ଚିନାବାଦାମ

ଜିଙ୍କ୍ ଅଭାବ ବା ଦସ୍ତା ର ଅଭାବ

Zinc Deficiency

ଅଭାବ

5 mins to read

ସଂକ୍ଷେପରେ

  • ପତ୍ରର ଶିରା ପ୍ରଶିରା କୁ ଛାଡି ପତ୍ରର ଅନ୍ୟ ଭାଗ ହଳଦିଆ ରଙ୍ଗର ହୋଇଯାଏ ଏବଂ ପତ୍ର ମରିଯାଏ.
  • ଏହା ପ୍ରାୟତଃ ପତ୍ର ଧାର ରୁ ଆରମ୍ଭ ହୋଇଥାଏ.
  • ପତ୍ରରୁ ପତ୍ର ମଧ୍ୟରେ ବ୍ୟବଧାନ କମିଯାଏ ଏବଂ ଡାଳ ରେ ପତ୍ରସବୁ ଗୁଚ୍ଛା ହୋଇ ଦେଖାଯାଏ.
  • ଫସଲର ବିକାଶ କମ ହୁଏ ଏବଂ ପତ୍ର ବିକୃତ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

31 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ଜିଙ୍କର ଅଭାବର ଲକ୍ଷଣ ଗୁଡିକ ବିଭିନ୍ନ ପ୍ରଜାତି ପାଇଁ ଭିନ୍ନ ଭିନ୍ନ ହୋଇଥାଏ କିନ୍ତୁ କିଛି ଲକ୍ଷଣ ଗୁଡିକ ପ୍ରାୟତଃ ସମାନ ଥାଏ. ବହୁତ ଫସଲ ପ୍ରଜାତିରେ ମୁଖ୍ୟତଃ (ଶିରା ପ୍ରଶୀରାକୁ ଛାଡି) ପତ୍ରର ବାକି ଅଂଶ ହଳଦିଆ ହୋଇଯାଏ. କେତେକ ପ୍ରଜାତି କ୍ଷେତ୍ରରେ କଅଁଳ ପତ୍ର ଗୁଡିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି, କିନ୍ତୁ ଅନ୍ୟ କ୍ଷେତ୍ରରେ ଉଭୟ କଅଁଳ ଓ ବୁଢା ପତ୍ର ଗୁଡିକରେ ଲକ୍ଷଣ ଦେଖାଦେଇଥାଏ. କଅଁଳ ପତ୍ର ଗୁଡିକରେ ପ୍ରାୟ ସମୟରେ ଛୋଟ ଆଉ ସଂକୀର୍ଣ୍ଣ ସୀମା ସହ ଏହାର ଧାର ତରଂଗିତ ହୋଇଥାଏ. ପରବର୍ତୀ ସମୟରେ ଏହି ରଙ୍ଗହୀନ ଦାଗ ପିତଳ ରଙ୍ଗରେ ପରଣତ ହୋଇ ଯାଇ ଥାଏ ଏବଂ ଧାର ରୁ ଆରମ୍ଭ ହୋଇ ପରିଗଳନ ଦାଗ ବନିବା ଦେଖାଦିଏ. କେତେକ ଫସଲରେ ଜିଙ୍କ ଅଭାବ ଦ୍ୱାରା ପ୍ରଭାବିତ ଫସଲର ପତ୍ରରୁ ପତ୍ରର ବ୍ୟବଧାନ କମ ହୋଇଥାଏ, ତେଣୁ ପତ୍ର ସବୁ ଗୁଚ୍ଛା ଗୁଚ୍ଛ ହୋଇ ଡାଳ ରେ ଦେଖାଯାଏ. କଅଁଳ ପତ୍ରର (ଛୋଟ ପତ୍ରର) ସୀମିତ ବିକାଶ ତଥା ପତ୍ରରୁ ପତ୍ରର ଦୂରତା କମିଯିବା ଯୋଗୁଁ ଫସଲର ବିକାଶ କମ ହୁଏ ଏବଂ ପତ୍ର ବିକୃତ ହୋଇଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ନର୍ସରୀ ରେ ବା ଜମିରେ ଗଛ ଲଗାଇବାର କିଛି ଦିନ ପରେ ଜୈବିକ ଖତ ପ୍ରୟୋଗ କରିବା ଦ୍ୱାରା ଜିଙ୍କ ଅଭାବ ର ପ୍ରଭାବ ଦେଖା ଯିବା କମ ହୋଇ ଯାଇ ଥାଏ.

ରାସାୟନିକ ନିୟନ୍ତ୍ରଣ

ଜିଙ୍କ ସଲଫେଟ ଥିବା ସାମଗ୍ରୀ ଗୁଡିକୁ (ପାଣିରେ 2ଗ୍ରା/ଲି) ବିହନ ଅଂକୁରଣ ବେଳେ ନର୍ସରୀ ରେ ପ୍ରୟୋଗ କରିବା ଦ୍ୱାରା ଅଭାବକୁ କମା ଯାଇପାରେ. ଜିଙ୍କ ଅଭାବର ଲକ୍ଷଣ ଦେଖାଗଲେ ସାପ୍ତାହିକ ଭାବେ କିମ୍ବା 10 ଦିନରେ ଥରେ ଜିଙ୍କ ସଲଫେଟକୁ (0.2-0.5 ପ୍ରତିଶତ) ପତ୍ର ସମୂହ ଉପରେ ତିନି ଥର ସ୍ପ୍ରେ କରନ୍ତୁ. ମାଟିର ପ୍ରକାର, pH ଓ ତଥା ପତ୍ରରେ ଜିଙ୍କର ପ୍ରକୃତ ପରିମାଣ କୁ ହିସାବ କରି ଜିଙ୍କ ସଲଫେଟ ପ୍ରୟୋଗ ର ମାତ୍ରା ନିର୍ଧାରଣ କରାଯାଇଥାଏ. ଜମିରେ ପ୍ରୟୋଗ ପରିମାଣ ଉପରୋକ୍ତ ସବୁ କାରଣ ପାଇଁ ବହୁତ ଅନ୍ତର ହୋଇପାରେ କିନ୍ତୁ ସାଧାରଣତଃ ହେକ୍ଟର ପ୍ରତି 5 - 10 କିଗ୍ରା ଜିଙ୍କ ଦରକାର ହୋଇଥାଏ. ଅତ୍ୟଧିକ ଜିଙ୍କ ପ୍ରୟୋଗ ପ୍ରତି ସତର୍କ ରୁହନ୍ତୁ କାରଣ ଏହା ଜିଙ୍କ ବିଷାକ୍ତତା ସୃଷ୍ଟି କରିପାରେ. ଗଛକୁ ଏହି ସୁକ୍ଷ୍ମ ଖାଦ୍ୟସାର ଯୋଗାଇବା ପାଇଁ ବିହନରେ ଜିଙ୍କ କୋଟିଂ କରିବା ଅନ୍ୟ ଏକ ଉପାୟ ଅଟେ. ବିକଳ୍ପ ଭାବେ, ବିହନ କିମ୍ବା ଚାରା କୁ 2-4% ଜିଙ୍କ ଅକ୍ସାଇଡ୍ ମିଶ୍ରଣରେ ବୁଡାଇ ମଧ୍ୟ ଲଗା ଯାଇପାରେ.

ଏହାର କାରଣ କଣ

ଜିଙ୍କ ଅଭାବର ଅସୁବିଧା ମୁଖ୍ୟତଃ କ୍ଷାରୀୟ(ଅଧିକ ପି.ଏଚ୍ ଥିବା) ବାଲିଆ ଜମିରେ ଦେଖା ଯାଇଥାଏ ଯେଉଁଥିରେ କି ଜୈବିକ ପଦାର୍ଥ କମ ଥାଏ. ମାଟିରେ ଅତ୍ୟଧିକ ମାତ୍ରା ର ଫସଫରସ ଏବଂ କ୍ୟାଲସିଅମ(କାଲ୍କାରିଓସ୍ ମାଟି) ମଧ୍ୟ ଜମିରେ ଫସଲ ପାଇଁ ଜିଙ୍କ ର ଉପଲବ୍ଧତା ଉପରେ ପ୍ରଭାବ ପକାଇଥାଏ. ଫସଫରସ ପ୍ରୟୋଗ ଜିଙ୍କ ପ୍ରବାହ ଉପରେ ବିପରୀତ ପ୍ରଭାବ ପକାଇଥାଏ. କ୍ୟାଲସିଅମ ଅଧିକ ଥିବା ପଦାର୍ଥ ଯେମିତିକି ଚୁନପଥର କିମ୍ବା ଚକ୍ ର ପ୍ରୟୋଗ ମଧ୍ୟ ମାଟିର ଅମ୍ଳତାକୁ ପ୍ରଭାବିତ କରିଥାଏ ଓ ପି.ଏଚ୍ କୁ ବଢ଼ାଇଥାଏ ଏବଂ ଫସଲ ଦ୍ୱାରା ଜିଙ୍କ ପ୍ରବାହରେ ବାଧା ସୃଷ୍ଟି କରିଥାଏ (ଯଦିଓ ଜମିରେ ଜିଙ୍କ ର ପରିମାଣରେ ପରିବର୍ତନ ହୋଇ ନଥାଏ). ଗଛର ବିକାଶ ବା ପ୍ରସ୍ଫୁଟନ ପ୍ରକ୍ରିୟା ସମୟରେ ଯଦି ଜମି ଥଣ୍ଡା ଏବଂ ଓଦା ଥାଏ ତାହେଲେ ଜିଙ୍କର ଅଭାବ ଏକ ସମସ୍ୟା ହୋଇପାରେ.


ସୁରକ୍ଷାତ୍ମକ ଉପାୟ

  • ଫସଲ ଲଗାଇବା ପୂର୍ବରୁ ଜମିରେ ଜୈବିକ ଖତର ପ୍ରୟୋଗ କରନ୍ତୁ.
  • ଚୁନ ମାଟିର ପ୍ରୟୋଗ କରନ୍ତୁ ନାହିଁ କାରଣ ଏହା ମାଟିର ପି.ଏଚ୍(pH) ବଢ଼ାଇଥାଏ ଏବଂ ଜିଙ୍କର ପ୍ରବାହରେ ବାଧା ସୃଷ୍ଟି କରିଥାଏ.
  • ଜିଙ୍କ ର ଅଭାବକୁ ସହି ପାରୁଥିବା କିମ୍ବା ମାଟିରୁ ଭଲଭାବେ ଜିଙ୍କ ନେଇପାରୁଥିବା କିସମର ବିହନ ଲଗାନ୍ତୁ.
  • ଜିଙ୍କ ଯୁକ୍ତ ସାରର ବ୍ୟବହାର କରନ୍ତୁ.
  • ଏମୋନିଅମ ସଲଫେଟ ବ୍ୟବହାର ନକରି ୟୁରିଆ(ଯାହାକି ଅମ୍ଳତା ଉତ୍ପାଦନ କରିଥାଏ) ଉପରେ ଆଧାରିତ ସାରର ବ୍ୟବହାର କରନ୍ତୁ.
  • ଅତ୍ୟଧିକ ଫସଫରସ ପ୍ରୟୋଗ ଯେମିତି ନହୁଏ ତାହା ପ୍ରତି ଧ୍ୟାନ ନିଅନ୍ତୁ.
  • ଜଳସେଚନର ଗୁଣବତ୍ତା କୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ସବୁବେଳେ ପାଣି ଜମି ରହୁଥିବା ଜମିରୁ ନିୟମିତ ଭାବେ ଜଳ ନିଷ୍କାସନ କରନ୍ତୁ ଓ ଶୁଖିବାକୁ ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ