କଦଳୀ

କଦଳୀର ବେଗ ୱର୍ମ ବା ମୁଣି କୀଟ

Kophene cuprea

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଖାଇବା ଯୋଗୁଁ କଣା ହୋଇଥାଏ । କୋନ୍ ଆକାରର ବେଗ୍ ବା ମୁଣି ସହିତ ବାଦାମୀ ରଙ୍ଗର ଲାର୍ଭା ବା ଶୂକ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଶୂକ ପତ୍ରରୁ ସବୁଜ କଣା କୋରି ଖାଏ ଏବଂ ପରେ ଏହାକୁ ଅନିୟମିତ କଣା ଦ୍ଵାରା ଚାଲୁଣି ଭଳି କରିଦିଅନ୍ତି । ଏହି କଣା ଗୁଡିକ ବିଚ୍ଛିନ୍ନ ପେଚ୍ ମଧ୍ୟରେ ଆବଦ୍ଧ ଥାଆନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ , ଏହି କୀଟ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଆମେ ସଚେତନ ନାହୁଁ । ଏହି ପୋକର ଆବିର୍ଭାବ ଓ ଲକ୍ଷଣର ମାତ୍ରା କମାଇବା ପାଇଁ ଆପଣ ଯଦି କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ ସ୍ଥାପନ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା , ଯଦି ଉପଲବ୍ଧ ହୁଏ , ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଆଜି ପର୍ଯ୍ୟନ୍ତ , ଏହି କୀଟ ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଆମେ ସଚେତନ ନାହୁଁ । ଏହି ପୋକର ଆବିର୍ଭାବ ଓ ଲକ୍ଷଣର ମାତ୍ରା କମାଇବା ପାଇଁ ଆପଣ ଯଦି କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ ସ୍ଥାପନ କରନ୍ତୁ ।

ଏହାର କାରଣ କଣ

କୋଫେନେ କପ୍ରିର ଶୂକ ଦ୍ଵାରା ଏହି କ୍ଷତି ହୋଇଥାଏ । ବୟସ୍କ ପ୍ରଜାପତି ବାଦାମି ରଙ୍ଗର ହୋଇଥାଏ । ବେଗ ୱର୍ମ ବା ମୁଣି କୀଟ ପୂର୍ବ ବର୍ଷ ମାଇମାନଙ୍କ ପାଇଁ ହୋଇଥିବା କକୁନ ରୂପକ ବେଗ ବା ମୁଣି ମଧ୍ୟରେ ଶୀତ ଦିନେ ଅଣ୍ଡା ଆକାରରେ ଅତିବାହିତ କରନ୍ତି । ଅଣ୍ଡା ଫୁଟିବା ପରେ , ଶୂକ ଖାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଏ । ପ୍ରତ୍ୟେକ ଶୂକ ରେଶମ ଓ ଉଦ୍ଭିଦ ସାମଗ୍ରୀର ସୂକ୍ଷ୍ମ ଅଂଶ ବ୍ୟବହାର କରି ବେଗ୍ ବା ମୁଣି କରେ ଯାହାକି ଖାଇବା ଓ ବୃଦ୍ଧି ଅବସ୍ଥାରେ ଏକ ଛଦ୍ମ ଆବରଣ ଭଳି କାମ କରେ । ବେଗ ୱର୍ମ ବା ମୁଣି କୀଟର ସମ୍ବାଳୁଆ ବଢିବା ଅବସ୍ଥାରେ ଏହି ମୁଣିକୁ ବଢାଇ ଓ ବିରକ୍ତିକର ଅବସ୍ଥାରେ ଏହାକୁ କମାଇ ପ୍ରାୟ 6 ସପ୍ତାହ ପର୍ଯ୍ୟନ୍ତ ଖାଏ । ବୟସ୍କ ଶୂକ ପତ୍ରକୁ କଣା କଣା କରି ଖାଇଦିଏ ଓ କେବଳ ବଡ ବଡ ଶିରା ଛାଡିଦିଏ । ବାଦାମୀ ଶୂକ କୋନ ଆକାରର ବେଗ୍ ବା ମୁଣି ଦ୍ଵାରା ଆବରିତ ହୋଇ ରହିଥାଏ । ସହଳ ପତ୍ତନ ସମୟରେ ପରିପକ୍ଵ ଶୂକ ବେଗ୍ ବା ମୁଣିକୁ ଡାଳରେ ସଂଲଗ୍ନ କରନ୍ତି ଓ ବୟସ୍କ ହେବା ପୂର୍ବରୁ ପ୍ୟୁପା ବା ବିରାମ ଅବସ୍ଥାକୁ ଆସନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଖାଇବା ଜନିତ କ୍ଷତ ଓ ଶୂକ ପାଇବା ପାଇଁ ଆପଣଙ୍କ ଫସଲ ନିରୀକ୍ଷଣ କରନ୍ତୁ । ଯଦି ଅଳ୍ପ କିଛି ଗଛ ବା ବୁଦା ଆକ୍ରାନ୍ତ ଥାଏ , ତାହାହେଲେ ଲାଗିଥିବା ବେଗ୍ ବା ମୁଣିକୁ ହାତରେ କାଢି ନଷ୍ଟ କଲେ ସନ୍ତୋଷଜନକ ନିୟନ୍ତ୍ରଣ ଦେଇଥାଏ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ