍ନ କଳା କିମ୍ବା ବାଇଗଣି ଗାର ଭଳି ଦେଖାଯାଏ ଓ ଏହା ପଡିଯାଏ । ସଂକ୍ରମିତ ଗଛ ପରିପକ୍ଵ ହୁଏ ନାହି ଏବଂ କାନ୍ଧି ସୃଷ୍ଟି କରିବବା ପାଇଁ ଅସମର୍ଥ ହୁଏ । ଫଳ ସର୍ବଦା ଲକ୍ଷଣ ଦେଖାଏ ନାହି କିନ୍ତୁ ଏହାର ଆକାର କମିଯାଏ ଏବଂ ପାଣ୍ଡୁର କିମ୍ବା ବିଗଳିତ ଗାର ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଭୂତାଣୁ ପାଇଁ ସିଧାସଳଖ ନିୟନ୍ତ୍ରଣ ବ୍ୟବସ୍ଥା ନାହି କିନ୍ତୁ ଜଉ ପୋକ ନିୟନ୍ତ୍ରଣ କାଲେ ଏହା କମିଯାଏ । ଜଉ ପୋକର ବିଭିନ୍ନ ପ୍ରକୃତିକ ଶତ୍ରୁ ଯଥା ପରଜୀବୀ ଓ ପରଭକ୍ଷୀ କୀଟ ଏହାକୁ ନିୟନ୍ତ୍ରଣ କରିବାକୁ ସଫଳ ଭାବରେ ବ୍ୟବହାର କରାଯାଇପାରେ । ମୂଳ ପୁଆକୁ 40 ଡିଗ୍ରୀ C ରେ ଏକ ଦିନ ଶୁଷ୍କ ଗରମ ଉପଚାର ମଧ୍ୟ ସଂକ୍ରମଣର ବିପତ୍ତିକୁ ଟାଳି ଦେଇ ପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ , ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରିବା ଉଚିତ । ଭୂତାଣୁ ଜନିତ ରୋଗ ପାଇଁ ସିଧାସଳଖ ନିୟନ୍ତ୍ରଣ ବ୍ୟବସ୍ଥା ନାହି କିନ୍ତୁ ଅନ୍ୟ ପୋଷକ ଗଛ ଓ ବାହକ ନିୟନ୍ତ୍ରଣ କରି ହେବ । ଯଦି କୀଟନାଶକ ଦରକାର ପଡେ , ତାହାହେଲେ ଡେମେଟନ ମିଥାଇଲ , ଡାଇ ମେଥୋଏଟ ଏବଂ ମାଲାଥିୟନ ଥିବା କୀଟନାଶକ ପାତ୍ର ଉପରେ ସିଂଚନ କରାଯାଇପାରେ । ଏହା ଜାଣି ରଖିବା ଉଚିତ ଯେ ଏହି କୀଟନାଶକ ମାନବ ସ୍ୱାସ୍ଥ୍ୟ ଓ ପଶୁ ଉପରେ ପ୍ରତିକୂଳ ପ୍ରଭାବ ପକାଏ ।

ଏହାର କାରଣ କଣ

ଏହି ଲକ୍ଷଣ ଭୂତାଣୁ ଦ୍ଵାରା ହୁଏ । ସାଧାରଣତଃ ପ୍ରାରମ୍ଭିକ ଲକ୍ଷଣ ସଂକ୍ରମିତ ବିହନ ସାମଗ୍ରୀ ଯଥା ପୁଆ ଯୋଗୁଁ ହୋଇଥାଏ । ଜଉ ପୋକ ପରବର୍ତ୍ତୀ ସଂକ୍ରମଣ ପାଇଁ ବାହକ କାମ କରନ୍ତି ଏବଂ ଏହାକୁ ଅନ୍ୟ ଗଛକୁ କିମ୍ବା କ୍ଷେତ୍ରକୁ ବିସ୍ତାର କରନ୍ତି । ଏହି ଭୂତାଣୁ ପାଇଁ କାକୁଡି ଏବଂ ଟମାଟୋ ସୁପ୍ତ ପୋଷାକ ଗଛ ଅଟନ୍ତି ଅର୍ଥାତ ଏମାନେ ଭୂତାଣୁ କଣିକା ଧରି ରଖିଥାନ୍ତି କିନ୍ତୁ ଲକ୍ଷଣ ଦେଖାନ୍ତି ନାହି । ଏହି ସଂକ୍ରମଣ ନିର୍ଦ୍ଧିଷ୍ଟ ପାଗ ଅବସ୍ଥା ଯଥା ବାରମ୍ବାର ବର୍ଷା , ଉଦାହରଣ ସ୍ୱରୂପ ମୌସୁମୀ ପରବର୍ତ୍ତୀ ସମୟରେ , ଦ୍ଵାରା ପ୍ରତ୍ସ୍ଵାହିତ ହୁଏ । ଏହି ରୋଗ କଦଳୀର ଏକ ମାରାତ୍ମକ ରୋଗ ଏବଂ ଅଧିକ କ୍ଷତି କରିପାରେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ରୋଗ ସଂସର୍ଗ ନିୟମ କିଛି ଅଛି ତାହା କଡା ଭାବରେ ମାନିବା ଉଚିତ । ବିଶ୍ବାସ ଥିବା ସୂତ୍ରରୁ ବିହନ ସାମଗ୍ରୀ ଆଣନ୍ତୁ । ରୋଗ ପ୍ରତିରୋଧ ଶକ୍ତି ହିନ କିସମ ଲଗାନ୍ତୁ ନାହି । ଏହି ରୋଗର କିମ୍ବା ଏହାର ବାହକ ଜଉପୋକ ସନ୍ଧାନ ପାଇଁ ଗଛ ବା କ୍ଷେତ୍ର ପରୀକ୍ଷା କରନ୍ତୁ । ଏହାର ଅନ୍ୟ ପୋଷାକ ଗଛ ଯଥା ଟମାଟ କିମ୍ବା କାକୁଡି ପରିବାର, ମକା,ପାନିକାମ ଏବଂ ଡିଜିତାଲିଆ ପ୍ରଜାତିର ଫସଲ ଚାଷ କରନ୍ତୁ ନାହି ।ସଂକ୍ରମିତ କ୍ଷେତ୍ରରୁ ଭିତରେ ପଶୁଥିବା ଜଉ ପୋକକୁ ନିରୀକ୍ଷଣ କରିବା ପାଇଁ ବାଧକ ଫସଲ ଯଥା ଛଣପଟ ତିନୋଟି ବା ଚାରୋଟି ଧାଡିରେ ଲଗାନ୍ତୁ । ସଂକ୍ରମିତ ଗଛକୁ ଜମିରୁ କାଢନ୍ତୁ ଓ ଜାଳିକି କିମ୍ବା ମାଟିରେ ପୋତି ନଷ୍ଟ କରିଦିଅନ୍ତୁ । କଦଳୀ ପୁଆଅନ୍ୟ କ୍ଷେତ୍ରକୁ ବିସ୍ତାର କରନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ