କଦଳୀ

କଦଳୀର ଧଳା ପତ୍ର ଚିହ୍ନ ରୋଗ

Cordana musae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଧାର ପାଖରେ ଅଣ୍ଡାକାର ହଳଦିଆ କିମ୍ବା ଫିକା ବାଦାମୀ ଚିହ୍ନ ଦେଖାଯାଏ ।ଲମ୍ବା ଫିକା ବାଦାମୀ ଟିସୂର ପଟୀ ଥାଏ। ବଡ ଉଜ୍ଜଳ ହଳଦିଆ ଚିହ୍ନ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ତଳ ପତ୍ରର ଧାର ପାଖରେ ଅଣ୍ଡାକାର କିମ୍ବା ଆଖି ଆକାରର ହଳଦିଆ ଫିକା ବାଦାମୀ ଚିହ୍ନ ଦେଖାଯାଏ । ସମୟକ୍ରମେ ,ଏହି ଚିହ୍ନ ବଢେ ଓ କେନ୍ଦ୍ର ସ୍ଥାନ ବିଗଳିତ ହୁଏ ଏବଂ ଧୀରେ ଧୀରେ ଏହା ସକେନ୍ଦ୍ରୀ ସ୍ଵଛ ଚିହ୍ନରେ ( concentric zonation) । ଏହି ଚିହ୍ନ ଅଧିକ ଦିନ ରହିଲେ ଏହା ଶିରା ଲମ୍ବରେ ପତ୍ର ବଢିବା ସହ ବଢେ । ଅନେକ ଚିହ୍ନ ପରସ୍ପର ସହ ମିଶି ହଳଦିଆ ରଙ୍ଗ ଘେରି ରହିଥିବା ବଡ ବିଗଳିତ ଚିହ୍ନ ହୁଏ । ଯେତେବେଳେ ପତ୍ର ଧାର ସଂକ୍ରମିତ ହୁଏ , ଛୋଟ ସକେନ୍ଦ୍ରୀ ଚିହ୍ନ ବିକଶିତ ହୁଏ ଯାହା ପରେ ଫିକା ବାଦାମୀ ବିଗଳିତ ଟିସୂର ବଡ଼ ପଟୀରେ ପରିଣତ ହୁଏ । ଏହି ପଟୀ ବେଳେବେଳେ ମଧ୍ୟ ଶିରା ପର୍ଯ୍ୟନ୍ତ ଆସିଥାଏ । ଯେହେତୁ ସଂକ୍ରମିତ ସ୍ଥାନ ଉଜ୍ଜଳ ହଳଦିଆ ରଙ୍ଗ ଦ୍ଵାରା ଘେରି ରହିଥାଏ ରୋଗାକ୍ରାନ୍ତ ପତ୍ର ସ୍ପଷ୍ଟ ଭାବରେ ଜଣାପଡେ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କିଛି ଜୈବିକ ସମାଧାନ ନାହି। ତେଣୁ କଦଳୀ ବଗିଚାର ଉପଯୁକ୍ତ ପରିଚାଳନା ଅଧିକ ଗୁରୁତ୍ବପୂର୍ଣ । ଅତ୍ୟଧିକ କ୍ଷେତ୍ରରେ ,ଜୈବିକ ତମ୍ବା ବା କପର ମିଶ୍ରଣ ଉଦାହରଣ ସ୍ୱରୂପ 1% ବୋର୍ଡୋକ୍ସ ମିଶ୍ରଣ ସଂକ୍ରମିତ ଜାଗାରେ ସିଂଚନ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯେହେତୁ କଦଳୀର ଅନେକଗୁଡିଏ ପତ୍ର ଦାଗ ରୋଗ ରହିଛି ,ତେଣୁ ସୁନିଶ୍ଚିତ କରନ୍ତୁ ଯେ ଏହା କୋର୍ଡନା ପତ୍ରଦାଗ ବା ଚିହ୍ନ ଏବଂ ଫ୍ରିକଲେ ଦାଗ କମ୍ବା ସିଗାଟୋକା ନୁହେଁ । ଅତ୍ୟଧିକ କ୍ଷେତ୍ରରେ ,0.4% ମଙ୍କୋଜେବ କିମ୍ବା କାଫର ଅକ୍ସିକ୍କ୍ଲୋରାଇଡର ତେଲ ଭିତ୍ତିକ ମିଶ୍ରଣ (0.2 - 0.4%) ପ୍ରାୟୋଗ କରନ୍ତୁ । ସଂସ୍ପର୍ଶ କବକନାଶୀ ଯଥା କ୍ଳୋରୋଥାଲୋନୀଳ କିମ୍ବା ମଙ୍କୋଜେବ ଏବଂ ଶରୀର ଚର କବକନାଶୀ ଟେବୁକୋନାଜଲ କିମ୍ବା ପ୍ରୋପିକୋନାଜଳ ସୁପାରିସ କରାଯାଏ । ସୁନିଶ୍ଚିତ କରନ୍ତୁ ଯେ ଏହି ପ୍ରୟୋଗ ଉପର ପତ୍ରକୁ ଯାଉଛି ।

ଏହାର କାରଣ କଣ

କୋର୍ଡନା ମୁସେ ନାମକ କବକ ଯୋଗୁଁ ଏହି ରୋଗର ଲକ୍ଷଣ ଦେଖାଯାଏ । ତେଣୁ ଏହାକୁ କୋର୍ଡନା ପତ୍ରଦାଗ ବା ଚିହ୍ନ ବୋଲି ମଧ୍ୟ କୁହାଯାଏ । ଏହା କଦଳୀର ଗୋଟିଏ ମୁଖ୍ୟ କବକ ଜନିତ ରୋଗ ଏବଂ ପ୍ରାୟ ସବୁ କଦଳୀ ଚାଷ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥାଏ । ଏହା ବର୍ଷା ଛାଟ କିମ୍ବା ପବନ ଦ୍ଵାରା ବିସ୍ତାର ଲାଭ କରେ ଯାହାକି ଘଞ୍ଚ ଭାବରେ ଲଗାଯାଇଥିବା ଜମିରେ ଅଧିକ କ୍ଷତି କରିଥାଏ । ବାରମ୍ବାର ବର୍ଷା ସହିତ ଗରମ ଓ ଆର୍ଦ୍ର ପରିସ୍ଥିତିରେ ଏହି କବକର ବୃଦ୍ଧି ତ୍ଵରିତ ହୋଇଥାଏ । ଏହି ସଂକ୍ରମଣ ଦ୍ଵାରା ପତ୍ରର କ୍ଷତି ବହୁମାତ୍ରାରେ ଆଲୋକସଂଶ୍ଳେଷଣ କ୍ଷେତ୍ର କମାଇଥାଏ ଓ ଅମଳ କମାଏ ।


ସୁରକ୍ଷାତ୍ମକ ଉପାୟ

  • ଯଦି ବଜାରରେ ମିଳେ ,ତାହାହେଲେ ସହନୀୟ କିସମ ବ୍ୟବହାର କରନ୍ତୁ । ପତ୍ରର ପରସ୍ପର ସ୍ପର୍ଶ ଓ ଛାଇକୁ ଦୂରେଇବାକୁ ଉପଯୁକ୍ତ ବ୍ଯବଧାନ ରଖନ୍ତୁ । ସୁନିଶ୍ଚିତ କରନ୍ତୁ ଯେ ନୂଆ ବଗିଚା ସଂକ୍ରମିତ ବଗିଚା ଠାରୁ ଦୂରରେ ଅଛି । ଆପେକ୍ଷିକ ଆର୍ଦ୍ରତା କମାଇବା ପାଇଁ ସିଂଚନ ଜଳସେଚନ ବାରଣ କରନ୍ତୁ ଓ ତା ପରିବର୍ତେ ବୁନ୍ଦା ଜଳସେଚନ ପ୍ରଣାଳୀ ବ୍ୟବହାର କରନ୍ତୁ । ସମତୁଲ ପୋଷଣ ପ୍ରୟୋଗ କରନ୍ତୁ । ଅତିରିକ୍ତ ଯବକ୍ଷାରଜନ ଦିଅନ୍ତୁ ନାହି । ସଂକ୍ରମିତ ପତ୍ର କାଢନ୍ତୁ ଓ ପୋଡନ୍ତୁ । ପୁରୁଣା ଝୁଳୁଥିବା ପତ୍ର କାଢି ବଗିଚା ସଫା ରଖନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ