କଦଳୀ

କଦଳୀ ଦାଗ ଭୂତାଣୁ ରୋଗ

Banana Streak Virus

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ରର ମଧ୍ୟ ଶିରା ଠାରୁ ପତ୍ର ଧାର ପର୍ଯ୍ୟନ୍ତ ହଳଦିଆ ଦାଗ ଦେଖାଯାଏ । ପରେ ଏହାହଳଦିଆ ଦାଗ ସହ ବାଦାମୀ କିମ୍ବା କଳା ରଙ୍ଗରେ ପରିଣତ ହୁଅନ୍ତି । ପତ୍ରଧାରରୁ ମଧ୍ୟଶିରା ପର୍ଯ୍ୟନ୍ତ ମରି ମରି ଆସେ । ବୃଦ୍ଧି ବାଧା ପାଏ ।.

ମଧ୍ୟ ଦେଖା ଯାଇପାରେ


କଦଳୀ

ଲକ୍ଷଣ

ଭୁତାଣୁର ସଂଖ୍ୟା ଓ ପ୍ରକାର ,ଗଛ କିସମ,ପରିବେଶ ପରିସ୍ଥିତି କୁ ନେଇ ଏହି ରୋଗର ଲକ୍ଷଣ ବଦଳିପାରେ । ପତ୍ରର ମଧ୍ୟ ଶିରା ଠାରୁ ପତ୍ର ଧାର ପର୍ଯ୍ୟନ୍ତ ସମ କିମ୍ବା ଭଙ୍ଗିଳ ହଳଦିଆ ଦାଗ ଏହି ରୋଗର ସାଧାରଣ ଲକ୍ଷଣ । ଏହି ଦାଗ ପରେ ଆଖି ଆକାରର ହଳଦିଆ ଦାଗ ସହ ବାଦାମୀ କିମ୍ବା କଳା ରଙ୍ଗର ହୁଏ । ବିଗଳନ ( necrosis) ପତ୍ର ଧାର ଠାରୁ ଆରମ୍ଭ ହୋଇ ମଧ୍ୟଶୀରା ଓ ଡେମ୍ଫ ପର୍ଯ୍ୟନ୍ତ ଯାଇପାରେ । ବେଳେବେଳେ ,ଗଛର ଅନ୍ତଃ ତିଷୁ ମଧ୍ୟକ୍ଷୟ ଜନିତ ପ୍ରଭାବିତ ହୁଏ । ଏହି ଲକ୍ଷଣ ନିର୍ଦ୍ଧିଷ୍ଟ ଭାବରେ ନିମ୍ନ ତାପମାତ୍ରା ଏବଂ ଛୋଟ ଦିନ ପରିସ୍ଥିତିରେ ଦେଖାଯାଏ । ସବୁ ପତ୍ର ପ୍ରଭାବିତ ହୁଅନ୍ତି ନାହି , କିନ୍ତୁ ଗଛ ବୃଦ୍ଧି ବାଧାପ୍ରାପ୍ତ ହୁଏ । କାନ୍ଧିର ଓ ଫଳର ଆକାର କମିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବ ନିୟନ୍ତ୍ରଣ ଏଜେଣ୍ଟ ଯଥା ପରଜୀବୀ ବିରୁଡି ,ଲେସ ୱିଙ୍ଗସ କିମ୍ବା ମାଛି କିମ୍ବା ଲେଡି ବାର୍ଡ ଭୃଙ୍ଗ ଦହିଆ ପୋକ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ । ଯେତେବେଳେ ଦହିଆ ପୋକର ସଂଖ୍ୟା କମ ଥାଏ ହାଲୁକା ଖଣିଜ ତେଲ କିମ୍ବା ନିମ୍ବ ନିର୍ଯ୍ୟାସ ପାତ୍ର ଉପରେ ସିଞ୍ଚନ କରି ଏହା ନିୟନ୍ତ୍ରଣ କରାଯାଇପାରେ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା ଜୈବିକ ଉପଚାର ସହ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ପାଇଁ କୌଣସି ରାସାଯନିକ ନିୟନ୍ତ୍ରଣ ନାହି । ଦହିଆ ପୋକର ମହମ ଆବରଣ ଏହାକୁ ମାରିବାକୁ ଦିଏ ନାହି । ଦହିଆ ପୋକ ନିୟନ୍ତ୍ରଣ କରିବାକୁ ଡେଲ୍ଟାମେଥ୍ରିନ କୀଟନାଶକର ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଏହି ରୋଗ ଭୂତାଣୁ ମାନଙ୍କ ଜଟିଳତା ଦ୍ଵାରା ହୋଇଥାଏ । ଲକ୍ଷଣର ପ୍ରକୃତି ଗଛରେ ଥିବା ଭୂତାଣୁ କଣିକାର ଗାଢତା ଉପରେ ନିର୍ଭର କରେ । ସାଧାରଣ ତାପମାତ୍ରା ଓ ପାଗ ଅବସ୍ଥା ମଧ୍ୟ ସଂକ୍ରମଣ ଉପରେ ପ୍ରଭାବ ପକାଏ । ଗଛରୁ ଗଛ ଓ ଜମିରୁ ଜମିକୁ ଦହିଆ ପୋକର ଏକ ପ୍ରଜାତି ସିଡୋକ୍ସିଡେ ଦ୍ଵାରା ଏହି ଭୂତାଣୁ ବିସ୍ତାର ଲାଭ କରେ । ସଂକ୍ରମିତ ବିହନ ବା ରୋପଣ ସାମଗ୍ରୀର ବ୍ୟବହାର ଦ୍ଵାରା ଦୂର ସ୍ଥାନକୁ ଏହା ବିସ୍ତାର ଲାଭ କରିଥାଏ । ଏହା ମୃତ୍ତିକା ବାହିତ ହୋଇନଥାଏ , ଏଣୁକ୍ଷେତ୍ର କାର୍ଯ୍ୟ କରିବା ସମୟରେ ଯାନ୍ତ୍ରିକ ଆଘାତ ଜନିତ କ୍ଷତ ଦ୍ଵାରା ଏହା ବିସ୍ତାର ଲାଭ କରେ ନାହି । ସାରା ଜଗତରେ ଏହି ସମସ୍ୟା କଦଳୀ ଗଛ ଓ ତାର ପ୍ରଜାତିର ବୃଦ୍ଧି ଫଳ ଅମଳ ଓ ଗୁଣବତ୍ତାକୁ ପ୍ରଭାବିତ କରୁଛି । ଏହା ଯନ୍ତ୍ରପାତି ଦ୍ଵାରା ବିସ୍ତାର ଲାଭ କରେ ନାହି ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଉତ୍ସରୁ ଭୂତାଣୁ ମୁକ୍ତ ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ । ସଂକ୍ରମିତ ଗଛକୁ କାଟି ନଷ୍ଟ କରିବା ଉଚିତ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ